ଅପରାଧ ରାଜ୍ୟ

ମୋବାଇଲ ଚୋରି କରି ଯୁବକ ଗିରଫ

କିଞ୍ଜିରିକେଲା: ସୁନ୍ଦରଗଡ ଜିଲ୍ଲା କିଞ୍ଜିରିକେଲାରେ ଏକ ମୋବାଇଲ ଦୋକାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ସୋମବାର ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କିଞ୍ଜିରିକେଲା ଥାନା ବ୍ରାହ୍ମଣମରା ଗାଁର କୃପାସିନ୍ଧୁ ରାକ୍ସା। ଗତ ୧୯ ମାର୍ଚ୍ଚ ୧୯ ତାରିଖରେ ସୁରଜ ସାହୁଙ୍କ ମୋବାଇଲ ଦୋକାନରେ କାମ କରୁଥିବା କୃପାସିନ୍ଧୁ ୧୨ଟି ମୋବାଇଲ ଚୋରି କରି ନେଇଥିଲେ। ଏହା ଜଣାପଡିବା ପରେ ସୁରଜ କିଞ୍ଜିରିକେଲା ଥାନାରେ ଏକ ଏତଲା ଦେଇଥିଲେ। ପୁଲିସ ନଂ. ୪୭/୨୩ରେ ଏକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା, ସବୁଜାଣି ଚୁପ୍ ବସିଛି ପୁଲିସ ପ୍ରଶାସନ

ଓଡ଼ଗାଁ : ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା। ପୁଲିସକୁ ହାତ କରି ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ସବୁଜାଣି ଚୁପ୍ ବସିଛି ପୁଲିସ ପ୍ରଶାସନ। ଶରଣକୁଳ ଥାନାଠାରୁ ୧ କିଲୋମିଟର ଦୂର ସାବିଦେଇପୁର ନିକଟରେ ଜୁଆ ଆଡ଼ା ଚାଲିଛି। ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେଉଛି। ସାଧାରଣ ଲୋକେ ସେହି ସ୍ଥାନ ଦେଇ ଯାତାୟାତ କରିବାକୁ ଭୟ କରୁଥିବା ବେଳେ ସାବିଦେଇପୁର ଗ୍ରାମବାସୀ କିଭଳି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ପଖାଳ ଦିବସ’ ପାଳିଲା ଛତିଶଗଡ଼; ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ବାସି ପଖାଳର ଔଷଧୀୟ ଗୁଣ

ରାୟପୁର: ଛତିଶଗଡ ସରକାର ଅନ୍ତର୍ଜାତୀୟ ଶ୍ରମିକ ଦିବସକୁ ବୋରେ ବାସି ଅର୍ଥାତ ‘ପଖାଳ ଦିବସ’ ଭାବେ ପାଳନ କରିଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜନେତା, ଅଧିକାରୀ, ପୁଲିସ କର୍ମଚାରୀ ଯବାନ ସମସ୍ତେ ଆଜି ବାସି ପଖାଳ ଦିବସରେ ସାମିଲ ହୋଇଛନ୍ତି। ନିଜର ସଂସ୍କୃତି ଓ ସ୍ବତନ୍ତ୍ର ଖାଦ୍ୟପେୟ ପାଇଁ ଭାରତରେ ଛତିଶଗଡ଼ର ପରିଚୟ ରହିଛି। ତୀଜ ପର୍ବ ଓ କଳା ପରଂପରା ସହିତ ଛତିଶଗଡ଼ର ଖାଦ୍ୟପେୟ ମଧ୍ୟ ଆକର୍ଷଣୀୟ। ରାଜ୍ୟର ପ୍ରମୁଖ ବ୍ୟଞ୍ଜନରେ ଠେଠରୀ, ଚୀଲା, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି କୋରାପୁଟ ରେଲୱେ ଷ୍ଟେସନ ଅଞ୍ଚଳ, ନିଜକୁ ସୁରକ୍ଷିତ ମଣୁନାହାନ୍ତି ଯାତ୍ରୀ

