ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
ପୁରୀ : ଶ୍ରୀମନ୍ଦିରରେ ଜେଟିପି, ମାଳି ନିଯୁକ୍ତିରେ ବ୍ୟାପକ ଅନିୟମିତତାର ଯାଞ୍ଚ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକ୍ରମେ ୨୩ଜଣ ଜେଟିପି ଓ ମାଳିଙ୍କj ଶିକ୍ଷାଗତ ପ୍ରମାଣପତ୍ର ଠିକ୍ କି ନାହିଁ, ଯାଞ୍ଚ ପାଇଁ ସଂପୃକ୍ତ ବୋର୍ଡକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବାବେଳେ ବାକି ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଓ ମଧ୍ୟମା ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ। ଏହାର ବିଧିବଦ୍ଧ […]









