ରାଜ୍ୟ ସ୍ପେଶାଲ ରିପୋର୍ଟ

ଜେଲରେ କେହି ବିଳାସରେ ରହିପାରିବେନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଜେଲ୍‌ରେ କେହି ବିଳାସରେ ରହିପାରିବେନି କିମ୍ବା ବିଳାସ ପାଇପାରିବେନି। ଜେଲ୍‌ରେ ବିଳାସ ଆଶା କରିବା ଅସମ୍ଭବ ଏବଂ ଅଯଥାର୍ଥ ବୋଲି କୋର୍ଟ କହିଛନ୍ତି। ଏକ ଆର୍ଥିକ ଅନିୟମିତତା ମାମଲାରେ ଅସ୍ଥାାୟୀ ଜାମିନ ଚାହିଥିବା ହର୍ଷ ଦେବ ଠାକୁରଙ୍କ ଆବେଦନର ଶୁଣାଣି କରି ଆଜି ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟରେ ତାଙ୍କ ମହକିଲଙ୍କୁ ଆଶ୍ବସ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବିଡେନ ଉପକୂଳରେ ଦେଖାଦେଲା ରୁଷୀୟ ଗୁପ୍ତଚର ତିମି

ଷ୍ଟକ୍‌ହୋମ୍: ୨୦୧୯ରେ ନରୱେଠାରେ ଦେଖାଯାଇଥିବା ଏକ ବିଶାଳ ତିମିକୁ ରୁଷ୍ ନୌସେନା ପକ୍ଷରୁ ତାଲିମ ଦେଇ ଗୁପ୍ତଚର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସନ୍ଦେହ କରାଯାଉଥିଲା। କାରଣ ଏହି ତିମି ବେକରେ ଏକ ମଣିଷନିର୍ମିତ ଫିତା ଓ କ୍ୟାମେରା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ନରୱେର ଉତ୍ତରାଞ୍ଚଳ ଫିନମାର୍କରେ ଏହି ତିମି ପ୍ରଥମେ ଦେଖିବାକୁ ମିଳିଥିଲା। ନରୱେ ଭାଷାରେ ଏହି ତିମିର ନାମ ଦିଆଯାଇଥିଲା ‘ହ୍ବାଲ୍‌ଦିମିର’। ନରୱେ ଉପକୂଳରେ ତିନିବର୍ଷ ବୁଲିବା ପରେ ଏହା ଦ୍ରୁତଗତିରେ ଏବେ ସ୍ବିଡେନ ଅଞ୍ଚଳକୁ […]

ରାଜ୍ୟ

ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: କାଟିଥିଲେ, ଲଗାଇଲେ

ଚନ୍ଦ୍ରଶେଖରପୁର: ଆଗ ପଛ ବିଚାର କଲେ ନାହିଁ। ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ବେଧଡ଼କ ଭାବେ ଶିଖରଚଣ୍ଡୀ ପାହାଡ଼ ସଂଲଗ୍ନ ହନୁମାନ ପାହାଡ଼କୁ କାଟି ଚାଲିଲେ। ଶତାଧିକ ଗଛ କାଟି ପଦା କ‌ରିଦେଲେ। ପାହାଡ଼କୁ ଫଟାଇ ମାଟିରେ ମିଶାଇଦେଲେ। ଦିନ କେଇଟା ମଧ୍ୟରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ହନୁମାନ ପାହାଡ଼ ଏବେ ଲଣ୍ଡା ହୋଇଯାଇଛି। ନା ଗଛ ଅଛି। ନା ଜୀବଜନ୍ତୁ ବସବାସ କରୁଛନ୍ତି। ଦିନେ ଶହ ଶହ ମାଙ୍କଡ଼ଙ୍କ ବାସସ୍ଥଳୀ ପାଲଟିଥିବା ପାହାଡ଼ରେ […]

