ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚୀନ୍‌ରେ ଦୈନିକ କରୋନା ମୃତ୍ୟୁ ୯ ହଜାର

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ଅତି ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ଚୀନ୍‌ କରୋନା ତଥ୍ୟ ଦେଉନଥିଲେ ସୁଦ୍ଧା‌ ବ୍ରି‌ଟେନର ଏକ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁଯାୟୀ ଚୀନ୍‌ରେ ଏବେ ଦୈନିକ ପ୍ରାୟ ୯ ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଚୀନ୍‌ କରୋନା କଟକଣା ହଟାଇବା ପରଠାରୁ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଚାଲିଛି। ଚୀନ୍‌ରେ କରୋନା ମୃତ୍ୟୁ ଡିସେମ୍ବରରେ ୧ ଲକ୍ଷ ଛୁଇଁଥାଇପାରେ ବୋଲି କୁହାଯାଉଛି। ଆକଳନ ଅନୁଯାୟୀ ଜାନୁଆରି ମଧ୍ୟଭାଗରେ ଚୀନ୍‌ରେ ଦୈନିକ ସଂକ୍ରମଣ ୩ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରସଙ୍ଗ: ଖର୍ଚ୍ଚ ଚୂଡ଼ାନ୍ତ ହୋଇନି, ବିମାନ ଉଡ଼ିବ କେମିତି?

ଭୁବନେଶ୍ବର : ଭୁବନେଶ୍ବରରୁ ବିଦେଶକୁ ବିମାନ ଉଡ଼ାଣ ନିତାନ୍ତ ଆବଶ୍ୟକ। ତାହା ଏବେ ରାଜ୍ୟ ସରକାର ହେଜିଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ଗତ ୨୭ରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଇଣ୍ଡିଗୋ ବିମାନ ଭୁବନେଶ୍ବରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍‌କୁ ଉଡ଼ାଣ କରିବ। ଏଥିନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳ ଖର୍ଚ୍ଚ ବହନ କରିବେ ଏବଂ ବିମାନ ଟିକେଟ୍ ବୁକିଂ ଖର୍ଚ୍ଚ ସଂପୂର୍ଣ୍ଣ ରୂପେ ପାଇବେ। କିନ୍ତୁ ଏଥିପାଇଁ ସରକାର କେତେ ଖର୍ଚ୍ଚ କରିବେ, ତାହା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନଜରରେ ୨୦୨୪ ସାଧାରଣ ନିର୍ବାଚନ: ଲୋକାର୍ପଣ ହେବ ବହୁ ରେଳ ପ୍ରକଳ୍ପ

ଭୁବନେଶ୍ବର : ୨୦୨୪ରେ ସାଧାରଣ ନିର୍ବାଚନ। ତା’ପୂର୍ବରୁ ରେଳ ମନ୍ତ୍ରଣାଳୟ ଫୋକସ୍‌ରେ ଓଡ଼ିଶା। ନିର୍ବାଚନକୁ ନଜରରେ ରଖି ୨୦୨୩ରେ ଏକାଧିକ ପୁରୁଣା ପ୍ରକଳ୍ପ କାର୍ଯ୍ୟ ଶେଷ ସହ ନୂଆ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତିକି ଏପ୍ରିଲ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ୩ରୁ ୪ ଟି ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଯେଉଁଥିରେ ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ରହିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ପୁଲିସ ପାଇଁ ନକ୍ସଲ ଓ ସାଇବର ଅପରାଧ ମୁଖ୍ୟ ଫୋକସ୍: ପୁଲିସ ଡିଜି

ଭୁବନେଶ୍ବର : ବର୍ଷ ୨୦୨୩। ଓଡ଼ିଶା ପୁଲିସ ପାଇଁ ମୁଖ୍ୟ ଫୋକସ ହେବ ନକ୍ସଲ, ସାଇବର ଅପରାଧ ଓ ଆଇନଶୃଙ୍ଖଳା। ଏହା ଛଡ଼ା ପୁଲିସ ମଧ୍ୟ ନିଶା କାରବାର, ଅର୍ଥନୈତିକ ଅପରାଧ ଉପରେ କଡ଼ା ନଜର ରଖିବ। ତେବେ ବର୍ଷ ଆରମ୍ଭରୁ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପର ଆୟୋଜନ ପୁଲିସ ଓ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିବ। ସେହିପରି ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପଛରେ କୌଣସି ପ୍ରକାର ଚକ୍ରାନ୍ତ ଥିବାର […]

