ଅପରାଧ ରାଜ୍ୟ

ଅର୍ଚ୍ଚନା ନାଗ ମାମଲା: ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଇଡି

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗ ମାମଲା ଏବେ ନୂଆମୋଡ଼ ନେଇଛି। ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବ। ନୋଟିସରେ ଇଡି ପଚାରିଛି ଏତେ ଗୁଡ଼ିଏ ସମ୍ପତ୍ତି ତୁମେମାନେ ଏତେ କମ ଦିନରେ କେମିତି ଅର୍ଜନ କଲ, ତାର ଉତ୍ତର ରଖ। ଯଦି ଠିକ୍ ଭାବେ ଉତ୍ତର ନ ରଖି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଐତିହ୍ୟ ଓ ପରମ୍ପରା ଆଧାରରେ ସୃଷ୍ଟି ସାହିତ୍ୟ କାଳଜୟୀ: ରାଜ୍ୟପାଳ

କଟକ: ସ୍ରଷ୍ଟାଙ୍କ ସାରସ୍ବତ କୃତିକୁ ପାଠକଙ୍କ ପାଖରେ ପହଞ୍ଚାଇ ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରକାଶକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଐତିହ୍ୟ ଓ ପରମ୍ପରାକୁ ଆଧାର କରି ସୃଷ୍ଟି ହେଉଥିବା ସାହିତ୍ୟ କାଳଜୟୀ ହୋଇଥାଏ। ସୁସାହିତ୍ୟ ସୃଷ୍ଟି କରିବାରେ ପ୍ରକାଶକଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ‘ପୀତାମ୍ବର ମିଶ୍ର ଫାଉଣ୍ଡେସନ’ ପକ୍ଷରୁ ସାରଳା ଭବନରେ ଆୟୋଜିତ ପ୍ରକାଶକ-ସାରସ୍ବତ ସାଧକ ପୀତାମ୍ବର ମିଶ୍ରଙ୍କ ସ୍ମୃତି ସମାରୋହକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଲାଲ୍। ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ସ୍ବାଭାବିକ ‌ହେଲା କୋର୍ଟ କାର୍ଯ୍ୟ: କାମ ଆରମ୍ଭ କଲେ ଶତାଧିକ ଓକିଲ

ସମ୍ବଲପୁର: ଗତ ଡିସେମ୍ବର ୭ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ୨୭ ଦିନ ଧରି ସମ୍ବଲପୁର କୋର୍ଟରେ ଲାଗି ରହିଥିବା ଅଚଳାବସ୍ଥା ଶେଷରେ ଦୂର ହୋଇଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ ଆଜି ଅଦାଲତି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ ମଙ୍ଗଳବାରଠାରୁ ସ୍ଥିତି ସ୍ବାଭାବିକ ହୋଇଛି। ଜେଲ୍‌ରେ ଅଟକ ଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ଆହ୍ବାନକ୍ରମେ ସଦସ୍ୟମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରାୟ ଏକ ମାସ ଧରି ବନ୍ଦ ହୋଇ ରହିଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଞ୍ଜା ସୂତା ସଂପୂର୍ଣ୍ଣ ନିଷେଧ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ମାଞ୍ଜା ସୂତା ବ୍ୟବହାର ସଂପୂର୍ଣ୍ଣ ଭାବେ ନିଷେଧ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସ୍ବପ୍ନ ଫାଉଣ୍ଡେସନ୍ ସଦସ୍ୟା ତଥା ସାମାଜିକ କର୍ମୀ ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଗୁଡ଼ି ଉଡ଼ାରେ ମ‌ାଞ୍ଜା ସୂତା ବ୍ୟବହାର ଦ୍ବାରା ଲୋକଙ୍କ ଧନଜୀବନ ହାନି ହେଉଛି। ଏଥିସହିତ ଚାଇନିଜ୍ ମାଞ୍ଜା ଭାବେ ପରିଚିତ ନାଇଲନ୍ ଓ ପ୍ଲାଷ୍ଟିକ୍ ସୂତା ମଧ୍ୟ ଗୁଡ଼ି ଉଡ଼ା ପାଇଁ ବ୍ୟବହାର କରାଯାଉଛି। ଏହା ମଣିଷ ଓ […]

ରାଜ୍ୟ

ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ସାମ୍ବାଦିକ ତଥା ଜଣାଶୁଣା ସିନେ ପ୍ରଯୋଜକ ଆଳୟ ମହାନ୍ତି ଆଉ ନାହାନ୍ତି। ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ ହସ୍‌ପିଟାଲ୍‌ରୁ ପ୍ରଥମେ ୟୁନିଟ୍‌-୬ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ। ଏହାପରେ ମର ଶରୀରକୁ ତାଙ୍କ ଜନ୍ମମାଟି ଜଟଣୀ ବ୍ଲକର ପଦନପୁର ଗ୍ରାମକୁ ନିଆଯାଇଥିଲା। ସେଠାରୁ ପୁରୀ ନିଆଯାଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ: ରାଜନୀତିରେ ସେ ଥିଲେ ଚାଣକ୍ୟ

