ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନୁଗୁଳ ପୌରପାଳିକାର ଅନ୍ଧାରୀ କାରସାଦି: ରାତିଅଧିଆ ନଅ ମୂର୍ତ୍ତି ଗାଏବ

ଅନୁଗୁଳ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିକୃତି ଘଟଣାକୁ ନେଇ ଚାରିଆଡ଼େ ପ୍ରତିକ୍ରିୟା ପରେ ଅନୁଗୁଳ ପୌରପାଳିକା ନବବାବୁ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ଉଠାଇ ନେଇଥିଲା। ମାଳତୀ ଦେବୀଙ୍କ ସହିତ ଅନ୍ୟ ୯ଜଣ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କରେ ସ୍ଥାନିତ କରିଥିଲେ। ହେଲେ, ରାତାରାତି ସେହି ନଅଜଣ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତିକୁ ଗାଏବ କରି ଦିଆଯାଇଛି। ଅନୁଗୁଳ ପୌରପାଳିକାର ଏ ପ୍ରକାର ଅନ୍ଧାରୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମିଛ ରାସ୍ତା, ମିଛ ଫଳକ ଘଟଣା: ମୁଖ୍ୟଶାସନ ସଚିବଙ୍କ ରିପୋର୍ଟ ତଲବ

ପାଳଲହଡ଼ା : ଯେମିତି ମାଟି ରାସ୍ତା ଥିଲା ସେମିତି ରହିଛି। କଂକ୍ରିଟ୍‌ ରାସ୍ତା ନିର୍ମାଣର ନାଁ ଗନ୍ଧ ନାହିଁ। କିନ୍ତୁ ଫଳକ ମାରି ବିଲ୍‌ ଉଠିଛି। ପାଳଲହଡ଼ା ଅଞ୍ଚଳରେ ‘ମିଛ ରାସ୍ତା, ମିଛ ଫଳକ’ ଶୀର୍ଷକ ଖବର ଶୁକ୍ରବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଶାସନିକ ତନାଘନା ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଭାଗବାଣ୍ଟି […]

ରାଜନୀତି ରାଜ୍ୟ

ବିଜେପିର ହିଂସା ରାଜନୀତିକୁ ଘୃଣା କରନ୍ତି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର : ଓଡ଼ିଶାବାସୀ ଅତ୍ୟନ୍ତ ଶାନ୍ତିପ୍ରିୟ। ସେମାନେ ଉଭୟ ଅପରାଧ ଓ ଅପରାଧୀଙ୍କୁ ଘୃଣା କରନ୍ତି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଗୁରୁତ୍ୱ ଦିଆଯାଏ ଏବଂ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖାଯାଇଥାଏ। ତେବେ ଓଡ଼ିଶା ବିଜେପି ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବାବେଳେ ଓଡ଼ିଶାକୁ ଆଇନହୀନ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବନୀଙ୍କୁ ନେଇ ନୂଆ ଅଙ୍କକଷା: ଖାଦ୍ୟ କମିସନ ଅଧ୍ୟକ୍ଷ ନିଯୁକ୍ତି ପରେ ଚର୍ଚ୍ଚା ବଢ଼ିଲା

ଅନୁଗୁଳ : ପାଳଲହଡ଼ାର ବିଜେଡି ନେତା ଅବନୀକାନ୍ତ ସାହୁ ବିଧାନସଭା ଟିକେଟ୍‌ ପାଇଁ ଆଶାୟୀ ଥିଲେ। କିଛି ଦିନ ହେଲା ସେ ସଂଗଠନରେ ବେଶ୍ ସକ୍ରିୟ ବି ଜଣାପଡ଼ୁଥିଲେ। ଏମିତି ସମୟରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ରାଜ୍ୟ ଖାଦ୍ୟ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ଅବନୀଙ୍କ ନିଯୁକ୍ତି ସ୍ଥାନୀୟ ରାଜନୀତିରେ ଭିନ୍ନ ଏକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଖାଦ୍ୟ କମିସନ ଅଧ୍ୟକ୍ଷ କରି ତାଙ୍କୁ ପରୋକ୍ଷରେ ସଂଗଠନରୁ ଦୂରେଇ ଦିଆଗଲା କି? ନା’ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବଲାଙ୍ଗୀର ରାଜନୀତି ଚିତ୍ର ବଦଳିଲା: ସକ୍ରିୟ ରାଜନୀତିକୁ ଫେରିଲେ ମନ୍ମଥ

