ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ବଦଳିବ ଆତ୍ମରକ୍ଷା କୌଶଳ ତାଲିମ ରୂପରେଖ

ଭୁବନେଶ୍ବର : ୨୦୧୩ରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଯୁବନୀତିରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେବାର ବ୍ୟବସ୍ଥା ହୋଇଥିଲା। ଯୁକ୍ତ୨ ସମେତ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀମାନଙ୍କୁ ମଧ୍ୟ ତାଲିମ ଦିଆଯିବାର ଯୋଜନା ଥିଲା। ଇତିମଧ୍ୟରେ ଏହି ଯୋଜନାକୁ ୧୦ ବର୍ଷ ବିତିଗଲାଣି। ୩ ଥର ନିୟମରେ ପରିବର୍ତ୍ତନ କରାଗଲାଣି। ମାତ୍ର ଯୋଜନାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରୁ ନାହିଁ। ଏବେ ପୁଣିଥରେ ନିୟମରେ ପରିବର୍ତ୍ତନ କରାଯାଇ ବିଦ୍ୟାଳୟସ୍ତରରେ ‘ଆତ୍ମରକ୍ଷା କୌଶଳ କ୍ଲବ୍’ ଗଠନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀଘ୍ର ସରିବ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି

ପୁରୀ : ଚଳିତ ବର୍ଷ ରଥଯାତ୍ରାକୁ ଆଉ ୪୦ ଦିନ ବାକି ଥିବାବେଳେ ପ୍ରଶାସନିକ ସ୍ତରରେ ଏ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ବିଶେଷକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି କାମ ‌ଯଥାଶୀଘ୍ର ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଣ୍ଡି ବେଳେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ଯେଭଳି ଆଘାତ ନ ଲାଗେ, ସେଥିପ୍ରତି ଗୁରୁତ୍ବ ଦେବାକୁ ଦଇତାପତି ସେବାୟତମାନଙ୍କ ଦାବି ପରେ ବ୍ୟାପକ ମରାମତି କାମ ହାତକୁ ନିଆଯାଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଖଳା ଚଳଚଞ୍ଚଳ: ତିନି ରଥର ୨୫ ଚକ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ବୁଧବାର ଦିନ ୧୭ ଦିନରେ ପହଞ୍ଚିଛି। ୧୭ ଦିନ ଶେଷ ସୁଦ୍ଧା ତିନି ରଥର ୨୫ଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ବଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୯ଟି ଚକ ନିର୍ମାଣ ଶେଷ ହୋଇଛି। ତିନି ରଥର ଯୋଖା ନିର୍ମାଣ ବି ଆଗେଇ ଚାଲିଛି। ତାଳଧ୍ବଜ ରଥ ୧୬ଟି ଯୋଖାରୁ ୮ଟି, ଦର୍ପଦଳନ ରଥର ୧୨ଟି ଯୋଖାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ୟାମେରାରେ ଆଉ ଆସୁନି ପ୍ରତିଛବି, ଅଟେଇରୁ ମହାବଳ ଗାଏବ

କେନ୍ଦୁଝର : ଚାରିମାସ ହେବ ବନ ବିଭାଗର ନିଦ ହଜେଇ ଦେଇଥିବା ମହାବଳ ବାଘ କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗାଏବ ହୋଇଯାଇଛି। ୨୦ ଦିନରୁ ଊର୍ଦ୍ଧ୍ବ ହେବ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ବାଘ ଧରାପଡ଼ୁ ନଥିବାରୁ ବନ ବିଭାଗ ଏଭଳି ଆଶଙ୍କା କରିଛି। ମହାବଳଟି ଶିମିଳିପାଳ ନଚେତ ସାତକୋଶିଆ ଜଙ୍ଗଲକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି। କିଛିମାସ ତଳେ ଅଟେଇ ଜଙ୍ଗଲର ବାରମ୍ବାର ମଇଁଷି ଓ ଗାଈକୁ ଆକ୍ରମଣ ହେବା ପରେ ଏଠାରେ ମହାବଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହେଲ୍‌ଥ ଟିପ୍ସ: ଶ୍ବାସରୋଗ ଔଷଧ ବିକ୍ରିରେ ବୃଦ୍ଧି

