ଅପରାଧ ଦେଶ ବିଦେଶ

ହାତୀକୁ ହଇରାଣ କରିବା ମହଙ୍ଗା ପଡ଼ିଲା, ମହିଳାଙ୍କୁ ଉଠାଇ କଚାଡ଼ି ଦେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହାତୀକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। କୌଣସି ଏକ ଜଙ୍ଗଲରେ ହାତୀ ବୁଲୁଛି। ଏହି ସମୟରେ ହାତୀ ସାମ୍ନାକୁ ଜଣେ ବିଦେଶୀ ମହିଳା ଚାଲି ଆସୁଛନ୍ତି। ଆଉ ହାତରେ କଦଳୀ କାନ୍ଦି ଧରିଛନ୍ତି। ଏଥିମଧ୍ୟରୁ ଗୋଟିଏ କଦଳୀ ହାତୀକୁ ଦେଖ‌ାଉଛି, ପୁଣି ନିଜ ଆଡକ ନେଇ ଆସୁଛନ୍ତି। କିଛିସମୟ ହାତୀ ମହିଳାଙ୍କ ଏଭଳି କାର୍ଯ୍ୟକଳାପ ଦେଖିବା ପରେ ରାଗି ଯାଇଥିଲା। ଆଉ କେହିକିଛି ବୁଝିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଘୁ ଖଣିଜ୍ ଲୁଟ୍ ଅଣାୟତ୍ତ: ଚୋରା ପଥର ଓ ବାଲି ବେପାରୀଙ୍କ ଚରାଭୂଇଁ ପାଲଟିଛି ଯାଜପୁର

ଯାଜପୁର/ଚଢ଼େଇଧରା : ଲଘୁ ଖଣିଜ ସମ୍ପଦ ନଦୀର ବାଲି ଓ ପାହାଡ଼ର କଳାପଥର, ମୋରମ, ମାଙ୍କଡ଼ା ପଥର ପ୍ରଭୃତିକୁ ନେଇ ପୂର୍ବ ଉପକୂଳ ଯାଜପୁର ଜିଲ୍ଲା ବେଶ୍‌ ସମୃଦ୍ଧ। ଏହି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ବ୍ୟବହାରକୁ ସୁନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ନିଃସହାୟ ହୋଇପଡ଼ିଛି। ନଦୀଗୁଡ଼ିକର ବାଲିଘାଟ ଚୋରା ବାଲି ବେପାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି। ସେହିପରି ପାହାଡ଼ପର୍ବତର କଳାପଥର(ଗ୍ରାନାଇଟ୍)‌, ମାଙ୍କଡ଼ା ଓ ମୋରମର ଅନିୟନ୍ତ୍ରିତ ଖନନ ପରିବେଶକୁ ଧ୍ବଂସମୁଖକୁ ଠେଲି ଦେଇଛି। ଜିଲ୍ଲାର ୧୦ଟି […]

ଦେଶ ବିଦେଶ ରାଜନୀତି

କର୍ଣ୍ଣାଟକ ଭୋଟ: ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା

ନୂଆଦିଲ୍ଲୀ: କର୍ଣ୍ଣାଟକ ନର୍ବାଚନ ଆଉ ୮ଦିନ ଥିବାବେଳେ ବିଜେପି ତା’ର ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ପାର୍ଟି ଭେଟେରାନ ବି.ଏସ.ୟେୁଦୁରାପ୍ପାଙ୍କ ଉପସ୍ଥିତିରେ ପ୍ରଜା ଧୱାନିକୁ ଉନ୍ମୋଚନ କରି ବିଜେପି ମୁଖ୍ୟ ଜେପି ନଡ୍ଡା କହିଛନ୍ତି ଯେ, ବିଜେପି ସରକାର ଆସିଲେ ମହିଳାଙ୍କୁ ସଶକ୍ତିକରଣ କରିବା ସହିତ ଯୁବ ପିଢ଼ିଙ୍କ କଲ୍ୟାଣକୁ ପ୍ରାଥମିକତା ଦେବ। ପ୍ରତି ପରିବାରକୁ ବର୍ଷକୁ ୩ଟି ଗ୍ୟାସ ସିଲିଣ୍ଡିର ମାଗଣା ଓ ପ୍ରତ୍ୟହ ୦.୫ ଲିଟର ନନ୍ଦିନୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା କଥା: ମା’ଙ୍କ ପ୍ରତ୍ୟାବର୍ତ୍ତନରେ ସାମିଲ ହୁଅନ୍ତି ହଜାର ହଜାର ମାନସିକ ଘଟଧାରୀ