ବଲାଙ୍ଗୀର : ଆସନ୍ତା ସାଧାରଣ ନିର୍ବାଚନରେ ବଲାଙ୍ଗୀର କିଏ କେଉଁ ଆସନରୁ ଟିକଟ ପାଇବେ? କାହାର ଟିକଟ କଟିବ ଆଉ କେଉଁ ଆସନରୁ ନୂଆ ଚେହେରା ସାମ୍ନାକୁ ଆସିବେ? ରାଜନୀତିର ଲୁଡ଼ୁପାଲିରେ, କିଏ ଶିଡ଼ି ଚଢ଼ିବ ଓ ଆଉ କିଏ ସାପ ମୁହଁରେ ପଡ଼ିବ? ଏସବୁକୁ ନେଇ ବିଭିନ୍ନ ଏବେଠାକୁ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ଠିକ୍ ଏମିତି ସମୟରେ ବଲାଙ୍ଗୀର ବିଜେଡିର ପାଣିପାଗ ବଦଳୁଥିବା ଲକ୍ଷ୍ୟ କରାଯାଉଛି। ହଠାତ୍‌ ସାମ୍ନାକୁ ଆସିଛନ୍ତି ରାଜ ପରିବାରର ପୁରୁଣା ଚେହେରା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘କୋଭିଡ୍‌ ଆଉ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ନୁହେଁ’

ଭୁବନେଶ୍ବର : ବିଶ୍ବ ଏବେ କରୋନା ମହାମାରୀର ଶେଷ ଆଡ଼କୁ ପାଦେ ଆଗେଇଛି। କରୋନା ବା କୋଭିଡ୍‌-୧୯(ସାର୍ସ-କୋଭ-୨) ଆଉ ବିଶ୍ବ ଜରୁରୀ ସ୍ବାସ୍ଥ୍ୟ ସମସ୍ୟାଭାବେ ପରିଗଣିତ ହେବନାହିଁ। ୩ବର୍ଷରୁ ଅଧିକ ଦିନ ବ୍ୟବଧାନ ପରେ ଏଥିରେ ପୂର୍ଣ୍ଣଛେଦ ପକାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ବିଶେଷଜ୍ଞ ଗ୍ରୁପ୍‌ ସହିତ ଆଲୋଚନା ପରେ ‘ହୁ’ପକ୍ଷରୁ ଆଜି ଏହା ସଂପର୍କରେ ଘୋଷଣା କରାଯାଇଛି। ୨୦୧୯ ମସିହା ଶେଷ ବେଳକୁ ଚୀନ୍‌ରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପରେ ଦ୍ରୁତ ଗତିରେ ଅନ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମରୁଭୂମି ପାଲଟିଲାଣି ମହାନଦୀ, କିଛିବର୍ଷ ମଧ୍ୟରେ ସ୍ଥିତି ସାଙ୍ଘାତିକ ହେବା ଆଶଙ୍କା

ନୟାଗଡ଼/କଣ୍ଟିଲୋ : ନୟାଗଡ଼ ଜିଲ୍ଲାର ଗଣିଆ ସାତକୋଶିଆ ଗଣ୍ଡଠାରୁ ଭାପୁର ପର୍ଯ୍ୟନ୍ତ ପ୍ରାୟ ୩୫ କିମି ବ୍ୟାପୀ ଜିଲ୍ଲା ପାର୍ଶ୍ବ ଦେଇ ମହାନଦୀ ପ୍ରବାହିତ ହୋଇଛି। ତେବେ କିଛିବର୍ଷ ହେବ ଖରାଦିନେ ମହାନଦୀ ଏକରକମ ମରୁଭୂମିରେ ପରିଣତ ହେଉଥିବା ଦେଖାଯାଇଛି। ମହାନଦୀ ବାଲିଗଦା ସଦୃଶ ଦେଖାଯିବା ସଭିଙ୍କୁ ଚକିତ କରୁଛି। ଏପରିସ୍ଥିତିରେ ଜଳଯୋଗାଣ ପ୍ରକଳ୍ପ ନିକଟରେ ପାଣି ଶୁଖି ଯାଇଥିବା ବେଳେ ମହାନଦୀରେ ଡ୍ରେନ୍‌ ଖୋଳାଯାଇ ପାଣି ଅଣାଯାଉଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ଏହିଭଳି ଦୃଶ୍ୟ ଦେଖିବାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ନେହ ବାଣ୍ଟିଲେ ରାଷ୍ଟ୍ରପତି; ଶିମିଳିପାଳରେ ବୁଲିଲେ, ସୌନ୍ଦର୍ଯ୍ୟ ଉପଭୋଗ କଲେ

