ରାଜ୍ୟ

ପୁଲିସ ଗାଡ଼ି ଉପରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ବର୍ତ୍ତିଲେ ଥାନା ଅଧିକାରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଫେରସଗଡ଼ ଥାନା ଅଧିକାରୀ ଆକ୍ସ ମସିହା ଏକ କାର ଯୋଗେ ନିଜର ଜଣେ କନେଷ୍ଟବଳଙ୍କ ସହ ବିକାପୁର ଜିଲ୍ଲା ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ଯାଉଥିଲେ। ତେବେ ସମାନପଲ୍ଲୀ ଓ ରାଣିବଦଲି ମଧ୍ୟରେ ଥିବା ଗନ୍ନମ ନାଳ ନିକଟରେ ନକ୍ସଲ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଥିଲେ। ଏଥିରେ କାରର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ବର୍ତ୍ତିଯାଇଥିଲେ। ଏସପି ଜିତେନ୍ଦ୍ର […]

ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା

ବାଲେଶ୍ୱର: ଆଜି ବାଲେଶ୍ୱରଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି ଲୋକସଭା ବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ଓମ୍ ବିର୍ଲା। ସେ କହିଛନ୍ତି, ଓଡ଼ିଶାରେ ମଧ୍ୟ ଏବେ ଲୋକେ ବିରାଟ ପରିବର୍ତ୍ତନ ଚାହୁଁଛନ୍ତି। ଓଡ଼ିଶାରେ ମଧ୍ୟ ବିକାଶ ପାଇଁ ବିଜେପି ସରକାର ଆସୁ ଏକଥା ଓଡ଼ିଶାବାସୀ ଚାହୁଁଛନ୍ତି। ଓମ୍ ବିର୍ଲା ଆହୁରି କହିଛନ୍ତି, ପୂର୍ବର ଭାରତ ଓ ବର୍ତ୍ତମାନର ଭାରତ ଭିତରେ ଅନେକ ଫରକ ଆସିଛି। ପୂର୍ବରୁ ଭାରତ ବିଭିନ୍ନ ପ୍ରକାର ସାମଗ୍ରୀ ପାଇଁ ବିଦେଶ […]

ରାଜ୍ୟ

ବଲାଙ୍ଗୀରରେ ମୋଦୀଙ୍କ ବିରୁଦ୍ଧରେ ଗର୍ଜିଲେ, ବିଜେଡି ବିଷୟରେ ପଦଟିଏ ବି କହିଲେନି ରାହୁଲ ଗାନ୍ଧୀ

ବଲାଙ୍ଗୀର: ଓଡ଼ିଶାର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସାଲେପୁରରେ ବର୍ଷିଥିଲେ, ହେଲେ ବଲାଙ୍ଗୀରରେ  ପଦଟିଏ ବି କହିନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କର ଏଭଳି ଆଭିମୁଖ୍ୟ କେବଳ ଦଳୀୟ ନେତାଙ୍କୁ ନିରାଶ କରିଛି, ତା ନୁହେଁ ବରଂ ଏହା ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତିବାରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।ବଲାଙ୍ଗୀରରେ ଆୟୋଜିତ ଦଳୀୟ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଜୁନ୍ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ […]

ରାଜ୍ୟ

ରାଉରକେଲାରେ ନିର୍ବାଚନୀ ସଭା: କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେକ୍ଟର-୧୩ ମେଳଣ ପଡ଼ିଆରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ସଭାସ୍ଥଳକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ବିଶାଳ ନିର୍ବାଚନୀ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ସୁଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ […]

ରାଜ୍ୟ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ଥିଲା: ବିଜେପି

ଭୁବନେଶ୍ବର: ଭୁବନେଶ୍ବରରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା […]

