ରାଜନୀତି ରାଜ୍ୟ

କୋଟପାଡ଼ରେ ପ୍ରାକ୍‌ ନିର୍ବାଚନୀ ହାୱା: ତିନି ପ୍ରମୁଖ ଦଳ ଉପରେ ଭୋଟରଙ୍କ ଆଖି

କୋରାପୁଟ/କୋଟପାଡ଼ : ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରସ୍ତୁତି ଜୋର ଧରିଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ବିଜେଡି ସରକାରୀ ଯୋଜନାର ସୁଫଳ, ବିଜେପି ମୋଦୀଙ୍କ ବିକାଶ ଧାରା ଏବଂ କଂଗ୍ରେସ ଦୁର୍ନୀତିକୁ ପ୍ରସଙ୍ଗ କରିଛି। ତେବେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ତିନି ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ ସୁପ୍ରିମୋ କାହାକୁ ଟିକେଟ୍ ଦେଉଛନ୍ତି ତାକୁ ନେଇ କୋଟପାଡ ରାଜନୈତିକ ମହଲରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାରାଷ୍ଟ୍ର ରାଜନୈତିକ ସଂକଟର ପୂରା ଘଟଣାକ୍ରମ ଏମିତି; ୨୦୨୨ ଜୁନରୁ ହୋଇଥିଲା ଆରମ୍ଭ….

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗତକାଲି ୨୦୨୨-ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଏକନାଥ ସିନ୍ଦେ-ବିଜେପି ସରକାରକୁ ଆଜି ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। କୋର୍ଟ କହିଛନ୍ତି, ମହାରାଷ୍ଟ୍ରରେ ଆମେ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାରକୁ ପୁନଃ ଅବସ୍ଥାପିତ କରିପାରିବୁ ନାହିଁ। ରାଜନୈତିକ ସଙ୍କଟ ଭିତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ଠାକ୍‌ରେ ଆସ୍ଥା ଭୋଟ୍‌ ସାମ୍ନା ନକରି ଇସ୍ତଫା ଦେଇଥିବାରୁ ଆମେ ଏ କ୍ଷେତ୍ରରେ ତାଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୬୦ ହଜାର ଚାଷୀଙ୍କଠାରୁ ୬.୦୩ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ

ଭୁବନେଶ୍ବର : ଚଳିତ ବର୍ଷ ୬୦ ହଜାର ଚାଷୀଙ୍କ ଠାରୁ ୬ ଲକ୍ଷ ୩ ହଜାର କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଛି ଟିଡିସିସିଓଏଲ (ଆଦିବାସୀ ଉନ୍ନୟନ ସମବାୟ ସମିତି)। ଗତବର୍ଷ ୩ ଲକ୍ଷ ୨୩ ହଜାର କ୍ବିଣ୍ଟାଲ, ୨୦୨୦ ମସିହାରେ ୨ ଲକ୍ଷ ୩ ହଜାର, ୨୦୧୯ରେ ୯୪ ହଜାର ଏବଂ ୨୦୧୮ ମସିହାରେ ୧୭ ହଜାର କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଥିଲା। ୨୦୨୩ ମସିହାରେ ୮ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା […]

ରାଜ୍ୟ

୯୫ର ରାଜ୍‌: ସୁସ୍ଥ ଜୀବନ ପଛରେ ନିର୍ଭେଜାଲ ଖାଦ୍ୟପେୟ

ଧଣ୍ଡାମୁଣ୍ଡା, : ଚର୍ମ ରୁକ୍ଷ, ଶରୀର କ୍ଲାନ୍ତ। କିନ୍ତୁ ମନ ପୂର୍ବବତ୍‌ ଚଳଚଞ୍ଚଳ। ବୟସ ସତେ ଯେମିତି ତାଙ୍କ ପାଇଁ କେବଳ ସଂଖ୍ୟା ମାତ୍ର। ୯୫ ବର୍ଷ ବୟସରେ ସକ୍ରିୟ ଥିବା ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁର ଦୈତ୍ୟାରି ପଟେଲ। ଶ୍ରୀ ପଟେଲ ପେସାରେ ସେ ଜଣେ ଚାଷୀ ଥିଲେ ମଧ୍ୟ ଅଭିନୟରେ ସିଦ୍ଧହସ୍ତ। ଯୌବନରେ ରାମଲୀଳା ନାଟକରେ ରାମ ଭୂମିକାରେ ଅଭିନୟ କରୁଥିଲେ। ଆଜି ବି ଅଭିନୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଟୁଇଟର୍‌’ ‘ସିଇଓ’ ପଦରୁ ଇସ୍ତଫା ଦେବେ ଏଲନ୍‌ ମସ୍କ୍‌; ନୂଆ ‘ସିଇଓ’ ହୋଇପାରନ୍ତି ଲିଣ୍ଡା ୟାକାରିନୋ

ନ୍ୟୁୟର୍କ: ‘ଟୁଇଟର୍‌’ର ‘ସିଇଓ’ ପଦରୁ ଇସ୍ତଫା ଦେବେ ବୋଲି ମାଲିକ ଏଲନ୍‌ ମସ୍କ୍‌ ଘୋଷଣା କରିବା ପରେ ‘ଏନ୍‌ବିସି ୟୁନିଭର୍ସାଲ୍‌’ର ‘ଏକ୍‌ଜିକ୍ୟୁଟିଭ୍‌’ ଲିଣ୍ଡା ୟାକାରିନୋ ନୂଆ ‘ସିଇଓ’ ହେବେ ବୋଲି କୁହାଯାଉଥିବା କଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ସାମାଜିକ ଗଣମାଧ୍ୟମ (ଟୁଇଟର୍‌) ପାଇଁ ଜଣେ ନୂତନ ମୁଖ୍ୟ ପାଇଛନ୍ତି, ତେଣୁ ଏବେ ସେ ନିଜେ (ମସ୍କ୍‌) ଜଣେ ‘ଚିଫ୍‌ ଟେକ୍ନୋଲିଜିଷ୍ଟ୍‌’ର ଭୂମିକା ନିର୍ବାହ କରିବେ। କୌଣସି ବ୍ୟକ୍ତିବିଶେଷଙ୍କ ନାଁ ଉଲ୍ଲେଖ ନ କରି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୭ ବର୍ଷ ପରେ ବି କାଞ୍ଚିନଦୀ ପୋଲ ଅଧାଗଢ଼ା

ପୁରୀ : ପୁରୁଣା ପୋଲ ବିପଦସଂକୁଳ ଘୋଷଣା ହୋଇସାରିଛି। ନୂଆ ପୋଲ ନିର୍ମାଣ କାର୍ଯ୍ୟ ଗତ ୭ ବର୍ଷ ହେଲା ଶେଷ ହେଉନାହିଁ। ପୋଲ ନିର୍ମାଣକୁ ଅଧପନ୍ତରିଆ ଭାବେ ପକାଇ ଦେଇ ଠିକାଦାର ଛୁ ମାରିଥିବା ବେଳେ ପୂର୍ତ୍ତ ବିଭାଗ ମଧ୍ୟ ଏହାକୁ ଗୁରୁତ୍ବ ଦେଉନାହିଁ। ଫଳରେ ଶହଶହ ଲୋକେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି। ଜାନକାଦେଇପୁରଠାରେ ଭାର୍ଗବୀର ଶାଖା ନଦୀ କାଞ୍ଚି ଉପରେ ନିର୍ମାଣ ହୋଇଥିବା ଏହି ପୋଲ ବହୁ ପୁରୁଣା। ଏହା କୌଣସି ଅତ୍ୟାଧୁନିକ […]

ରାଜନୀତି ରାଜ୍ୟ

ବିଜେଡିର ଗଜପତି ଦଖଲ କସରତ : ନୂଆ ପ୍ରାର୍ଥୀ ଦେଇପାରନ୍ତି ବିଜେଡି, କଂଗ୍ରେସ

ପାରଳାଖେମୁଣ୍ଡି : ୨୦୨୪ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡିରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଅଙ୍କକଷା ଜାରି ରହିଛି। ଆଶାୟୀଙ୍କ ତାଲିକା ବେଶ୍ ଲମ୍ବା। ଇତିମଧ୍ୟରେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଗଜପତି ଜିଲ୍ଲା ପ୍ରଭାରୀ ଅତନୁ ସବ୍ୟସାଚୀ ନାୟକ ପାରଳାଖେମୁଣ୍ଡି ଗସ୍ତ କରି ନେତାମାନଙ୍କ ସହିତ କଥା ହୋଇ ଫେରିଛନ୍ତି। ହେଲେ କାହାକୁ ଆଖିରେ ରଖି ଦଳ ଆଗକୁ ବଢ଼ୁଛି, ତାହା ଉପରୁ ପରଦା ହଟାଇନାହାନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଅନ୍ତର୍ଜାତୀୟ ସେବିକା ଦିବସ: ଅସ୍ତ୍ରୋପଚାର ପ୍ରସବକୁ ହ୍ରାସ କରିବ ଏମ୍‌ଏଲ୍‌ସିୟୁ

