ରାଜ୍ୟ ସ୍ପେଶାଲ ରିପୋର୍ଟ

ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଟିକେଟ୍ ବୁକିଂ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଟିକେଟ୍ ବୁକିଂ ଆରମ୍ଭ କରିଛନ୍ତି। ଏହାଦ୍ବାରା ଓଡ଼ିଶାର ଲୋକମାନେ ଉଚିତ ମୂଲ୍ୟରେ ଦକ୍ଷିଣ-ପୂର୍ବ ଏସୀୟ ଦେଶକୁ ସୁବିଧାରେ ଯାତାୟତ କରିପାରିବେ। ଏହାସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାରେ ସହଯୋଗ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ାରେ ବିଜେପିକୁ ପୁଣି ଝଟ୍‌କା

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ଆଜି ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ଭୁବନେଶ୍ବରର ‘ଶଙ୍ଖ ଭବନ’ରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲା ପରେ ନବୀନ ନିବାସ ଯାଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଗତ ୨୫ ବର୍ଷ ଧରି ଶ୍ରୀ ସାହୁ ଦଳର ବିଭିନ୍ନ ପଦପଦବିରେ ରହି ଆସୁଥିଲେ। ଉପନିର୍ବାଚନ ଆଉ ମାତ୍ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ପଷ୍ଟ ହେଉଛି ଚିତ୍ର: ୯ରେ ବାତ୍ୟା ‘ମୋଚା’, ୧୨ ତାରିଖରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ବର : ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଏବଂ ୮ ତାରିଖରେ ଏହା ଅବପାତରେ ପରିଣତ ହେବା ପରେ ଉତ୍ତର ଦିଗ‌ରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହେବା ପାଇଁ ପାରିପାର୍ଶ୍ବିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି

ବାରିପଦା/ରାଇରଙ୍ଗପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଗୁରୁବାର)ଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ସ୍ବତନ୍ତ୍ର ହେଲିକପ୍‌ଟର ଯୋଗେ ଆସି ୧୦ଟା ୧୫ ମିନିଟ୍‌ରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡାକବଙ୍ଗଳାରେ ଅବସ୍ଥାନ କରିବେ। ୫ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବେ। ଭ୍ରମଣ ସାରି ହେଲିକପ୍‌ଟର ଯୋଗେ ବାରିପଦା ଯିବେ। ବାରିପଦା ସର୍କିଟ୍‌ ହାଉସ୍‌ରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା ସହ ଅତିଥି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ା ଉପନିର୍ବାଚନ: ଝାରସୁଗୁଡ଼ା ବିଜେପି ମଙ୍ଗ ଧରିବେ କିଏ?

ଝାରସୁଗୁଡ଼ା : ଉପନିର୍ବାଚନକୁ ଆଉ ମାତ୍ର ୬ ଦିନ ବାକିଥିବା ବେଳେ ଏହିସମୟରେ ଦଳର ହାତ ଛାଡ଼ି ଦେଲେ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ମଙ୍ଗଳ ସାହୁ। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଶ୍ରୀ ସାହୁ ଦଳ ବଦଳ କରିବା ପରେ ଏବେ ଝାରସୁଗୁଡ଼ା ବିଜେପିର ମଙ୍ଗ କିଏ ଧରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଜିଲ୍ଲା ବିଜେପିରେ ସେଭଳି କୌଣସି ନେତା ଦୃଶ୍ୟମାନ ହେଉନଥିବା ବେଳେ ଦଳ ପୁରୁଣା […]

ରାଜ୍ୟ

୩ ବରିଷ୍ଠ ଆଇପିଏସ୍‌ଙ୍କୁ ଡିଜି ପାହ୍ୟା

ଭୁବନେଶ୍ବର : ରାଜ୍ୟ ସରକାର ୩ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ୱାଇବି ଖୁରାନିଆଙ୍କର ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ

କୋଟିଆ ଚାଷୀଙ୍କ ଉପରେ ବି ଆନ୍ଧ୍ର ନଜର

କୋରାପୁଟ/ପଟାଙ୍ଗି : ଏବେ କୋଟିଆ ଚାଷୀଙ୍କ ଉପରେ ନଜର ପକାଇଛି ଆନ୍ଧ୍ରପ୍ରଦେଶ। ଫାଟୁସିନେରିରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଯୋଜନା କରିଛି। ଏଠାରେ ଉତ୍ପାଦନ ହେଉଥିବା ହଳଦୀକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ଆନ୍ଧ୍ର ଲକ୍ଷ୍ୟ ରଖିଛି। ଏହାକୁ ଦୃଷ୍ଟିରେ ରଖି ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତଥା ଯୁବ ଆଇଏଏସ୍‌ ଅଧିକାରୀ ସି. ବିଷ୍ଣୁଚରଣ ଆଜି ଫାଟୁସିନେରିରେ ଡେରା ପକାଇଛନ୍ତି। ସେହିପରି ସହକାରୀ ପ୍ରକଳ୍ପ ନିର୍ଦ୍ଦେଶ ୱାଇ. ସତ୍ୟମ ନାଇଡୁ ମଧ୍ୟ […]

ଅପରାଧ ରାଜ୍ୟ

ଠକ ତାନ୍ତ୍ରିକ କୈଫିର ଭିଡିଓ ଭାଇରାଲ୍: ସହଯୋଗୀ ଇସ୍ରାଏଲକୁ ଉଠାଇ ନେଲା ପୁଲିସ

କଟକ : କୁଖ୍ୟାତ ଠକ କୈଫି ଖାଁର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। କେଶରପୁର ଘରେ କୈଫି ଭଦ୍ରକର ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନେବା ସମୟର ଏହି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ କୈଫିର ଖାସ୍ ସହଯୋଗୀ କେଶରପୁରର ସେକ୍ ଇସ୍ରାଏଲର ଚେହେରା ସାମନାକୁ ଆସିଛି। ତାକୁ ପୁଲିସ ଉଠାଇ ନେଇଥିବା କୁହାଯାଉଛି। କୈଫିର ଏହି ଠକେଇ କାରବାରରେ ଇସ୍ରାଏଲର ପ୍ରମୁଖ ଭୂମିକା ରହିଥିଲା। ସବୁ ଠକେଇ […]

ରାଜ୍ୟ

ରେଡିଓ ଚକ୍‌ଲେଟ୍‌କୁ ଅଭିନନ୍ଦନ; ଶ୍ରୋତାବନ୍ଧୁଙ୍କୁ କୃତଜ୍ଞତା

ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍‌ଏମ୍‌ ୨୦୦୭ ମସିହା ମେ ୪ ତାରିଖରେ ଜନ୍ମ ହୋଇଥିଲା। ଚାହୁଁ ଚାହୁଁ ୧୬ ବର୍ଷ ବିତି ଯାଇଛି। ଆଜିର ଦିନରେ ରେଡ଼ିଓ ଚକ୍‌ଲେଟ୍‌ ୧୭ତମ ବର୍ଷରେ ପଦାର୍ପଣ କରିଛି। ବର୍ଷ ବର୍ଷ ଧରି ଆମକୁ ଏତେ ଭଲ ପାଇବା, ଆଶୀର୍ବାଦ ଦେଇ ପ୍ରତିଟି ସୋପାନରେ ଆମ ସାଥିରେ ରହି ଦୀର୍ଘ ୧୬ ବର୍ଷ ଧରି ଲଗାତାର ଓଡ଼ିଶାର ନଂ-୧ ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ର ମାନ୍ୟତା ଦେଇଥିବାରୁ ଆମର ଶ୍ରୋତାବନ୍ଧୁଙ୍କୁ ଯେତେ କୃତଜ୍ଞତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚିଲିକାରେ ଚାଲିବ ସୌରଶକ୍ତି ଓ ବିଦ୍ୟୁତ ଚାଳିତ ବୋଟ୍

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଡଙ୍ଗା ନିୟମ-୨୦୦୪କୁ ରାଜ୍ୟ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୧୯ବର୍ଷ ହେଲା ଏହି ନିୟମ ଲାଗୁ ହୋଇଥିଲେ ହେଁ ଏହା ‌ବିଶେଷ ଫଳପ୍ରଦ ହୋଇନଥିବାରୁ ଏଥିରେ ପରିବର୍ତ୍ତନ ଅଣାଯାଉଛି। ‌କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଏହା ନୂଆ ରୂପ ନେବ। ଜଳପଥ ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ନିରାପତ୍ତା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ରଖିଥିବା ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜଳପଥରେ ଉଭୟ ଯାତ୍ରୀ […]