ବାରିପଦା : ତିନିଦିନିଆ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଶିମିଳିପାଳ ବୁଲିଛନ୍ତି। ଶାନ୍ତ ଓ ସ୍ନିଗ୍ଧ ପରିବେଶରେ କିଛି ସମୟ ବିତାଇବା ସହ ଅଭୟାରଣ୍ୟର ପ୍ରାକୃତିକ ଶୋଭାରାଜିକୁ ମନଭରି ଉପ‌ଭୋଗକରିଛନ୍ତି। ଏଥିସହିତ, ବିଭିନ୍ନ ସ୍ଥାନରେ ପ୍ରୋଟକଲ୍‌ ଭାଙ୍ଗି ଲୋକମାନଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ଏବଂ ସ୍ନେହ ବାଣ୍ଟିଛନ୍ତି। ଜୟନ୍ତୀରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ୫୦ ମିନିଟ୍‌ ସମୟରେ ରାଷ୍ଟ୍ରପତି ଶ୍ରୀମତୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଣି ଦୁର୍ନୀତିର ପର୍ଦାଫାସ: ୨୦୦ କୋଟିର କଳାପଥର ଲୁଟ୍

ଭୁବନେଶ୍ବର / ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ କଳାପଥର ‌କେଳେଙ୍କାରୀର ବିସ୍ଫୋରକ ତଥ୍ୟ ଆଜି ଲୋକଲୋଚନକୁ ଆସିଛି। ବିଛାଖଣ୍ଡି ପାହାଡ଼ରୁ ୨ଶହ କୋଟି ଟଙ୍କାର କଳାପଥର ଲୁଟ୍ ହୋଇଥିବାର ଭିଜିଲାନ୍ସ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ଲୋକାୟୁକ୍ତ ଏହାର ଶୁଣାଣି କରି ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପୂର୍ବତନ ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରା, ଶୀତଳ ଅଗ୍ରୱାଲ, ସରୋଜ ପଣ୍ଡା, ପୂର୍ବତନ ରାଜସ୍ୱ ନିରୀକ୍ଷକ ବୀରକିଶୋର ମହାରଣା, ସୁଶାନ୍ତ ସ୍ୱାଇଁଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍‌ ଖସିବା ପ୍ରସଙ୍ଗ: ପାଣିରେ ପଡ଼ିଲା ୨୦୦ କୋଟି

ଭୁବନେଶ୍ବର, (କେଶବ ପାଣି): ୨୦୧୬ରେ ଯେଉଁ ଉତ୍କଳ ବିଶ୍ବବିଦ୍ୟାଳୟ ‘ଏ+’ ଗ୍ରେଡ୍‌ ପାଇଥିଲା, ୭ ବର୍ଷ ଭିତରେ ଏମିତି କ’ଣ ଅବନତି ହେଲା ଯେ ନାକ୍‌ ପ୍ରତିନିଧି ଦଳ ଗ୍ରେଡ୍‌ ବଦଳାଇଦେଲେ? ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ପୂର୍ବତନ କୁଳପତିମାନେ ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗତ ୭ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି, ଶିକ୍ଷାଦାନ, ଗବେଷଣା ଲାଗି ହାତ ଖୋଲା ଅର୍ଥ ଅଜାଡ଼ିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇବା […]