ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

ଆଗ୍ରା: ଦୁନିଆ ଯେତେ ଆଗକୁ ଗଲେ ବି, ସମୟ ବଦଳିଲେ ବି ବଧୂ ନିର୍ଯାତନା ମାମଲା ଥମିବାର ନାଁ ନେଉନାହିଁ।  ଆଗ୍ରାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିବାହର କିଛି ଦିନ ପରେ ‌ଯୌତୁକ ଲୋଭରେ ଶାଶୂଘର ଲୋକ ଜଣେ ବୋହୂକୁ ନିର୍ଯାତନା ଦେଇଥିବା କଥା ସାମ୍ନାକୁ ଆସିଛି। ବୋହୂ କିନ୍ନର ବୋଲି ଦାବି କରି ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରିବାକୁ ଚେଷ୍ଟା କରିଥିବା ଜାଣିବାକୁ ମିଳିଛି। ଅଭିଯୋଗ ରହିଛି ଯେ ବାହାଘର ସରିବା ପରେ ଶଶୁରଘର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

ନୂଆଦିଲ୍ଲୀ: ଭର୍ଚ୍ୟୁଆଲ୍‌ ପରୀକ୍ଷଣ ସମୟରେ ଶତ୍ରୁ ଭାବି ଆମେରିକା ସେନାରେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ଦ୍ବାରା ପରିଚାଳିତ ଏକ ଡ୍ରୋନ୍‌ ତା’ର ଅପରେଟର୍‌ଙ୍କୁ ହତ୍ୟା କରିଥିବା କଥା ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି। ତା ଅଭିଯାନରେ ହସ୍ତକ୍ଷେପ ନ କରାଇ ଦେବା ପାଇଁ ଉକ୍ତ ‘ଡ୍ରୋନ୍‌’ ସେ ଅପରେଟର୍‌ଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା ବୋଲି ଆମେରିକା ସେନାର ଜଣେ ଅଧିକାରୀ କହିଛନ୍ତି। ଗତ ମେ ମାସରେ ଲଣ୍ଡନ୍‌ରେ ଆୟୋଜିତ ‘ଫ୍ୟୁଚର୍‌ କମ୍ବାଟ୍‌ ଏୟାର୍‌ ଆଣ୍ଡ୍‌ ସ୍ପେସ୍‌ କ୍ୟାପାବିଲିଟିଜ୍‌ ସମିଟ୍‌’ରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

ନୂଆଦିଲ୍ଲୀ : ରାଜନୈତିକ ଧର୍ମନିର‌ପେକ୍ଷବାଦ ଭାରତର ମୁସଲମାନଙ୍କ ସମସ୍ୟା ବଢ଼ାଇଛି ବୋଲି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ମନ୍ତବ୍ୟ ଉପରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଅୱେସି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରାହୁଲ ଏ ସଂପର୍କରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଶିଖାନ୍ତୁ। କାରଣ ଯେତେବେଳେ ରାଜସ୍ଥାନରେ ଜୁନେଦ୍ ଏବଂ ନାସିରଙ୍କୁ ହତ୍ୟା କରାଗଲା ସେତେବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଗେହଲଟଙ୍କୁ ୧୫ ଦିନ ସମୟ ଲାଗିଗଲା। ଅନ୍ୟମାନଙ୍କୁ ୫୦ ଲକ୍ଷ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏଥରର ବିବାଦ ସାମ୍ବାଦିକ ଭିସାକୁ ନେଇ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଚୀନ୍‌ ସାମ୍ବାଦିକମାନଙ୍କର ଭିସା ନବୀକରଣ ନ କରି ସେମାନଙ୍କୁ ଦେଶରୁ ବାହାର କରିଦେଇଛି। ଏହାର ଜବାବରେ ଚୀନ୍ ଭାରତୀୟ ସାମ୍ବାଦିକମାନଙ୍କ ପ୍ରତି ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ୨୦୨୦ ଗଲୱାନ ସୀମାସଂଘର୍ଷ ପରଠାରୁ ଭାରତ-ଚୀନ୍ ସମ୍ପର୍କ ନିମ୍ନଗାମୀ ହେବାରେ ଲାଗିଛି। ବୁଧବାର ସୀମା ଉତ୍ତେଜନା ହ୍ରାସ […]

ରାଜ୍ୟ

ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ

ଭୁବନେଶ୍ବର : ଜିଲ୍ଲା ସ୍ତରରେ ଅମଲାମାନେ ଗୁରୁବାରଠାରୁ ସାମୂହିକ ଛୁଟିରେ ଯାଇଛନ୍ତି। ଫଳରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆପାତତଃ ଅଚଳ ହୋଇଯାଇଛି। ବିଭିନ୍ନ ଜରୁରୀ କାମରେ ଯାଇଥିବା ଲୋକମାନେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ଆଜି ସରକାର ଅମଲାମାନଙ୍କୁ ଆଲୋଚନା ପାଇଁ ଡାକି ନଥିବାରୁ ପରିସ୍ଥିତି ଆହୁରି ଜଟିଳ ଆକାର ଧାରଣ କରିବାକୁ ଯାଉଛି। ଅମଲାମାନଙ୍କ ମୁଖ୍ୟ ଦାବି ରହିଛି, ଷଷ୍ଠ ବେତନ କମିସନ୍‌ ଆଧାରରେ ଗ୍ରେଡ୍‌ ପେ’ ୧୯୦୦ ଟଙ୍କାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ

ଭୁବନେଶ୍ବର : ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ ଲାଗି ହାଇକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଭିତରେ ସାର୍ଟିଫିକେଟ୍‌ ଯାଞ୍ଚର ଧାର୍ଯ୍ୟ ସମୟ ଶେଷ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଜର ପଞ୍ଜୀକରଣ ଓ ସାର୍ଟିଫିକେଟ୍‌ର ନବୀକରଣ କରିଥିବା ଡାକ୍ତରଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ମାତ୍ର ନକଲି ଡାକ୍ତର ବା କ୍ବାକ୍‌ ଚିହ୍ନଟ ହୋଇ ନ […]

ରାଜ୍ୟ

ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ

ଭୁବନେଶ୍ବର : ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଶିଳ୍ପ ଓ ଶିଳ୍ପାୟନ କ୍ଷେତ୍ରରେ ବେଶ୍‌ ଅଗ୍ରଗତି ହୋଇଛି। ଟେକ୍ସଟାଇଲ, ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଆତିଥ୍ୟ ଇତ୍ୟାଦିରେ ଅଧିକ ରୋଜଗାର ସୃଷ୍ଟି କରୁଥିବା କ୍ଷେତ୍ରଗୁଡ଼ିକରେ ସରକାର ଅଧିକ ଶିଳ୍ପ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ବିଭାଗର ସମୀକ୍ଷା କରିବା ପରେ ମନ୍ତ୍ରୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହିଳାଙ୍କ ମରଶରୀରକୁ ଦୁଷ୍କର୍ମ ଅପରାଧ ନୁହେଁ: କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ : ମହିଳାଙ୍କ ମର ଶରୀରକୁ ଦୁଷ୍କର୍ମ କରିବା ଆଇପିସିର ୩୭୬ ଧାରାରେ ଅପରାଧ ନୁହେଁ। କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଜଣେ ୨୧ ବର୍ଷର ଝିଅକୁ ହତ୍ୟା କରିବା ପରେ ଯୌନ ନିର୍ଯାତନା ଦେଇଥିବା ଜଣେ ବ୍ୟକ୍ତିକୁ ହାଇକୋର୍ଟ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି। କିନ୍ତୁ ସଂପୃକ୍ତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହତ୍ୟା ମାମଲାରେ ତଳ କୋର୍ଟ ଦେଇଥିବା ଆଜୀବନ ଜେଲଦଣ୍ଡକୁ ହାଇକୋର୍ଟ କାଏମ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି: ଶ୍ରୀବିଗ୍ରହ ସମ୍ମୁଖରେ ଛିଡ଼ା‌ହେବେନି ସେବକ

ପୁରୀ : ସ୍ନାନପୂର୍ଣ୍ଣିମା ନୀତିକାନ୍ତି ସଅଳ ହେବ। ଲକ୍ଷାଧିକ ଭକ୍ତ ବିନା ବାଧାରେ ଯେପରି ଦର୍ଶନ ପାଇବେ, ସେନେଇ ବନ୍ଦୋବସ୍ତ କରାଯିବ। ସେବକମାନେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯେପରି ବାଧା ସୃଷ୍ଟି ନକରିବେ ତା’ ଉପରେ ଗୁରୁତ୍ବ ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସ୍ନାନପୂର୍ଣ୍ଣିମା ନୀତି ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ହେବ। ରାତ୍ର ୧୨ଟାରେ ପହୁଡ ଆଳତି ସରିବାପରେ ୧୨ଟା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗରିବ ଦେଶରେ ବେକାରି ଅଧିକ

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ବିଶ୍ବର ଅଧିକାଂଶ ଦେଶରେ ବେକାରି ସମସ୍ୟା ବଢ଼ିଥିଲା। ଏବେ କିନ୍ତୁ ସେଥିରେ ସୁଧାର ଘଟୁଛି। ମହାମାରୀ ପୂର୍ବରୁ ବେକାରି ସ୍ଥିତି ଯାହା ଥିଲା ସେହିଭଳି ସମୟ ଫେରିଆସିବ ବୋଲି ଅନୁମାନ କରାଯାଉଛି। ମାତ୍ର ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ରିପୋର୍ଟ ଅନୁସାରେ ଗରିବ ଦେଶଗୁଡ଼ିକରେ ସ୍ଥିତି ଏପର୍ଯ୍ୟନ୍ତ ସୁଧୁରିନାହିଁ। ସେଠାରେ ବେକାରି ସମସ୍ୟା ଏବେବି ଅଧିକ ରହିଛି। ଆଫ୍ରିକା ଓ ଆରବ ଅଞ୍ଚଳରେ ବେକାରି ସମସ୍ୟାରେ ସୁଧାର ହେବା ଲାଗି […]