ବ୍ରହ୍ମପୁର : ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ରହିଛି ବହୁ ପରମ୍ପରା ଓ କିଂବଦନ୍ତି। ଯାତ୍ରା ଅବଧି ଶେଷ ହେବା ପରେ ମା’ ମେଲାଣି ନେଇଥା’ନ୍ତି। ମା’ଙ୍କୁ ମେଲାଣି ଦେବା ବେଳେ ସାଂଗରେ ଶହ ଶହ ମାନସିକ ଘଟ ଆସି ନିଜସ୍ବ ମନ୍ଦିରରେ ଏକତ୍ରିତ ହୁଅନ୍ତି। ଏହି ଘଟ ପ୍ରସ୍ତୁତି ପ୍ରକ୍ରିୟା ଯେଉଁ ବର୍ଷ ଯାତ୍ରା ହେବାର ଥାଏ, ଏବଂ ଦିନ ଧାର୍ଯ୍ୟ କରାଯାଇଥାଏ, ତାହାର ଦୁଇ କିମ୍ବା ତିନି ମାସ ପୂର୍ବରୁ ମାନସିକ ଘଟ […]

ଅପରାଧ ରାଜ୍ୟ

ତାଳଚେର ଖଣି ଅଞ୍ଚଳରେ ବଢ଼ିବାରେ ଲାଗିଛି ବେଆଇନ୍‌ ମଦ କାରବାର

ତାଳଚେର : ତାଳଚେର ଖଣି ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ୍‌ ମଦ କାରବାର। ସବୁ ଜାଣି ବି ଅବକାରୀ ଓ ପୁଲିସ ବିଭାଗ ଆଖି ବୁଜି ଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଚୋରା ଦେଶୀ ଓ ବିଦେଶୀ ମଦରେ ତାଳଚେର ଭାସୁଥିବା ବେଳେ ଉଭୟ ବିଭାଗର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଳ୍ପ ବୟସର ଛାତ୍ର ଓ ଯୁବପିଢ଼ି ନିଶା ମ‌ାୟାରେ ପଡ଼ି ଯାଉଛନ୍ତି। ଅବକାରୀ ବିଭାଗର ଆଖିରେ ଆଙ୍ଗୁଠି ଗେଞ୍ଜି ବିଭିନ୍ନ ଗାଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି, ଆମ୍ବୁଲାନ୍ସ ବି ନାହିଁ; ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ରାଜସୁନାଖଳା : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମେ ଦଶଶଯ୍ୟା ବିଶିଷ୍ଟ ଥିବା ବେଳେ ପରବର୍ତ୍ତୀ ସମୟରେ ବଢ଼ି ଷାଠିଏ ଶଯ୍ୟାରେ ପରିଣତ ହୋଇଛି। କିନ୍ତୁ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେ‌ଳେ ୨ ନିୟମିତ, ଜଣେ ଠିକା ଓ ଅନ୍ୟଜଣେ ହୋମିଓପାଥିକ ଡାକ୍ତର ଦାୟିତ୍ୱ ତୁଲାଉଛନ୍ତି। ତାହା ପୁଣି ପାଳିରେ। ଫଳରେ ରୋଗୀ ସେବା କେତେ ଉନ୍ନତ ଧରଣର ତାହା ସ୍ପଷ୍ଟ ଅନୁମେୟ। ସ୍ବ‌ାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନଥିବା ବେଳେ ରୋଗୀମାନେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଠିକଣା ବଦଳାଉଛି ମାଓ ସଙ୍ଗଠନ: ବୈପାରିଗୁଡା-ପଟାଙ୍ଗି-ନନ୍ଦପୁର-ଲମତାପୁଟ ପାଲଟିଛି ନୂଆ କରିଡର

