ରାଜ୍ୟ ସ୍ପେଶାଲ ରିପୋର୍ଟ

୧୩ରୁ ତାତି ଆହୁରି ବଢ଼ିବ, ୧୬ ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର : ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ଗୁରୁବାର ଦିନ ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ ହୋଇଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧ ଓ ଝାରସୁଗୁଡ଼ାଠାରେ ୪୩.୪ ଡିଗ୍ରି ରେକର୍ଡ ହୋଇଛି। ଏହାସହ ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ରହିଥିଲା ୪୩.୩ ଡିଗ୍ରି। ହୀରାକୁଦରେ ୪୨.୩ ଡିଗ୍ରି, ସୁନ୍ଦରଗଡ଼ରେ ୪୨.୧ଡିଗ୍ରି, ରାଉରକେଲାରେ ୪୨ଡିଗ୍ରି, ଅନୁଗୁଳରେ ୪୧.୭ଡିଗ୍ରି, ସୋନପୁରରେ ୪୧.୩ଡିଗ୍ରି, ବଲାଙ୍ଗୀରରେ ୪୧.୨ଡିଗ୍ରି, ଟିଟିଲାଗଡ଼, ତାଳଚେର ଓ ନୂଆପଡ଼ାରେ ୪୧ଡିଗ୍ରି ଲେଖାଏଁ ତାପମାତ୍ରା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସନାତନ କେବଳ ଶବ୍ଦ ନୁହେଁ: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭିଡିଓ ବାର୍ତ୍ତା ମାଧ୍ୟମରେ କଡ଼ୱା ପଟିଦାର ସମାଜର ୧୦୦ତମ ବାର୍ଷିକୀକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସନାତନୀ ଶତାବ୍ଦୀ ମହୋତ୍ସବ ଅବସରରେ ତାଙ୍କର ଶୁଭେଚ୍ଛା ଜଣାଇବା ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀଜୀଙ୍କ ଉପସ୍ଥିତିରେ ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ଏହା ପ୍ରଥମ ବୋଲି କହିଥିଲେ। ସମାଜ ପାଇଁ କଡ଼ୱା ପଟିଦାର ସମାଜର ୧୦୦ ବର୍ଷର ସେବା, ଯୁବ ଶାଖାର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଦିନକରେ ଦୁଇ ନିଯୁକ୍ତି ପରୀକ୍ଷା; ଚିନ୍ତାରେ ପରୀକ୍ଷାର୍ଥୀ, ଘୁଞ୍ଚାଇବାକୁ ଦାବି

ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ପଦରେ ନିଯୁକ୍ତି ଲାଗି ପ୍ରକ୍ରିୟା ଚାଲିଛି। ପ୍ରିଲିମନାରି ପରୀକ୍ଷା ଶେଷ ହେବା ପରେ ଏବେ ବାକି ଦୁଇଟି ସ୍ତରର ପରୀକ୍ଷା ଆସନ୍ତା ୧୩ ଓ ୧୪ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି। ମେ’ ୧୪ରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି) ପକ୍ଷରୁ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେ‌ଭେଲ୍‌ ରିକ୍ରୁଟ୍‌ମେଣ୍ଟ ଏକ୍ସାମିନେସନ୍‌ (ସିଜିଏଲ୍‌)ର ପ୍ରିଲିମନାରି ପରୀକ୍ଷା ସାରା ଓଡ଼ିଶାରେ ଅନୁଷ୍ଠିତ ହେବ। ଗୋଟିଏ ଦିନ ଦୁଇଟି ନିଯୁକ୍ତି ପରୀକ୍ଷା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମିସନ୍‌ ୨୦୨୪: ପାୱାର,ଠାକ୍‌ରେଙ୍କୁ ଭେଟିଲେ ନୀତୀଶ କୁମାର

ନୂଆଦିଲ୍ଲୀ  : ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିରୋଧୀ ଏକତାକୁ ସୁଦୃଢ଼ କରିବାପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରୟାସ ଜାରି ରହିଛି। ନୀତୀଶ ଆଜି ଏନ୍‌ସିପି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେଙ୍କୁ ଭେଟିଛନ୍ତି। ନୀତୀଶ କହିଛନ୍ତି, ଶାସକ ବିଜେପି ଯାହା ବି କରୁଛି ତାହା ଦେଶର ସ୍ବାର୍ଥ ସାଧନ ପାଇଁ ହୋଇନି। ବିରୋଧୀ ଦଳ ଏକାଠି କାମ କରିବାପାଇଁ ଏବଂ ଦେଶର ସ୍ବାର୍ଥ ପାଇଁ ଏକାଠି […]

ରାଜ୍ୟ

ଝାରସୁଗୁଡ଼ାରେ ୭୯.୨୧ ପ୍ରତିଶତ ମତଦାନ, ଶନିବାର ସକାଳ ୮ଟାରୁ ଭୋଟ୍‌ ଗଣତି

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ୭୯.୨୧ ପ୍ରତିଶତ ମତଦାନ ହୋଇଛି। ଏହା ଚୂଡ଼ାନ୍ତ ଭୋଟ ହାର। ମୋଟ ୨,୨୧,୭୧୯ ଭୋଟରଙ୍କ ମଧ୍ୟରୁ ୧,୭୫,୬୧୬ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୮୯ ହଜାର ୪୪ ଜଣ ପୁରୁଷ, ୮୬ ହଜାର ୫୬୦ ଜଣ ମହିଳା ଓ ୧୨ ଜଣ କିନ୍ନର ଅଛନ୍ତି। ଏହାବାଦ୍‌ ୩୨୧ ଜଣ ଭୋଟର ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ମତଦାନ କରିଛନ୍ତି। ପର୍ଯ୍ୟବେକ୍ଷକ, ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ୍‌ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଙ୍କିପକ୍ସ ଏକ ଜରୁରି ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ: ହୁ

