ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା: କଟକକୁ ରେଡ୍ ଓ ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୪୧ ଡିଗ୍ରି , ଭୁବନେଶ୍ୱରରେ ୪୦.୪, ଝାରସୁଗୁଡ଼ାରେ ୩୯.୮, ହୀରାକୁଦରେ ଓ ରାଉରକେଲାରେ ୩୯ ଏବଂ ସମ୍ବଲପୁରରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟିକେଟ ଦେଇ ଫେରାଇ ନେଲା କଂଗ୍ରେସ: ଦଳ ଛାଡ଼ିଲେ ସମ୍ବଲପୁର ଲୋକସଭା କ୍ଷେତ୍ରର ପୂର୍ବ ପ୍ରାର୍ଥୀ

+++ସମ୍ବଲପୁର: କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ଟିକେଟ ଦେଇ ଫେରାଇ ନେବାକୁ ନେଇ ଅସନ୍ତୁଷ୍ଟ ଥିବା ଦୁଲାଲ ଚନ୍ଦ୍ର ପ୍ରଧାନ ଦଳ ଛାଡ଼ିଛନ୍ତି। ସ‌େ ନିଜର ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଗତକାଲି ଭାରତୀୟ ଜାତୀୟ କଂଗ୍ରେସ ରବିବାର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି: ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ (ଦେଶରେ ଷଷ୍ଠ ପର୍ଯ୍ୟାୟ) ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମେ’ ୨୫ରେ ନିର୍ବାଚନ ହେବ। ଏହି ସବୁ ଆସନରେ ଆସନ୍ତାକାଲି ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୬ଲୋକସଭା, ୪୨ ବିଧାନସଭା ଆସନରେ ମେ’୨୫ରେ ମତଦାନଆଜିଠୁ ପ୍ରାର୍ଥିପତ୍ର ଦାଖଲ ମେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦ୍ର ସରକାରଙ୍କୁ ପୁଣିଥରେ ପ୍ରଣବଙ୍କ ଟାର୍ଗେଟ୍‌: ଏମ୍‌ଏସ୍‌ପି ପ୍ରସଙ୍ଗରେ ବିଜେଡି ସଂଗ୍ରାମ କରିଛି, କେନ୍ଦ୍ର ଶୁଣିନି

ସମ୍ବଲପୁର: ଆଜି ପୁଣିଥରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ ତଥ‌ା ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଆଜି ସନ୍ଧ୍ୟାରେ ମ୍ୟୁନିସିପାଲଟି ଛକ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ କର୍ମୀମାନଙ୍କ ଉତ୍ସ‌ାହ ବୃଦ୍ଧି କରିବା ସହିତ ପ୍ରତି ଘରକୁ ଯାଇ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ସେ କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି। ଶ୍ରୀ ଦାସ କହିଥିଲେ, କେନ୍ଦ୍ର ସରକାରଙ୍କ କୃଷିବୀମା କରିବାକୁ ଚାଷୀମାନେ ହଇରାଣ ହେଉଥିଲେ ହେଁ କେନ୍ଦ୍ର ଚାଷୀଙ୍କ କଥା ଶୁଣୁନି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜ‌ୟନାରାୟଣଙ୍କ ଅପରାଧ ରେକର୍ଡ ଖୋଲିଲା ବିଜେଡି: ବିଭିନ୍ନ ଥାନାରେ ରହିଛି ବହୁ ମାମଲା