ରାଜ୍ୟ

କନ୍ଧମାଳ ବଜାରରୁ ଅଦା ଉଭାନ: କିଲୋ ପିଛା ଦର ୩୦୦ ଟପିଲା

ଫୁଲବାଣୀ: ଏବେ କନ୍ଧମାଳ ବଜାରରୁ ଅଦା ଉଭାନ ହୋଇଯାଇଛି। ବଜାରରେ ଅଦା ମିଳୁନି। ଯଦିବା କାଁ ଭାଁ କେଉଠି ମିଳୁଛି, ଦର ଆକାଶଛୁଆଁ। ଫୁଲବାଣୀର ବିଭିନ୍ନ ହାଟରେ ଏବେ ଅଦା କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଇଛି। ଜିଲ୍ଲାର ପାଖାପାଖି ୫ ହଜାର ଚାଷୀ ୨୫୦୦ ହେକ୍ଟର ଜମିରେ ଅଦା ଚାଷ କରିଥା’ନ୍ତି। ଚଳିତ ୨୦୨୨-୨୩ କୃଷି ବର୍ଷରେ ଅଦିନିଆ ବର୍ଷା ସତ୍ତ୍ବେ ପାଖାପାଖି ୩,୫୦୦ ମେଟ୍ରିକ୍‌ ଟନ୍‌ ଅଦା ଅମଳ ହୋଇଥିଲା। ଚଳିତବର୍ଷ ଆଇଟିଡିଏ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ: ସଚେତନତାର ପ୍ରଭାବ ବହୁତ କମ୍‌

ଭୁବନେଶ୍ୱର: ମେ’ ୩୧ ତାରିଖରେ ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ। ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ବାବଦରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ତେବେ ଏହାର ପ୍ରଭାବ ବହୁତ କମ୍‌ ପଡ଼ୁଛି ବୋଲି ଆକଳନରୁ ଜଣାପଡ଼େ। ସରକାରୀ ଆଇନ ଓ କଟକଣା ପାଇଁ ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା ପ୍ରାୟତଃ କମିଯାଇଥିଲେ ବି ଗୁଟ୍‌ଖା ଖିଆ ଖୋଲାଖୋଲି ଚାଲିଛି। ସ୍କୁଲ୍‌, କଲେଜ ଭଳି ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‌ଖା ବିକ୍ରି ନିଷିଦ୍ଧ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହୃଦ୍‌ଘାତ ଉପରେ ଏମ୍ସର ଅଧ୍ୟୟନ: ସଚେତନତା ଅଭାବରୁ ୫୫ ପ୍ରତିଶତ ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୧୦ ପ୍ରତିଶତ ରୋଗୀ ହୃଦ୍‌ଘାତର ଏକଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚିଥାନ୍ତି, ଯାହା ସେମାନଙ୍କ ଜୀବନ ରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। ଯେତେଶୀଘ୍ର ସେମାନଙ୍କୁ ହସ୍ପିଟାଲକୁ ଅଣାଯିବ ଚିକିତ୍ସାରୁ ସେତେ ଅଧିକ ସୁଫଳ ମିଳିବ।ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା, ଯାହାର ରିପୋର୍ଟ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ପ୍ରକାଶ ପାଇଛି। ଏମ୍ସର କମ୍ୟୁନିଟି ମେଡିସିନ ସେଣ୍ଟରର ପ୍ରଫେସର ଡ ଆନନ୍ଦ କୃଷ୍ଣନଙ୍କ କହିବା ଅନୁସାରେ, […]

