ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ପୋଲ ଉପରୁ ବସ୍ ଖସି ୨୨ ମୃତ
ଭୋପାଳ: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଆଜି ଏକ ପୋଲ ଉପରୁ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି। ଅନ୍ୟ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖରଗୋନ ଏସଡିଓ (ପୁଲିସ) ରାକେଶ ମୋହନ ଶୁକ୍ଳା କହିଛନ୍ତି, ବସ୍ଟି ଇନ୍ଦୋରକୁ ଯାଉଥିବା ବେଳେ ବାଟରେ ଏହା ଡୋଙ୍ଗରଗାଓଁ ନିକଟରେ ବୋରଡ଼ ନଦୀ ପୋଲ ଉପରେ ରେଲିଂ ଭାଙ୍ଗି ତଳକୁ ଖସି ପଡ଼ିଥିଲା। ଆହତମାନଙ୍କୁ ଖରଗୋନ […]