ସମ୍ବଲପୁର: ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବିଜେଡି ବଡ଼ ଆକ୍ରମଣ କରିଛି। ଜୟନାରାରଣଙ୍କ ନାଁରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ବୋଲି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମକୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସଂଜୟ ବାବୁ କହିଥିଲେ, ଜୟନାରାୟଣ ଅପରାଧିକ ଷଡ୍‌ଯନ୍ତ୍ର କରିବା, ଦଙ୍ଗା କରିବା ଭଳି ଅପରାଧ ଘଟାଇବା ସହିତ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧରେ ସଂଶ୍ଲିଷ୍ଟ ଅଛନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚମ୍ପୁଆରେ ହେବ ତ୍ରିମୁଖୀ ଲଢ଼େଇ: ବିଜେଡିରୁ ସନାତନ, କଂଗ୍ରେସରୁ ଯଶୋବନ୍ତ ଓ ବିଜେପିରୁ ମୁରଲୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ଚମ୍ପୁଆ। ଏଠାରେ ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ତିନିଦଳ ଅଭିଜ୍ଞ ଓ ପୁରୁଖାଙ୍କୁ ମଇଦାନକୁ ଛାଡ଼ିଥିବାରୁ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।ଚମ୍ପୁଆରେ ସନାତନ ମହାକୁଡ଼ଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୨୦୧୪ ନିର୍ବାଚନରେ ସନାତନ ଏଠାରୁ ସ୍ବାଧୀନ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୯ରେ ସେ ନିର୍ବାଚନ‌ ଲଢ଼ି ନଥିଲେ। ତାଙ୍କ ସୁପାରିସରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମୀନାକ୍ଷୀ ମହାନ୍ତ ନିର୍ବାଚିତ ହୋଇ ବିଧାୟିକା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଢ଼େ ୮ଟାରେ ତାତି ଛୁଇଁଲା ୩୬ ଡିଗ୍ରି: ବାରିପଦା ସବୁଠାରୁ ଉତ୍ତପ୍ତ

ଭୁବନେଶ୍ବର: ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ମାମଲା: ମେ ୧୩ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

କଟକ: ପୁରୀଘାଟ ଥାନାରେ ୨୦୨୦ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ତରଫରୁ ଦାଖଲ ଏତଲା ଆଧାରରେ ପଞ୍ଜୀକୃତ ମାମଲା ରଦ୍ଦ କରିବାକୁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ମେ ୧୩ରେ ହାଇକୋର୍ଟରେ ହେବ। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ୨୦୨୦ ଡିସେମ୍ବର ୧୯ରେ ବର୍ଷାଙ୍କ ଏତଲା ଆଧାରରେ ଆଇପିସିର ଦଫା ୪୯୮-କ, ୩୪୧, ୫୦୬ […]

ରାଜ୍ୟ

ପୁରୀ ବିମାନବନ୍ଦର ନିର୍ମାଣ ପାଇଁ ୩ କମ୍ପାନି ଆଗ୍ରହୀ: ଆଦାନି, ଜିଏମ୍‌ଆର୍‌ ଓ ଫେୟାରଫାକ୍ସ ଅଧିକାରୀଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ପୁରୀଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ୩ଟି କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ସେହି କମ୍ପାନିଗୁଡ଼ିକ ହେଲେ ଆଦାନି, ଜିଏମ୍‌ଆର୍‌ ଏବଂ ଫେୟାରଫାକ୍ସ। ସରକାରୀ-ଘରୋଇ ସହଭାଗିତାରେ ଉକ୍ତ ବିମାନବନ୍ଦର ନିର୍ମାଣ ପାଇଁ ଚଳିତବର୍ଷ ଫେବ୍ରୁଆରିରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଇଡ‌୍‌କୋ) ଟେଣ୍ଡର ଆହ୍ବାନ କରିଥିଲା। ଏହାସହ ଜଡ଼ିତ ଦୁଇ ବ୍ୟକ୍ତିଙ୍କ କହିବାନୁଯାୟୀ, ୩ଟି କମ୍ପାନି ଗତ ଶୁକ୍ରବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପ୍ରାକ୍‌-ବିଡିଂ ପ୍ରକ୍ରିୟା ଆଲୋଚନାରେ ଭାଗ ନେଇଥିଲେ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଆସୁଛନ୍ତି ରାହୁଲ, ନଡ୍ଡା

ଭୁବନେଶ୍ବର: ରବିବାର ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିବ। ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶାକୁ ପ୍ରଚାର ପାଇଁ ଆସୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଦୁଇ ହେଭିୱେଟ୍‌ଙ୍କ ଗସ୍ତକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦିନିକଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ […]