ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌! ଅଭିନୟ ପାଇଁ ରାତି ବିତାଇବା ସର୍ତ୍ତ

ଭୁବନେଶ୍ବର: ଓଲିଉଡ୍‌ରେ ପୁଣି କାଷ୍ଟିଂକାଉଚ୍‌। ଜଣେ ସିନେ-ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ହଇଚଇ ସୃଷ୍ଟି କରିଛି। ଗଣମାଧ୍ୟମରେ ଖୁଲମ୍‌ଖୁଲା ଅଭିଯୋଗ କରିଥିବା ଯୁବତୀଜଣଙ୍କ କିନ୍ତୁ ଥାନା‌ର ଦ୍ବାରସ୍ଥ ହୋଇନଥିବା ଜଣାଯାଇଛି। ଯୁବତୀଜଣଙ୍କ କହିଛନ୍ତି ଯେ ପାଖାପାଖି ଅଢ଼େଇ ବର୍ଷ ତଳେ ‘ଦର୍ପଣ’ ନାମକ ଏକ ଚଳଚ୍ଚିତ୍ରର ଅଡିସନ୍‌ ପାଇଁ ଫେସ୍‌ବୁକ୍‌ରେ ବିଜ୍ଞାପନ ଦିଆଯାଇଥିଲା। ସେଠାରେ ଦିଆଯାଇଥିବା ନମ୍ବରରେ ସେ ଯୋଗାଯୋଗ କରିବାରୁ ତାଙ୍କୁ ଅଡିସନ୍‌ ପାଇଁ ଭୁବନେଶ୍ବର ଡକାଯାଇଥିଲ। ସେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢ଼ିଛି ଗ୍ରୀଷ୍ମ ପ୍ରକୋପ। ସୋମବାର ଦିନ ପ୍ରଚଣ୍ଡ ଖରା ଓ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲା ସାରା ରାଜ୍ୟ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶା ପୁଣି ତାତିବା ଆରମ୍ଭ କରିଛି। ଝାରସୁଗୁଡ଼ାରେ ଓ ସମ୍ବଲପୁରରେ ୪୧.୬ ଡିଗ୍ରି, ରାଉରକେଲାରେ ୪୧.୪, ସୁନ୍ଦରଗଡ଼ରେ ୪୧.୦ ଓ ବଲାଙ୍ଗୀରରେ ୪୦.୫ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଗୋଟିଏ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୈନିକ ଆହାର ଖାଉଛନ୍ତି ୧ ଲକ୍ଷ, ତାହା ବି ନିଅଣ୍ଟ

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ଲୋକ ୫ ଟଙ୍କାର ‘ଆହାର’ ଖାଦ୍ୟ ଖାଉଛନ୍ତି। କିନ୍ତୁ ତାହା ବି ନିଅଣ୍ଟ ପଡ଼ୁଛି। ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ଏମ୍‌ସରେ ଆଉ ଏକ କେନ୍ଦ୍ର ଖୋଲାଯିବାର ନିଷ୍ପତ୍ତି ହୋଇଛି। ବିଭିନ୍ନ ଜିଲ୍ଲାଗୁଡ଼ିକ ଆହାର କେନ୍ଦ୍ର ସଂଖ୍ୟା ବଢ଼ାଇବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନଗର ଉନ୍ନୟନ କର୍ତ୍ତୃପକ୍ଷ(ସୁଡ଼ା)ର ନିର୍ଦ୍ଦେଶକ ଶାରଦା ପଣ୍ଡା। ରାଜଧାନୀରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ତ୍ରିଲୋଚନ ଗର୍ଡିଆ ଝାଳନାଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ନାମଲେଖା, ସାମ୍‌ସରୁ ଓହରିଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଅନୁଷ୍ଠିତ ହେବ। ଏନେଇ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆଶାୟୀ ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ରେ ଆବେଦନ କରୁଥିବା ବେଳେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମଗୁଡ଼ିକୁ ସାମ୍‌ସ ନାମଲେଖା ପ୍ରକ୍ରିୟାରୁ ବାଦ୍‌ ଦେବାକୁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ସିପିଇଟିରେ ସାମିଲ ହେବନି ବିଶ୍ବବିଦ୍ୟାଳୟର ୨୦ରୁ ଅଧିକ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ। ଏଥିପାଇଁ ବିଶ୍ବବିଦ୍ୟାଳୟ […]

