ରାଜ୍ୟ

ଶୁଖିଲା ପଡ଼ିଛି ‘ଭାର୍ଗବୀ’; ବର୍ଷା ଦିନେ ଉବୁଟୁବୁ, ଖରାଦିନେ ପାଣି ଟୋପେ ନାହିଁ

ପୁରୀ,(ସୁମନ୍ତ ପରିଡ଼ା): ଦିନ ଥିଲା, ଅକାତକାତ କାଚକେନ୍ଦୁ ପାଣିରେ ହସି ଉଠୁଥିଲା ଚିରସ୍ରୋତା ଭାର୍ଗବୀ। ନିଜେ ହସିବା ସହ ଜନଜୀବନଙ୍କ ମୁହଁରେ ବି ହସ ଫୁଟାଉଥିଲା। ଚାଷବାସ ପାଇଁ ଅମୃତର ଜଳଧାରା ଯୋଗାଇ ଦେଉଥିଲା। କିନ୍ତୁ ମହାନଦୀରେ ଜଳ ଅଭାବ ଓ ବର୍ଷା ଜଳ ସଂରକ୍ଷଣରେ ପରିଚାଳନାଗତ ତ୍ରୁଟି କାରଣରୁ ଭାଗର୍ବୀ ନଦୀର ଏହି ଅମୃତଧାରା ଆଜି ଶୁଖିଯାଇଛି। ନା ଆଗଭଳି ଜଳପ୍ରବାହ ଦେଖିବାକୁ ମିଳୁଛି, ନା ଚାଷବାସ ହୋଇପାରୁଛି। ନଦୀର ଜଳଧାରା ଯେଉଁଆଡ଼େ ପ୍ରବାହିତ ହେଉଛି, […]

ରାଜ୍ୟ

ବିଦ୍ୟୁତ୍ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ

ରାୟଗଡ଼ା: ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାତ୍ରାଗାଡ଼ା ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି, ତାହା ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। କାରଣ ବିଦ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିରହିଛି। ଅପରପକ୍ଷରେ ଏହି ମୃତ ହାତୀଗୁଡ଼ିକ ଓଡ଼ିଶାର ହାତୀ ନା ଆନ୍ଧ୍ରର, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ ଓ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିପୁଳ ମାଓ ସାମଗ୍ରୀ ଜବତ, ଟାପରାଙ୍ଗ ଶୂନଶାନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଗାଁରେ ମଙ୍ଗଳବାର ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟଣା ପରେ କମ୍ବିଂ ଓ ସର୍ଚ ଅପରେସନକୁ ଜୋର୍‌ଦାର କରାଯାଇଛି। ସର୍ଚ ଅପରେସନ୍‌ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଗତକାଲିର ଏହି ଘଟଣା ପରେ ଟାପରାଙ୍ଗ ଗାଁ ଶୂନଶାନ୍‌ ହୋଇଯାଇଛି। ଅନ୍ୟପକ୍ଷରେ ଅଧିକ ତଥ୍ୟ ପାଇଁ ପୁଲିସ ଟାପରାଙ୍ଗ ଗାଁର ଆଶାକର୍ମୀଙ୍କ ସମେତ ତାଙ୍କ ସ୍ବାମୀ ଓ ଝିଅକୁ ଉଠାଇଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୭୯ତମ ଭଞ୍ଜ ଜୟନ୍ତୀ ସପ୍ତାହ ୧୬ରୁ, ଶ୍ୟାମାମଣିଙ୍କୁ କଳିଙ୍ଗ ଭାରତୀ ସମ୍ମାନ

କଟକ : ଓଡ଼ିଶାର ପ୍ରାଚୀନ ସାରସ୍ବତ ଓ ସାଂସ୍କୃତିକ ଅନୁଷ୍ଠାନ ‘କଳିଙ୍ଗ ଭାରତୀ ପକ୍ଷରୁ ୭୯ତମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସପ୍ତାହ ଆସନ୍ତା ୧୬ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ମିସନ୍‌ ରୋଡ୍‌ସ୍ଥିତ ଭଞ୍ଜମଣ୍ଡପରେ ଅନୁଷ୍ଠିତ ହେବ। ଏହି ସମା‌ରୋହରେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀଙ୍କୁ ମର୍ଯ୍ୟାଦାଜନକ କଳିଙ୍ଗ ଭାରତୀ ସମ୍ମାନ ପ୍ରଦାନ କରାଯିବାକୁ ଚୂଡାନ୍ତ ହୋଇଛି। ଭଞ୍ଜ ଜୟନ୍ତୀ ସପ୍ତାହର ଉଦ୍‌ଯାପନୀ ସମାରୋହରେ ଡକ୍ଟର ଶ୍ୟାମମଣି ଦେବୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ […]

ଦେଶ ବିଦେଶ

ଜୁନ୍‌ ୨୨ରେ ମୋଦୀଙ୍କୁ ସ୍ବାଗତ କରିବେ ବାଇଡେନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ଜୁନ୍‌ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବେ। ସେହି ସମାନ ଦିନ ବାଇଡେନ ମୋଦୀଙ୍କ ପାଇଁ ଏକ ସ୍ବତନ୍ତ୍ର ନୈଶଭୋଜି ରଖିଛନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ମୋଦୀ ଆମେରିକା ଗସ୍ତ କରୁଛନ୍ତି। ମୋଦୀଙ୍କ ଗସ୍ତ ପାଇଁ କେତେକ ସ୍ବତନ୍ତ୍ର ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୋଦୀ ପୂର୍ବରୁ ପ୍ରାୟ ୬ରୁ ଅଧିକ ଧର ଆମେରିକା ଗସ୍ତ କରିଛନ୍ତି। ହ୍ବାଇଟ୍‌ ହାଉସ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇନ୍‌ କଟିବା ପ୍ରସଙ୍ଗ: ଏବେ ମୁଣ୍ଡ ପୂରାଇଲେ