କୋରାପୁଟ : କୋରାପୁଟ ରେଲୱେ ଷ୍ଟେସନ ଅଞ୍ଚଳ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପୁଲିସ୍ ପାଟ୍ରୋଲିଂ ଅଭାବରୁ ସକାଳୁ ରାତି ପର୍ଯ୍ୟନ୍ତ ଷ୍ଟେସନକୁ ଲାଗିଥିବା ବିଭିନ୍ନ ଅଞ୍ଚଳରେ ମଦର ଆସର ଜମୁଛି। ଫଳରେ ରେଲୱେ ‌ଷ୍ଟେସନ ସମେତ ବିଭିନ୍ନ କାମରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ମହିଳା ଓ ଯାତ୍ରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କୋରାପୁଟ ଷ୍ଟେସନର ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଧୂଳିଧୂଷରରେ ପରିପୂର୍ଣ୍ଣ ହୋଇଛି ଷ୍ଟେସନ ପରିବେଶ। ଷ୍ଟେସନ ସମ୍ମୁଖରେ ରହିଥିବା ବରଗଛ ଯାତ୍ରୀଙ୍କ […]

ଦେଶ ବିଦେଶ

ଆମ ସରକାର ଆସିଲେ…..ଆଜମ ଖାଁଙ୍କ ଖୋଲା ଚେତାବନୀ

ରାମପୁର : ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜିକାଲି ରାମପୁରରେ ଅଛନ୍ତି ଏବଂ ପୌର ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଖୋଲାଖୋଲିଭାବେ ପୁଲିସ ଓ ପ୍ରଶାସନକୁ ଧମକ ଦେଇଥିବା ଦେଖାଯାଇଥିଲା । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯେତେବେଳେ ସରକାର ବଦଳିବ, ସେତେବେଳେ ଏହାଠାରୁ ଆହୁରି ଲମ୍ବା ରେଖା ଅଙ୍କାଯିବ। ଇନ୍ଦିରା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ ରାଜପଥ କଡ଼ରେ ପଇଡ଼ ଭାଡ଼ି, ପର୍ଯ୍ୟଟକଙ୍କୁ ଗ୍ରୀଷ୍ମରୁ ତ୍ରାହି ଦେଉଛି

ପିପିଲି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ପଇଡ଼ ଭାଡ଼ିମାନଙ୍କରେ ଏବେ ଭିଡ଼ ଲାଗିଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀଗାମୀ ପର୍ଯ୍ୟଟକ ଓ ଯାତ୍ରୀମାନେ ବିଭିନ୍ନ ଥଣ୍ତା ପାନୀୟ ବଦଳରେ ପଇଡ଼ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। ପ୍ରଚଣ୍ତ ରୌଦ୍ରତାପବେଳେ ତୃଷ୍ଣା ମେଣ୍ଟାଇବାକୁ ଲୋକମାନେ ରାଜପଥ ପାର୍ଶ୍ବ ପଇଡ଼ ଭାଡ଼ିରେ ଅଟକି ପଇଡ଼ ପିଉଥିବା ଦେଖିବାକୁ ମିଳୁଛି। ପଇଡ଼ ଗୋଟାକୁ ବିକାଳି ୩୫ରୁ ୪୦ ଟଙ୍କା ବିକ୍ରି କରୁଛନ୍ତି। ସ୍ଥାନୀୟ ଅଂଚଳର ପଇଡ଼ ପାଣି ଖୁବ […]

ଅପରାଧ ଦେଶ ବିଦେଶ

ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ

ନୂଆଦିଲ୍ଲୀ: କେରଳରେ ଗତ ମାସ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ ହୋଇଛି। କେରଳର ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ଦେଇ ଏହି ଟ୍ରେନ ଯାଉଥିବାବେଳେ ଆକ୍ରମଣକାରୀମାନେ ଏଭଳି ଅଘଟଣ ଘଟାଇଛନ୍ତି। ପଥରଟି ସି- ୪ କୋଚରେ ବାଜିଛି। ଟ୍ରେନର କାଚ ଭାଙ୍ଗିଯାଇଛି। ରେଲୱେ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ମାଲାପୁରମ ଜିଲ୍ଲା ପୁଲିସ ପକ୍ଷରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟାଙ୍ଗୀବ୍ଲକ୍‌ ଅଚ୍ୟୁତପୁର ପଞ୍ଚାୟତରେ ପାନୀୟଜଳ ସଙ୍କଟ, ଲୋକେ ପିଉଛନ୍ତି ପୋଖରୀ ପାଣି

