ରାଜ୍ୟ

ସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା!

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣେ କଏଦୀ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ(୩୫)। ସେ ଗତକାଲି ଏକ ପାରିବାରିକ କଳହ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ଜେଲକୁ ଆସିଥିଲେ। ଆଜି ‌ବଡ଼ି ଭୋରୁ ସେ ପ୍ରାଣ ହରାଇଥିବା ଜଣାଯାଇଛି। ଏ ସଂପର୍କରେ ଜାଣିବା ପରେ ସମ୍ବଲପୁର ସର୍କଲ ଜେଲ କର୍ତ୍ତୃପକ୍ଷ ଧରଣୀଧର […]

ରାଜ୍ୟ

୬୦ ବର୍ଷପରେ ଗାଁକୁ ଫେରିଲେ ଗୋବର୍ଦ୍ଧନ

ମୋହନା : ମାତ୍ର ୧୨ ବର୍ଷ ବୟସରେ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ୬୦ ବର୍ଷ ପରେ ଗାଁକୁ ଫେରିଛନ୍ତି ଗୋବର୍ଦ୍ଧନ ଲୋହରା। ଗୋବର୍ଦ୍ଧନଙ୍କୁ ଏବେ ୭୨ ବର୍ଷ। ହେଲେ ସେ ଗାଁକୁ ଏକା ଫେରିନାହାନ୍ତି । ପତ୍ନୀ, ଝିଅ, ଜ୍ବାଇଁ ଓ ନାତିଙ୍କୁ ସାଙ୍ଗରେ ଧରି ଫେରିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମ ହରିଜନସାହିର ଗୋବର୍ଦ୍ଧନ। ଆର୍ଥିକ ଅଭାବ କାରଣରୁ ୧୨ ବୟସରେ ସେ ଦାଦନ ଖଟିବାକୁ ଅନ୍ୟ ଗ୍ରାମବାସୀଙ୍କ […]

ରାଜ୍ୟ

ଘର ଭିରରକୁ ପଶିଲା ଦ୍ରୁତଗାମୀ କାର୍: ମହିଳା ମୃତ, ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଦେଇ ଅତିକ୍ରମ କରିଥିବା ୫୭ ନଂ ଜାତୀୟ ରାଜପଥର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲୁହୁରାଗଡ଼ିଆ ଛକ ନିକଟରେ ଏକ ଘର ଭିତରକୁ କାର ପଶି ଓଲଟି ଯାଇଛି। ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟ ଘଟିଛି । ମୃତ ମହିଳା ହେଲେ ସେହି ଗ୍ରାମର ପାନେଶ୍ଵରୀ ଧଳ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ସକାଳ ସମୟରେ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶ୍ରୀନଗରରେ ଲଣ୍ଡନ୍‌ର ‘ୱାକିଙ୍ଗ୍‌ ମାର୍କେଟ୍‌’ ସଦୃଶ ‘ପୋଲୋଭ୍ୟୁ ମାର୍କେଟ୍‌’ ଉଦ୍‌ଘାଟନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରରେ ଲଣ୍ଡନ୍‌ର ‘ୱାକିଙ୍ଗ୍‌ ମାର୍କେଟ୍‌’ ଭଳି ଦିଶୁଥିବା ‘ପୋଲୋଭ୍ୟୁ ମାର୍କେଟ୍‌’ ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ, ‘ପୋଲୋଭ୍ୟୁ’ ହେଉଛି ବ୍ୟୟବହୁଳ ସାମଗ୍ରୀ ବିକ୍ରୟ ହେଉଥିବା କଶ୍ମୀରର ସର୍ବପୁରାତନ ବଜାର। ଶ୍ରୀନଗରର ସ୍ମାର୍ଟ ସିଟି ପ୍ରକଳ୍ପର ଅଂଶବିଶେଷ ଭାବେ ଏହି ମାର୍କେଟ୍‌କୁ ନବୀକରଣ କରାଯାଇ ଲଣ୍ଡନ୍‌ର ‘ୱାକିଙ୍ଗ୍‌ ମାର୍କେଟ୍‌’ ଭଳି କରାଯାଇଛି। ଏହି ମାର୍କେଟ୍‌ ବା ବଜାରରେ ବିଜୁଳି କିଂବା ଟେଲିଫୋନ୍‌ ତାର ନାହିଁ। ଏସବୁ ବ୍ୟବସ୍ଥା […]

