ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ୯ଟି ଶାନ୍ତି ବୈଠକ କଲେ ଶାହ: ୪ ହଜାରରୁ ଅଧିକ ବନ୍ଧୁକ ଲୁଟ୍‌ ହୋଇଛି

ନୂଆଦିଲ୍ଲୀ ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ଥାନା, ଅସ୍ତ୍ରାଗାର ଓ ସୁରକ୍ଷା ବାହିନୀ ଶିବିରରୁ ପ୍ରାୟ ୪ ହଜାର ବନ୍ଧୁକ ଚୋରି ହୋଇଯାଇଛି। ଲୁଟ୍‌ ହୋଇଥିବା ଅସ୍ତ୍ରରେ ଏକେ ସିରିଜ୍‌ ବନ୍ଧୁକ, ଏମ୧୬ ରାଇଫଲ୍‌, କାର୍ବାଇନ୍‌ସ ଏବଂ ପିସ୍ତଲ ରହିଛି। ଏହି ଅସ୍ତ୍ରଗୁଡ଼ିକୁ ମିଆଁମାରର କିଛି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଯୋଗାଣ କରାଯାଇଛି ବୋଲି ଅନୁମାନ କରାଯାଉଛି। କିଛି ଅସ୍ତ୍ର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଧାନମନ୍ତ୍ରୀଙ୍କୁ ପିଏଫ୍‌ଆଇର ହତ୍ୟା ଷଡ଼୍‌ଯନ୍ତ୍ର ମାମଲା: କର୍ଣ୍ଣାଟକରେ ଏନ୍‌ଆଇଏ ଚଢ଼ଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବୁଧବାର ଦକ୍ଷିଣ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ (ପିଏଫ୍‌ଆଇ) ଗତ ଜୁଲାଇ ୨୦୨୨‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଟନା ଗସ୍ତ ସମୟରେ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରିଥି‌ଲା। ସେହି ମାମଲାକୁ ନେଇ ଆଜିର ଚଢ଼ଉ କରାଯାଇଥିଲା। ପୁଟ୍ଟୁର, କୁରନାଡ଼କା, ତାରିପଦପୁ ଓ କୁମ୍ବ୍ରା ଗାଁରୁ ଚାରିଜଣ ସନ୍ଦିଗ୍ଧଙ୍କୁ ଏନ୍‌ଆଇଏ ପକ୍ଷରୁ ଗିରଫ କରାଯାଇଥିଲା। ସେମାନେ ହେଉଛନ୍ତି- ମହମ୍ମଦ ହରିସ କୁମ୍ବ୍ରା, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ବର ସର୍ବବୃହତ ଖାଦ୍ୟ ଭଣ୍ଡାର ଗଠନ ହେବ, ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ : ଫସଲ ନଷ୍ଟକୁ ହ୍ରାସ କରିବା ଓ ଚ‌ାଷୀମାନଙ୍କ ଦ୍ବାରା ହେଉଥିବା ଅଭାବୀ ବିକ୍ରିକୁ ରୋକିବା ଲାଗି ସମବାୟ କ୍ଷେତ୍ରରେ ବିଶ୍ବର ସର୍ବବୃହତ ଖାଦ୍ୟ ଭଣ୍ଡାର ଗଠନ କରାଯିବ। ସେଥିରେ ୭୦୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ରହିବ। ଆସନ୍ତା ପାଞ୍ଚ ବର୍ଷରେ ସେହି ଭଣ୍ଡାର ସୃଷ୍ଟି କରାଯିବ। ସେଥିପାଇଁ ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଜି କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପଦକ୍ଷେପ ଗ୍ରାମୀଣ ଭାରତରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଣି ଆଦାନିଙ୍କ ଅଡ଼ୁଆ ବଢ଼ିଲା, ୩ କାରବାର ଉପରେ ପ୍ରଶ୍ନ ଉଠାଇଲା ଡେଲଏଟ୍‌

