ବୋଷ୍ଟନରେ ଓଡ଼ିଶା ଷ୍ଟାର୍ଟଅପ୍ର ସଫଳତା
ଭୁବନେଶ୍ୱର: ସଂପ୍ରତି ଆମେରିକାର ବୋଷ୍ଟନର ନର୍ଥ ଇଷ୍ଟର୍ଣ୍ଣ ୟୁନିଭର୍ସିଟିଠାରେ ଅନୁଷ୍ଠିତ ଷ୍ଟାର୍ଟଅପ୍ ପ୍ରତିଯୋଗିତା ପ୍ରଦର୍ଶନ ଓ ତତ୍ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା ଷ୍ଟାର୍ଟଅପ୍ କୃତିତ୍ୱ ଅର୍ଜନ କରିଛି। ଓଡ଼ିଶା ଷ୍ଟାର୍ଟଅପ୍ ଦ୍ୱାରା ସ୍ୱୀକୃତ ତଥା ଓଡ଼ିଶା ଷ୍ଟାର୍ଟଅପ୍ ଦ୍ୱାରା ପୁରସ୍କୃତ ନିଉରୂପ ଟେକ୍ ସଲ୍ୟୁସନ୍ କମ୍ପାନିର ପ୍ରତିଷ୍ଠାତା ଅନୂପ ପାଇକରାୟ ଏହି ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବୋଷ୍ଟନଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଷ୍ଟାର୍ଟଅପ୍ ପ୍ରତିଯୋଗିତା ପ୍ରଦର୍ଶନରେ ପ୍ରାୟ ୧୦ ଗୋଟି ବିଶ୍ୱବିଦ୍ୟାଳୟ ଭାଗ […]









