ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସିଆଲଦାହ-ଅଜମେର ଏକ୍ସପ୍ରେସରେ ଅଗ୍ନିକାଣ୍ଡ

କୋଲକାତା: ସିଆଲଦାହ-ଅଜମେର ଏକ୍ସପ୍ରେସ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟ୍‌ ଯୋଗୁ ଟ୍ରେନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ସିଆଲଦାହରୁ ରାଜସ୍ଥାନର ଅଜମେରକୁ ଯାତ୍ରା କରୁଥିବା ଏହି ଟ୍ରେନ୍‌ରେ ଆଜି ଅପରାହ୍ନ ୧.୨୦ ସମୟରେ ଉତ୍ତର ପ୍ରଦେଶର କୌସମ୍ଭୀ ନିକଟରେ ଟ୍ରେନ୍‌ର ଗୋଟିଏ ବଗିରେ ନିଆଁ ଲାଗି ଯାଇଥିଲା। ଯାତ୍ରୀମାନେ ଚେନ୍‌ ଟାଣି ଟ୍ରେନ୍‌ ଅଟକାଇବା ପରେ ଏଥିରୁ ଓହ୍ଲାଇ ଯାଇଥିଲେ। କିଛି ଯାତ୍ରୀ ମଧ୍ୟ ଝରକା ଦେଇ ଡେଇଁ ପଡ଼ିଥିଲେ। ଭରୱାଡ଼ି ‌ଷ୍ଟେସନ ସୁପରିନ‌ଟେଣ୍ଡେଣ୍ଟ୍‌ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଧ୍ୟପ୍ରଦେଶ ନିର୍ବାଚନ ୨୦୨୩: ବଜରଙ୍ଗ ସେନା ସହ ମେଣ୍ଟ କଲା କଂଗ୍ରେସ

ଭୋପାଳ: ଚଳିତବର୍ଷ ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଥିବା ବେଳେ ଦକ୍ଷିଣପନ୍ଥୀ ସଂଗଠନ ବଜରଙ୍ଗ ସେନା କଂଗ୍ରେସ ସହ ହାତ ମିଳାଇଥିବା ଜଣାପଡ଼ିଛି। କଂଗ୍ରେସର ମଧ୍ୟପ୍ରଦେଶ ଶାଖା ମୁଖ୍ୟ କମଳନାଥଙ୍କୁ ସମର୍ଥନ ଜଣାଇଛନ୍ତି ବଜରଙ୍ଗ ସେନା କର୍ମୀମାନେ। ସୂଚନାଯୋଗ୍ୟ, ବଜରଙ୍ଗ ସେନା ହେଉଛି ଏକ ଦକ୍ଷିଣପନ୍ଥୀ ହିନ୍ଦୁତ୍ବ ସଂଗଠନ। କର୍ଣ୍ଣାଟକ ନିର୍ବାଚନ ପରେ ବଜରଙ୍ଗବଳୀ ଆମ ସାଙ୍ଗରେ ଅଛନ୍ତି ବୋଲି ଗେରୁଆ ବସ୍ତ୍ର ପିନ୍ଧି ନାଚିଥିବା କଂଗ୍ରେସ ବଜରଙ୍ଗ ସେନା ସହ ମେଣ୍ଟ କରିଥିବା ମଙ୍ଗଳବ‌ାର ଘୋଷଣା […]

ଦେଶ ବିଦେଶ

କର୍ଣ୍ଣାଟକ କଂଗ୍ରେସର ନିର୍ବାଚନ ପ୍ରତିଶ୍ରୁତି ପାଳନ ବିଳମ୍ବ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଯେଉଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହେବାରେ ବିଳମ୍ବ ହେଉଥିବାରୁ ଆଜି କର୍ଣ୍ଣାଟକରେ ବିଜେପି ବିଭାଗ ପକ୍ଷରୁ ଶାସକ କଂଗ୍ରେସ ବିରୋଧରେ ଆନ୍ଦୋଳନ ହୋଇଛି। ଉଭୟ ସିଦ୍ଦରମେୟା ଏବଂ ଡିକେ ଶିବକୁମାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଳମ୍ବ କରୁଥିବାରୁ ବିଜେପି କର୍ମୀମାନେ ଆନ୍ଦୋଳନ କରିଛନ୍ତି। ସେହିପରି ମନ୍ତ୍ରୀ କେ ଭେଙ୍କଟେଶଙ୍କ ମନ୍ତବ୍ୟ ବିରୋଧରେ ବିଜେପି କର୍ମୀମାନେ ଧାରଣାରେ ବସିଛନ୍ତି। କେ ଭେଙ୍କଟେଶଙ୍କ ଗୋହତ୍ୟା ନିରୋଧ ଆଇନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁକ୍ରେନ: ବିସ୍ଫୋରଣ କରି ଡ୍ୟାମ୍‌ ଉଡ଼ାଇଦେଲେ

