ଭାରତର ୩ ପଡ଼ୋଶୀ ରାଷ୍ଟ୍ର ବିଶ୍ବର କ୍ଷୁଧା ହଟ୍ସ୍ପଟ୍
ରୋମ: ଭାରତର ୩ଟି ପଡ଼ୋଶୀ ଦେଶ ବିଶ୍ବର କ୍ଷୁଧା ହଟସ୍ପଟ୍ ଦେଶ ମଧ୍ୟରେ ରହିଛନ୍ତି। ସେମାନେ ହେଲେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ମ୍ୟାନମାର। ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରୁ ଏଭଳି ଉଦ୍ବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ଜାତିସଂଘର ଉପରୋକ୍ତ ଦୁଇଟି ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବିଶ୍ବର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଥିବା ଖାଦ୍ୟଭାବଜନିତ ସମସ୍ୟାକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ଯୁଦ୍ଧ ଯୋଗୁ ସୁଦାନରେ […]









