ରାଜନୀତି ରାଜ୍ୟ

ଦଙ୍ଗାକାରୀଙ୍କ ଘର ଉପରେ ସରକାର ବୁଲଡୋଜର ଚଢ଼ାଇ ପାରିବ କି : ବିଜେପି

ଭୁବନେଶ୍ବର : ବିଜୁ ଜନତା ଦଳର ୪୬ ବିଧାୟକଙ୍କ ନାଁରେ ୧୮୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ବିଚରାଧୀନ ଅଛି। ହତ୍ୟା, ହତ୍ୟା ଉଦ୍ୟମ, ଦୁଷ୍କର୍ମ, ଅସଦାଚରଣ ଭଳି ସଙ୍ଗୀନ ଦଫାରେ ବିଜେଡି ନେତାମାନେ ଅଭିଯୁକ୍ତ। ବିଜେଡି ସରକାରରେ ଆଇନମନ୍ତ୍ରୀଙ୍କ ନାଁରେ ହତ୍ୟା ମାମଲା, ଗୃହମନ୍ତ୍ରୀଙ୍କ ନାଁ ଜଣେ ଯୁବତୀର ଦୁଷ୍କର୍ମ ଓ ହତ୍ୟା, ଶ୍ରମମନ୍ତ୍ରୀଙ୍କ ନାଁରେ ତାଙ୍କ ନିଜ ଦଳର ନେତ୍ରୀ ସଙ୍ଗୀନ ଅଭିଯୋଗ ଓ ବିଧାୟକଙ୍କ ନାଁରେ ସେକ୍ସ ସ୍କାଣ୍ଡାଲ ଅଭିଯୋଗ ରହିଛି। ଏହା […]

ରାଜନୀତି ରାଜ୍ୟ

ରାଜଗାଙ୍ଗପୁର ବିଧାନସଭା ଆସନ ଚିତ୍ର ବଦଳୁଛି: ନୂଆ ମୁହଁ ଦେଇପାରନ୍ତି ବିଜେଡି, ବିଜେପି

ରାଜଗାଙ୍ଗପୁର : କଂଗ୍ରେସ ବିଧାୟକ ଡା. ରାଜନ ଏକ୍କାଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଆଗାମୀ ୨୦୨୪ ନିର୍ବାଚନରେ ରାଜଗାଙ୍ଗପୁର ବିଧାନସଭା ଆସନରୁ କାହାକୁ ପ୍ରାର୍ଥୀ କରିବେ, ତାହା ସ୍ପଷ୍ଟ ହୋଇନାହିଁ। ଭୋଟରମାନେ ଦ୍ବନ୍ଦରେ ଅଛନ୍ତି, ଦଳ ବି। ଉଭୟ ଦଳ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ ଉଭୟ ବିଜେଡି ଓ ବିଜେପିରେ କିନ୍ତୁ ଆଶାୟୀଙ୍କ ତାଲିକା ବଢ଼ିବାରେ ଲାଗିଛି। ୨୦୧୯ ବିଧାନସଭା ନିର୍ବାଚନରେ ରାଜଗାଙ୍ଗପୁରରେ ପ୍ରକୃତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଳାରେ ରାଜନୀତି! ହରିଶଙ୍କରର ବିକାଶ ହେବ ତ?

