ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨,୦୦୦ ତଳେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା; ୨୬ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୨୦୦୦ ତଳକୁ ଚାଲି ଆସିଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହ୍ରାସ ପାଇ ୨୬,୦୦୦ ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୩୮୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୮୩୯ ନୂତନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହିଂସାପ୍ରବଣ ମଣିପୁରରୁ ଖସି ପଳାଇବାକୁ ତତ୍ପରତା: ୨୫,୦୦୦ ଟଙ୍କାରେ ବିକ୍ରି ହେଉଛି ୨,୫୦୦ ଟଙ୍କାର ବିମାନ ଟିକେଟ୍‌

ଇମ୍ଫାଲ୍‌: ହିଂସାପ୍ରବଣ ମଣିପୁରରୁ ତୁରନ୍ତ ପଳାଇଯିବାକୁ ‌ଶହ ଶହ ଜନତା ତତ୍ପରତା ପ୍ରକାଶ କରିଥିବାରୁ ଇଣ୍ଡିଗୋ ଏବଂ ଏୟାର୍‌ଏସିଆ ସମେତ କେତେଗୁଡ଼ିଏ ଏୟାର୍‌ଲାଇନ୍‌ ସେମାନଙ୍କର ବିମାନଯାତ୍ରା ବାବଦ ଶୁଳ୍କ ବୃଦ୍ଧି କରିଛନ୍ତି। ହଠାତ୍‌ ଯାତ୍ରୀମାନଙ୍କର ଚାହିଦା ବୃଦ୍ଧି ପାଇଥିବାରୁ ଟିକେଟ୍‌ର ମୂଲ୍ୟ ବୃଦ୍ଧି ପାଇଥିବା କଥା ଏୟାର୍‌ଲାଇନ ସବୁ କହିଛନ୍ତି। ସାଧାରତଃ, ଇମ୍ଫାଲ୍‌ ଓ କୋଲ୍‌କାତା ମଧ୍ୟରେ ଆତଯାତ ‌କରୁଥିବା ବିମାନର ଭଡ଼ା ୨,୫୦୦ରୁ ୫୦୦୦ ଟଙ୍କା ପଡ଼େ। ଇମ୍ଫାଲ୍‌ରୁ ଗୌହାଟି ଯିବା ପାଇଁ ବି ଭଡ଼ା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗତକାଲି ଡିନ୍‌ର-ଡେଟ୍‌ରେ ନଜର ଆସିଲେ ରାଘବ-ପରିଣୀତି: ବାହାଘର କେବେ ବୋଲି ପଚାରିଲେ ଗଣମାଧ୍ୟମ ପ୍ରତିିନିଧି

ମୁମ୍ବାଇ: ନିଜ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ଗତ କିଛି ଦିନ ହେଲାଣି ପରିନୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଛି। ଗତକାଲି ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍‌କୁ ଡିନର୍‌ ଡେଟ୍‌ରେ ଯାଉଥିବାର ଦେଖିବାକୁ ମିଳିଛି। ସେମାନଙ୍କୁ ଏକତ୍ର ଦେଖିବା ପରେ ବାହାଘର କେବେ ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ବି କରିଛନ୍ତି। ତେବେ ସେମାନେ ଆଗାମୀ ୧୩ ତାରିଖରେ ନିର୍ବନ୍ଧ […]

ରାଜ୍ୟ

ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ(ମାଟ୍ରିକ୍‌) ପରୀକ୍ଷା ଫଳ ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ଖାତା ଦେଖା ଶେଷ ହେବା ପରେ ଏବେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି। ସମସ୍ତ ପ୍ରକ୍ରିୟା ଶେଷ ହେବାକୁ ଆଉ ୧୦ରୁ ୧୫ ଦିନ ସମୟ ଲାଗିପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏଥିସହ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯୁକ୍ତ୨ ଖାତା ମୂଲ୍ୟାୟନ ଶେଷ ପର୍ଯ୍ୟାୟରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଘର ଉପରେ ଖସିଲା ଦୁର୍ଘଟଣାଗ୍ରସ୍ତ ‘ମିଗ୍-୨୧’ ଲଢୁଆ ଜେଟ୍; ୩ ସାଧାରଣ ନାଗରିକ ମୃତ, ପାଇଲଟ୍ ନିରାପଦ

ଜୟପୁର: ଆଜି ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍‌-୨୧’ ଲଢୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ୩ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି। କିନ୍ତୁ, ଏହି ବିମାନ ଦୁର୍ଘଟଣାରେ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରଥମେ  ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଯଶରାମ ବୋଷ କହିଥିବା କଥା ‘ନିଉଜ୍‌ ଏଜେନ୍‌ସି ପିଟିଆଇ’ ରିପୋର୍ଟ କରିଥିଲା। ସଂଗୃହୀତ ସୂଚନା ଅନୁସାରେ, ସୁରତଗଡ଼ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ଲଢୁଆ […]

ରାଜ୍ୟ

ରୋଚକ ହେଲାଣି ରଘୁନାଥପଲ୍ଲୀ ରାଜନୀତି

ରାଉରକେଲା : ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏହି ବିଧାନସଭା ଆସନରୁ ତିନି ତିନିଥର ଜିତିଥିବା ବିଧାୟକ ସୁବ୍ରତ ତରାଇଙ୍କ ଲଗାତାର ଅନୁପସ୍ଥିତି, ପ୍ରକାରାନ୍ତରେ ଆଶାୟୀ ସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ସେପଟେ ବିଜେପି ଓ କଂଗ୍ରେସ ବିକଳ୍ପ ଖୋଜିବାରେ ବ୍ୟସ୍ତ ଅଛନ୍ତି। ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀକୁ ବିଜେଡି ଓ କଂଗ୍ରେସ ସର୍ବାଧିକ ତିନି ଥର ଲେଖାଏ ଦଖଲ କରିଛନ୍ତି। ବିଜେଡି ଲଗାତାର ତିନିଥର(୨୦୦୯, ୨୦୧୪ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପେରୁ ସୁନାଖଣିରେ ଅଗ୍ନିକାଣ୍ଡ ଘଟି ୨୭ ମୃତ

ୟାନାକ୍ବିହୁଆ: ଦକ୍ଷିଣ ପେରୁର ଗୋଟାଏ ନିର୍ଜନ ଅଞ୍ଚଳରେ ଥିବା ଏକ ସୁନାଖଣିରେ ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୨୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ପେରୁର ସାମ୍ପ୍ରତିକ ଇତିହାସରେ ଏହା ହେଉଛି ଅନ୍ୟତମ ଦୁଃଖଦ ଖଣି ଦୁର୍ଘଟଣା। ଶ୍ରମିକମାନଙ୍କ ଶୋକସନ୍ତପ୍ତ ଆତ୍ମୀୟମାନେ ସେମାନଙ୍କ ପ୍ରିୟଜନଙ୍କ ଖବର ପାଇବା ପାଇଁ ଦୁର୍ଘଟଣା ଘଟିଥିବା ସୁନାଖଣି ନିକଟରେ ସମବେତ ହୋଇଥିଲେ। ପୁଲିସ ଏବଂ ପବ୍ଲିକ୍‌ ପ୍ରୋସିକ୍ୟୁଟଙ୍କ ଅଫିସ ସୁନିଶ୍ଚିତ କରି କହିଛି ଯେ, ଏରେକ୍ବିପା […]

ରାଜ୍ୟ

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଚରମ ଅବହେଳା: ସୁରକ୍ଷା ବଳୟ ଭାଙ୍ଗି ହେଲିକପ୍ଟର ପାଖରେ ସେଲ୍‌ଫି ନେଲେ ଫାର୍ମାସିଷ୍ଟ

ବାରିପଦା : ତିନିଦିନିଆ ମୟୂରଭଞ୍ଜ ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତର ଶେଷ ଦିନ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ୯ ମିନିଟ୍‌ ଯାଏ ଅନ୍ଧାରରେ ରହିବା ଘଟଣାକୁ ନେଇ ହୁଲସ୍ତୁଲ ହୋଇଛି ରାଜ୍ୟ ପ୍ରଶାସନ। ତେବେ ଏହି ତାତି ଥମି ନଥିବା ବେ‌ଳେ ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ସୁରକ୍ଷା ବଳୟ ‌ଡେଇଁ ରାଷ୍ଟ୍ରପତିଙ୍କ ହେଲିକପ୍ଟର ନିକଟରେ ଫଟୋ ଉଠାଇବା ଓ ସେଲ୍‌ଫି ନେଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦନ୍ତେୱାଡ଼ା ବିସ୍ପୋରଣ ଘଟଣା: ୭ ଜଣଙ୍କୁ ବାନ୍ଧିଲା ଛତିଶଗଡ ପୁଲିସ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ଦନେୱାଡାର ଅରନପୁର ଠାରେ ହୋଇଥିବା ମାଓ ଆକ୍ରମଣ କରିଥିବା ମାମଲାରେ ପୁଲିସ ୭ ଜଣକୁ ଗିରଫ କରିଛି। ୭ ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ବେଳେ ସେମାନଙ୍କୁ ବାଳ ସୁଧାରଗୃହକୁ ପଠାଇ ଦିଆଯାଇଛି। ୪ ଜଣ ମାଓବାଦୀ ହେଲେ ପେଡକା ଗ୍ରାମର ବୁଧରା ମାଡବୀ, ହିଡମା ମଡକାମ, ହିଡମା ମାଡବୀ ଓ ତନେଲୀ ଗ୍ରାମର ଜିତେନ୍ଦ୍ର ମୁଚାକୀ। ଏହି ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା […]

ରାଜ୍ୟ

ସମୁଦ୍ରରେ ପହଞ୍ଚିବନି ମହାନଦୀ ପାଣି, କ୍ଷେତ ପାଇଁ ସ୍ବପ୍ନ!

କଟକ : ମହାନଦୀ ସଙ୍କଟ ଏବେ ଜାତୀୟ ଟ୍ରିବ୍ୟୁନାଲ୍‌ରେ ବିଚାରାଧୀନ। ଛତିଶଗଡ଼-ଓଡ଼ିଶା ଜଳ ବିବାଦ ପରେ ମହାନଦୀରେ ପାଣି ପରିମାଣ କମି ଚାଲିଛି। ବର୍ଷକର ବର୍ଷା ଦୁଇ-ତିନି ମାସକୁ ବାଦ୍‌ ଦେଲେ ମହାନଦୀ ଓ ଏହାର ଶାଖା ନଦୀ ଅନ୍ୟ ସମୟରେ ଶୁଖିଲା ମରୁଭୂମି ପାଲଟୁଛି। ଦୀର୍ଘ ୯ମାସ କାଳ ନଦୀରେ ଜଳଧାର ଟିକେ ବି ଦେଖିବାକୁ ମିଳୁନି। ଏଭଳି ସ୍ଥିତିର ଯୋବ୍ରା ଓ ନରାଜ-ମୁଣ୍ଡଳୀ ତଳମୁଣ୍ଡରେ ନଈ ପାଣି ସାତ ସପନ ହୋଇଛି। ଚାଷ ଜମି […]