ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କଂଗ୍ରେସ ମୁସଲମାନଙ୍କୁ ଚୁଇଂଗମ୍‌ ଭଳି ବ୍ୟବହାର କରୁଛି: ନକ୍‌ଭି

ନୂଆଦିଲ୍ଲୀ: ବିଜେପି ନେତା ମୁଖତାର ଅବାସ ନକ୍‌ଭି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ‌ଦେଶର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି ଏବଂ ଦେଶରେ ଦଳିତ ଓ ମୁସଲମାନ ଅତି ଦୟନୀୟ ସ୍ଥିତିରେ ରହିଛନ୍ତି ବୋଲି ରାହୁଲ ବିଦେଶରେ କହିଛନ୍ତି। ରାହୁଲଙ୍କୁ ଜବାବ ଦେଇ ବିଜେପି ନେତା ନକଭି କହିଛନ୍ତି, କଂଗ୍ରେସ ଦଳ ମୁସଲିମମାନଙ୍କୁ ଚୁଇଂଗମ୍‌ ଭଳି ବ୍ୟବହାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶ ଦ୍ବାରା […]

ରାଜ୍ୟ

ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଭୁବନେଶ୍ବରସ୍ଥିତ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅତି ଉତ୍ତମ ଫଳ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟର ଛାତ୍ର କିଶୋର ଚନ୍ଦ୍ର ପ୍ରଧାନ ୬୦୦ରୁ ୫୬୦ ନମ୍ବର ରଖି ସ୍କୁଲ ଟପ୍‌ର ହୋଇଛନ୍ତି। ଏଥିସହ ୧୫ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖି ସ୍କୁଲର ଗୌରବ ବଢ଼ାଇବା ସହିତ ରାଜ୍ୟ ଟପ୍‌ର ତାଲିକାରେ ସ୍ଥାନ ପାଇଛନ୍ତି। ଏହି ବିଦ୍ୟାଳୟର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା ଫଳ: ସିଲାବସ୍‌ ହ୍ରାସ ପାଇଁ ବଢ଼ୁଥିଲା ପାସ୍‌ହାର

ଭୁବନେଶ୍ବର : କୋଭିଡ୍ ପରବର୍ତ୍ତୀ ସମୟରେ ପ୍ରଥମ ଥର ଲାଗି ସମ୍ପୂର୍ଣ୍ଣ ସିଲାବସ୍‌ ଆଧାରରେ ଚଳିତବର୍ଷ ଯୁକ୍ତ୨ ପରୀକ୍ଷା କରାଯାଇଥିଲା। ବିନା ମାଟ୍ରିକ୍‌ ପରୀକ୍ଷାରେ କଲେଜ ମାଟି ମାଡ଼ିଥିବା ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷାରେ ଭାଗ ନେଇଥିଲେ। ଆଶା ଆଶଙ୍କାରେ ପ୍ରଥମ ଥର ପରୀକ୍ଷା ଦେଇଥିବା ଏହି ଛାତ୍ରଛାତ୍ରୀ ଉନ୍ନତ ରେଜଲ୍ଟ କରିଛନ୍ତି। ପାସ୍‌ହାର ଗତବର୍ଷ ତୁଳନାରେ ହ୍ରାସ ପାଇଛି ସତ। ମାତ୍ର କୋଭିଡ୍‌ ପୂର୍ବବର୍ତ୍ତୀ ବର୍ଷଗୁଡ଼ିକଠାରୁ ଏଥରକ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପାସ୍‌ହାର ଅଧିକ ରହିଛି। […]

ରାଜ୍ୟ

କେନ୍ଦ୍ର ସରକାରଙ୍କ କୃଷି ପୋର୍ଟାଲ୍‌ ନବୀକରଣ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ କୃଷି ପୋର୍ଟାଲ୍‌ ଡିସେମ୍ବର ମାସରୁ ନବୀକରଣ କରାଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସରିପାରୁନଥିବାରୁ ଓଡ଼ିଶାର ମାଟି ସ୍ବାସ୍ଥ୍ୟ କାର୍ଡ ରିପୋର୍ଟ ପ୍ରଦାନ ମନ୍ଥର ହୋଇଛି। ରାଜ୍ୟରେ ୪ ଲକ୍ଷ ୫୦ ହଜାର ଚାଷୀଙ୍କ ଜମିର ମାଟି ପରୀକ୍ଷଣ ସରିଛି। ପୋର୍ଟାଲ୍‌ ଜରିଆରେ ମାଟି ସ୍ବାସ୍ଥ୍ୟ କାର୍ଡ ରିପୋର୍ଟ ଜେନେରେଟ ହୋଇପାରୁନଥିବାରୁ ମାତ୍ର ଦୁଇ ଲକ୍ଷ ଚାଷୀଙ୍କୁ ସ୍ବାସ୍ଥ୍ୟ କାର୍ଡ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ଶତ ପ୍ରତିଶତ ଚାଷୀଙ୍କ ପାଖରେ ମାଟି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ମମତା’ ସରକାରଙ୍କର ଯୁଗାନ୍ତକାରୀ ଯୋଜନା: ମନ୍ତ୍ରୀ