ଭୁବନେଶ୍ବର : ଦେଶରେ ଔଷଧ ବିକ୍ରିର ପରିମାଣ ମହାମାରୀ ପୂର୍ବସ୍ତରକୁ ଖସି ଆସିଛି। ଏହି ସମୟରେ ଔଷଧ ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଯାହାଫଳରେ ଗତ ଏପ୍ରିଲ ମାସରେ ଭାରତୀୟ ଫାର୍ମା ବଜାର(ଆଇପିଏମ୍‌)ରେ ଔଷଧର ବିକ୍ରି ୨୦୧୯ ଏପ୍ରିଲ ତୁଳନାରେ ମାତ୍ର ୦.୨୧ ପ୍ରତିଶତ ବୃଦ୍ଧି ପାଇଛି। ହୃଦ୍‌ରୋଗ, ମଧୁମେହ, ଭିଟାମିନ୍ ଆଦି ଔଷଧ ବିକ୍ରିରେ ହ୍ରାସ ହୋଇଥିବା ବେଳେ ଶ୍ବାସଜନିତ ରୋଗ, ଆଣ୍ଟି-ଇନ୍‌ଫେକ୍ଟିଭ ଏବଂ ପେନ୍ ଏବଂ ଆନାଲଜେସିକ୍ସ ବିକ୍ରିରେ ବୃଦ୍ଧି ନଜରକୁ ଆସିଛି। ଫାର୍ମାରାକ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟିକାକରଣ ନହେବାରୁ ବ୍ୟାପିଲା ଆନ୍ଥ୍ରାକ୍ସ

କୋରାପୁଟ : ବହୁ ବର୍ଷ ହେଲା କୋରାପୁଟ ଜିଲ୍ଲାରେ ମାରାତ୍ମକ ଆନ୍ଥ୍ରାକ୍ସର ଚିହ୍ନବର୍ଣ୍ଣ ନଥିଲା। ହଠାତ୍‌ କାହିଁକି ଚଳିତ ବର୍ଷ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଲେ ତାହାର କାରଣ ଖୋଜିବା ବେଳକୁ ସାଂଘାତିକ ଅବହେଳା ସାମ୍ନାକୁ ଆସିଛି। ଭୁବନେଶ୍ବରୁ ଆସିଥିବା ଆରଏମ୍‌ଆରସି ଟିମ୍‌ ଗାଈଗୋରୁଙ୍କ ଟିକାକରଣ ହୋଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ଦେଇଛି। ଦଶମନ୍ତପୁର ବ୍ଲକ୍‌ରେ ପରିସ୍ଥିତି ବିଗିଡ଼ିବା ପୂର୍ବରୁ ନିୟନ୍ତ୍ରଣାଧୀନ କରିବାକୁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ତେଣୁ ବାସ୍ତବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଶା ନିବାରଣ କେନ୍ଦ୍ର ନାଁରେ ବେପାର

ବାରିପଦା : ସହଜ ରୋଜଗାରର ଭଲ ମାଧ୍ୟମ ପାଲଟିଛି ନିଶା ନିବାରଣ କେନ୍ଦ୍ର। ଜିଲ୍ଲା ପ୍ରଶାସନର ନାକ ନିଶ ତଳେ ବାରିପଦା ସହରରେ ଛତୁ ଫୁଟିଲା ଭଳି ନିଶା ନିବାରଣ କେନ୍ଦ୍ର ଖୋଲାଯାଉଛି। ଏଜେଣ୍ଟମାନଙ୍କ ଜରିଆରେ ନିଶାସକ୍ତମାନଙ୍କୁ କେନ୍ଦ୍ରକୁ ଅଣାଯାଇ ନିଶା ଛଡ଼ାଇବା ଆଳରେ ମାସକୁ ମାସ ମୋଟା ଅଙ୍କର ଟଙ୍କ‌ା ଆଦାୟ କରାଯାଉଛି। ତେବେ ଛୋଟଛୋଟ କଥାରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ମଧ୍ୟ ଦିଆଯାଉଛି। ଘଟଣା ଲୋକଲୋଚନକୁ ଆସିଲେ ପ୍ରଶାସନ ତତ୍ପରତା ଦେଖାଉଛି, ତା ପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋକିମ୍‌ଙ୍କୁ ସମାଲୋଚନା କଲେ ନଗର କଂଗ୍ରେସ ସଭାପତି