ବଲାଙ୍ଗୀର : ପ୍ରସିଦ୍ଧ ତୀର୍ଥପୀଠ ହରିଶଙ୍କରଠାରେ ଚାଲିଛି ହରିଶଙ୍କର ମହୋତ୍ସବ। ପ୍ରତିଦିନ ବିଭିନ୍ନ ପଦାଧିକାରୀ ଓ ଜନପ୍ରତିନିଧି ମହୋତ୍ସବରେ ଯୋଗଦେଉଛନ୍ତି। ହେଲେ ହରିଶଙ୍କର ମେଳାରେ ଯୋଗଦେଉଥିବା ନେତା ରାଜନୈତିକ ଭାଷଣବାଜି କରିବାକୁ ଭୁଲୁ ନାହାନ୍ତି। ହରିଶଙ୍କରର ବିକାଶ ପ୍ରସଙ୍ଗରେ ଜନପ୍ରତିନିଧିମାନଙ୍କ ମୁହଁରେ ବଡ଼ବଡ଼ ପ୍ରତିଶ୍ରୁତି ଓ ଘୋଷଣା ଶୁଣିବାକୁ ମିଳିଛି। ମହୋତ୍ସବର ଚତୁର୍ଥ ଦିନରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଚତୁର୍ଥ ଦିନ ବିଭିନ୍ନ ଅତିଥିଙ୍କ ଭିତରେ ଆକର୍ଷଣ ସାଜିଥିଲେ ଦୁଇ ସାଂସଦ। ରାଜ୍ୟସଭା ସାଂସଦ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁର ହିଂସା ପ୍ରସଙ୍ଗ: ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ଯୋଜନା: ସୁରେଶ

ଝାରସୁଗୁଡ଼ା : ଗତ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରସଙ୍ଗକୁ ନେଇ ଶୁକ୍ରବାର ପୁଣିଥରେ ବିଜେଡିକୁ ଟାର୍ଗେଟ୍‌ କରିଛି ବିଜେପି। ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ବିଜେଡି ଯୋଜନା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଆଇନ୍‌ ତା ବାଟରେ ଯାଉନି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପୂଜାରୀ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଜୁଏଲ୍‌ ଓରାମ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କିଶୋରଙ୍କ ଘରେ ଭୋଟ୍‌ ମାଗିଲେ ତରୁଣ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ହାତଗଣତି ୪ ଦିନ ବାକି। ନିଜ ନିଜର ଭୋଟ୍‌ କିଭଳି ଅଧିକ ହେବ ସେନେଇ ରାଜନୈତିକ ଦଳ ଜୋର୍‌ସୋରରେ ପ୍ରଚାର ଚଳାଇଛନ୍ତି। ଏହାରି ଭିତରେ ଶୁକ୍ରବାର ଝାରସୁଗୁଡ଼ା ସହରରେ ଦେଖାଦେଇଥିବା ଏକ ଦୃଶ୍ୟ ଚର୍ଚ୍ଚାର ପରିସରକୁ ଆସିଛି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଆଜି ସହରର ୨୦, ୨୧ ଓ ୨୨ ନଂ ୱାର୍ଡରେ ଡୋର୍‌ ଟୁ ଡୋର୍‌ ପ୍ରଚାର କରୁଥିଲେ। ଏହିସମୟରେ ମଙ୍ଗଳବଜାରସ୍ଥିତ କିଶୋର ମହାନ୍ତିଙ୍କ ଘରେ ପହଞ୍ଚିଥିଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ

ପୁରୀ : ଦେଢ଼ ମାସ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଶନିବାର ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ରାଜନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ। ଯେହେତୁ ଆଇନ ମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ରହିବେ, ସେ ଦୃଷ୍ଟିରୁ ସେବାୟତମାନେ ରଥଯାତ୍ରା ପୂର୍ବ ଅବ୍ୟବସ୍ଥା ଉପରେ ସେମାନଙ୍କ ସ୍ବରକୁ ଶାଣିତ କରିବେ ବୋଲି ଚର୍ଚ୍ଚା ହେଉଛି। ବିଶେଷ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଟବଣା ତାଳଗୁଡ଼ ସମବାୟ ଶିଳ୍ପ: ମିଛ ଟାର୍ଗେଟରେ ସରକାରଙ୍କୁ ଠକୁଛନ୍ତି

