ଅପରାଧ ରାଜ୍ୟ

୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ: ଦୁର୍ଘଟଣା ନା ହତ୍ୟା? କାରଣ ଅସ୍ପଷ୍ଟ

ହେମଗିର: ସୋମବାର ରାତିରେ ବାଙ୍କିବାହାଲ-ଟପରିଆ ରାସ୍ତାର ଛତାବର ପୋଲ ନିକଟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଆର୍ କେ ଡି ନାମକ ଏକ ଘରୋଇ ଠିକାସଂସ୍ଥା କର୍ମଚାରୀ ସିକ୍ୟୁରିଟି ସୁପରଭାଇଜର ମାନସ ରଥ (୪୨, ଭେଡେନ,ବରଗଡ) ଓ ସିକ୍ୟୁରିଟି ଗାର୍ଡ ପ୍ରିନ୍ସ ନାଏକ (୨୫, ଉଡୁସୁ,ବିଶ୍ରା)। ଅନ୍ୟ ଜଣକ ସ୍ଥାନୀୟ ନିୟୁ ବଲିଙ୍ଗା ନିବାସୀ ସଚିନ୍ ଚିଟକି ବୋଲି ଜଣାପଡିଛି। ସୂଚନା ଅନୁସାରେ, ଗତ […]

ରାଜ୍ୟ

ବୀରବିକ୍ରମ ଯାଦବଙ୍କ ରଥ ନିର୍ମାଣ ସମୀକ୍ଷା

ପୁରୀ: ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଯୋଗ‌ଦାନ ପୂର୍ବରୁ ଆଜି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ମହାରଣା ସେବକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜ୍ୟ

ବିବାହ ବନ୍ଧନରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ସମ୍ବଲପୁର: ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମେ ୧ ତାରିଖ ସୋମବାର ସଂଧ୍ୟାରେ ଗୌହାଟିର ଏକ ତାରକା ହୋଟେଲ୍‌ରେ ଉଭୟଙ୍କ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିଲା। ବଙ୍ଗୀୟ ରୀତିନୀତିରେ ଅନୁଷ୍ଠିତ ଏହି ଚର୍ଚ୍ଚିତ ବିବାହ ଉତ୍ସବରେ ଉଭୟ ପକ୍ଷରୁ ଶତାଧିକ ଅତିଥି ଯୋଗ ଦେଇଥିଲେ। ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ବଲାଙ୍ଗୀର […]

ରାଜ୍ୟ

ରଥଖଳା ଖବର : ୪୨ ତୁମ୍ବର ବିନ୍ଧ କାମ ଶେଷ

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ଅଷ୍ଟମ ଦିନ ଶେଷ ସୁଦ୍ଧା ୪୨ଟି ତୁମ୍ବର ୧୬ ଯୋଡ଼ା ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ତିନି ରଥର ତୁମ୍ବଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବ। ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ବିନ୍ଧଗୁଡ଼ିକର ଆବଶ୍ୟକତାକୁ ପରଖାଯାଇ ନିହାଣ ମରା ସଂଶୋଧନ କାର୍ଯ୍ୟ କରାଯିବ। ସେପଟେ ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥ […]

ରାଜ୍ୟ

ଏକାଧିକ ପ୍ଲଟ୍‌ ହାତେଇବା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଦ୍ବିତୀୟ ପ୍ଲଟ୍‌ ପାଇଁ ଆବେଦନ ଉପରେ କଟକଣା

କଟକ: ବିଡିଏ, ସିଡିଏ ଓ ରାଜ୍ୟର ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ହେବନାହିଁ। ଏହି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜଣେ ବ୍ୟକ୍ତିଙ୍କୁ ଆବଣ୍ଟନ କରିଥିବା ଦ୍ବିତୀୟ ପ୍ଲଟକୁ ବାତିଲ କରିଥିବା ବେଳେ ବାତିଲ ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିବା ସହିତ ଭବିଷ୍ୟତରେ ଏହି ପ୍ରସଂଗରେ ଅଙ୍କୁଶ ଲାଗାଇବାକୁ ନିଦେର୍ଦଶ ଦେଇଛନ୍ତି। ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ଲଟ […]