ରାଜ୍ୟ

ଦଶପଲ୍ଲାରେ ବଢ଼ୁଛି ଅପପୁଷ୍ଟି: ଚିହ୍ନଟ ଶିଶୁଙ୍କ ମଧ୍ୟରୁ ଅଧା ଏନ୍ଆର୍‌ସିରେ ଭର୍ତ୍ତି

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ରେ ଦିନକୁ ଦିନ ବୃଦ୍ଧି ପାଉଛି ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ସଂଖ୍ୟା। ଚିହ୍ନଟ ହେଉଥିବା ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଶିଶୁ ଗୁରୁତର ଅବସ୍ଥାରେ ପୁଷ୍ଟି ପୁନର୍ବାସ ସଂସ୍ଥା ବା ଏନ୍ଆର୍‌ସିରେ ଭର୍ତ୍ତି ହେଉଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ବ୍ଲକ୍‌ରେ ଚିହ୍ନଟ ହୋଇଥିବା ଏହି ଶିଶୁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ତୁଳନାରେ ସର୍ବାଧିକ ହୋଇଥିବା କୁହାଯାଇଛି। ଗୋଟିଏ ପାର୍ଶ୍ବରେ ଶିଶୁ ଜନ୍ମ ହେବାପରେ ନିରୋଗ ତଥା ସୁରକ୍ଷିତ […]

ଅପରାଧ ରାଜ୍ୟ

ନିଶା ନିବାରଣ କେନ୍ଦ୍ର ନା ଯମପୁର!

ଭୁବନେଶ୍ବର: ନିଶାଡ଼ିଙ୍କୁ ସୁଧାରି ଭଲ ବାଟକୁ ଆଣିବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ଭରସା କରନ୍ତି। କିନ୍ତୁ ଗତ କିଛି ଦିନ ହେଲା ରାଜଧାନୀର ବିଭିନ୍ନ ନିଶା ନିବାରଣ କେନ୍ଦ୍ରରୁ ମିଳୁଛି ମୃତଦେହ। ଭଲ ବାଟକୁ ଫେରିବା ପାଇଁ ଯାଇଥିବା ନିଶାଡ଼ି ଶବ ହୋଇ ଘରକୁ ଫେରୁଛି। ନିଶା ନିବାରଣ କେନ୍ଦ୍ର ପରିଚାଳକମାନେ ବଡ଼ ନିର୍ଦ୍ଦୟ ଭାବେ ଅନ୍ତେବାସୀଙ୍କୁ ପିଟିପିଟି ମାରି ଦେଉଥିବା ଅଭିଯୋଗ ହେଉଛି ଏବଂ କେତେକ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନନ୍ଦ ଦେଉନି ଶ୍ରୀଲିଙ୍ଗରାଜ ମନ୍ଦିରର ଆନନ୍ଦ ବଜାର !

ପୁରୁଣା ଭୁବନେଶ୍ୱର: ଅବଢ଼ା ତିଆରି ଓ ବିକ୍ରି ଦୃଷ୍ଟିରୁ ପୁରୀ ଶ୍ରୀମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ଆନନ୍ଦ ବଜାର ରାଜ୍ୟର ତୃତୀୟ ସର୍ବବୃହତ୍‌। କିନ୍ତୁ ଏହି ଆନନ୍ଦ ବଜାର ଏବେ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଜମାରୁ ଆନନ୍ଦ ଦେଉନି। ଏହାର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଶ୍ରଦ୍ଧାଳୁ ନାକ ଟେକୁଛନ୍ତି। ଏତେ ବଡ଼, ଐତିହ୍ୟ ଓ ପୁରୁଣା ମନ୍ଦିରର ଆନନ୍ଦ ବଜାରର ଏ ଅବସ୍ଥା, ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି। ଅବଢ଼ା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସମେତ ୫ଦଫା ଦାବି

ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଜିଲ୍ଲାଭିତ୍ତିକ ନିଯୁକ୍ତି ଆଦି ୫ଦଫା ଦାବିକୁ ନେଇ ଆଜି ୯ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି। ଏହି ବନ୍ଦର ପ୍ରଭାବ […]

ଅପରାଧ ରାଜ୍ୟ

ବସ ଧକ୍କାରେ ଚାଲିଗଲା ସାନ ଝିଅର ଜୀବନ, ବାପା ଓ ବଡ଼ ଝିଅ ଗୁରୁତର

ବଲାଙ୍ଗୀର: ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ-୫୭ର ଗଇଁତଲା ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକରେ ଯାଉଥିବା ବାପା ଓ ୨ ଝିଅଙ୍କୁ ବସ୍ ଧକ୍କା ଦେବା ଫଳରେ ସାନ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ବଡ଼ ଝିଅ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ତାଙ୍କର ଦୁଇ ଝିଅଙ୍କ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ପୁଇଁତଲା ବ୍ଲକକୁ ଆସୁଥିଲେ। ହଠାତ […]

ରାଜ୍ୟ

ଆଜି ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦିନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଛି। ଏହାର ପ୍ରଭାବରେ ଆଜି(ସୋମବାର) ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେଧୀରେ ଅଧିକ ଘନୀଭୂତ ହୋଇ ୯ ତାରିଖ ବେଳକୁ ଅବପାତର ରୂପ ନେବ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବ। ଏହାପରେ ଏହା ଆହୁରି ଆହୁରି ଘନୀଭୂତ ହେବ […]