ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ସହକାରୀ ରାଜସ୍ୱ ନିରୀକ୍ଷକ, ମଧ୍ୟସ୍ଥି

ବଲାଙ୍ଗୀର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇନ୍ତଲା ତହସିଲରେ କାର୍ଯ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ରେଶ୍ମା ମାଝୀ ଓ ମଧ୍ୟସ୍ଥି ବାବୁଲାଲ ନନ୍ଦ। ଏକ ଜମିଜମା ମାମଲାରେ ଆର୍‌ଓଆର୍‌ ଦେବାପାଇଁ ବାସୁଦେବ ମହାରଣାଙ୍କଠାରୁ ସହକାରୀ ରାଜସ୍ୱ ନିରୀକ୍ଷକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବାସୁଦେବ ଏ ସମ୍ପର୍କରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ବରଗଡ଼ ଓ ସମ୍ବଲପୁର ଟିମ୍‌ ସଇନ୍ତଲା ପହଞ୍ଚିଥିଲେ। ମଧ୍ୟସ୍ଥିଙ୍କ ଜରିଆରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହିଞ୍ଜିଳିରୁ ନବୀନଙ୍କ ପ୍ରାର୍ଥିପତ୍ର ଦାଖଲ: ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ

ଛତ୍ରପୁର/ପୁରୁଷୋତ୍ତମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୧ଟା ୫ରେ ନରସିଂହପୁର ଛକ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ଦଳୀୟ ନେତା ଓ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ମା’ ତାରାତାରିଣୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଛତ୍ରପୁର ସର୍କିଟ୍‌ଗୃହ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଞ୍ଜିନିବେଶ ନାଁରେ ୮୧ଲକ୍ଷ ଟଙ୍କା ଚଳୁ: ବନ୍ଧାହେଲା ନକଲି ଟ୍ରେଡିଂ ଏକ୍ସପର୍ଟ

ଭୁବନେଶ୍ବର: ନିଜକୁ ଟ୍ରେଡିଂ ଏକ୍ସପର୍ଟ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟୀଙ୍କଠାରୁ ୮୧ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ସୁନ୍ଦରପଦା ହାଇଟେକ୍‌ ପ୍ଲାଜାରେ ରହୁଥିବା ଢେଙ୍କାନାଳ ଭୁବନ ଅଞ୍ଚଳର ରାକେଶ କୁମାର ନାୟକ ଓରଫ୍ ରାଜୁ। ଅଭିଯୋଗକାରୀ ରଶ୍ମିରଞ୍ଜନ ଧଳଙ୍କ ଅଭିଯୋଗ ଆଧାରରେ ପୁଲିସ ରାଜୁକୁ କୋର୍ଟ ଚାଲାଣ କରିଛି ଏବଂ ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାୟକଙ୍କ ନାମାଙ୍କନ ଶୋଭାଯାତ୍ରାରେ ଦୁର୍ଘଟଣା: ଟ୍ରକ ମାଡ଼ି ଯିବାରୁ ୩ ଯୁବକ ଗୁରୁତର 

ବଡ଼ମ୍ବା: ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ନାମାଙ୍କନପତ୍ର ଦାଖଲ ପାଇଁ ଶୋଭାଯାତ୍ରାରେ ଆଠଗଡ଼ ଯାଉଥିଲା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ପାଇଁ କଟକ ନିଆଯାଇଛି। ଆଜି ଦିନ ପ୍ରାୟ ୧୧ଟାରେ ଶ୍ରୀ ମିଶ୍ର ମା’ ଭଟ୍ଟାରିକାଙ୍କ ଦର୍ଶନ କରିବା ପରେ ବଡ଼ମ୍ବା ଗାନ୍ଧୀଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଶ୍ରୀ ମିଶ୍ର ନିଜର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ବାଘ-ବାଘୁଣୀ’ ବୟାନକୁ ନେଇ ରାଜନୀତି ତେଜିଲା; ଶିମିଳିପାଳର ମହାବଳ ନୁହେଁ, ପିଞ୍ଜରା ବାଘ: ବିଜେପି