ରା ଉଦୟଗିରି : ତାଳଗୁଡ଼ ଚାଷୀଙ୍କୁ ପ୍ରୋତ୍ସାହନ ଦେବାସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗଜପତି ଜିଲ୍ଲା ଛେଳିଗଡ଼ଠାରେ ସରକାର ସ୍ଥାପନ କରିଥିଲେ ରାଜ୍ୟ ତାଳଗୁଡ଼ ସମବାୟ ଶିଲ୍ପ। ତେବେ, ଏହା ପରିଚାଳନାଗତ ଅପାରଗତା, କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ବର୍ତ୍ତମାନ ବାଟବଣା ହୋଇ ଯାଇଛି। ସରକାରଙ୍କୁ ମିଛ ଟାର୍ଗେଟ୍‌ ମଗାଯାଉଛି ଓ ଜାଣିଶୁଣି ଟାର୍ଗେଟ ପୂରଣ ଦିଗରେ ଅବହେଳା କରାଯାଉଛି। ସରକାରଙ୍କୁ ପ୍ରତିବର୍ଷ ମିଛ ରିପୋର୍ଟ ଦେଇ ଚାଲିଛନ୍ତି କର୍ମଚାରୀ। ଏହି ସଂସ୍ଥା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠାରୁ ପାଗ ଶୁଖିଲା, ବଢ଼ିବ ଖରା

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ୨ ସପ୍ତାହ ହେଲା ରାଜ୍ୟରେ ମେଘୁଆ ପାଗ ଓ ବର୍ଷା ଲାଗି ରହିଥିବା ବେଳେ ଆଜି (ଶନିବାର)ଠାରୁ ଏଥିରେ ପରିବର୍ତ୍ତନ ହେବ। ରାଜ୍ୟରେ ଖରା ବଢ଼ିବା ସହ ତାପମାତ୍ରା ୩ରୁ ୫ଡିଗ୍ରି ଯାଏ ବଢ଼ିବ। ଫଳରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାସ୍ତାକଡ଼ରେ ବାସି-ରଙ୍ଗମିଶା ଖାଦ୍ୟ! ବେଳାଭୂମି ପ୍ରଦୂଷିତ ଖାଦ୍ୟର ପେଣ୍ଠ ପାଲଟିଛି

ପୁରୀ : ଗୋଟା ସମୁଦ୍ର ମାଛ ଓ କଙ୍କଡ଼ାରେ ପ୍ରସ୍ତୁତ ଗରମ ନାଲି ପକୋଡ଼ା ଦେଖି ଆପଣଙ୍କ ପାଟିରେ ପାଣି ଆସୁଥିବ। ଶିରାରେ ବୁଡ଼ା ହୋଇ ନଗଦ ଆସିଥିବା ଉଷୁମ ଖଜା କିଣିନେବାକୁ ମନ ବାଧ୍ୟ କରୁଥିବ। ମାତ୍ର ଆଖିକୁ ଲୋଭନୀୟ ଦିଶୁଥିବା ଓ ପବନ‌ରେ ଭାସି ଆସୁଥିବା ବାସ୍ନା ଯୋଗୁ ଯଦି ଆପଣ ନିଜକୁ ଅଟକାଇ ପାରୁନାହାନ୍ତି, ତେବେ ସାବଧାନ! ଆଖିକୁ ଭଲ ଦିଶୁଥିବା ଓ ମହମହ ବାସୁଥିବା ସବୁ ଖାଦ୍ୟ ଯେ ଖାଣ୍ଟି ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମୁଦ୍ର ଲହଡ଼ିରେ ଭାସି ବାପପୁଅ ମୃତ

ପୁରୀ : ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଲହଡ଼ିରେ ଭାସିଯାଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଦୁଇଜଣ ହେଲେ ବାପାପୁଅ। ବାପା ରଞ୍ଜନ ଦାସ(୪୦) ଓ ତାଙ୍କ ପୁଅ ରିଷଭ ଦାସ(୧୬)। ପଶ୍ଚିମବଙ୍ଗ ହାୱଡ଼ା ଅଞ୍ଚଳରେ ସେମାନଙ୍କ ଘର। ଆହତ ଶୟନ ଶେଖର ମହୋତ(୨୦) ତାଙ୍କ ଭଣଜା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରଞ୍ଜନ ଦାସଙ୍କ ପରିବାରର ୫ ଜଣ ଗତକାଲି ପୁରୀ ବୁଲିବାକୁ ଆସି […]