ଜେନେଭା : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ଯେ, ମଙ୍କିପକ୍ସ ଏବେ ଏକ ଜରୁରି ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ। ପ୍ରାୟ ବର୍ଷେ କାଳ ଏହି ରୋଗ ବିଶ୍ବର ବିଭିନ୍ନ ଦେଶରେ ବ୍ୟାପିଥିବା ବେଳେ ଆଜି ହୁ ନିର୍ଦ୍ଦେଶକ ଟେଡ୍ରୋସ ଆଧାନମ ଗେବ୍ରେୟେସସ କହିଛନ୍ତି ଯେ ତାଙ୍କ ଇମର୍ଜେନ୍ସି କମିଟିର ସୁପାରିସ ଅନୁସାରେ ଏହି ଭୂତାଣୁ ସଂକ୍ରମଣ ବିଶ୍ବରେ ଏକ ଉଦ୍‌ବେଗ ସୃଷ୍ଟିକାରୀ ସ୍ବାସ୍ଥ୍ୟ ସମସ୍ୟା ନୁହେଁ। ଗତକାଲି ମଙ୍କିପକ୍ସ ପାଇଁ […]

ରାଜ୍ୟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇନ୍‌ କଟିବା ପ୍ରସଙ୍ଗ: ଏମ୍‌ସିବି କଟିଲା, ଧୋକା ଦେଲା ଡିଜି

ଭୁବନେଶ୍ବର : ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାର ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା ଦୁଇଟି କମିଟି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି। ସେପଟେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗଠନ କରିଥିବା ବିଶ୍ବବିଦ୍ୟାଳୟର ତିନିଜଣିଆ କମିଟି ତଦନ୍ତ ଶେଷ କରିଛି ଏବଂ ଶୁକ୍ରବାର ସନ୍ଧ୍ୟା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଖମୁଟରୁ ପଛଘୁଞ୍ଚା ଦେଉଛନ୍ତି ପୁଟିନଙ୍କ ସେନା

କିବ୍ : ୟୁକ୍ରେନ୍‌ର ବାଖମୁଟରୁ ରୁଷ୍ ସେନା ପଛଘୁଞ୍ଚା ଦେଇ ପଳାୟନ କରୁଥିବା ବୁଧବାର ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି। ପୁଟିନଙ୍କ ସେନାର ବାଖମୁଟ ଅଭିଯାନ ଏକ କଷ୍ଟକର ସାମରିକ ଅପରେସନ ବୋଲି କ୍ରେମ୍‌ଲିନ ସ୍ବୀକାର କରିଥିବା ୟୁକ୍ରେନ୍ କହିଛି। ୟୁକ୍ରେନ୍‌ର ଏକ ୟୁନିଟ୍‌ର ଦାବି ଅନୁସାରେ, ଶୀତଋତୁରେ ବାଖମୁଟରେ ଜୋରଦାର ଆକ୍ରମଣ କରିଥିବା ରୁଷ୍ ସେନା ସେଠାରୁ ଏବେ ପଛଘୁଞ୍ଚା ଦେବାରେ ଲାଗିଛି। ସେମାନେ ପୂର୍ବରୁ ଦଖଲ କରିଥିବା ଅଞ୍ଚଳ ଛାଡ଼ି ପଳାଉଛନ୍ତି। ୟୁକ୍ରେନ୍‌ର ଜୋରଦାର ପ୍ରତିରୋଧକୁ […]

ରାଜ୍ୟ

ଏବେ ଚାଷୀ କାନ୍ଦୁଛି, ଆଗକୁ କାନ୍ଦିବେ ଖାଉଟି: ସଂରକ୍ଷଣ ବ୍ୟବସ୍ଥା ନାହିଁ, ପିଆଜର ଅଭାବୀ ବିକ୍ରି

ସିନ୍ଧେକେଲା,(ଅନିଲ ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ବଙ୍ଗୋମୁଣ୍ଡା ବ୍ଲକ୍‌ ଅଞ୍ଚଳରେ ଏବେ ପିଆଜର ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅତି ଶସ୍ତା ଦରରେ ବେପାରୀମାନଙ୍କ ହାତକୁ ପିଆଜ ଟେକି ଦେଉଛନ୍ତି। ଆଉ କିଛିଦିନ ପରେ ପୁଣି ସେହି ଚାଷୀ ତଥା ଖାଉଟିମାନେ ଚଢ଼ାଦରରେ ସେସବୁ କିଣି ଖର୍ଚ୍ଚାନ୍ତ ହେବେ। ସମସ୍ତେ ଚର୍ଚ୍ଚା କରୁଛନ୍ତି, ଏବେ ପିଆଜ ଚାଷୀ କାନ୍ଦୁଛି, ଆଗକୁ ଖାଉଟି କାନ୍ଦିବେ। ହେଲେ ପ୍ରଶାସନ ନିରବ ରହିଛି, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାତୀୟ ପ୍ରଯୁକ୍ତି ଦିବସରେ ୫୮୦୦ କୋଟିର ପ୍ରକଳ୍ପ ଉତ୍ସର୍ଗୀକୃତ

ଭୁବନେଶ୍ବର : ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜାତୀୟ ପ୍ରଯୁକ୍ତି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡ଼ିତ […]