ରାଜ୍ୟ

ଏଫ୍‌ସିଆଇ କେନ୍ଦ୍ରୀୟ ଦଳ ପକ୍ଷରୁ ମଣ୍ଡି ଯାଞ୍ଚ: ବଲାଙ୍ଗୀର ଓ ବରଗଡ଼ରେ ଯାଞ୍ଚ କରୁଛନ୍ତି

ସମ୍ବଲପୁର: ଏଫ୍‌ସିଆଇର କେନ୍ଦ୍ରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଏବଂ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିର ଯାଞ୍ଚ୍‌ କରୁଛନ୍ତି। ମଣ୍ଡିରେ ବସ୍ତାର ସ୍ଥିତି ସହିତ କେଉଁଭଳି ଓ କିଭଳି ପରିବେଶରେ ଚାଉଳ ରଖାଯାଉଛି, ତାହା ଯାଞ୍ଚ୍‌ କରାଯାଉଛି। ସରକାରୀ ମାନଦଣ୍ଡ ଅନୁଯାୟୀ ବୈଜ୍ଞାନିକ ପଦ୍ଧତି ଗ୍ରହଣ କରାଯାଉଛି ନା ତାହାର ଉଲ୍ଲଂଘନ ହେଉଛି ସେ ସଂପର୍କରେ ଯାଞ୍ଚ୍‌ ସମୟରେ ତାହାର ଅନୁଧ୍ୟାନ କରୁଛନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟ ମଣ୍ଡିରେ ଏହିଭଳି ଯାଞ୍ଚ୍‌ କରାଯିବ ବୋଲି କୁହାଯାଉଛି। […]

ରାଜ୍ୟ

ମିଳିଲା ଆଶାଠାରୁ କମ୍‌ ନମ୍ବର: ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାଟ୍ରିକ୍‌ ପରୀକ୍ଷାରେ ଆଶାନୁରୂପ ଫଳାଫଳ ନ ମିଳିବାରୁ କୀଟନାଶକ ପିଇ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ, ଗୁଣୁପୁର ଗ୍ରାମର ରମେଶ ସାହୁଙ୍କ ପୁଅ ରୀତେଶ ସାହୁ(୧୫)। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗତକାଲି ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ମାଟ୍ରିକ୍‌ ପରୀକ୍ଷାରେ ଦେଇଥିବା ମେଧାବୀ ଛାତ୍ର ଗୁଣୁପୁର […]

ରାଜ୍ୟ

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ କ୍ବାର୍ଟର୍ସରୁ ଚୋରି, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ରାଉରକେଲା: ଉଦିତନଗର ରାଜସ୍ବ କଲୋନିରେ ଅତିରିକ୍ତ ‌ଯୋଗାଣ ଅଧିକାରୀ ସୋନିଲା ଖାରାଙ୍କ ସରକାରୀ କ୍ବାର୍ଟର୍ସରେ ଚୋରମାନେ କଳାକନା ବୁଲାଇଛନ୍ତି। ଗତକାଲି ରାତିରେ ତାଲା ଭାଙ୍ଗି ଘର ଭିରକୁ ପଶିଥିଲେ। ଆଲ୍‌ମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଯାଇଥିବା ଜଣାପଡିଛି। ଯୋଗାଣ କାର୍ଯ୍ୟାଳୟର ଆର୍‌ଏଲ୍‌ଓ ରାଜକିଶୋର ପ୍ରଧାନଙ୍କ ଲିଖିତ ଅଭିଯୋଗ ଆଧାରରେ ଉଦିତନଗର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅତିରିକ୍ତ ଯୋଗାଣ ଅଧିକାରୀ ସୋନାଲି ଖାରା ରାଉରକେଲାରେ ପହଞ୍ଚିବା ପରେ କ’ଣ କ’ଣ ଚୋରି […]

ରାଜ୍ୟ

ନବୀନ ସରକାରଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାରଙ୍କୁ ମାଗଣା ବିଜୁଳି