ନିରାକାରପୁର : ଟାଙ୍ଗୀବ୍ଲକ୍‌ ଅଚ୍ୟୁତପୁର ପଞ୍ଚାୟତର ୧୧ ଓ ୧୨ ନମ୍ବର ୱାର୍ଡରେ ପାନୀୟ ଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଟାଙ୍ଗରା ଅଞ୍ଚଳ ସହ ବିଭିନ୍ନ ଜଳଉତ୍ସ ଧୀରେଧୀରେ ଶୁଖି ଚାଲିଥିବାରୁ ଏଠାକାର ୧୨୦୦ରୁ ଊର୍ଦ୍ଧ୍ବ ବାସିନ୍ଦା ଏବେଠୁ ଘୋର ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଦୁଇଟି ୱାର୍ଡରେ ସରକାରଙ୍କ ତରଫରୁ ଖୋଳାଯାଇଥିବା ୮ଟିରୁ ୬ଟି ନୂଳକୂଅ ଏବେ ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି। ଫଳରେ ଅଞ୍ଚଳବାସୀ କେବଳ ୨ଟି ସଚଳ […]

ଦେଶ ବିଦେଶ ରାଜନୀତି

ଜି ନ୍ୟୁଜ୍ ମାଟରାଇଜ୍ ସର୍ଭେ : କର୍ଣ୍ଣାଟକରେ କ୍ଷମତାକୁ ଫେରିବ ବିଜେପି

ନୂଆଦିଲ୍ଲୀ : କର୍ଣ୍ଣାଟକର ନିର୍ବାଚନୀ ଲଢେଇ ଆରମ୍ଭ ହୋଇଯାଇଛି । କ୍ଷମତା ଦୌଡ଼ରେ ସାମିଲ ହୋଇଛନ୍ତି ସବୁ ରାଜନୈତିକ ଦଳ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଛି। ୨୨୪ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ମେ ୧୦ ରେ ଭୋଟଗ୍ରହଣ ହେବ । ମେ’ ୧୩ ତାରିଖରେ ଭୋଟଗଣତି ହେବ । ଏହା ପୂର୍ବରୁ ବିଭିନ୍ନ ସଂସ୍ଥାର ମତାମତ ସର୍ଭେ ପ୍ରକାଶ ପାଇଛି । ଜି ନ୍ୟୁଜ୍- ମାଟରାଇଜ୍ ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି କୋଟିଆରେ ଆନ୍ଧ୍ର ରାଜ୍ : ‘ଓଡ଼ିଶା-ଆନ୍ଧ୍ର ଭାଇଭାଇ’ କହି ଲୋକଙ୍କୁ ନିଜ ରାଜ୍ୟର ଯୋଜନା ବୁଝାଇଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ/ପଟ୍ଟାଙ୍ଗି: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଓଡ଼ିଆ ସରକାରଙ୍କୁ ଚ୍ୟାଲେଞ୍ଜ କଲା ଭଳି ଆଜି କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନ ଦୋରା ଅନୁପ୍ରବେଶ କରିଛନ୍ତି। ତାଙ୍କୁ ଅଞ୍ଚଳବାସୀ ଭବ୍ୟ ସ୍ୱାଗତ କରିବା ସହିତ କନ୍ଧ ଭାଷାରେ ଗୀତ ନାଚ କରି ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ନିଜ ରାଜ୍ୟ ସରକାରୀ ଯୋଜନାକୁ ନେଇ ଘରେ ଘରେ ବୁଲି ସଚେତନତା କରୁଥିବା ବେଳେ ଓଡ଼ିଶା ଜିଲ୍ଲା […]