ଅପରାଧ ରାଜ୍ୟ

ସମ୍ବଲପୁର ହିଂସା ଘଟଣାରେ ମୁହାଁମୁହିଁ; ବିଜେପି ଘୃଣା ରାଜନୀତି କରୁଛି : ବିଜେଡି

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି। ସମ୍ବଲପୁର ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହିତ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି କମିଟିର ଅଧ୍ୟକ୍ଷ ତଥା ଗୃହ ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷ ବ୍ରିଜଲାଲ ଦାବି କରିଛନ୍ତି। ବିଜେପି ସାଂସଦମାନଙ୍କ କମିଟି ଆଜି ମୃତକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡା ଯାଇଥିଲେ। ଚନ୍ଦ୍ରମଣିଙ୍କ ଘରେ ତାଲା ପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ଆହତ […]

ରାଜ୍ୟ

ସାତପଡ଼ା ଯାତ୍ରୀନିବାସ ଘରୋଇକରଣକୁ ବିରୋଧ

ପୁରୀ: ଆତିଥ୍ୟ ବାଣ୍ଟୁଥିବା ଗୋଟେ ପରେ ଗୋଟେ ଲାଭଦାୟୀ ଯାତ୍ରୀନିବାସକୁ ସରକାର ଘରୋଇ କମ୍ପାନି ହାତରେ ଅର୍ପଣ କରିଦେଉଛନ୍ତି। କୋଣାର୍କ ଉଡ୍‌ ରେସ୍ତୋରାଁ ପରେ ସାତପଡ଼ା ଯାତ୍ରୀନିବାସକୁ ଘରୋଇକରଣ ନେଇ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଲିକା ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଯାତ୍ରୀନିବାସ ୧୯୮୬ ମସିହାରୁ ଆତିଥ୍ୟ ଯୋଗାଇ ଆସୁଥିବା ବେଳେ ଲାଭଦାୟୀ ଉଦ୍ୟୋଗର ପରିଚୟ ପାଇଛି। ଏହା ସତ୍ତ୍ୱେ ସାତପଡ଼ା ଯାତ୍ରୀନିବାସକୁ ଘରୋଇ କମ୍ପାନି ହାତରେ ଟେକି ଦେବାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାତ୍ୟା ଭୟ: ୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ

ଭୁବନେଶ୍ବର: ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ବାତ୍ୟା ‌ରୂପ ନେବ କି ନାହିଁ, ସେନେଇ ଆକଳନ କରାଯାଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲ ପୂର୍ବାନୁମାନ […]

ରାଜ୍ୟ

ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ କଲମାର ୧୭ ଗେଟ୍‌ ଖୋଲିଦେଲେ: ତୃତୀୟ ଦିନରେ ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା/ବରଗଡ଼: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାରିରହିଛି। ଆଜି ଥିଲା ଗସ୍ତର ତୃତୀୟ ଦିବସ। ସକାଳୁ ଟ୍ରିବ୍ୟୁନାଲ ସଦସ୍ୟ ବସନ୍ତପୁରର ମିରୌନି, ସାରାଡ଼ିହ କଲମା ବ୍ୟାରେଜ ସହ ଓଡିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍‌ବିତଣ୍ଡା ହୋଇଥିଲା। ପାଣି ଛଡ଼ାଯାଉ ନଥିବା ନେଇ ଓଡ଼ିଶା ବାରମ୍ବାର ଅଭିଯୋଗ […]

ରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିରରେ ‘ଅବଢ଼ା ଶୋଷଣ’, ଅନନ୍ତ ବାସୁଦେବଙ୍କ ଦରର ୩ଗୁଣା ଅଧିକ

ଭୁବନେଶ୍ବର: ସମ୍ପ୍ରତି ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ଦର ବେଲଗାମ୍‌ ହୋଇପଡ଼ିଛି। ଅବଢ଼ାର ଆକାଶଛୁଆଁ ଦରକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୩ ଶହ ଟଙ୍କାର ଅବଢ଼ାରେ ଜଣଙ୍କ ପେଟ ପୂରୁନାହିଁ। ପ୍ରସାଦ ବିକ୍ରି ନାଁରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ହେଉଛି। ମାତ୍ର ୨ ଶହ ମିଟର ଦୂରରେ ପ୍ରଭୁ ଅନନ୍ତ ବାସୁଦେବଙ୍କ ଅବଢ଼ା ଦରର ୩ଗୁଣା ଅଧିକରେ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା ବିକ୍ରି ହେଉଛି। ଅବଢ଼ା […]