ଭୁବନେଶ୍ବର : ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ‘ମମତା’ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ବୋଲି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଛନ୍ତି। ବୁଧବାର ଦିନ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି ଯେ ମମତା ଯୋଜନା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ୫୬.୮୨ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମା’ଙ୍କ ହିତସାଧନ କରିପାରିଛି। ଏଥିରେ ୨୭୧୧.୬୭କୋଟିରୁ ଅଧିକ ଅର୍ଥ ଇ-ଟ୍ରାନ୍ସଫର ମାଧ୍ୟମରେ […]

ରାଜ୍ୟ

ମାଓ ଭୟରେ ଅଟକିଛି ଦୁର୍ଗମ ଅଞ୍ଚଳର ଲାଇଫ୍‌ ଲାଇନ୍‌, ୪ ଗୁରୁତ୍ୱପୂର୍ଣ୍ଣ ସଡ଼କ କାମ ଅଧା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍‌ ମଧ୍ୟରୁ ୧୧ଟି ବ୍ଲକ୍‌ରେ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ଦୁର୍ଗମ ଅଞ୍ଚଳର ଲାଇଫ୍‌ ଲାଇନ୍ କୁହାଯାଉଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା କାମ ମାଓବାଦୀଙ୍କ ଭୟରେ ଅଟକି ରହିଛି। ମାଓଭୟ ଅଞ୍ଚଳର ବିକାଶରେ ବାଧକ ସାଜିଥିବାବେଳେ ମାଓବାଦୀ ଦମନରେ ଜିଲ୍ଲା ପୁଲିସ ଓ ସୁରକ୍ଷା ବାହିନୀର ଅସହାୟତା ସ୍ପଷ୍ଟ ବାରି ହୋଇପଡ଼ୁଛି। ମାଓ ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ପିଚୁ ରାସ୍ତା ମରୀଚିକା ପାଲଟିଥିବାବେଳେ ପିଏମ୍‌ଜିଏସ୍‌ୱାଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁର ହିଂସା ରୋକିବାକୁ ଅମିତ ଶାହାଙ୍କ ୫-ସୁତ୍ରୀ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁର (ମଣିପୁର ହିଂସା) ଗସ୍ତରେ ଅଛନ୍ତି। ଗତ ଏକ ମାସ ଧରି ଏଠାରେ ଚାଲିଥିବା ହିଂସାର ସମୀକ୍ଷା କରୁଛନ୍ତି । ଇମ୍ଫାଲରେ ମଣିପୁରର ସ୍ଥିତି ଉପରେ ସର୍ବଦଳୀୟ ବୈଠକ ବ୍ୟତୀତ ଶାହ ମଣିପୁର ପୋଲିସ, ସିଆରପିଏଫ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବା ସହ ଭାରତ-ମିଆଁମାର ସୀମାରେ ଥିବା ମୋରେହ ଏବଂ କାଙ୍ଗପୋକପି ଅଞ୍ଚଳ ପରିଦର୍ଶନ କରିଥିଲେ । ରାଜ୍ୟରେ ଶାନ୍ତି ଓ ବିଶ୍ୱାସ ପ୍ରତିଷ୍ଠା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ଆରମ୍ଭ ହେଲା ବିଜେପିର ମହା ଜନସମ୍ପର୍କ ଅଭିଯାନ: ଜୁନ୍‌ରେ ଆ‌ସିବେ ମୋଦୀ, ଶାହ, ରାଜନାଥ

ଭୁବନେଶ୍ବର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ବିଜେପିର ମହା ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସାରା ଦେଶରେ ୫୧ଟି ‘ମହାରାଲି’ ଆୟୋଜନ କରାଯିବ। ଏଥିରୁ ଓଡ଼ିଶାରେ ୪ଟି ‘ମହାରାଲି’ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ […]

ଅପରାଧ ରାଜ୍ୟ

ବ୍ୟାବସାୟିକ ୟୁନିଟ୍ ଦେବା ନାଁରେ ୯ କୋଟି ଟଙ୍କା ଠକେଇ: ଓଡ଼ିଶା ହୋମ୍ସର ଅନ୍ୟତମ ନିର୍ଦେଶକ ଗିରଫ

ଭୁବନେଶ୍ବର:  ବ୍ୟାବସାୟିକ ଗୃହ ଦେବା ନାଁରେ ୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି। ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁରରୁ ଗିରଫ କରାଯାଇଛି। ଭୁବନେଶ୍ବରର ଆଇଆରସି ଭିଲେଜ ନୟପଲ୍ଲୀର କଲ୍ୟାଣ ମିଶ୍ର ନାମକ ଜଣେ ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦେଶକ ସରୋଜ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୩୦୦ ତଳେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା; ୪ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୩୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୮୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୮୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା […]