ରାଜ୍ୟ ସ୍ପେଶାଲ ରିପୋର୍ଟ

୯ରେ ନବୀନଙ୍କୁ ଭେଟିବେ ନୀତୀଶ

ଭୁବନେଶ୍ବର : ଦେଶର ସମସ୍ତ ଅଣ ବିଜେପି ଦଳକୁ ଏକାଠି କରି ବିରୋଧୀଙ୍କ ମହାମେଣ୍ଟ ଗଠନ କରିବା ଉଦ୍ୟମରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ନବୀନ-ନୀତୀଶଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ଅଧିକ ଚଳଚଞ୍ଚଳ ହୋଇ ଉଠିଛି। ୨୦୦୯ରୁ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରଖିଥିବା ବିଜେଡି ବିରୋଧୀଙ୍କ ମହାମେଣ୍ଟରେ ସାମିଲ୍‌ ହେବ କି ନାହିଁ ସେନେଇ କଳ୍ପନାଜଳ୍ପନା ଆରମ୍ଭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିତର୍କ: ଚୀନ, ପାକିସ୍ତାନ ମନ୍ତ୍ରୀଙ୍କ ସହ ହାତ ମିଳାଉ ନାହାନ୍ତି ଆମ ମନ୍ତ୍ରୀ; କେତେ ଲାଭ, କେତେ କ୍ଷତି

କିଛିଦିନ ପୂର୍ବରୁ ଭାରତ-ଚୀନ୍‌ ପ୍ରତିରକ୍ଷା ସଂକ୍ରାନ୍ତ ଦ୍ବିପାକ୍ଷିକ ଆଲୋଚନା ଅବସରରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗ୍‌ଫୁଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହାତ ନ ମିଳାଇ କେବଳ ନମସ୍କାରଟିଏ ପକାଇ କାମ ସାରିଦେଇଥିଲେ। ତାକୁ ନେଇ ଚର୍ଚ୍ଚା ନ ଥମୁଣୁ, ଅନୁରୂପ ଘଟଣାକ୍ରମରେ ଗୋଆରେ ଅନୁଷ୍ଠିତ ଏସ୍‌ସିଓ ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀ ଅବସରରେ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ହାତ ନ ମିଳାଇ ସୈାଜନ୍ୟକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅମରଙ୍କ ନାମରେ ଫେସବୁକ୍ ପୋଷ୍ଟିଂକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ଆଜି ସାଂସଦ ଅମର ପଟ୍ଟନାୟକଙ୍କ ନାମରେ ଥିବା ଏକ ଫେସ୍‌ବୁକ୍‌ ଆକାଉଣ୍ଟରେ ସୁଜାତା ଆର୍‌. କାର୍ତ୍ତିକେୟନ୍ ଫ୍ୟାନ୍ କ୍ଲବ୍ ଦ୍ବାରା ପୋଷ୍ଟିଂ ହୋଇଥିବା ଏକ ପୋଷ୍ଟକୁ ସେୟାର କରାଯିବା ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏଥିରେ ଲେଖାଥିଲା ଯେ ଯଦି ମିସନ୍ ଶକ୍ତିର ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ସରକାରୀ ଚାକିରି ଛାଡ଼ି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୁଅନ୍ତି, ତେବେ ଆପଣଙ୍କ ମତାମତ କ’ଣ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଳାପଥରର କଳା କାରନାମା: ଭିଜିଲାନ୍ସ ରିପୋର୍ଟକୁ ନେଇ ପ୍ରଶାସନ ଅଡ଼ୁଆରେ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀକୁ ନେଇ ଜିଲ୍ଲା ପ୍ରଶାସନ ଅଡୁଆ ବଢ଼ିଛି। ଏଠାରେ କଳାପଥର ଖନନରେ କିପରି ହରିଲୁଟ୍‌ ହୋଇଛି ଓ ରାଜସ୍ବ ବିଭାଗ ଅଧିକାରୀ କିପରି ମାଫିଆଙ୍କୁ ସହଯୋଗ କରି ଆସୁଛନ୍ତି ତାହା ଆଉ ଅଛପା ହୋଇ ରହିନାହିଁ। ଭିଜିଲାନ୍ସର ତଦନ୍ତ ରିପୋର୍ଟ ଲୋକାୟୁକ୍ତରେ ଦାଖଲ ହେବା ପରେ ରାଜ୍ୟର ଏକ ବଡ଼ କେଳେଙ୍କାରୀର ଗୁମର ଖୋଲିଛି। ବିଛାଖଣ୍ଡି ପାହାଡ଼ରେ ୮ଜଣ ଲିଜଧାରୀଙ୍କ ଅଧୀନରେ ଥିବା ୧୨ଟି ସୈରାତରୁ ୧୨କୋଟିରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କନ୍ଧମାଳ: ୭୮୯୩ ପରିବାରକୁ ନାହିଁ ବିଜୁଳି ସଂଯୋଗ

