ଖରାଦିନେ କନ୍ଧ ଆଦିବାସୀ ହନ୍ତସନ୍ତ: ପାଣି ପାଇଁ ଯାଉଛନ୍ତି ୫କିମି
ଫୁଲବାଣୀ : ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବା ସହ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଛି। ଏହି ଜିଲ୍ଲାରେ ଥିବା କେତେକ କନ୍ଧ ଆଦିବାସୀ ବହୁଳ ଗଁାର ଲୋକମାନେ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି। ପାଣିପାଇଁ ସେମାନଙ୍କୁ ପାଖାପାଖି ୫ କିଲୋମିଟର ଚାଲିବାକୁ ପଡ଼ୁଛି। ଏହି ଦୃଶ୍ୟ ବି ଅତ୍ୟନ୍ତ ଅଭାବନୀୟ। ଏହି ଗାଁ ମଧ୍ୟରୁ ଗୋଟିଏ ହେଉଛି ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଗୋଛାପଡ଼ା ପଞ୍ଚାୟତର କଡ଼ିପାରି। ଏହି ଗଁାରେ କନ୍ଧ […]









