ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି: ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ବ

ପୁରୀ : ଜୁନ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ। ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଆଜିଠାରୁ ବଡ଼ଦାଣ୍ଡରେ ବାରିକେଡିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ମରିଚିକୋଟ ଛକରୁ ଭକ୍ତଙ୍କ ପାଇଁ ଧାଡ଼ି […]

ରାଜ୍ୟ

ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌

କେନ୍ଦ୍ରାପଡ଼ା : ଜାଲ ଦସ୍ତଖତ ବଳରେ ସାଢେ ୯ ଲକ୍ଷ ଟଙ୍କା ହଡ଼ପ କରି ନେବା ଭଳି ଅଭିଯୋଗ ହୋଇଛି କେନ୍ଦ୍ରାପଡ଼ା ବ୍ଲକ୍‌ ଘାଗରା ପ˚ଚାୟତର ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ। ଭିନ୍ନ ଭିନ୍ନ ଚେକ୍‌ ମାଧୢମରେ ସେ ଏହି ଟଙ୍କାକୁ ନିଜ ସ˚ପର୍କୀୟଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ସ୍ଥାନାନ୍ତର କରିଛନ୍ତି। ଏ ସ˚କ୍ରାନ୍ତରେ ସିଆର‌୍‌ପି ଓ ବ୍ୟାଙ୍କ୍‌ ମିତ୍ର ମହିଳା ଅଭିଯୋଗ କରିବା ପରେ କେନ୍ଦ୍ରାପଡ଼ା ବିଡିଓ ଟାଉନ […]

ରାଜ୍ୟ

୫୫ ନମ୍ବର ଜାତୀୟପଥ ବିଳମ୍ବିତ, ସରିବାକୁ ବସିଲାଣି ଜୁନ୍‌ କଣ୍ଟ

ଅନୁଗୁଳ : ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ୫ ବର୍ଷ ହେଲା ଚାଲିଛି। କିନ୍ତୁ ସରିବାର ନାଁ ଧରୁନି। ଏପଟେ ଏହି ଜୁନ୍‌ ସୁଦ୍ଧାର ଏହି ରାସ୍ତାର ଏକପାଖିଆ କାମ ଶେଷ ହୋଇଯାଇଥିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ କାମ ଯେମିତି ଚାଲିଛି ଜୁନ୍‌ କଣ୍ଟ ଅସମ୍ଭବ ପରି ଲାଗିଲାଣି। ଏହାସହ ୨୦୨୩ ଶେଷ ସୁଦ୍ଧା‌ ଏହି ରାସ୍ତା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ବି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରମୁଖ ମାର୍କେଟ୍‌ର ଶୋଚନୀୟ ସ୍ଥିତି: ସୁଧୁରୁନି ପାଇଖାନା ସମସ୍ୟା

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜଧାନୀର ପ୍ରମୁଖ ମାର୍କେଟ୍‌ଗୁଡ଼ିକରେ ସର୍ବସାଧାରଣଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବା ସମ୍ଭବ ହୋଇପାରିନାହିଁ। ସହରର ସୌନ୍ଦର୍ଯ୍ୟୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ମାଳମାଳ ଯୋଜନା କରାଯାଉଛି। କିନ୍ତୁ ବଡ଼ବଡ଼ ମାର୍କେଟ୍‌ଗୁଡ଼ିକରେ ଲୋକଙ୍କ ପାଇଁ ପାଇଖାନା ଓ ପାନୀୟ ଜଳ ଯୋଗାଣ ଭଳି ସୁବିଧା ନାହିଁ। ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ ହେଉ କି ସିଆର୍‌ପି ପ୍ରିୟଦର୍ଶିନୀ ମାର୍କେଟ୍‌ ହେଉ, ସବୁଠି ପାଇଖାନା ସମସ୍ୟାରେ ଲୋକେ ବଡ଼ ହନ୍ତସନ୍ତ ହେଉଛନ୍ତି। ସେହିଭଳି […]

ରାଜ୍ୟ

ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର : ଆସନ୍ତା ୫ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଜୁନ୍‌ ପହିଲାରେ ବରଗଡ଼ ସମେତ ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ରାଉରକେଲା ପରି ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ୨ ଓ ୩ ତାରିଖରେ ସାରା ଓଡ଼ିଶା ତତଲା ତାୱାରେ ଭାଜି ହେବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଛି। ବଲାଙ୍ଗୀର, ସୋନପୁର, ଟିଟିଲାଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ […]

ଅପରାଧ ରାଜ୍ୟ

ପିପିଲିରେ ଚାଞ୍ଚଲ୍ୟ: ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ

ପିପିଲି: ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ପୁଅ ଜିତୁର ହୃଷିକେଶ ପ୍ରଧାନଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପୁଅ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା।  ଘଟଣାସ୍ଥଳରେ ହିଁ ଟାଙ୍ଗିଆ ଚୋଟରେ ଚାଲିଯାଇଥିଲା ବାପା ହୃଷିକେଶ […]

