କାଳବୈଶାଖୀ: ଅଜାଡ଼ିଲା, ଉଜାଡ଼ିଲା
ମାଲକାନଗିରି: ବାତ୍ୟା ଭଳି ମାଡ଼ିଆସିଲା କାଳବୈଶାଖୀ। ଯେତିକି ଢାଳିଲା ତା ଠାରୁ ଅଧିକ ଉଜାଡ଼ିଲା। କିଛି ମିନିଟ୍ ମଧ୍ୟରେ ଶତାଧିକ ଘରକୁ ମାଟିରେ ମିଶାଇଦେଲା। ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ରେ କାଳବୈଶାଖୀ ଭୀଷଣ ଆକାର ଧାରଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। କିଛି ଦିନ ହେଲା ଗରମ ହନ୍ତସନ୍ତ କରୁଥିଲା। ଗତକାଲି ସଂଧ୍ୟାରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା। ପବନ ବହିବା ସହ ତୁହାକୁତୁହା ବଜ୍ରପାତରେ ପ୍ରକମ୍ପିତ ହୋଇଥିଲା ଖଣ୍ଡମଣ୍ଡଳ। ରାତି ହେବା ବେଳକୁ […]