ଅପରାଧ ରାଜ୍ୟ

ପ୍ୟାକ୍ସ ନିର୍ଦ୍ଦେଶକ ସୁରଥ ବଗର୍ତ୍ତୀଙ୍କୁ ହତ୍ୟା, ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଯୁଯୁମୁରା/ସମ୍ବଲପୁର : ଯୁଯୁମୁରା ବ୍ଲକ୍‌ ଘେନୁପାଲି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ନିର୍ଦ୍ଦେଶକ ତଥା ପୂର୍ବତନ ସଭାପତି ସୁରଥ ବଗର୍ତ୍ତୀ (୫୫)ଙ୍କୁ ଗୁରୁବାର ରାତିରେ ସଦର ଥାନା ଅନ୍ତର୍ଗତ ତାଙ୍କ ଗାଁ ହପ୍ରିୟାବାହାଲରେ ପିଟିପିଟି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି ବା ରାଜନୈତିକ ଶତ୍ରୁତା ଥାଇପାରେ ବୋଲି ଆଶଙ୍କା କରାଯାଉଛି। ପୁଲିସ୍ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍‌ ସ୍କ୍ବାଡ୍ ଘଟଣା ସ୍ଥଳକୁ ଯାଇ ଛାନ୍‌ଭିନ୍‌ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‌‘ଦି କେରଳ ଷ୍ଟୋରି’ ପ୍ରଦର୍ଶନ ଉପରେ କଟକଣା ମାମଲା: ପଶ୍ଚିମବଙ୍ଗ, ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରି’ ନିଷିଦ୍ଧ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ସରକାରଙ୍କୁ ନୋଟିସ କରିଛନ୍ତି। ‘ଦି କେରଳ ଷ୍ଟୋରି’ର ପ୍ରଯୋଜକଙ୍କ ଆବେଦନ ଆଧାରରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ଆଜି ଫିଲ୍ମ ନିଷିଦ୍ଧ କରିବା ସଂକ୍ରାନ୍ତ ନିଷ୍ପତ୍ତି ନେଇ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦେଶରେ ଅନ୍ୟ ସବୁଠି ବିନା ସମସ୍ୟାରେ ଫିଲ୍ମ ପ୍ରଦର୍ଶନ ହେଉଛି । ସଂପ୍ରଦାୟ ଜନସଂଖ୍ୟା ନିର୍ବିଶେଷରେ […]

ରାଜ୍ୟ

୧୮ରେ ପୁରୀରୁ ଗଡ଼ିବ ରାଜ୍ୟର ପ୍ରଥମ ‘ବନ୍ଦେ ଭାରତ’, ଭର୍ଚୁଆଲରେ ଶୁଭାରମ୍ଭ କରିବେ ମୋଦୀ

ଭୁବନେଶ୍ବର : ଓଡ଼ିଶାରେ ଗଡ଼ିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ତିନି ଦିନ ବିଳମ୍ବିତ ହେବ। ମେ’ ୧୫ ପରିବର୍ତ୍ତେ ୧୮ ତାରିଖରେ ପୁରୀରୁ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଉପସ୍ଥିତ ରହି ବହୁ ପ୍ରତୀକ୍ଷିତ ଏହି ସେବାର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ପୁରୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଘଣ୍ଟା ପ୍ରତି ୧୩୦ କିମି ବେଗରେ […]

ରାଜ୍ୟ

ସିବିଏସ୍‌ଇ ପାସ୍‌ ହାର କମିଲା; ଦଶମରେ ୯୩.୧୨%, ଦ୍ବାଦଶରେ ୮୭.୩୩% ପାସ୍

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ପୂର୍ବାହ୍ନରେ ଦ୍ବାଦଶ ଶ୍ରେଣୀ ଓ ଅପରାହ୍ଣରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ ବାହାରିଛି। ପରୀକ୍ଷାରେ ଓଡ଼ିଶା ସମେତ ସାରା ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗତବର୍ଷ ତୁଳନାରେ ନୈରାଶ୍ୟଜନକ ହୋଇଛି। ସର୍ବଭାତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍‌ହାର ୨୦୨୨ ତୁଳନାରେ ୧.୨୮% ଏବଂ ଦ୍ବାଦଶ ଶ୍ରେଣୀରେ ୫.୩୮% କମିଛି। ଓଡ଼ିଶାରେ ମଧ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଭିଏମ୍‌ର ପୁନଃବ୍ୟବହାର ନେଇ କଂଗ୍ରେସର ଦାବିକୁ ଇସିଙ୍କ ଖଣ୍ଡନ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍‌)କୁ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ବ୍ୟବହାର କରାଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହି ଦାବିକୁ ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି। କଂଗ୍ରେସ ଦଳର ଏପ୍ରକାର ସୂଚନା ଭୁଲ୍‌ ଏବଂ ବିଶ୍ବସନୀୟ ସୂତ୍ର ଉପରେ ପର୍ଯ୍ୟବସିତ ନୁହେଁ। ତେଣୁ ଭୁଲ ସୂଚନା ପ୍ରସାର କରିଥିବା ଏଭଳି ଉତ୍ସକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ନିର୍ବାଚନ କମିସନ କଂଗ୍ରେସ ଦଳକୁ କହିଛନ୍ତି। ନିର୍ବାଚନ […]