ରାଜ୍ୟ

ଆସୁଛି ମୈାସୁମୀ: ସୁରକ୍ଷା ପ୍ରାଚୀର ଅଧପନ୍ତରିଆ, ଚିଲିକାକୂଳ ଜନବସତିକୁ ବଢ଼ୁଛି ବିପଦ

ବ୍ରହ୍ମଗିରି : ଆଉ କିଛି ଦିନ ପରେ ମୈାସୁମୀ ଓଡ଼ିଶାକୁ ପ୍ରବେଶ କରିବ। ବାରମ୍ବାର ଲଘୁଚାପ ଯୋଗୁ ସମୁଦ୍ର ଫୁଲି ଉଠିବ। ଫଳରେ ଜୁଆର ଚିଲିକା ଭିତରକୁ ପ୍ରବେଶ କରିବ। ଲଗାଣ ବର୍ଷା ସହ ସମୁଦ୍ର ଜୁଆର ଚିଲିକା ଉପକୂଳବାସୀଙ୍କ ପାଇଁ ବିପଦ ଆଣିବାର ଆଶଙ୍କାକୁ ବଢାଇଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଉପକୂଳ ସୁରକ୍ଷା ପ୍ରାଚୀର ନିର୍ମାଣ ଆରମ୍ଭ କରିଛନ୍ତି। କିନ୍ତୁ ଦୀର୍ଘ ୧୦ ବର୍ଷରୁ ଅଧିକ ହେଲାଣି ସୁରକ୍ଷା ପ୍ରାଚୀର କାମ ଶେଷ […]

ରାଜ୍ୟ

ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି: ନିଖୋଜ ୨ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଆଜି ସକାଳେ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କ ନାଆଁ ତୁଳସୀ ମାଢି ବୋଲି ଜଣାଯାଇଛି। ଏବେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ନିଖୋଜ ଗୋବିନ୍ଦ ସରଦାରଙ୍କୁ ଉଦ୍ଧାର ଲାଗି ଜୋରଦାର ଅପରେସନ ଜାରି ରହିଛି। ଅଗ୍ନିଶମ କର୍ମଚାରୀମାନେ ସର୍ଚ ଅପରେସନ ଜାରି ରଖିଛନ୍ତି।ସୂଚନାଯୋଗ୍ୟ, ଗତକାଲି କାଳ ବୈଶାଖୀର ପ୍ରଭାବରେ ଏୟାର ଷ୍ଟ୍ରିପ୍ କାନ୍ଥ ଭୁଶୁଡ଼ି ଦୁଇ ଶ୍ରମିକ […]

ଅପରାଧ ରାଜ୍ୟ

ପାରାଦୀପରେ ଚାଞ୍ଚଲ୍ୟ: ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ତଣ୍ଟି କାଟି ଯୁବକକୁ ହତ୍ୟା

ପାରାଦୀପ: ପାରାଦୀପ ରେବିକା ବାର ପଛ ପଟେ ପଡ଼ିଚି ଶବ। ଯୁବକକୁ ତଣ୍ଟି କାଟି ହତ୍ୟା କରାଯାଇଛି। ଯୁବକଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଗାଁରେ ଓ ତାଙ୍କ ନାମ ଟୁବୁଲୁ ଜେନା। ସେ ରେବିକା ବାରରେ କିଛି ଦିନ ହେବ କାର୍ଯ୍ୟ କରୁଥିବା ଜଣାପଡ଼ଛି। ଏଭଳି ହତ୍ୟାକାଣ୍ଡ ଘଟିଥିବା ହେତୁ ତାହା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କିଏ କଣ ପାଇଁ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ , ୪୮, ୭୮୩ ଜଣ ପାଇଲେ ରାଙ୍କ

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହାପରେ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କରେ ଜାଣିପାରିବେ। ଏସ୍‌ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜ୍ଞାନବାପୀ ମସଜିଦ ମାମଲା: ମସଜିଦ କମିଟି ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ

ବାରଣାସୀ: ବାରଣାସୀର ଜ୍ଞାନବାପୀ ମସଜିଦ ମାମଲା ସହ ଜଡ଼ିତ ଏକ ମୁଖ୍ୟ ମାମଲାରେ ଆଜି ମୁସଲିମ ପକ୍ଷଙ୍କୁ ପ୍ରତିନିଧିତ୍ବ କରୁଥିବା ମସଜିଦ କମିଟିକୁ ଶକ୍ତ ଝଟ୍‌କା ଲାଗିଛି। ମସଜିଦ ପରିସରରେ ଶୃଙ୍ଗାର ଗୌରୀଙ୍କୁ ପୂଜା କରିବା ଅଧିକାର ପାଇଁ ୫ ଜଣ ହିନ୍ଦୁ ପୂଜକ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ହିନ୍ଦୁ ଆବେଦନକାରୀଙ୍କ ଏହି ଅନୁରୋଧକୁ ଚ୍ୟାଲେଂଜ କରି ମସଜିଦ କମିଟି ପକ୍ଷରୁ କୋର୍ଟ‌ରେ ‌ଆବେଦନ କରାଯାଇଥିଲା। ଜିଲ୍ଲା କୋର୍ଟ ଅଂଜୁମାନ ଇନ୍ତେଜାମିଆ କମିଟିର […]

