ଅପରାଧ ରାଜ୍ୟ

ଘସିପୁରାରେ ପୁଣି ରାଜନୈତିକ ହିଂସା: ଯୁବକଙ୍କୁ ଗୋଡ଼ାଇ ହାଣିଲେ ବିଧାୟକଙ୍କ ସମର୍ଥକ

ଆନନ୍ଦପୁର: କିଛିଦିନର ନିରବତା ପରେ କେନ୍ଦୁଝରର ଘସିପୁରାରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକମାନେ ଆଜି ରେକୁଟିଆରେ ସଂଘବଦ୍ଧ ହୋଇ ଜଣେ ଯୁବକଙ୍କୁ ‌ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସମ୍ପୃକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସମର୍ଥକ ବୋଲି କୁହାଯାଉଛି। ଏହି ଘଟଣାପରେ ଘସିପୁରା, ରେକୁଟିଆ ଓ […]

ଅପରାଧ ରାଜ୍ୟ

ଅଭୟାରଣ୍ୟରେ ମହାବଳ ବାଘ ଶିକାର: ୬ ଶିକାରୀଙ୍କୁ ଅଟକ ରଖିଛି ଛତିଶଗଡ଼ ବନ ବିଭାଗ

ନୂଆପଡ଼ା: ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ସୁନାବେଡ଼ା ଓ ଉଦନ୍ତୀ ଅଭୟାରଣ୍ୟରେ ମହାବଳ ବାଘ ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତିଶଗଡ଼ ବନ ବିଭାଗ ନୂଆପଡ଼ା ଜିଲ୍ଲାର ୬ ଜଣ ଶିକାରୀଙ୍କୁ ଉଠାଇ ନେଇଛି। ଏ ସମ୍ପର୍କରେ ନୂଆପଡ଼ା ବନ ବିଭାଗ ପାଖରେ କୌଣସ ଖବର ନଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ମତେ, ଉଦନ୍ତୀ ଅଭୟାରଣ୍ୟରେ ଛତିଶଗଡ଼ ବନ ବିଭାଗ ଟ୍ରାକ୍ କ୍ୟାମେରା ଲଗାଇଥିଲା। କ୍ୟାମେରାରେ ମହାବଳ ବାଘ ଚଳପ୍ରଚଳ କରୁଥିବା ଚିତ୍ର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିର୍ମାଣାଧୀନ ଗଙ୍ଗାପୋଲ ଦ୍ବିତୀୟ ବାର ଭୁଶୁଡ଼ିଲା

ଭାଗଲପୁର: ବିହାରର ଭାଗଲପୁର ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମିତ ଏକ ପୋଲ ରବିବାର ଭୁଶୁଡି ପଡିଛି। ବର୍ଷକ ତଳେ ଏହାର ଗୋଟିଏ ସ୍ଲାବ୍ ମଧ୍ୟ ଭୁଶୁଡି ପଡିଥିଲା। ଖଗଡ଼ିଆର ଆଗୁୱାନି-ସୁଲତାନଗଞ୍ଜ ମଧ୍ୟରେ ଗଙ୍ଗା ନଦୀ ଉପରେ ୧୭୦୦ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଥିଲା। କିନ୍ତୁ ଏହି ସେତୁ ନିର୍ମାଣ ଦୁର୍ନୀତିର ଶିକାର ହେବା ଫଳରେ ବର୍ଷକ ବ୍ୟବଧାନରେ ଏହା ଦୁଇଥର ଭୁଶୁଡ଼ିଲାଣି। ସେତୁର ତିନୋଟି ସ୍ତମ୍ଭ ମଧ୍ୟ ନଦୀରେ ବୁଡ଼ିଯାଇଛି। ସରକାର […]

ରାଜ୍ୟ

ମାଓବାଦୀ ପଲିଟ୍‌ବ୍ୟୁରୋ ସଦସ୍ୟ ଆନନ୍ଦଙ୍କ ମୃତ୍ୟୁ: ଦୁଇମାସ ଶୋକ ପାଳିବେ ନକ୍ସଲ

ମାଲକାନଗିରି: ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ପଲିଟ୍‌ ବ୍ୟୁରୋ ବରିଷ୍ଠ ସଦସ୍ୟ ଆନନ୍ଦ ଓରଫ କଟକମ୍ ସୁଦର୍ଶନଙ୍କ ୬୯ବର୍ଷ ବୟସରେ ମୃତ୍ୟୁ ହୋଇଛି। ମଧୁମେହ, ରକ୍ତଚାପ ସମେତ ଅନ୍ୟ ରୋଗରେ ଆନନ୍ଦ ପୀଡ଼ିତ ଥିଲେ। ଚିକିତ୍ସା ଅଭାବ ଯୋଗୁ ଗତ ୩୧ତାରିଖ ମଧ୍ୟାହ୍ନ ୧୨ଟା ୨୦ ମିନଟ୍‌ରେ ହୃଦଘାତରେ ମୃତ୍ୟୁବରଣ କରିଥିବା ମାଓବାଦୀ ସୂଚନା ଦେଇଛନ୍ତି। ସଂଗଠନ ପକ୍ଷରୁ ଦଣ୍ଡକାରଣ୍ୟ ଜଙ୍ଗଲରେ ତାଙ୍କର ଶେଷକୃତ୍ୟ କରାଯାଇଛି। ସଂଗଠନ ପାଇଁ ବଡ଼ କ୍ଷତି ହୋଇଥିବାରୁ ଜୁନ୍‌ ୫ରୁ ଅଗଷ୍ଟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରେଳବୋର୍ଡ ସଦସ୍ୟଙ୍କ ସୂଚନା: ସିଗ୍‌ନାଲ୍‌ ତ୍ରୁଟି ପାଇଁ ଦୁର୍ଘଟଣା

