ଅପରାଧ ରାଜ୍ୟ

ଘାତକ ସାଜିଲା ମୁକୁଳା ଟ୍ରାନ୍ସଫର୍ମର୍‌: ଟଳିପଡ଼ିଲେ ୪ ହାତୀ

ଗୁଣପୁର/ରାୟଗଡ଼ା : ଏକାଥରକେ ୪ଟି ହାତୀର ମୃତ୍ୟୁ। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କାଟ୍ରାଗଡ଼ା ଗାଁରେ ମୁକୁଳା ଟ୍ରାନ୍ସଫର୍ମର୍‌ ସଂସ୍ପର୍ଶରେ ଆସି ଏହି ହାତୀଙ୍କର ମୃତ୍ୟୁ ଘଟିଛି। ଆଉ ଦୁଇଟି ହାତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆନ୍ଧ୍ରପ୍ରଦେଶରେ ଏହି ଘଟଣା ଘଟିଥିଲେ ବି ମୃତ ହାତୀ ଓଡ଼ିଶାର ବୋଲି ସ୍ପଷ୍ଟ କରିଛନ୍ତି ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା ଡିଏଫଓ ଜି.ଏ.ପି ପ୍ରସାନ୍ନା। ଗୁଣପୁର ଅଞ୍ଚଳରେ ବୁଲୁଥିବା ୬ ଟିକିଆ ହାତୀପଲ କିଛିଦିନ ହେଲା ଆନ୍ଧ୍ରମୁହାଁ ହୋଇଥିଲେ। ଶୁକ୍ରବାର ସକାଳେ ଗୁଣପୁରରୁ ୧୮ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅନଲାଇନରେ ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର କ୍ଲିପ୍‌ ବିକ୍ରି ଉପରେ ରୋକ୍‌

ନୂଆଦିଲ୍ଲୀ : ଇକମର୍ସ ସଂସ୍ଥାଗୁଡ଼ିକ ବିକ୍ରି କରୁଥିବା ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର୍‌ କ୍ଲିପ୍ ବିକ୍ରି ଉପରେ ସରକାର ରୋକ୍ ଲଗାଇଛନ୍ତି। ଏହି କ୍ଲିପର ବିକ୍ରି ଗ୍ରାହକଙ୍କ ଜୀବନ ପ୍ରତି ବିପଦ ବୋଲି ଦର୍ଶାଇଛି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ)। ବିକ୍ରି ବନ୍ଦ କରିବା ଲାଗି ପାଞ୍ଚଟି ଇ-କମର୍ସ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରିଛି। ସିସିପିଏ ମୁଖ୍ୟ କମିଶନର ନିଧି ଖାରେଙ୍କ ନେତୃତ୍ୱରେ ସିସିପିଏ ଆମାଜନ, ଫ୍ଲିପକାର୍ଟ, ସ୍ନାପଡାଲ, ସପ୍‌କ୍ଲୁଜ ଏବଂ ମେସୋ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

ରାଜ୍ୟ

ବିଜେପିରେ ମିଶିବେ ପୂର୍ବତନ ବିଧାୟକ ସୁବର୍ଣ୍ଣ!

କେନ୍ଦୁଝର : କେନ୍ଦୁଝରର ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ବିଜେପିରେ ମିଶିବେ। ଶ୍ରୀ ନାୟକ ଶୁକ୍ରବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ୨୦୦୯ରେ ବିଜେଡି ଟିକେଟର ଶ୍ରୀ ନାୟକ କେନ୍ଦୁଝର ଆସନରୁ ବିଜୟୀ ହୋଇଥିଲେ। ପରେ ଚିଟ୍‌ଫଣ୍ଡ ମାମଲାରେ ସେ ଛନ୍ଦି ହୋଇଥିଲେ। ଏହାପରେ ଦଳ ତାଙ୍କୁ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଟିକେଟ ଦେଇନଥିଲା। ୨୦୧୯ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି […]

ରାଜ୍ୟ

‘ଭାଲୁ ବାହିନୀପତି ରିଅଲ ଟାଇଗର, କୁତ୍ତା ହେବନି’

ଭୁବନେଶ୍ବର : ଗତ ସୋମବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶର ଶୀର୍ଷକ ଥିଲା ‘ଜାନକୀ ବାବୁ ଓ ବସନ୍ତବାବୁଙ୍କ ଯୋଡ଼ି : ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’। ଏହି ସମାବେଶକୁ ନେଇ ରାଜ୍ୟ କଂଗ୍ରେସରେ ବୟାନବାଜି ଲାଗି ରହିଛି। ଦଳରେ ଗୋଷ୍ଠୀ ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଆଜି ଏଥିରେ ଘିଅ ଢାଳିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଗଣମାଧ୍ୟମକୁ ଶ୍ରୀ ବାହିନୀପତି କହିଛନ୍ତି ଯେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ସବୁ ରାଜ୍ୟର ଆଦିବାସୀ ସଂସ୍କୃତିକୁ ନେଇ ବିବରଣାତ୍ମକ ପୁସ୍ତକ ତିଆରି ହେଉ’

ଭୁବନେଶ୍ୱର : କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ ଓ ତାଙ୍କ ପତ୍ନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଓଡ଼ିଶାର ସଂସ୍କୃତି ଆଧାରିତ ପୁସ୍ତକ ‘ଇମେଜିଂ ଓଡ଼ିଶା’ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ସହ ଆଦିବାସୀ ଓ ଲୋକସଂସ୍କୃତିର ପ୍ରଚାର ପ୍ରସାରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶେଷକରି ବିଭିନ୍ନ ରାଜ୍ୟର ଆଦିବାସୀ ସଂସ୍କୃତିକୁ ନେଇ ଫଟୋ ସହ ବିବରଣାତ୍ମକ ପୁସ୍ତକ ପ୍ରସ୍ତୁତ କରାଯିବା ଉପରେ […]

ରାଜ୍ୟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇନ୍‌ କଟିବା ପ୍ରସଙ୍ଗ: ରାଜ୍ୟପାଳଙ୍କୁ ରିପୋର୍ଟ ଦେଲା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଚାଲିଥିବା ତଦନ୍ତ ଶେଷ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗଠନ କରିଥିବା ତିନିଜଣିଆ କମିଟି ଆଜି ପୂର୍ବାହ୍ନରେ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟକୁ ତର୍ଜମା କରାଯିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍‌ଙ୍କ ନିକଟକୁ ରିପୋର୍ଟ ପଠାଇ ଦିଆଯାଇଛି। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ୩୧ଟି ‘ଏକକ ଉତ୍ପାଦ’ ବିକ୍ରି ଷ୍ଟେସନ୍‌

ନୂଆଦିଲ୍ଲୀ : ସ୍ଥାନୀୟ ଅଞ୍ଚଳର ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିଲା ‘ଏକ ଷ୍ଟେସନ୍‌ ଏକ ଉତ୍ପାଦ (ଓଏସ୍‌ଓପି)’ ପାଇଲଟ ପ୍ରକଳ୍ପ। ୨୦୨୩ ମେ ପହିଲା ସୁଦ୍ଧା ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳର ୭୨୮ଟି ରେଳ ଷ୍ଟେସନରେ ଏହା କାର୍ଯ୍ୟକାରୀ ହେଉଛି। ଓଡ଼ିଶାର ୩୧ଟି ‌ରେଳ ଷ୍ଟେସନକୁ ଏହି ଯୋଜନାରେ ସାମିଲ କରାଯାଇଛି। ସେଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବାଲୁଗାଁ, […]

ଅପରାଧ ରାଜ୍ୟ

ମା ଶାରଳାଙ୍କ ଚନ୍ଦନ ଯାତ୍ରାରେ ଅଘଟଣ: ବାଣ ବିସ୍ଫୋରଣରେ ୧୦ ଆହତ

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ୍‌ କନକପୁର ମା ଶାରଳା ପୀଠରେ ଆୟୋଜିତ ଚନ୍ଦନ ଯାତ୍ରାରେ ଅଘଟଣ ଘଟିଛି। ଯାତ୍ରା ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଛନ୍ତି। ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଆହତଙ୍କ ମଧ୍ୟରେ ୨ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ପ୍ରଥମେ ମଣିଜଙ୍ଗା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ: ୬ ମାସ ସମୟ ଦେବାକୁ ସୁପ୍ରିମକୋର୍ଟ ଅରାଜି

ନୂଆଦିଲ୍ଲୀ : ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଉ ୬ ମାସ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏତେ ଅଧିକ ସମୟ ଦେବା ଠିକ୍ ହେବ ନାହିଁ। ଆଉ ଟିକେ ଶୀଘ୍ର କାମ କରିବାକୁ ସେ ସେବିକୁ କହିଛନ୍ତି। ଅଗଷ୍ଟରେ ଏହି ମାମଲାର ଶୁଣାଣି କରିବା ଲାଗି ଖଣ୍ଡପୀଠ ଚାହୁଛନ୍ତି। ତିନି ମାସ ଭିତରେ ତଦନ୍ତ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ସିବିଏସଇ ଦଶମ ଓ ଦ୍ବାଦଶ ଫଳ: ଜାଣନ୍ତୁ କ’ଣ କହୁଛନ୍ତି ଟପ୍ପର

ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି। ୧୦ମ ଶ୍ରେଣୀ‌ ପାସ୍‌ କରିଥିବା ଶିକ୍ଷାର୍ଥୀମାନଙ୍କୁ ‘ସିବିଏସ୍‌ଇ’ ତା’ର ‘ପରିଣାମ ମଞ୍ଜୁଷା’ ଜରିଆରେ ଡିଜିଟାଲ୍‌ ଏକାଡେମିକ୍‌ ଡକ୍ୟୁମେଣ୍ଟ’ ଯଥା:- ‘ମାର୍କସିଟ୍‌-କମ୍-ସାର୍ଟିଫିକେଟ୍‌ସ୍’, ‘ମାଇଗ୍ରେସନ୍‌ ସାର୍ଟିଫିକେଟ୍‌’, ଏବଂ ଆବଶ୍ୟକ କ୍ଷେତ୍ରରେ ‘ସ୍କିଲ୍‌ ସାର୍ଟିଫିକେଟ୍‌’ ଯୋଗାଇଦେବ। ଚଳିତ ବର୍ଷ ସମୁଦାୟ ଭାରତ ସମେତ ୨୬ଟି ଦେଶର ୨୮୪୭୧ ସ୍କୁଲ୍‌ର […]