ରାଜ୍ୟ

ଖଣି ଅଞ୍ଚଳରେ ରାସ୍ତାଜାମ୍‌: ଟ୍ରକ୍‌ ଭିଡ଼ରେ ଫସିଲେ ମନ୍ତ୍ରୀ

କାଳିଆପାଣି: ଯାଜପୁର ଜିଲ୍ଲା ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳର ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ରାସ୍ତାଜାମ୍‌ ପରିସ୍ଥିତି ଆଜି ସବୁ ସୀମା ଟପି ଯାଇଛି। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଟ୍ରକ୍‌ ଭିଡ଼ରେ ଫସିଯାଇଥିବା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ସହିତ ତାଙ୍କ ନିରାପତ୍ତ‌ା ଦାୟିତ୍ବରେ ଥିବା ପୁଲିସ ସୁରକ୍ଷାବାହିନୀ, କାଳିଆପାଣି ଥାନା ପିସିଆର୍ ଭ୍ୟାନ୍ ୨ ମଧ୍ୟ ଦୁଇଦୁଇ ଥର ଜାମ୍‌ରେ ଫସି ନାକେଦମ୍‌ ହୋଇଛନ୍ତି। ସୂଚନା ଅନୁସାରେ, ଆଜି […]

ରାଜ୍ୟ

ଡ୍ରେନ୍‌ ପାଇପ୍‌ରେ ଚାପି ହୋଇଗଲେ ଛାତ୍ରୀ: ଛଟପଟ ହୋଇ ଜୀବନ ଗଲା

କଟକ: କଟକରେ ଉନ୍ନୟନ ଆଳରେ ଚାଲିଥିବା ବେପରୱା କାମ ଯୋଗୁଁ ଆଉ ଏକ ଅମୂଲ୍ୟ ଜୀବନ ଅକାଳରେ ଚାଲି ଯାଇଛି। ଗତକାଲି ବିନା ସୁରକ୍ଷାରେ ଚାଲିଥିବା ତାଳଦଣ୍ଡା କେନାଲ କାମରେ ଫସି କାର୍‌ ଚଳାଇ ଯାଉଥିବା ଜଣେ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ସେହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଆଜି କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ‌ହୋଇ […]

ରାଜ୍ୟ

ପାଠପଢ଼ା ପାଇଁ ମୂଲ ଲାଗୁଛନ୍ତି ବଣ୍ଡାଝିଅ: ଯୁକ୍ତଦୁଇ ପରୀକ୍ଷାରେ ଟପର୍‌ ହୋଇଥିଲେ

ମାଲକାନଗିରି: ଆଦିମ ଜନଜାତିର ଝିଅ କର୍ମା ମୁଦୁଲି ଗତବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଜିଲ୍ଲ‌ା ଟପର୍‌ ହୋଇଥିଲେ। ବଣ୍ଡା ଜନଜାତିର ଏହି ସୁନାଝିଅ ‌ଏବେ ପଢ଼ା ଖର୍ଚ୍ଚ ପାଇଁ ଦିନ ମଜୁରିଆ ପାଲଟି ଯାଇଛନ୍ତି। ଟାଣ ଖରାରେ ବାଲି, ସିମେଣ୍ଟ, ଇଟା ଓ ପଥର ବୋହିବା ସହ ପାଠପଢ଼ା ମଧ୍ୟ ଜାରି ରଖିଛନ୍ତି। ଅକ୍ଳାନ୍ତ ପରିଶ୍ରମ ପରେ ଯାହା ମୂଲ ମିଳୁଛି ତାହାକୁ ହଷ୍ଟେଲ ଏବଂ ହାତଖର୍ଚ୍ଚ ପାଇଁ ସାଇତି ରଖୁଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମସ୍କୋରେ ଡ୍ରୋନ୍ ଆକ୍ରମଣ

ମସ୍କୋ: ରୁଷ୍‌ ରାଜଧାନୀ ମସ୍କୋର ଅନେକ କୋଠା ଉପରେ ଡ୍ରୋନ୍ ଦ୍ବାରା ଆକ୍ରମଣ ହୋଇଛି। କିନ୍ତୁ କେହି ଗୁରୁତର ଆହତ ହୋଇ ନ ଥିବା ବା ବଡ଼ ଧରଣର କ୍ଷତି ହୋଇ ନ ଥିବା ଏବଂ ରୁଷ୍‌ର ଏୟାର ଡିଫେନ୍ସ ସିଷ୍ଟମ୍ ଦ୍ବାରା ଅନେକ ଡ୍ରୋନ୍‌କୁ ଧ୍ବଂସ କରିଦିଆଯାଇଥିବା ମଙ୍ଗଳବାର ରୁଷୀୟ ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି। ମସ୍କୋ ଗଭର୍ଣ୍ଣର ଆଣ୍ଡ୍ରେଇ ବୋରୋବିୟୋବ କହିଛନ୍ତି ଯେ ମସ୍କୋ ଆଡକୁ ଆସୁଥିବା ବେଳେ ଅନେକ ଡ୍ରୋନ୍‌କୁ ଧ୍ବଂସ କରିଦିଆଯାଇଛି। ତେବେ […]