ରାଜ୍ୟ

ଏଥର ବି ମତଦାନ ପ୍ରତିଶତ ଭଲ ରହିବ ବୋଲି ଆଶା: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲାଗି ମତଦାନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡ଼ିଶା । ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା। ସକାଳ ସାଢ଼େ ୫ ଟାରେ ମକ ପୋଲ ସମୟରେ ଇଭିଏମ ତ୍ରୁଟି ଜଣାପଡିଛି। ୫୨ ବ୍ୟାଲାଟ ୟୁନିଟ ବଦଳା ଯାଇଛି। କଳାହାଣ୍ଡିରେ ୧୦ ଇଭିଏମ୍ ଖରାପ ଥିବା ଜଣାପଡିଥିଲା। ମତଦାନ […]

ରାଜ୍ୟ

କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରରେ ଚାଲିଛି ଭୋଟ୍ : ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର: ନିର୍ଦ୍ଧାରିକ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସମେତ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଥିବା ୬୨,୮୭,୨୨୨ ଜଣ ମତଦାତା ସେମାନଙ୍କର ପସନ୍ଦର ନେତା ବାଛିବା ଲାଗି ‌ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କର ଧାଡ଼ି ଲାଗିଛି । ନିର୍ବାଚନ ମଇଦାନରେ ଲୋକସଭା ଓ ବିଧାନସଭା ମିଶି ୩୨ଟି ଆସନ ପାଇଁ ୨୭୧ଜଣ ପ୍ରାର୍ଥୀ ଆଜି ମତ ଲୋଡ଼ୁଛନ୍ତି।  […]

ଦେଶ ବିଦେଶ

ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ବିନମ୍ର ନିବେଦନ କରିଛନ୍ତି। ନିଜର ମତଦାନ ଅଧିକାରକୁ ସ୍ପଷ୍ଟ ଭାବେ ସାବ୍ୟସ୍ତ କରିବାକୁ ସେ ଆହ୍ବାନ ଦେଇଛନ୍ତି। https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1789833421960732858&lang=en&origin=https%3A%2F%2Fsambad.in%2Findia-and-beyond%2Fpm-modi-appeal-people-of-odisha-for-voting-1151935%2F&sessionId=da4cb8cec947281535fa2a4f9913cd81e9a18fde&theme=light&widgetsVersion=2615f7e52b7e0%3A1702314776716&width=550px ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ କହିଛନ୍ତି, ଆଜି ଓଡ଼ିଶାରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ମୁଁ ରାଜ୍ୟବାସୀଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ କରୁଛି। ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର- ଏହାକୁ ଦୃଢ଼ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କାହା ଝୁଲାକୁ ଯିବ ଆଦିବାସୀ ଭୋଟ: ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ଦଳ

ନବରଙ୍ଗପୁର: ତିନି ଦିନ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଏହି ସମୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ହାତରେ ଆଉ କମ୍ ସମୟ ରହିଥିବା ବେଳେ ସମସ୍ତେ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଳାଇଛନ୍ତି। ପୁଲିସ ଓ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ପ୍ରତି ବ୍ଲକ୍‌ର ପ୍ରବେଶ ପଥରେ ଗାଡ଼ି ଯାଞ୍ଚ ସହ ଲୋକଙ୍କୁ ପଚରାଉଚରା କରାଯାଉଛି। ପରିଚୟପତ୍ର ମଧ୍ୟ ଦେଖୁଛନ୍ତି। ଛତିଶଗଡ଼-ଓଡ଼ିଶା […]

ରାଜ୍ୟ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନ ପ୍ରଚାର

ବଲାଙ୍ଗୀର/ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ବଲାଙ୍ଗୀର ସହର ଉପକଣ୍ଠ ପଥରଚେପାଠାରେ ସେ ଜନସଭାକୁ ସମ୍ବୋଧିତ କରିବେ। ଏଥିପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀ ସମ‌ାବେଶସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ଏବଂ ୨ଶହ ଜଣ ପୁଲିସ୍‌ ଅଧିକାରୀ ଦାୟିତ୍ବରେ ରହିବେ। ପୂର୍ବରୁ […]