କୋରାପୁଟ : ଗ୍ରୀଷ୍ମରେ ରଣ କୌଶଳ ବଦଳାଉଛି ମାଓ ସଙ୍ଗଠନ। ଯବାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ମାଓବାଦୀ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ମାଓ ଦମନରେ ପୁଲିସକୁ ମିଳି ପାରୁନି ସଫଳତା। ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁରରେ ଦବଦବା କମିବା ପରେ ଜିଲ୍ଲାର ବୈପାରିଗୁଡା-ପଟାଙ୍ଗି-ଲମତାପୁଟ-ନନ୍ଦପୁର ପାଲଟିଛି ନୂଆ କରିଡର୍। ପୁଲିସ୍ ଓ ଯବାନଙ୍କୁ ଚକମା ଦେବା ପାଇଁ କେ‌ତେବେଳେ ମାଓବାଦୀ ବୈପାରିଗୁଡା ତ କେତେବେଳେ ପଡୋଶୀ ଛତିଶଗଡକୁ ଗଳା ବାଟ ଦେଇ ଖସି ଯାଉଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ […]

ରାଜ୍ୟ

ଦୂର ହେଉନି ଚନ୍ଦନପୁରରେ ପାନୀୟ ଜଳ ସମସ୍ୟା, ପାଣି ପାଇଁ ଖରାରେ ଚାଲୁଛନ୍ତି ମହିଳା

ନିରାକାରପୁର : ଟାଙ୍ଗୀ ବ୍ଲକ୍‌ ରାମେଶ୍ୱରପଞ୍ଚାୟତ ଅଧୀନସ୍ଥ ୧୪ ନମ୍ବର ୱାର୍ଡରେ ଥିବା ଚନ୍ଦନପୁର ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇ ପାରୁନି। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏଠାରେ ଦୁଇ ବର୍ଷ ତଳେ ଏକ ବୋରିଂ କରାଯାଇ ପାଣି ଯୋଗାଇ ଦେବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ଏହି ଗ୍ରାମର ଲୋକସଂଖ୍ୟା ୫ଶହରୁ ଅଧିକ। ପାଣି ପାଇଁ ଗ୍ରାମବାସୀ ସଂପୂର୍ଣ୍ଣଭାବେ ମଲାଗୁଣୀ […]

ରାଜନୀତି ରାଜ୍ୟ

ସମ୍ବଲପୁରରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଦଳ: ମୃତକଙ୍କ ଘରେ ତାଲା, ଭେଟି ପାରଲାନି ଟିମ୍

ସମ୍ବଲପୁର: ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି। ଆଜି ଏହି ଟିମ୍ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡା ଓ ତାଙ୍କ ଘରକୁ ଯାଇଥିଲେ। ହେଲେ ଘରେ ତାଲା ପଡ଼ିଥିବାରୁ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ପରିବାର ସହ ଦେଖାସାକ୍ଷାତ ସମ୍ଭବପର ହୋଇନାହିଁ। ଏହାପରେ ସେମାନେ ପଡ଼ୋଶୀଙ୍କ ସହ ଆଲୋଚନା କରିଥିଲେ। ଏହି ଟିମରେ ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା […]

ରାଜ୍ୟ

ରାଷ୍ଟ୍ରର ବିକାଶ ପାଇଁ ଆଣବିକ ଶକ୍ତିର ବିନିଯୋଗ ଅପରିହାର୍ଯ୍ୟ : ଡ.ଅଜିତ କୁମାର ମହାନ୍ତି

ଭାରତର ବିଶିଷ୍ଟ ପରମାଣୁ ବୈଜ୍ଞାନିକ ତଥା ମୟୂରଭଞ୍ଜ ମାଟିର ପୁଅ ଡ.ଅଜିତ କୁମାର ମହାନ୍ତି। ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଆସନରୁ ଏବେ ଆଣବିକ ଶକ୍ତି କମିସନ୍‌ର ଅଧ୍ୟକ୍ଷ ଓ ସଚିବ ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଶାହ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ଫିଜିକ୍ସ‌ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ‌ପଦରେ କାମ କରି ବିଶ୍ବସ୍ତରରେ ପ୍ରସିଦ୍ଧି ହାସଲ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଖିରିପଦା ଗ୍ରାମରେ ଜନ୍ମଗ୍ରହଣ […]