ରାଉରକେଲା ବିମାନବନ୍ଦର: ଯାତ୍ରୀ ସଂଖ୍ୟା ସତ୍ତ୍ବେ ଗୁରୁତ୍ବ ପାଉନି
ରାଉରକେଲା : ରାଉରକେଲା ବିମାନବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ଯେ କ୍ରମାଗତ ଅଣଦେଖା କରୁଛି, ତାହା ଆଉ କାହାକୁ ଅଛପା ନାହିଁ। ପର୍ଯ୍ୟାପ୍ତ ଜମି ଉପଲବ୍ଧ ଥିବାସତ୍ତ୍ବେ ରନ୍ୱେର ଦୈର୍ଘ୍ୟ ବୃଦ୍ଧି କରାନଯିବା ହେଉ ବା ବାରମ୍ବାର ବିମାନ ଅବତରଣ ବାତିଲ୍ ହେଉଥିଲେ ମଧ୍ୟ ଇନ୍ଷ୍ଟ୍ରୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ୍(ଆଇଏଲ୍ଏସ୍) ବ୍ୟବସ୍ଥା ସଂପୂର୍ଣ୍ଣ କରାନଯିବା, ପୁଣି ସର୍ବାଧିକ ଆବଶ୍ୟକତା ଥିବା ସତ୍ତ୍ବେ ଅନ୍ୟ ସହରକୁ ନୂଆ ବିମାନ ଉଡ଼ାଣର ବ୍ୟବସ୍ଥା ନ ହେବା, ଏଭଳି […]