କଟକ: ଭୁବନେଶ୍ବରରେ ଗତକାଲି ଆୟୋଜିତ ‘ଜାନକୀ ବାବୁ ଓ ବସନ୍ତବାବୁଙ୍କ ଯୋଡ଼ି: ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଆଲୋଚନାଚକ୍ର କାର୍ଯ୍ୟକ୍ରମକୁ ତୀବ୍ର ସମାଲୋଚନା କରିଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର। ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଏହି କାର୍ଯ୍ୟକ୍ରମର ଆୟୋଜକ ଥିବା ବେଳେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରି ସୁରେଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖିଛନ୍ତି। ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିବା ସହିତ ସେ କହିଛନ୍ତି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କର୍ଣ୍ଣାଟକରେ କ’ଣ କରୁଛି ଗୋଆରୁ ଆସିଥିବା ବସ୍: ସତର୍କ କରାଇଲା କଂଗ୍ରେସ

ବେଙ୍ଗାଲୁରୁ: ଆଜି କର୍ଣ୍ଣଟକ ବିଧାନସଭା ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହେବାର କଛି ସମୟ ପୂର୍ବରୁ ରାଜ୍ୟର ଉତ୍ତର ପ୍ରାନ୍ତରେ ଗୋଆର କେତେକ ବସ୍‌ ଦେଖିବା ପରେ କଂଗ୍ରେସ ସମସ୍ତଙ୍କୁ ସତର୍କ କରାଇଛି। ଉକ୍ତ ବସ୍‌ଗୁଡ଼ିକର ଭିଡିଓ ସେୟାର୍‌ କରି କଂଗ୍ରେସ ପଚାରିଛି, କ’ଣ ବେଆଇନ୍‌ ଅର୍ଥ ପରିବହନ କରାଯାଉଛି ନା, ମିଥ୍ୟା ଭୋଟ୍‌ ପାଇଁ ଯୋଜନା? ଭୋଟ୍‌ ଗ୍ରହଣର ବହୁ ଆଗରୁ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ମଧ୍ୟ ଗୋଟାଏ ‘ରିସର୍ଟ’ ସମ୍ପୃକ୍ତି କଥା ଉଲ୍ଲେଖ […]

ରାଜ୍ୟ

ହାତୀ, ବାଘକୁ ବିପଦ: ନୂଆପଡ଼ାରେ କଲରାପତରିଆର ମୃତ୍ୟୁ; କୁନୋରେ ଆଉ ଏକ ଚିତା ମଲା

ନୂଆପଡ଼ା: ନୂଆପଡ଼ା ବନ ବିଭାଗ ରେଞ୍ଜ ଅଫିସରେ ଗତ ୨୩ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି ଚିକିତ୍ସାଧୀନ କଲରାପତରିଆ। ସୋମବାର ରାତି ୧୨ଟା ୧୫ ମିନିଟ ସମୟରେ ବାଘଟି ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି ଡିଏଫ୍‌ଓ। ପ୍ରାଣୀ ଚିକିତ୍ସା ବିଭାଗ ବିଶେଷଜ୍ଞଙ୍କ ବାରମ୍ବାର ପରାମର୍ଶ ପରେ ମଧ୍ୟ ବାଘକୁ ଅଧିକ ଚିକିତ୍ସା ପାଇଁ ବାହାରକୁ ନିଆଯାଇ ନଥିଲା। ବନ ବିଭାଗର ଅବହେଳା ଓ ଖାମ୍‌ଖିଆଲି ହେତୁ ଉତ୍ତମ ଚିକିତ୍ସା ନପାଇ […]