ଭୁବନେଶ୍ବର : ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମଏସସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାରେ ନୂଆ ମୋଡ଼ ଆସିଛି। ତିନି ଦିନ ହେଲା ଚୁପ୍‌ ବସିଥିବା ରାଜ୍ୟ ସରକାର ଏବେ ମୁଣ୍ଡ ପୂରାଇଛନ୍ତି। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଗତ ୮ ତାରିଖରେ ମୁଖ୍ୟ ଶାସନ ସଚିବ ଓ କୁଳପତିଙ୍କଠାରୁ ରିପୋର୍ଟ ତଲବ କରିବା ପରେ ସରକାରୀ ବାବୁମାନେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସମଲିଙ୍ଗୀ ବିବାହର ବୈଧୀକରଣ ପ୍ରସ୍ତାବକୁ ଆସାମ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନର ବିରୋଧ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ନେଇ ଆଗତ ପିଟିସନଗୁଡ଼ିକର ଶୁଣାଣି ସୁପ୍ରିମ୍‌କୋର୍ଟରେ ଜାରି ରହିଥିବା ବେଳେ ଗତ ଏପ୍ରିଲ ୧୮ ତାରିଖରେ କେନ୍ଦ୍ର ସରକାର ଏ ବାବଦରେ ସ୍ବକୀୟ ମତାମତ ଦେବା ପାଇଁ ରାଜ୍ୟଗୁଡ଼ିକୁ ଚିଠି ଜାରି କରିଥିଲେ। ମଧ୍ୟପ୍ରଦେଶ ସରକାର ଏହା ପୂର୍ବରୁ ସମଲିଙ୍ଗୀ ବିବାହ ବିରୋଧରେ ନିଜର ମତ ସ୍ପଷ୍ଟ କରିସାରିଥିବା ବେଳେ ସମ୍ପ୍ରତି ଆସାମ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ସରକାର ମଧ୍ୟ ଏହା ବିରୋଧରେ ମତ ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲର ରୂପାନ୍ତର

ଭୁବନେଶ୍ୱର : ‘୫-ଟି’ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ଗୁଡ଼ିକୁ ୨୦୨୩ ଡିସେମ୍ବର ସୁଦ୍ଧା ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍‌ଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ‘ମୋ ସ୍କୁଲ ଅଭିଯାନ’ର ୪୦ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଚତୁର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ପ୍ରସ୍ତାବିତ ସମୟସୀମା ପୂର୍ବରୁ ଶେଷ କରିବା ନେଇ […]

ଦେଶ ବିଦେଶ

ଗ୍ରୀଷ୍ମ ଅବକାଶ ପରେ ଚିଟଫଣ୍ଡ ମାମଲାର ଶୁଣାଣି

ନୂଆଦିଲ୍ଲୀ : ମେ’ ୨୨ରୁ ଜୁଲାଇ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମକାଳୀନ ଅବକାଶ ରହିବ। ଏହି ସମୟରେ ସୀମିତ ଭାବେ କିଛି ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି କରିବେ। ହେଲେ ଅନ୍ୟ ନିୟମିତ ମାମଲାଗୁଡ଼ିକର ଶୁଣାଣି ଗ୍ରୀଷ୍ମକାଳୀନ ଅବକାଶ ପରେ ହେବ। ସୂଚନା ଅନୁସାରେ ଜୁଲାଇ ୩୧ରେ ଓଡ଼ିଶା ଚିଟ୍‌ଫଣ୍ଡ ଦୁନୀତି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପରବର୍ତ୍ତୀ ଶୁଣାଣି ନୂଆ ବେଞ୍ଚରେ ହେବା ସମ୍ଭାବନା ରହିଛି। ଏବେ ଏହି ମାମଲାର ଶୁଣାଣି ବିଚାରପତି ଜଷ୍ଟିସ ଏମ୍‌.ଆର୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବି ଛାତି ଓ ଯକ୍ଷ୍ମାରୋଗ ବିଭାଗ ଆଇସିୟୁରେ ଅଗ୍ନିକାଣ୍ଡ

କଟକ :ଏସ୍‌ସିବି ଛାତି ଓ ଯକ୍ଷ୍ମାରୋଗ ବିଭାଗ ଆଇସିୟୁରେ ବୁଧବାର ଦିନ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ହଠାତ୍‌ ନିଆଁ ଲାଗି ଯାଇଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥ‌ଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭେଣ୍ଟିଲେଟର ମେସିନ୍‌ରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ କହିଥିବାବେଳେ ସେଭଳି କିଛି ଗୁରୁତର ଘଟଣା ନଥିବା କହିଛନ୍ତି ଏସ୍‌ସିବି ଅଗ୍ନିଶମ ଷ୍ଟେସନ୍‌ ଅଧିକାରୀ ମନୋଜ କୁମାର ମହାପାତ୍ର। ତେବେ ଏଭଳି ସଟ୍‌ସର୍କିଟ୍‌ ଯୋଗୁଁ ରୋଗୀଙ୍କର କୌଣସି ଅସୁବିଧା ହୋଇନଥିବା ଏସ୍‌ସିବି […]