ଭୁବନେଶ୍ବର : ରାଜ୍ୟରେ ଅସ୍ତ୍ରୋପଚାର ପ୍ରସବ(ସି-ସେକ୍ସନ୍‌) ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ନିର୍ଦେଶାବଳୀ ଅନୁଯାୟୀ ୧୫ ପ୍ରତିଶତ ପର୍ଯ୍ୟନ୍ତ ସି-ସେକ୍ସନ୍‌ ଅନୁମୋଦନ ଥିବା ବେଳେ ଓଡ଼ିଶାରେ କିନ୍ତୁ ଏହା ୭୦ ପ୍ରତିଶତରୁ ଅଧିକ ରହିଛି। ସି-ସେକ୍ସନ୍ କାହିଁକି ବଢ଼ୁଛି ଏହାର କାରଣ ଖୋଜିବା ପାଇଁ ରାଜ୍ୟ ସରକାର ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନରେ ଚଳିତମାସରୁ ଅଡିଟ୍‌ ଆରମ୍ଭ କରିଛନ୍ତି। ତେବେ ସାଧାରଣ ପ୍ରସବକୁ ପ୍ରୋତ୍ସାହିତ ପାଇଁ ରାଜ୍ୟ ସରକାର ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ଏମ୍‌ଏଲ୍‌ସିୟୁ(ମିଡୱାଇଫେରି […]

ରାଜ୍ୟ

ଅତିରିକ୍ତ ଜିଲ୍ଲାପାଳଙ୍କୁ ଡଙ୍ଗରିଆ ମହିଳାଙ୍କ ସିଧା ପ୍ରଶ୍ନ: ବାବୁ ଟଙ୍କା ପଠାଇଥିଲି, ତତେ ମିଳିଲା କି?

ରାୟଗଡା : ନିୟମଗିରି ପାହାଡ଼ରେ ବସବାସ କରୁଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ଏହି ଜନଜାତିଙ୍କ ଉତ୍‌ଥାନ ପାଇଁ ସରକାରଙ୍କ ଏକାଧିକ ସଂସ୍ଥା କାର୍ଯ୍ୟ କରୁଛି। କିନ୍ତୁ, ସରକାରୀ ସଂସ୍ଥା ହିତ ବଦଳରେ କେଉଁ ଭଳି ଜନଜାତିଙ୍କୁ ପ୍ରତାରିତ ଏବଂ ଶୋଷଣ କରୁଛନ୍ତି ତାହାକୁ ଆଜି ଡଙ୍ଗରିଆ କନ୍ଧ ମହିଳା ଚାଷୀ ଟିମି ପୁଷିକା ସାମ୍ନାକୁ ଆଣିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଲାଞ୍ଚ ଟଙ୍କା ମିଳିଲା ନା ନାହିଁ ବୋଲି ଟିମି ସିଧାସଳଖ ପଚାରିଛନ୍ତି। ଶୁଣିବାକୁ ପ୍ରଥମେ […]

ରାଜ୍ୟ

କର୍କଟ ରୋଗୀଙ୍କୁ ‘ପ୍ରତୀକ୍ଷା’ ଯନ୍ତ୍ରଣା: ତିନି ସପ୍ତାହ ଅପେକ୍ଷା କଲେ ରେଡିଏସନ୍‌ ଚିକିତ୍ସା!

କଟକ : କର୍କଟ ରୋଗୀଙ୍କୁ ବି ରେଡିଏସସନ୍‌ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡୁଛି ତିନି ସପ୍ତାହ। କେବେ ପାଳି ପଡିବ, ସେ ଅପେକ୍ଷାରେ ରହିଲା ବେଳକୁ ଏପଟେ ରୋଗ ବଢି ଚାଲିଛି। ଏଭଳି ସ୍ଥିତିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଭରସା ଛାଡି, ଜମିବାଡ଼ି ବନ୍ଧା ପକାଇ ଘରୋଇ ହସ୍ପିଟାଲକୁ ଯାଉଛନ୍ତି କର୍କଟ ରୋଗୀ। ଏପଟେ କିନ୍ତୁ ନଭେମ୍ବର ସୁଦ୍ଧା ୨ଟି ଲିନାକ୍‌ ମେସିନ୍‌ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କାର୍ଯ୍ୟକ୍ଷମ ହେବାକୁ ଥିଲେ ବି […]