ଫୁଲବାଣୀ : ଏବେ ବି ବିଜୁଳି ଆଲୁଅ ସ୍ବପ୍ନ। ସଞ୍ଜ ନଇଁଲେ ଘନ ଅନ୍ଧାର। ପଡ଼ିଯାଉଛି ତାଟିକବାଟ। କନ୍ଧମାଳ ଜିଲ୍ଲାର ୨୦୦୦ ପଡ଼ା ଗାଁ ମଧ୍ୟରୁ ୮୫୦ ଗାଁର ଲୋକେ ଏଭଳି ଯନ୍ତ୍ରଣା ବର୍ଷ ବର୍ଷ ଧରି ଭୋଗି ଆସୁଛନ୍ତି। ଏହିସବୁ ପଡ଼ା ଗାଁ’ର ମୋଟ ୭୮୯୩ ପରିବାର ବିଜୁଳି ସଂଯୋଗ ପାଇ ନଥିବା ଫୁଲବାଣୀ ବିଦ୍ୟୁତ (ଟାଟା ପାୱାର) ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଉଭୟ‌ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରୁଛନ୍ତି, ସବୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଠକ ତାନ୍ତ୍ରିକ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: କୈଫି ଘରେ ପିଲାଦିନୁ ବଢ଼ିଛି ଗ୍ୟାଙ୍ଗଷ୍ଟର୍‌ ସକିଲ୍

କଟକ : କେଶରପୁରରେ ଠକ କୈଫ ଖାଁର ଘରେ ପିଲାଦିନୁ ରହିଆସୁଥିଲା ଗ୍ୟାଙ୍ଗଷ୍ଟର୍‌ ମହମ୍ମଦ ସକିଲ୍। ସକିଲ୍‌ର ମାମୁ ପୁଅ ଭାଇ ଥିଲା କୈଫି। ସେହି ସମ୍ପର୍କ ସୂତ୍ରରେ ସକିଲ ଗୋଟିଏ କୋଠାରେ ତା ବାପା, ମା, ଭାଇ ସହିତ ରହୁଥିଲା। ଚଳିତବର୍ଷ ସକିଲ ବିବାହ କରିବା ପରେ ପତ୍ନୀ ସହିତ ବି ସେଠାରେ ରହୁଥିଲା। କୈଫିର ଠକେଇର କାରବାର ସମ୍ପର୍କରେ ସକିଲ୍‌ ସମସ୍ତ କଥା ଜାଣିଥିଲା। ସକିଲକୁ କଟକ କମିସନରେଟ୍ ପୁଲିସ ତଡ଼ିପାର୍ କରିବା ପରଠାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧବାଟରେ ଜଳିଗଲା ଦଦରା ଆମ୍ବୁଲାନ୍ସ,,ଗାଡ଼ିକୁ ଚାହିଁ ଚାହିଁ ରୋଗୀ ମୃତ

ବନ୍ଧୁଗାଁ : ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ବାଟରେ ହୁତୁହୁତୁ ହୋଇ ଜଳିଗଲା ଦଦରା ୧୦୮ ଆମ୍ବୁଲାନ୍ସ। ଏଣେ ଗାଡ଼ିକୁ ଅପେକ୍ଷା କରି କରି ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡ଼ା ଗାଁରେ। ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତ ରୋଗୀଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିବା ସହ ସରକାରୀ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି କମ୍ପିବ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର: ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ, ଧର୍ମେନ୍ଦ୍ରଙ୍କ ରୋଡ୍‌ ସୋ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ଲାଗି ୮ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ ହେବ। ତେଣୁ ରବିବାର ଉଭୟ ବିଜେଡି ଓ ବିଜେପି ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବା ଲାଗି ଯୋଜନା କରିଛନ୍ତି। ଗୋଟିଏ ଦିନରେ ଗୋଟିଏ ସମୟରେ ଝାରସୁଗୁଡ଼ା ସହରରେ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମିଳନୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍‌ ସୋ। ଏଥିପାଇଁ ଉଭୟ ଦଳ ଢେର୍ ପ୍ରସ୍ତୁତି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଡ଼ା ଘରେ ଚାଲିଛି ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟ, କୋଟିଏରେ ଗଢ଼ିଥା’ନ୍ତେ, ୫କୋଟି ଗଣିଲେଣି

ଭୁବନେଶ୍ବର: ୨୦୧୨ ମସିହାରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ହେଲା। ଓଡ଼ିଶାରେ ଥିବା ଅନ୍ୟ ସବୁ ପ୍ରକଳ୍ପ କାର୍ଯ୍ୟାନ୍ବୟନ ୟୁନିଟ୍‌ର ମୁଖ୍ୟ କାର୍ଯ୍ୟାଳୟ ଭାବେ ଏହା କାର୍ଯ୍ୟ କଲା। ଏଥିରେ ଜଣେ ମୁଖ୍ୟ ଆଞ୍ଚଳିକ ଅଧିକାରୀ ନିୟୋଜିତ ହେଲେ। କେନ୍ଦ୍ର ସହ ଯୋଗସୂତ୍ର ରକ୍ଷା କରି ସମସ୍ତ ପ୍ରକଳ୍ପକୁ ପରିଚାଳନା କଲେ। ରାଜ୍ୟସ୍ତରୀୟ ସମସ୍ତ ପ୍ରକଳ୍ପର ଟେଣ୍ଡର୍‌ଠୁ ଆରମ୍ଭ କରି ରକ୍ଷଣାବେକ୍ଷଣା ସବୁର ମଞ୍ଜୁରି ଏହି କାର୍ଯ୍ୟାଳୟ ଜରିଆରେ କରାଗଲା। ‌ହେଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଏପାଖ ସେପାଖ

ପ୍ରଶଂସକଙ୍କ ପାଖକୁ ଗଲେ, ନମସ୍କାର କଲେସ୍ବତନ୍ତ୍ର ହେଲିକ୍ୟାପ୍‌ଟରରେ ଆସି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୪୦ ମିନିଟ୍‌ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ଠାରେ ଓହ୍ଲାଇଥିଲେ। ସେ ସେଠାରୁ କାର୍‌କେଡ୍‌ରେ ଯାଇ ଶିମିଳିପାଳ ଭିତରେ ପ୍ରବେଶ କରିବାର ଥିଲା। ହେଲେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ହେଲିକ୍ୟାପ୍‌ଟରରୁ ଓହ୍ଲାଇ କାର୍‌କେଡ୍‌କୁ ଯାଇ ନଥିିଲେ। ରାଇରଙ୍ଗପୁର ପାହାଡ଼ପୁରଠାରେ ସେ ଯେମିତି ପ୍ରୋଟୋକଲ୍‌ ଭାଙ୍ଗିି ହେଲିପ୍ୟାଡ୍‌ ଚାରିପାଖରେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିବା ପ୍ରଶଂସକଙ୍କ ପାଖ‌କୁ […]