କିବ୍‌: ରୁଷ୍‌ ନିୟନ୍ତ୍ରଣାଧୀନ ୟୁକ୍ରେନର ଖେରସନ ଅଞ୍ଚଳ ଅଧୀନ ନୋଭା କାଖୋବକା ସହରରେ ଥିବା ଏକ ବଡ଼ ଡ୍ୟାମକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। ଏଥିରେ କାଖୋବକା ଜଳବିଦ୍ୟୁତ ଶକ୍ତି ପ୍ରକଳ୍ପ ନଷ୍ଟ ହୋଇଛି। ଏହି ଡ୍ୟାମକୁ ରୁଷ ଉଡ଼ାଇ ଦେଇଥିବା ୟୁକ୍ରେନ ଅଭିଯୋଗ କରିଛି। ୩୦ ମିଟର ଉଚ୍ଚ ଏବଂ ୩.୨ କିମି ଲମ୍ବ ବିଶିଷ୍ଟ ଏହି ଡ୍ୟାମ ସୋଭିଏତ ରୁଷ୍‌ ସମୟରେ ନିର୍ମାଣ ହୋଇଥିଲା। ବିସ୍ଫୋରଣ ହୋଇଥିବା କାଖୋବକା ଡ୍ୟାମ ଏବଂ ଏହାର ନିକଟସ୍ଥ ଅଞ୍ଚଳକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୋଲାଭରମ ପ୍ରକଳ୍ପ: ଆନ୍ଧ୍ରକୁ କେନ୍ଦ୍ର ଦେଲା ୧୨,୮୧୧. ୧୫ କୋଟି

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଆନ୍ଧ୍ର ପ୍ରଦେଶକୁ ୧୨,୮୧୧. ୧୫ କୋଟି ଟଙ୍କା ମଂଜୁର କରିଛି। ଆନ୍ଧ୍ର ସରକାରଙ୍କ ପ୍ରତିନିଧି ମଣ୍ଡଳ ନିକଟରେ ପୋଲାଭରମ ପ୍ରକଳ୍ପ ସମ୍ବନ୍ଧିତ ଅର୍ଥ ରାଶି ପ୍ରଦାନ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବିଚାରବିମର୍ଶ କରିବା ପରେ ଉପରୋକ୍ତ ଅର୍ଥ ରାଶି ମଂଜୁର ହୋଇଛି। ମଂଜୁର ପାଣ୍ଠିକୁ ଆନ୍ଧ୍ର ସରକାର ପ୍ରକଳ୍ପ […]

ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ମାନସିକ ସ୍ଥିରତା ହରାଇଛନ୍ତି ଏନ୍‌ଡିଆର୍‌ଏଫ୍‌ ଯବାନ

ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଅପରେସନ୍‌ ୫୦ ଘଣ୍ଟା ଧରି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା। ଏଥିରେ ସାମିଲ ହୋଇଥିଲେ ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ସେନାର ୫ ଶହ ଅଧିକ ଯବାନ ସାମିଲ ହୋଇଥିଲେ। କି ଦିନ କି ରାତି ଏହି ଯବାନମାନେ ଶହଶହ ‌ଟ୍ରେନ୍‌ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚାପି ହୋଇ ରହିଥିବା ଶହଶହ ମୃତଦେହ, ଖଣ୍ଡ ବିଖଣ୍ଡିତ ଶରୀରର ବିଭିନ୍ନ ଅଙ୍ଗ ଏହି ଯବାନମାନେ ଉଦ୍ଧାର କରିଥିଲେ। ତେବେ […]