ଅପରାଧ ରାଜ୍ୟ

ରାଜଧାନୀ ବାହାରେ କାମ କରୁନି ପୁଲିସ ରାଡାର୍‌

ଭୁବନେଶ୍ୱର: ରାଜଧାନୀରେ ହତ୍ୟା, ଡକାୟତି ଭଳି ସଂଗିନ୍‌ ଅପରାଧ ଘଟାଇ ବାହାରକୁ ଖସିଯାଉଥିବା ଅଭିଯୁକ୍ତମାନଙ୍କୁ ଠାବ କରିବାରେ କମିସନରେଟ୍‌ ପୁଲିସ ବିଫଳ ହେଉଛି। ଯିଏ ରାଜଧାନୀରେ ଆତ୍ମଗୋପନ କରୁଛନ୍ତି, ପ୍ରାୟତଃ ଧରାପଡ଼ୁଛନ୍ତି। କିନ୍ତୁ ଯିଏ ବାହାରକୁ ଛୁ’ ମାରିଲା, ପୁଲିସ ତା’ର ଟେର୍‌ ପାଉନାହିଁ। ଗତ ମାସକ ମଧ୍ୟରେ ରାଜଧାନୀରେ ଘଟିଥିବା ୪ଟି ବଡ଼ବଡ଼ ମାମଲାରୁ ଏହା ସ୍ପଷ୍ଟ ହୋଇଛି। ମଞ୍ଚେଶ୍ବରରେ ନକଲି କଫ୍‌ ସିରଫ୍‌ କାରବାରର ମାଷ୍ଟରମାଇଣ୍ଡ ହେଉ କି କ୍ୟାପିଟାଲ୍‌ ଥାନା ଜିଇଡି ବସ୍ତି […]

ରାଜ୍ୟ

ପଥର ଖାଦାନରେ ଦୁର୍ଘଟଣା: ମେସିନ ଭିତରେ ଅପରେଟର, ହେଲପର ଓ ଶିଶୁ ଶ୍ରମିକଙ୍କ ମୃତ୍ୟୁ

ଚଢେଇଧରା: ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳରେ ଥିବା ପଥର ଖାଦାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କାମ କରୁଥିବା ଜଣେ ଶିଶୁ ଶ୍ରମିକଙ୍କ ସମେତ ୩ଜଣଙ୍କ ପ୍ରାଣହାନି ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,ରଙ୍ଗା, ଗଙ୍ଗା ଲୁଣିବର କଳା ପଥର ଖାଦାନରେ ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟି ଏକ ମେସିନ ଭିତରେ ଅପରେଟର ଓ ହେଲପରଙ୍କର ମୃତ୍ୟୁ ହେଇଛି। ସେଠାରେ ଏକ ଶିଶୁ ଶ୍ରମିକ ଆହତ ହୋଇଥିଲେ। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ: ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି  ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ୭୮,୯୩୮ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଦ୍ୱିତୀୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଘୋଷିତ ବିଦ୍ୟୁତ୍‌କାଟ ପ୍ରତିବାଦ: ଲଣ୍ଠନ, ବିଞ୍ଚଣା ଧରି ବାଙ୍କୀରୁ ଭୁବନେଶ୍ବର ଯାତ୍ରା

ବାଙ୍କୀ : ଧାରଣା ଦେଲେ, ପ୍ରଶାସନକୁ ଗୁହାରି କଲେ। ହେଲେ କେହି ଶୁଣିଲେନି। ଲୋ-ଭୋଲ୍‌ଟେଜ୍‌ ଆଉ ବିଦ୍ୟୁତ୍ କାଟ ସମସ୍ୟାର ସମାଧାନ ହେଲାନି। ଶେଷରେ ହାତରେ ଲଣ୍ଠନ ଓ ବିଞ୍ଚଣା ଧରି ମା ଚର୍ଚ୍ଚିକାଙ୍କ ପୀଠ ବାଙ୍କୀରୁ ଭୁବନେଶ୍ବର ଯାତ୍ରା କରିଛନ୍ତି ଯୁବ ସମାଜସେବୀ ଅଜୟ କୁମାର ପଣ୍ଡା ଓ ସାଥୀ। ସେମାନଙ୍କର ଏହି ଅଭିନବ ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ବାଙ୍କୀ ଉପଖଣ୍ତରେ ବାରମ୍ବାର ଲୋ-ଭୋଲଟେଜ୍‌ ଓ ଅଘୋଷିତ ବିଦ୍ୟୁତ୍‌ କାଟରେ […]