ରାଜ୍ୟ

ଜୁନ୍‌ ୧୦ରୁ ପ୍ରତି ନିର୍ବାଚନମଣ୍ଡଳୀରେ ଚାଷୀ ବିକ୍ଷୋଭ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଏକାଧିକ ଯୋଜନା ଘୋଷଣା କରିଛନ୍ତି। ଦୁହିଁଙ୍କ ଶାସନ କାଳରେ ଚାଷ ଓ ଚାଷୀର ବିକାଶ ପାଇଁ କେଉଁ ଯୋଜନାଗୁଡ଼ିକରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ପ୍ରକୃତ ହିତାଧିକାରୀଙ୍କ ତାଲିକା ଶ୍ବେତପତ୍ର ଆକାରରେ ପ୍ରକାଶ କରାଯାଉ। ନଚେତ୍ ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଆସନ୍ତା ଜୁନ୍ ୧୦ ତାରିଖଠାରୁ ପ୍ରତି ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୋର ସନ୍ଦେହରେ ମହାରାଷ୍ଟ୍ରରେ ନାବାଳକଙ୍କୁ ପିଟିପିଟି ହତ୍ୟା‌

ମୁମ୍ବାଇ: ମହାରାଷ୍ଟ୍ରର ପରଭଣି ଅଞ୍ଚଳର ଉଖଲାଡ଼ ଗ୍ରାମରେ ଆଜି ଜଣେ ନାବାଳକକୁ ଚୋର ସ‌ନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ମୃତ ନାବାଳକ ଏବଂ ଅନ୍ୟ ୨ ଜଣ ଶିଖ୍‌ ବାଳକଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିଲେ। ସେମାନଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମରାଯାଇଥିଲା। ଗୁରୁତର ଅବସ୍ଥାରେ ଜଣେ ନାବାଳକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ନାବାଳକ ଏବଂ ତାଙ୍କ ସାଙ୍ଗମାନେ ଛେଳି ଚୋରି କରୁଥିଲେ ବୋଲି […]

ରାଜ୍ୟ

କେନାଲରେ ବୁଡ଼ି ଦୁଇ ସଂପର୍କୀୟ ଭାଇ ମୃତ

ତାଳଚେର : ତାଳଚେର ଥାନା ଗୁରୁଜାଙ୍ଗ ଗାଁରେ ବୁଧବାର ଦିନ ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳକୁ ଶୋକାଭିଭୂତ କରିଦେଇଛି। ଦୁଇ ସଂପର୍କୀୟ ଭାଇ ବୁଧବାର ଦିନ ଗାଁ ପାଖ କେନାଲରେ ଗାଧୋଇବାବେଳେ ବୁଡ଼ି ପ୍ରାଣ ହରାଇଛନ୍ତି। ଉଭୟ ଥିଲେ ବାପା, ମାଆଙ୍କର ଗୋଟିଏ ଲେଖାଏଁ ପୁଅ। ସୂଚନା ମୁତାବକ, ଗୁରୁଜାଙ୍ଗର ସରୋଜ ପାଣିଙ୍କ ପୁଅ ସୌମ୍ୟରଂଜନ ପାଣି(୧୩) ଓ ସନ୍ତୋଷ ପାଣିଙ୍କ ପୁଅ ଓମ୍‌ ପ୍ରକାଶ ପାଣି(୧୪) ଆଜି ଦିନପ୍ରାୟ ସାଢ଼େ ୧୦ଟା ବେଳେ ଗାଁଠାରୁ ଅଳ୍ପଦୂର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଧ୍ୟପ୍ରଦେଶରେ କାର୍‌ ଜଳିଗଲା, ନବବିବାହିତ ଦମ୍ପତି ସମେତ ୪ ଜୀବନ୍ତ ଦଗ୍ଧ

ଭୋପାଳ: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଆଜି ଏକ କାର୍‌ ଗଛରେ ପିଟିହୋଇ ଜଳି ଯାଇଛି। ଫଳରେ କାର୍‌ରେ ବସିଥିବା ସମସ୍ତ ୪ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଉକ୍ତ ୪ ଜଣ ହେଉଛନ୍ତି ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରେ ଏକ ନବ ବିବାହିତ ଦମ୍ପତି ମଧ୍ୟ ଅଛନ୍ତି। ପୁଲିସ ଅନୁଯାୟୀ ସେମାନେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ପ୍ରାଣ ହାରିଥିବା ଦମ୍ପତି ଗତ ୬ ମାସ […]

ରାଜ୍ୟ

ଦସ୍ୟୁଙ୍କ କବ୍‌ଜାରେ ଶିମିଳିପାଳ

ବାରିପଦା/କଳାବାଡ଼ିଆ : ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ମୟୂରଭଞ୍ଜର ମୁକୁଟ କୁହାଯାଉଥିବା ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ବିଶାଳ ଅଭୟାରଣ୍ୟରୁ ନିୟମିତ ବ୍ୟବଧାନରେ ହାତୀ, ବାଘ, ହରିଣ, ବିଷଧର ସାପ, ସମ୍ବର, କୁଟୁରା, ବାର୍‌ହା, ବଜ୍ରକାପ୍ତା ଆଦି ବନ୍ୟଜନ୍ତୁଙ୍କ ମୁଣ୍ଡ ନେଉଛନ୍ତି ଶିକାରୀ। ଏନେଇ ବନ ବିଭାଗ ଟେର୍‌ ପାଉନାହିଁ ଅଥବା ବହୁ ବିଳମ୍ବରେ ଖବର ପାଉଛି। ଅବାଧ ଗଛକଟା ଓ ଶିକାର ଯୋଗୁ ବନ୍ୟଜନ୍ତୁଙ୍କ ସଂଖ୍ୟା ବହୁ ପରିମାଣରେ କମିଗଲାଣି। ଫଳରେ, […]