ରାଜ୍ୟ

ମୃତକଙ୍କୁ ନେଇ ବଢ଼ୁଛି ବିବାଦ: ଡିଏନ୍‌ଏ ପରୀକ୍ଷା ପାଇଁ ଦିଲ୍ଲୀ ଏମ୍‌ସ ଗଲା ୩୩ ରକ୍ତ ନମୁନା

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ତେଣୁ ପ୍ରକୃତ ପରିଜନଙ୍କୁ ଚିହ୍ନଟ ପାଇଁ ୩୩ ରକ୍ତ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ। ଓଡ଼ିଶାରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା ନଥିବାରୁ ଭୁବନେଶ୍ବର ଏମ୍‌ସ ତତ୍ତ୍ବାବଧାନରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଛି। ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ପଠାଇ ଦେବା ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ଏମ୍‌ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦେଶକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋର୍ଟରେ ପ୍ରମାଣ ରଖିଲେ ପ୍ରିନ୍ସ ହ୍ୟାରି, ଗଣମାଧ୍ୟମ ସଂସ୍ଥା ଉପରେ ବର୍ଷିଲେ

ଲଣ୍ଡନ: ବ୍ରିଟେନ ରାଜା ଚାଲର୍ସ ତୃତୀୟଙ୍କ ସାନ ପୁଅ ତଥା ସସେକ୍ସର ଡ୍ୟୁକ ଲଣ୍ଡନ ହାଇକୋର୍ଟରେ ମଙ୍ଗଳବାର ସାକ୍ଷ୍ୟ ପ୍ରମାଣ ଦେଇଛନ୍ତି। ବ୍ରିଟିସ ରାଜ ପରିବାରରେ ଏଭଳି ସାକ୍ଷ୍ୟପ୍ରମାଣ ଦେବାରେ ଗତ ୧୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ପୂର୍ବରୁ ୧୮୯୧ ମସିହାରେ ବ୍ରିଟେନ ରାଜ ପରିବାରର ଏଡୱାର୍ଡ ସପ୍ତମ ଏକ ମାମଲାରେ ଅଦାଲତରେ ଠିଆ ହୋଇ ସାକ୍ଷ୍ୟ ପ୍ରମାଣ ଦେଇଥିଲେ। ଅଦାଲତରେ ସାକ୍ଷ୍ୟ ପ୍ରମାଣ ରଖିବା ସମୟରେ ସେ ଆଜି […]

ରାଜ୍ୟ

ୱାର୍ଡ ଅଫିସ ନିର୍ମାଣର ବିଚିତ୍ର ସ୍ଥିତି: ଜାଗା ମିଳିନି, ଟେଣ୍ଡର ସରିଲାଣି

ଭୁବନେଶ୍ବର: ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବା ସହ ଶତ ପ୍ରତିଶତ ସେବା ପ୍ରଦାନ କରିବାକୁ କେବଳ ବିଏମ୍‌ସି ନୁହେଁ, ସରକାର ବି ତତ୍ପର ହୋଇଥିଲେ। ସରକାର ଘୋଷଣା କରିଥିଲେ କି ରାଜ୍ୟରେ ୨୦୫୫ ୱାର୍ଡ ଅଫିସ ଚଳିତ ବର୍ଷ ମାର୍ଚ୍ଚ ମାସର ଗୋଟିଏ ତାରିଖରେ କାର୍ଯ୍ୟକ୍ଷମ ହେବ। ଏହି ୱାର୍ଡ ଅଫିସ ସବୁ ୱାର୍ଡ ଅଫିସର ଚଳାଇବେ ନାହିଁ, ବରଂ ସ୍ବୟଂ ସହାୟକ ଗୋଷ୍ଠୀ ଚଳାଇବେ। ଯେଉଁଠି ଘର ଅଛି ଭଲ କଥା, ଯେଉଁଠି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମିରାଣ୍ଡ ହାଉସ କଲେଜର ସଫଳତା ପଛରେ ବିଜୟଲକ୍ଷ୍ମୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍)-୨୦୨୩ରେ ଦେଶରେ ଶ୍ରେଷ୍ଠ କଲେଜ ବର୍ଗରେ ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ପୁଣିଥରେ ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୧୭ରୁ ଏହି କଲେଜ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନରେ ରହିଆସୁଛି। କଲେଜର ଏହି ସଫଳତା ପଛରେ ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ପ୍ରମୁଖ ଭୂମିକା ରହିଥିବାବେଳେ କଲେଜର ଅଧ୍ୟକ୍ଷା ତଥା ଓଡ଼ିଆ ଝିଅ ପ୍ରଫେସର ବିଜୟାଲକ୍ଷ୍ମୀ ନନ୍ଦଙ୍କ ଅବଦାନ ମଧ୍ୟ ଅନୁରୂପ […]