ନୂଆଦିଲ୍ଲୀ : ହିଣ୍ଡେନ୍‌ବର୍ଗର ଗମ୍ଭୀର ଅଭିଯୋଗ ସାମ୍ନା କରି ବହୁ ସମସ୍ୟା ଦେଇ ଗତି କରିଥିବା ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ପାଇଁ ପୁଣି ଏକ ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମ ଥର ଲାଗି ଆଗଧାଡ଼ିର ଅଡିଟ୍‌ ସଂସ୍ଥା ଡେଲଏଟ୍‌ ଆଦାନି ପୋର୍ଟସ୍‌ର ତିନି କାରବାର ଉପରେ ପ୍ରଶ୍ନ ଉଠାଇଛି। ଏହି କାରବାରଗୁଡ଼ିକ ବିଷୟରେ କଂପାନି ଠିକ୍ ତଥ୍ୟ ଦେଇନାହିଁ। ସ୍ଥାନୀୟ ନିୟମକୁ ମଧ୍ୟ ଠିକ୍ ଭା‌ବେ ପାଳନ କରାଯାଇନାହିଁ ବୋଲି ଡେଲଏଟ୍‌ କହିଛି। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଜସ୍ଥାନରେ ଗର୍ଜିଲେ ମୋଦୀ: କଂଗ୍ରେସର ‘ଗ୍ୟାରେଣ୍ଟି ଫର୍ମୁଲା’ ଦେଶକୁ ଦେବାଳିଆ କରିଦେବ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ଶାସିତ ରାଜସ୍ଥାନରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ଅଜମେର ରୢାଲିରେ ମୋଦୀ କହିଛନ୍ତି, ବିଭିନ୍ନ ରାଜ୍ୟରେ କଂଗ୍ରେସ ଯେଉଁ ‘ଗ୍ୟାରେଣ୍ଟି ଫର୍ମୁଲା’ ଆଣୁଛି ତାହା ପୂରଣ କରୁନାହିଁ ଏବଂ ରାଜ୍ୟକୁ ଅସ୍ଥିରତା ଆଡ଼କୁ ନେବାକୁ ଚେଷ୍ଟା କରୁଛି। କଂଗ୍ରେସର ଏହି ଗ୍ୟାରେଣ୍ଟି ଫର୍ମୁଲା ଦେଶକୁ ଦେବାଳିଆ କରିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୫୦ ବର୍ଷ ତଳେ କଂଗ୍ରେସ ଦାରିଦ୍ରୢ ହଟାଇବାକୁ ଗ୍ୟାରେଣ୍ଟି ଦେଇଥିଲେ। କିନ୍ତୁ […]

ରାଜ୍ୟ

+୨ ପରୀକ୍ଷାରେ କେଏମ୍‌ବିବିର ସଫଳତାs

ଭୁବନେଶ୍ବର : ବୁଧବାର ଦିନ +୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପ୍ରତିବର୍ଷ ପରି ଏଥର ମଧ୍ୟ କଟକ ତ୍ରିଶୁଳିଆର ନରଣପୁରସ୍ଥିତ କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲ(ଜୁନିଅର ସାଇନ୍ସ କଲେଜ)ର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା କଲେଜର ସମସ୍ତ ୧୫୧ ଜଣ ଛାତ୍ରଛାତ୍ରୀ ସଫଳତାର ଉତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୪ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୮୦ ଦଶକ ଟିପ୍ପଣୀ ପାଇଁ ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କର ଏକ ଟିପ୍ପଣୀ ଦ୍ବାରା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଥିବା ଚର୍ଚ୍ଚା ହେଉଛି। କାଲିଫର୍ଣ୍ଣିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ‘୧୯୮୦ ଦଶକରେ ଦେଶରେ ଦଳିତମାନଙ୍କ ସ୍ଥିତି ଯେଭଳି ଦୟନୀୟ ଥିଲା ଏବେ ଦେଶର ମୁଲମାନଙ୍କ ସ୍ଥିତି ଠିକ୍‌ ସେମିତି ରହିଛି। ରାହୁଲ କହିଛନ୍ତି, ଆଜି ଆପଣମାନେ (ମୁସଲମାନ) ଯେଭଳି ଅନୁଭବ କରୁଛନ୍ତି, ୧୯୮୦ ଦଶକରେ ଶିଖ୍‌, ଖ୍ରିଷ୍ଟିଆନ, ଦଳିତ ଏବଂ ଆଦିବାସୀମାନେ ମଧ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ଏଫ୍‌ଡିଆଇ ପ୍ରବାହ ମାତ୍ର ୦.୦୮%

ନୂଆଦିଲ୍ଲୀ : ଓଡ଼ିଶାକୁ ୨୦୧୯ ଅକ୍ଟୋବରରୁ ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିଲଗାଣ (ଏଫ୍‌ଡିଆଇ) ରହିଛି ମାତ୍ର ୦.୦୮ ପ୍ରତିଶତ। କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ୍‌ ଅଫ୍‌ ପ୍ରମୋସନ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ୍‌ ଇଣ୍ଟରନାଲ୍‌ ଟ୍ରେଡ୍‌ (ଡିପିଆଇଆଇଟି)ର ସଦ୍ୟତମ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି। ଭାରତର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅକ୍ଟୋବର ୨୦୧୯ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୧୪,୧୮,୭୫୦.୫୫୨୩ କୋଟି ଟଙ୍କାର ଏଫ୍‌ଡିଆଇ ଆସିଛି। ସେଥିରେ ଓଡ଼ିଶାର ଭାଗ ରହିଛି ମାତ୍ର ୧,୨୦୪.୨୨ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବତନ ସାଂସଦଙ୍କୁ ଖୋଜୁଥିଲେ, ଆମେରିକା ସହିତ ଯୋଗାଯୋଗ କରନ୍ତୁ: ସ୍ମୃତି ଇରାନୀ

ନୂଆଦିଲ୍ଲୀ: କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ‘ନିରୁଦ୍ଦିଷ୍ଟ’ (ନିଖୋଜ) ବୋଲି ପୋଷ୍ଟର୍‌ ସେୟାର୍‌ କରିଥିବା କଂଗ୍ରେସ ଦଳକୁ ପାଲଟା ଜବାବ ଦେଇ ବୁଧବାର ଦିନ ନିଜେ ସ୍ମୃତି ଇରାନୀ କହିଛନ୍ତି ଯେ, ଯଦି ପୂର୍ବତନ ବିଧାୟକଙ୍କୁ (ରାହୁଲ୍‌ ଗାନ୍ଧୀ) ଖୋଜୁଥାଆନ୍ତି ତେବେ, ଆମେରିକା ସହିତ ଯୋଗାଯୋଗ କରନ୍ତୁ। ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜନ୍ତର ମନ୍ତରରେ  କୁସ୍ତି ଖେଳାଳିମାନେ ପ୍ରତିବାଦ ଚଳାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କୌଣସି ବିବୃତି ନ ଦେବାରୁ କଂଗ୍ରେସ ତାଙ୍କୁ ସମାଲୋଚନା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗାଧୋଇଲା ବେଳେ ବୁଡ଼ି ଯାଉଥିଲେ ୩ ଯୁବକ; ସମୁଦ୍ରକୁ ଡେଇଁ ଉଦ୍ଧାର କଲେ ‘ବିଜେପି’ ବିଧାୟକ ହୀରା ସୋଲାଙ୍କି

ଗାନ୍ଧୀନଗର: ଗୁଜରାଟ ଅନ୍ତର୍ଗତ ପଟୱା ଗ୍ରାମ ନିକଟରେ ସମୁଦ୍ରରେ ବୁଡ଼ିଯାଉଥିବା ୩ଜଣ ଯୁବକଙ୍କୁ ରାଜୁଲା ନିର୍ବାଚନ ମଣ୍ଡଳୀର ‘ବିଜେପି’ ବିଧାୟକ ହୀରା ସୋଲାଙ୍କି ବୁଧବାର ଦିନ ଉଦ୍ଧାର କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସଂଗୃହୀତ ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ ପଟୱା ଗାଁ ନିକଟ ସମୁଦ୍ରକୂଳ ଉପରେ ପ୍ରବାହିତ ହେଉଥିବା ସମୁଦ୍ର ପାଣିର ଏକ ଧାରା ବା ‘କ୍ରିକ୍‌’ରେ କଳ୍ପେଶ ଶିୟାଲ୍, ବିଜୟ ଗୁଜାରିୟା, ନିକୁଲ୍‌ ଗୁଜାରିୟା ଏବଂ ଜୀବନ ଗୁଜାରିୟା ନାମରେ ୪ଜଣ […]