ଭୁବନେଶ୍ବର: ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ବିଚକ୍ଷଣ ରାଜନେତା, ସୁସାହିତ୍ୟିକ, ସଂସ୍କୃତ ପଣ୍ଡିତ ଥିଲେ। ସହନଶୀଳତା, ଆତ୍ମବିଶ୍ବାସ ଓ କର୍ତ୍ତବ୍ୟନିଷ୍ଠା ଭଳି ଗୁଣ ତାଙ୍କ ପାଖରେ ଭରପୂର ରହିଥିଲା। ତାଙ୍କ ଶାସନ କାଳରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗରିବ କଲ୍ୟାଣ ଯୋଜନା, ଜଳସେଚନ, କୃଷକଙ୍କୁ ଋଣ, କୃଷି ଯନ୍ତ୍ରପାତି, ବିଦ୍ୟୁତ୍‌ ଉତ୍ପାଦନ, ଶକ୍ତି କ୍ଷେତ୍ରରେ ସଂସ୍କାର ଓ ସମବାୟ କ୍ଷେତ୍ର ଅଧିକ ଶକ୍ତିଶାଳୀ ହୋଇପାରିଥିଲା। ମହିଳାଙ୍କ ବିକାଶ ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ରାଜନୀତିରେ ସେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରେ ହକି ରାଜନୀତି: ବବିଙ୍କ ବୈଠକକୁ ଚିଠି କରି ଡାକିଲେ ପ୍ରଭାତ

କଟକ: କଟକରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ବକପ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦଳମତ ନିର୍ବି‌ଶେଷରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ବିରୋଧୀ ଦଳର ଚେହେରା ଭାବେ କେବଳ ଅମରେନ୍ଦୁ ମହାନ୍ତିଙ୍କୁ ବାଦ୍ ଦେଲେ କଂଗ୍ରେସ, ବିଜେପି ଅଥବା ଅନ୍ୟ କୌଣସି ଦଳର ପ୍ରତିନିଧିଙ୍କୁ ଆଜି ଓସିଏରେ ଆୟୋଜିତ ବୈଠକରେ ଦେଖିବାକୁ ମିଳି ନାହିଁ। ଏମିତିକି ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଓ ସାଂସଦ ଭର୍ତ୍ତୃହରି ମହତାବ ବି ଏହି ବୈଠକରେ ଯୋଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଖରଚଣ୍ଡୀ ପାଇଁ ମାଷ୍ଟରପ୍ଲାନ୍‌: ଖର୍ଚ୍ଚ ହେବ ୨୫ କୋଟି, ୨ ବର୍ଷରେ ସରିବ

ଭୁବନେଶ୍ବର: ବହୁ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଏକ ଦଶନ୍ଧିରୁ ଅଧିକ ଦିନ ଧରି ଆଲୋଚନା, ପର୍ଯ୍ୟାଲୋଚନା ପରେ ରାଜଧାନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ଶିଖରଚଣ୍ଡୀ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପାହାଡ଼ରେ ଥିବା ମୁଖ୍ୟ ମନ୍ଦିର ସମେତ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ଲାଗି ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ୫୩.୬୪ ଏକର ଅଞ୍ଚଳରେ ଉନ୍ନତୀକରଣ କାର୍ଯ୍ୟ କରାଯିବ। ୨୫କୋଟି ଟଙ୍କା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟିପିରିସିଂହାରେ ବିଚିତ୍ର ପରମ୍ପରା: ଖଟରେ ଶୋଉନାହାନ୍ତି ଗାଁଲୋକ

ଦେବଗଡ଼ : ଦଉଡ଼ି ଖଟରେ ଶୋଇଲେ ଗ୍ରାମଦେବୀ ରୋଷ ହେବେ ସେଥିପାଇଁ କାହିଁ କେଉଁଦିନରୁ ଖଟରେ ଶୁଅନ୍ତିନି ଗ୍ରାମବାସୀ। ଆଜିର ଏହି ଅତ୍ୟାଧୁନିକ ଯୁଗରେ ମଧ୍ୟ ଏଭଳି ଏକ ପ୍ରଥାକୁ ବଞ୍ଚାଇ ରଖିଛନ୍ତି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଟିପିରିସିଂହା ଗ୍ରାମବାସୀ। ଯେଉଁଠି ଖଟ ପରିବର୍ତ୍ତେ ତଳେ ଖଜୁରୀପାଲରେ ତିଆରି ହୋଇଥିବା ପଟିଆ, ମସିଣା ଏବଂ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ସେମାନେ ପଟାରେ ଶୋଉଛନ୍ତି। ଟିପିରିସିଂହା ଏକ ଆଦିବାସୀ ବହୁଳ ଗ୍ରାମ। ଏଠାରେ ପ୍ରାୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ

ପୁରୀ : ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ। ଅବାଟରେ ଖର୍ଚ୍ଚ ହେଉଛି ଭକ୍ତଙ୍କ ଦାନ। ଆୟରେ ଶ୍ରୀମନ୍ଦିର ପ୍ରଶାସନ ବହୁ ପଛରେ ପଡ଼ିଥିବା ବେଳେ ବହୁଗୁଣା ବ୍ୟୟ ଏବେ ଚିନ୍ତା ବଢ଼ାଇଲାଣି। ଶ୍ରୀମନ୍ଦିରର ତିନି ଭକ୍ତ ନିବାସ କିଭଳି କ୍ଷତିରେ ଚାଲିଛି, ତାର ତଥ୍ୟ ପ୍ରମାଣ ନିକଟରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ରଥଯାତ୍ରା, ଚନ୍ଦନଯାତ୍ରାରେ ପ୍ରାପ୍ୟ ପାଉଣାକୁ ନେଇ ଯେଉଁ ରୋଚକ ତଥ୍ୟ ଆସିଛି, ତାହା ମୁଣ୍ଡରେ ହାତ ଦେବା ଭଳି। ଯେଉଁଠି ମାତ୍ର ୧୫ […]