ଅପରାଧ ଦେଶ ବିଦେଶ

ନୂଆବର୍ଷରେ ୟୁକ୍ରେନ୍‌କୁ ଦୋହଲାଇଲେ ପୁଟିନ, ସବୁ ଅଞ୍ଚଳକୁ ଟାର୍ଗେଟ୍‌

ନୂଆଦିଲ୍ଲୀ: ସାରା ବିଶ୍ବ ଯେତେବେଳେ ୨୦୨୩ ବର୍ଷକୁ ସ୍ବାଗତ କରିବାପାଇଁ ଉତ୍ସବମୁଖର ଥିଲା ସେ ସମୟରେ ୟୁକ୍ରେନରେ ପ୍ରଚଣ୍ଡ ବିସ୍ଫୋରଣ ଜାରି ରହିଥିଲା। ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆବର୍ଷ ବାର୍ତ୍ତା ରଖିଥିବା ବେଳେ ଅନ୍ୟପକ୍ଷେ ୟୁକ୍ରେନ ରାଜଧାନୀ କିବ୍‌ ସମେତ ଅନ୍ୟାନ୍ୟ ପ୍ରମୁଖ ସହରମାନଙ୍କରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା। ଶନିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଆକ୍ରମଣ ଆଜି ବର୍ଷର ପ୍ରଥମ ଦିନରେ ବି ଜାରି ରହିଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାମା ରିକ୍ସାବାଲା: କୋଇଡ଼ା କଲେଜର ପ୍ରଥମ ବିନ୍ଧାଣୀ

କୋଇଡ଼ା (ସୁନ୍ଦରଗଡ଼) : କୋଇଡ଼ାରେ ଏହି ୮୦ ବର୍ଷୀୟ ବୃଦ୍ଧ ‘ମାମା ରିକ୍ସାବାଲା’ ଭାବେ ପରିଚିତ। ତାଙ୍କ ନାଁ ଭୀମସେନ ସାମଲ। ଜୀବନସାରା ରିକ୍ସା ଓ ଟ୍ରଲି ଟାଣି ନିଜ ଓ ତାଙ୍କ ପରିବାର ଗୁଜୁରାଣ ଚଳାନ୍ତି ‘ମାମା ରିକ୍ସାବାଲା’। ହେଲେ, ଏହି ସାଧାରଣ ମଣିଷଟିର ଅବଦାନ ଅସାଧାରଣ। କୋଇଡ଼ା ଅଞ୍ଚଳରେ ଉଚ୍ଚଶିକ୍ଷାର ଆଲୋକ ଜାଳିବା ପାଇଁ ସେ ଦେଇଥିଲେ ପ୍ରଥମ ଅନୁଦାନ। ଏବେ ତାହା ଏକମାତ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ମୁଣ୍ଡ ଟେକିଛି। ଏହି ଶିକ୍ଷାନୁଷ୍ଠାନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମୁଦ୍ରୀକରଣ ନେଇ ସୁପ୍ରିମ‌କୋର୍ଟ ରାୟ ଆଜି

ନୂଆଦିଲ୍ଲୀ: ଶୀତ ଛୁଟିପରେ ଆଜି ସୁପ୍ରିମକୋର୍ଟରେ କାର୍ଯ୍ୟ ଆରମ୍ଭ ହେବ। ସୁପ୍ରିମକୋର୍ଟରେ ଏକ ୫ ଜଣିଆ ଖଣ୍ଡପୀଠ ଆଜି ବିମୁଦ୍ରୀକରଣ ବିରୋଧରେ ଥିବା ବିଭିନ୍ନ ପିଟିସନ୍‌ ଉପରେ ରାୟ ଶୁଣାଇବେ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ‌ରେ ମୋଟ୍‌ ୫୮ଟି ପିଟିସନ୍‌ ଦାଖଲ ହୋଇଛି। ଜଷ୍ଟିସ ଏସ ଅବଦୁଲ ନଜିର, ବିଆର୍‌ ଗଭାଇ, ଏଏସ୍‌ ବୋପନ୍ନା, ଭି ରାମସୁବ୍ରମନ୍ୟନ୍‌ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ୫୮ଟି ପିଟିସନ୍‌ ଉପରେ ରାୟ ଶୁଣାଇବେ। ଅଧିକାଂଶ ପିଟିସନ୍‌ରେ […]