ବାରିପଦା: ନିର୍ବାଚନୀ ପ୍ରଚାର ସଭାରେ ନିଜକୁ ବାଘ ଓ ପତ୍ନୀଙ୍କୁ ବାଘୁଣୀ ସମ୍ବୋଧନ କରିଥିବା ବିଜେଡିର ବରିଷ୍ଠ ନେତା ତଥା ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି। ସୁଦାମଙ୍କର ଏହି ମନ୍ତବ୍ୟରୁ ତାଙ୍କର ଅହଙ୍କାର ବାରି ହେଉଛି ବୋଲି ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ତାଙ୍କୁ କଟାକ୍ଷ କରିଥିବା ବେଳେ ସେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏହି ବୟାନ ଦେଇନଥିଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଦାମ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେପି ଓ ବିଜେଡି ବିରୋଧରେ ବର୍ଷିଲା କଂଗ୍ରେସ: ଓଡ଼ିଶାର ସ୍ୱାଭିମାନ ପାଇଁ ରାଜ୍ୟରେ ଦରକାର କଂଗ୍ରେସ ସରକାର

ଅନୁଗୁଳ: କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ପାଇଁ ଆଜି ଦେଶ ଓ ରାଜ୍ୟ ପଛରେ ପଡ଼ିଛି। ପ୍ରଚୁର ସମ୍ଭାବନା ଥାଇ ବି ଅନୁଗୁଳ ଓ ଢେଙ୍କାନାଳର ଆଖିଦୃଶିଆ ବିକାଶ ହୋଇପାରିନି। କଂଗ୍ରେସ ସରକାର ଆସିଲେ ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହ ଜାତୀୟ ରାଜପଥ ସମସ୍ୟା ଦୂର ହେବ ବୋଲି କହିଛନ୍ତି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା। ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏଠାରେ ଆାୟାଜିତ ଏକ ସାମ୍ବାଦିକ […]

ଅପରାଧ ରାଜ୍ୟ

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ! ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ଚାଞ୍ଚଲ୍ୟ। ବସ୍ତା ଥାନା ଛାନୁଆଁ ଗାଁ ସ୍କୁଲ୍ ନିକଟରୁ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଏହି ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି। ଏଣେ ଉକ୍ତ ଯୁବକକୁ  ହତ୍ୟା କରାଯାଇଥିବା ସନ୍ଦେହ ଉପୁଜିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲାର ବୋଲି ସୂଚନା ରହିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ

ଭୁବନେଶ୍ବର: ଆଜି ବସିବ ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ। ଆଜି ଲୋକ ସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ସମେତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ରାଜ୍ୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେବା ନେଇ ସୂଚନା ରହିଛି। ମୌସୁମୀ ପୂର୍ବକାଳୀନ ବାତ୍ୟା ମୁକାବିଲା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଗତ କିଛି ବର୍ଷ […]

ଅପରାଧ ରାଜ୍ୟ

ଖଲ୍ଲିକୋଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ, ଦୁଇ ଗୁରୁତର

ଖଲ୍ଲିକୋଟ: ଖଲ୍ଲିକୋଟ ରାଜ୍ୟ ରାଜପଥ ମଥୁରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଉପରେ ମାଡ଼ିଯାଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଟି ଚାଳକ ଓ ତାଙ୍କ ପତ୍ନୀଙ୍କ ସହ ଗାଡ଼ିରେ ଥିବା ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତକଙ୍କ ପରିଚୟ ମିଳିଛି। ସେ କୋଦଳା ବେଲପଡ଼ା ଗାଁର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିଏମ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲା: ମଧ୍ୟପ୍ରଦେଶରୁ ଅଭିଯୁକ୍ତ ଗିରଫ

ବାଲେଶ୍ୱର/ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ହଡ଼ପ ଘଟଣାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ମଧ୍ୟପ୍ରଦେଶ ବାଲାଘାଟରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ପୋମେଶ ତେମ୍ଭ୍ରେଙ୍କୁ ବାଲାଘାଟ ସିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ସେଠାରୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଆଣି ଆଜି ମଧ୍ୟାହ୍ନରେ ବାଲେଶ୍ୱର ଓପିଆଇଡି ଅଦାଲତରେ ହାଜର କରିଛି ଇଓଡବ୍ଲୁ। ଜାମିନ୍ ନାମଞ୍ଜୁର ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ […]