ଅଘୋଷିତ ବିଦ୍ୟୁତ୍କାଟ ପ୍ରତିବାଦ: ମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠଣ ଟାଙ୍ଗିଲେ
ଭୁବନେଶ୍ବର/ବାଙ୍କୀ : ଅଘୋଷିତ ବିଦ୍ୟୁତକାଟ୍ ପ୍ରତିବାଦରେ ବାଙ୍କୀରୁ ଭୁବନେଶ୍ୱରକୁ ଲଣ୍ଠନ ଧରି ସାଇକେଲ୍ରେ ଶୋଭାଯାତ୍ରାରେ ଆସିଥିବା ଯୁବକମାନେ ସୋମବାର ଅପରାହ୍ନରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି। ମନ୍ତ୍ରୀଙ୍କ ଘର ଉପରକୁ ବିଞ୍ଚଣା ଫିଙ୍ଗିବା ସହିତ ଘର ଫାଟକ ଆଗରେ ଲଣ୍ଠନ ଟାଙ୍ଗି ପ୍ରତିବାଦ ପଦର୍ଶନ କରିଛନ୍ତି। ଏହାସହ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ବାଙ୍କୀ ଉପଖଣ୍ତରେ ବାରମ୍ବାର ଲୋ-ଭୋଲଟେଜ୍ ଓ ଅଘୋଷିତ ବିଦ୍ୟୁତ୍ କାଟରେ ଲୋକମାନେ […]