ଭୁବନେଶ୍ବର: ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟ ଦ୍ବାରା ରାଜ୍ୟର ଜନସାଧାରଣ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ରାଜ୍ୟର ୯୦% ପରିବାରଙ୍କୁ ମାଗଣା ବିଜୁଳି ଯୋଜନାର ଲାଭ ମିଳିବ। ବିଜେଡ଼ି  ପୁଣି ଥରେ ଜିତି ସରକାର ଗଠନ କଲେ ଜୁଲାଇ ମାସରୁ  ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଓଡ଼ିଶାର ‌ଲୋକଙ୍କୁ ଏହି ଯୋଜନା ଅନ୍ତର୍ଗତ ଏବେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ। ୧୦୦ରୁ ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର […]

ରାଜ୍ୟ

ନବୀନଙ୍କୁ ୨୫ ବର୍ଷ ସୁଯୋଗ ଦେଲ, ଆମକୁ ୫ ବର୍ଷ ଦିଅ: ଶାହ

ଭଞ୍ଜନଗର: ‘ନବୀନ ବାବୁଙ୍କୁ ୨୫ ବର୍ଷ ସ‌ୁଯୋଗ ଦେ‌ଲ। ଆମକୁ ୫ ବର୍ଷ ଦିଅ। ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାରେ ବିକାଶ ଦୁଇଗୁଣା ହେବ। ଗଞ୍ଜାମ ଜିଲ୍ଲା ଦେଶର ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହେବ। ପ୍ରତି କ୍ଷେତ୍ରରେ ନୂଆ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରାଯିବ। ଓଡ଼ିଶା ସରକାର ବର୍ତ୍ତମାନ କିଛି ଅଣଓଡ଼ିଆ ବାବୁଙ୍କୁ ନେଇ ଶାସନ ଚଳାଇଛନ୍ତି। ଓଡ଼ିଶାରେ ଓଡ଼ିଆ ନେତୃତ୍ବକୁ ଅଣଦେଖା କରାଯାଉଛି। ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ। ଆସନ୍ତା ୨୦ […]

ରାଜ୍ୟ

ବସ୍-ଡମ୍ଫର ମୁହାଁମୁହିଁ: ୧୪ ଆହତ, ୪ ଗୁରୁତର

ଯାଜପୁର: ଯାଜପୁର ସଦରଥାନା ବରୁହାଁ କବୀରପୁରଠାରେ ବସ୍ ଏବଂ ଡମ୍ଫର ସକାଳ ୬ ଟା ୧୫ରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମହେଶ୍ୱର ପୁର ପେଟ୍ରୋଲ ପମ୍ପ ନିକଟରେ ବରିରୁ କଟକ ଯାଉଥିବା ଦେବଯାନୀ ବସ୍ ସହ ଏକ ଚିପ୍ସ ବୋଝେଇ ଡମ୍ଫର ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ […]

ରାଜ୍ୟ

ବିଜେପି ଛାଡ଼ିଲେ ରମାରଞ୍ଜନ

ସତ୍ୟବାଦୀ: ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ଟିକେଟ ନ ମିଳିବା ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ତାଙ୍କ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର […]

ରାଜ୍ୟ

ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଲ ଆଣ୍ଡ ଟି ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ମୃତ ୩ ଜଣ ତାମିଲନାଡ଼ୁ ଓ ବିହାରର ବୋଲି ଜଣାପଡ଼ିଛି। କପିଳା ପଞ୍ଚାୟତ ରାହାଁସ ନିକଟରେ ଏଲ ଆଣ୍ଡ ଟି କମ୍ପାନୀର ପାଇପ ଲାଇନ୍‌ କାମ ଚାଲିଛି। ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ କାମ […]

ରାଜ୍ୟ

ନିର୍ବାଚନୀ ହିଂସା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା ରୋକିବାକୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ସିଇଓ। କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ଅଧିକାରୀ ଓଡ଼ିଶାଙ୍କର ଶୂନ୍ୟ […]

ରାଜ୍ୟ

ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଭୁବନେଶ୍ବରରେ ଏକ ବିଶାଳ ରୋଡ୍ ସୋ କହିଛନ୍ତି। ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏହି ରୋଡ୍ ସୋ’ କରାଯାଇଛି। ନଡ୍ଡାଙ୍କ ସହିତ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଭୁବନେଶ୍ବର ଏକାମ୍ର  ବିଧାୟକ ପ୍ରାର୍ଥୀ ବାବୁ ସିଂ ଏହି ରୋଡ୍ ସୋରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ,ବୁଧବାର ରାତିରେ ରାଜଧାନୀର ଏକ ହୋଟେଲରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିଜେପି ମହିଳା […]