ନୂଆଦିଲ୍ଲୀ: ବାହାନଗାଠାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣାର କାରଣ ସିଗ୍‌ନାଲିଂ ତ୍ରୁଟି ବୋଲି ରେଳବାଇ ଏହାର ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ଦୁର୍ଘଟଣାର କାରଣ ସଂପର୍କରେ ସୂଚନା ଦେବା ପାଇଁ ରେଳ ବୋର୍ଡ ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ରେଳ ବୋଲର ସଦସ୍ୟ ଜୟା ବର୍ମା ସିହ୍ନା ଯୋଗ ଦେଇ କହିଥିଲେ ପ୍ରାରମ୍ଭିକ ଅନୁସନ୍ଧାନରୁ ସିଗ୍‌ନାଲିଂରେ କିଛି ସମସ୍ୟା ଥିଲା। ତେବେ ଏହା କେବଳ ପ୍ରାରମ୍ଭିକ ତଥ୍ୟ। ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି […]

ରାଜ୍ୟ

ଫୋନ ଇନ ପ୍ଲିଜ: ଦୁର୍ଘଟଣା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ତ୍ରୁଟି

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ ଭବିଷ୍ୟତରେ ଯେପରି କାହାର ଭୁଲ୍‌ ଯୋଗୁଁ ଏମିତି ବଡ଼ ଅଘଟଣ ନ ଘଟେ, ସେଥିପାଇଁ ସରକାର ଓ ପ୍ରଶାସନକୁ ଗଭୀର ଚିନ୍ତା କରିବାକୁ ପଡ଼ିବ। ଯଦି ‘କବଚ’ ଭଳି ବୈଷୟିକ ଜ୍ଞାନକୌଶଳକୁ ଆମେ ଉଦ୍ଭାବନ କରିପାରୁଛେ, ତାକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ ପ୍ରତି ସମଗ୍ର ବିଶ୍ବ ସହାନୁଭୂତି ଦେଖାଇଛି: ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା କଥାରେ କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତରେ ଗୋଟାଏ ହୃଦୟବିଦାରକ ଦୁର୍ଘଟଣା ଘଟିଲା ଏବଂ ସମଗ୍ର ବିଶ୍ବ ଭାରତ ପ୍ରତି ସହାନୁଭୂତି ପ୍ରଦର୍ଶନ କଲା ବୋଲି ରବିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଖବର ପ୍ରସାରିତ ହେବା ପରେ ସମଗ୍ର ବିଶ୍ବର ନେତୃବୃନ୍ଦ ପଠାଇଥିବା ସମବେଦନା ବାର୍ତ୍ତା ସବୁକୁ ଉଦ୍ଦେଶ୍ୟ କରି ଜୟଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ବ ସହିତ ଭାରତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରେଳ ଦୁର୍ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ନୂଆଦିଲ୍ଲୀ: ବାଲେଶ୍ବରର ବାହାନଗାଠାରେ ୨ ଦିନ ତଳେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ କମିଟି ଦ୍ବାରା କରିବା ଲାଗି ଜନସ୍ବାର୍ଥ ମାମଲା ଦାଖଲ ହୋଇଛି। ସୁପ୍ରିମକୋର୍ଟରେ ଏହି ମାମଲା ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା କରାଯାଇଛି। ରେଳବାଇକୁ ନିରାପଦ ରଖିବା ଏବଂ ଦୁର୍ଘଟଣାଗୁଡ଼ିକରୁ ହଜାର ‌ହଜାର ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ବିଚାର ବିଭାଗୀୟ ହସ୍ତକ୍ଷେପ ସେ ଲୋଡ଼ିଛନ୍ତି। ଏଥିସହିତ ରେଳ ବ୍ୟବସ୍ଥାରେ ବର୍ତ୍ତମାନ କେଉଁସବୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନଭି ମୁମ୍ବାଇରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୁବନେଶ୍ୱର: ନଭି ମୁମ୍ବାଇର ଖରଘର ସେକ୍ଟର-୩, ବାଲାଜୀ ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ମନ୍ଦିରର ସ୍ନାନ ମଣ୍ଡପକୁ ଶ୍ରୀଜିଉଙ୍କୁ ଅଣାଯିବା ପରେ ୧୦୮ ତୀର୍ଥ ଜଳରେ ସ୍ନାନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ହାତୀ ବେଶ କରାଯାଇଥିଲା। ପରେ ଆଳତି ଓ ପୂଜା କରାଯାଇଥିଲା। ଏହି ଉପଲକ୍ଷେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ। ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ଏହାକୁ ପରିଚାଳନା କରିଥିଲେ। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁର ସଙ୍କଟ: ପୁଣି ହିଂସା ପରିବହନ ଠପ୍‌

ଇମ୍ଫାଲ: ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଛି। ଏହି ଗୁରୁତ୍ବପୂର୍ଣ୍ଣ ମାର୍ଗ ଦେଇ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଛି। ପେଟ୍ରୋଲ କଳାବଜାରରେ ଲିଟର ପିଛା ୨ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖିବାକୁ ମିଳିଛି। ଏଟିଏମ୍‌ଗୁଡ଼ିକ ଖାଲି ପଡ଼ିଛି ଏବଂ ଦୋକାନ […]