ଅପରାଧ ରାଜ୍ୟ

ସକାଳେ ଫୁଲତୋଡ଼ା, ମଧ୍ୟାହ୍ନରେ ଗୁଳି

ଜଗତସିଂହପୁର : ନୂଆବର୍ଷରେ ବନ୍ଦର ନଗରୀ ପାରାଦୀପ ଅଶାନ୍ତ ହୋଇଛି। ତାରିଣୀଗଡ଼ାର ପ୍ଲଟ୍-୪୭୯ରେ ଥିବା ‘ବ୍ରିଜ୍ ଆଣ୍ତ୍ ରୁଫ୍’ କମ୍ପାନିର ଗେଷ୍ଟ୍‌ ହାଉସ୍‌ରେ ଗୁଳିକାଣ୍ଡ ହୋଇଛି। ଜଣେ ଦୁର୍ବୃତ୍ତ ସକାଳେ ଆସି ମ୍ୟ‌ାନେଜର୍‌ଙ୍କୁ ଫୁଲତୋଡ଼ା ଦେଇ ଯିବାପରେ ଅପରାହ୍ନରେ ଗୁଳିମାଡ଼ କରିଛି। ‌ସୌଭାଗ୍ୟକ୍ରମେ କାହାର କିଛି କ୍ଷତି ଘଟିନାହିଁ। ଏହି ଖବର ପ୍ରଚାରିତ ହେବାପରେ ସେହି କମ୍ପାନି ମ୍ୟାନେଜର୍‌ ଓ ଅନ୍ୟ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସା‌ରେ, ଏହି ଗେଷ୍ଟ୍‌ ହାଉସ୍‌ରେ କମ୍ପାନିର ମ୍ୟାନେଜର […]

ଦେଶ ବିଦେଶ ରାଜନୀତି

ମଧ୍ୟପ୍ରଦେଶ: ବିଜେପି ନେତୃତ୍ବକୁ କାହିଁକି ଚାଲେଞ୍ଜ କରୁଛନ୍ତି ଉମା ଭାରତୀ ?

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ଲଗାତାର ବିଜେପି ନେତୃତ୍ବକୁ ଚାଲେଞ୍ଜ କରୁଛନ୍ତି। ଉମା ଭାରତୀ ନିକଟରେ ୨ ଥର ବିଜେପି ବିରୋଧୀ ଟିପ୍ପଣୀ ଦେଇଛନ୍ତି। ଭୋପାଳରେ ଲୋଧି ସମ୍ପ୍ରଦାୟକୁ ଉଦ୍‌ବୋଧନ ଦେଇ ଉମା ଭାରତୀ ନିକଟରେ କହିଥିଲେ ଯେ ସେ ବିଜେପିର ଜଣେ ବିଶ୍ବସ୍ତ ସୈନିକ ଏବଂ ଲୋକମାନଙ୍କୁ ସେ ବିଜେପିକୁ ଭୋଟ୍‌ ଦେବାପାଇଁ କହିବେ। କିନ୍ତୁ ଲୋକମାନେ କୌଣସି ରାଜ‌ନୈତିକ ଚାପର ଶିକାର ନହୋଇ ସବୁ କଥା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ କଲେ ଶୃଙ୍ଖଳିତ ଦର୍ଶନ

ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉଦାହରଣ ସାଜିଛି। ଶ୍ରୀମନ୍ଦିର ଭିତରେ ଭିଡ଼ ରହିଥିଲେ ବି ବିନା ବାଧାରେ ଭକ୍ତମାନେ ଦର୍ଶନ କରିଛନ୍ତି। ଦର୍ଶନ ସାରି ଫେରିବା ବେଳେ ବି ବିନା ଅବରୋଧରେ ସୁବିଧାରେ ଫେରିଛନ୍ତି। ଜିଲ୍ଲା ପୁଲିସର ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। କାରଣ ପୂର୍ବରୁ କେବେ ବି ନୂଆବର୍ଷରେ ଏଭଳି ବ୍ୟବସ୍ଥା କରାଯାଇନଥିଲା। ଭକ୍ତମାନେ ଠେଲାପେଲା ଭିତରେ ଦର୍ଶନ କରୁଥିଲେ। ବଡ଼ଦାଣ୍ଡରେ ଚାଲିବା ବେଳେ ଭିଡ଼ରେ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲେ। […]