ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଟର ଲକିଂ ସମ୍ପୂର୍ଣ୍ଣ ରେଳ ବିଭାଗ ଦ୍ବାରା ନିୟନ୍ତ୍ରିତ: ମନ୍ତ୍ରାଳୟ

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ସ ଇଣ୍ଟର ଲକିଂ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ରେଳବାଇ ଦ୍ବାରା ନିୟନ୍ତ୍ରିତ। ଏହାର ଆଉଟସୋର୍ସିଂ ହୋଇନଥାଏ। ଯେଉଁ ରୁଟ୍‌ରେ ଏହାର ଆବଶ୍ୟକତା ହୋଇଥାଏ ସେଠାରେ ଇଣ୍ଟର ଲକିଂ ବ୍ୟବସ୍ଥା କରାଯାଇଥାଏ। ସମସ୍ତ ରୁଟ‌‌୍‌ରେ ଏହାର ବ୍ୟବସ୍ଥା ନଥାଏ। ଏହାର ଠିକା ଘ‌ରୋଇ ସଂସ୍ଥାକୁ ଦିଆ ଯାଇନଥାଏ। ହେଲେ ଇଣ୍ଟର ଲକିଂ ସମ୍ବନ୍ଧୀୟ ସଫ୍ଟୱେର୍‌ ତଥା ସିଗ୍‌ନାଲ ସଂବନ୍ଧିତ ଉପକରଣ ଘରୋଇ କଂପାନିମାନଙ୍କ ଠାରୁ ଟେଣ୍ଡର ଜରିଆରେ ହାସଲ ହୋଇଥାଏ। ‘ସମ୍ବାଦ’ ସହ ଆଲୋଚନା ବେଳେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାହାନଗା ଟ୍ରେନ ଦୁର୍ଘଟଣାରେ ୧୨୫ କୋଟି କ୍ଷତି

ନୂଆଦିଲ୍ଲୀ : ବାଲେଶ୍ବରର ବାହାନଗାରେ ହୋଇଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ସମ୍ଭାବନା ରହିଛି। ଦୁର୍ଘଟଣା ପର ଠାରୁ ପ୍ରତିଦିନ ୧୦୦ଟି ମାଲବୁହା ଟ୍ରେନ୍‌ର ଚଳାଚଳ ପ୍ରଭାବିତ ହୋଇଛି। ଏହା ବାଦ୍‌ ଇଞ୍ଜିନ୍‌, ବଗି ଓ ଲାଇନ ସମେତ ଅନ୍ୟାନ୍ୟ ସଂପଦ କ୍ଷତିଗ୍ରସ୍ତ ଯୋଗୁ ରେଳପଥକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏଥି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଆଜି (ଗୁରୁବାର) ଅପରାହ୍ଣ ୪ଟାରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ www.orissaresults.nic.in ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ। ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ। ଚଳିତବର୍ଷ କଳା ବିଭାଗରେ ୨ଲକ୍ଷ ୩୩ହଜାର ୮୫୫ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫୮୬୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଗତ ମେ’ ୩୧ […]

ରାଜ୍ୟ

ମୃତକଙ୍କ ଶବ ନେଇ ବିବାଦ: ପୁଅ ଉପରେ ଅଧିକାର କାହାର?

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ମୃତକ କାର୍ତ୍ତିକ ବେରାଙ୍କ ମରଶରୀର ନେବ କିଏ? ବାପା କି ସ୍ତ୍ରୀ ତାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ଶବ ଚିହ୍ନଟ ହେବା ପରେ ମଧ୍ୟ ଏହା କାହାକୁ ହସ୍ତାନ୍ତରିତ କରାଯାଇ ନାହିଁ। ବାଲେଶ୍ବର ଜିଲ୍ଲାର ରମାମଣୀଙ୍କ ଆଖିର ଲୁହ ଶୁଖୁନଥିଲା। ଏତେ ବଡ଼ ରେଳ ଦୁର୍ଘଟଣାରେ ସ୍ବାମୀ କାର୍ତ୍ତିକ ବେରା ଅଛନ୍ତି କି ନାହାନ୍ତି ତାହା ସେ ଜାଣି ପାରୁନଥିଲେ। ପ୍ରଥମେ ବାଲେଶ୍ବର ଏହାପରେ ସୋମବାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଝଡ଼ର ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’: ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ ପ୍ରଭାବିତ ହେବ

ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହୋଇ ଏକ ବିରାଟ ଝଡ଼ର ରୂପ ନେଇଛି ଏବଂ ଏହା ଗତ ୬ ଘଣ୍ଟା ହେଲା ଉତ୍ତର ଆଡ଼କୁ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ବୁଧବାର ପ୍ରକାଶ କରିଛି। ବିଭାଗର କହିବା ଅନୁସ‌ାରେ ଆସନ୍ତା ୨୪ ଘଣ୍ଟା ଭିତରେ ବାତ୍ୟା ଉତ୍ତରମୁହାଁ ହୋଇ ଗତି କରିବ। ତା’ପରେ ଏହା ଆସନ୍ତା ୩ ଦିନ ଭିତରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଭାରତର ଦକ୍ଷିଣପଶ୍ଚିମ ରାଜ୍ୟଗୁଡ଼ିକର ସଂଲଗ୍ନ ସମୁଦ୍ର ଅଶାନ୍ତ ରହିବ। […]

ଅପରାଧ ରାଜ୍ୟ

ବେଆଇନ ଗୋରୁ ବୋଝେଇ ଗାଡି ଜବତ, ଚାଳକ ଗିରଫ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇଠାରେ ଆଜି ଭୋର ସମୟରେ ଏକ ବେଆଇନ ଗୋରୁ ବୋଝେଇ ପିକ୍ ଗାଡି ଜବତ ହୋଇଛି। ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ବିଞ୍ଝବାହାଳ ଗ୍ରାମରୁ ବେଆଇନ ଗୋରୁ ବୋଝେଇ ପିକ୍ ଗାଡି ସହିତ ୧୦ ଗୋରୁ ଜବତ ହୋଇଛନ୍ତି। ଏହି ଘଟଣାରେ ଗାଡ଼ି  ଚାଳକଙ୍କୁ ଗିରଫ କରାଯାଇଛି। ଭୋର ପ୍ରାୟ ୪ଟା ବେଳେ ଅନୁଗୁଳ ଜିଲ୍ଲା ଖମାର ଅଞ୍ଚଳରୁ ୩ଟି ବେଆଇନ ଗୋରୁ ବୋଝେଇ ଗାଡି ମୟୂରଭଞ୍ଜ ଜିଲ୍ଲା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀରେ ଚାଞ୍ଚଲ୍ୟ, ଗୋଦାମରୁ ମିଳିଲା ଦୁଇ ଶିଶୁଙ୍କ ମୃତଦେହ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଦିଲ୍ଲୀର ଜାମିଆ ନଗରସ୍ଥିତ ବାଟଲା ହାଉସ । ଏହି ଅଂଚଳରେ ଥିବା ଏକ କାରଖାନାର ଗୋଦାମରୁ ଦୁଇ ଶିଶୁଙ୍କ ମୃତଦେହ ଜବତ କରାଯାଇଛି । ମୃତଦେହ ଦୁଇଟିକୁ ଗୋଦାମ ଭିତରେ ଥିବା ଏକ ବାକ୍ସରେ ରଖାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବାକ୍ସରେ ଜଣେ ପୁଅ ଓ ଜଣେ ଝିଅର ମୃତଦେହ ରହିଛି । ଉଭୟଙ୍କ ବୟସ ୭ରୁ ୮ ବର୍ଷ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅନଲାଇନ ଧର୍ମାନ୍ତରୀକରଣ ରୢାକେଟ୍‌ର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅନଲାଇନ ଧର୍ମାନ୍ତରୀକରଣ ରୢାକେଟର ପର୍ଦ୍ଦାଫାସ ହୋଇଛି। ଗାଜିଆବାଦ ପୁଲିସ ଏହି ରୢାକେଟର ପର୍ଦ୍ଦାଫାସ କରିଛି ଏବଂ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତ ହେଉଛି ଗା‌ଜିଆବାଦ ବାସିନ୍ଦା ଅବଦୁଲ ରେହମାନ। ପୁଲିସ ଉକ୍ତ ମାମଲାରେ ଏବେ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି। ପୁଲିସ ସୂଚନାନୁଯାୟୀ ରେହମାନ ୨ ହିନ୍ଦୁ ବାଳକ ଏବଂ ଜଣେ ଜୈନ ବାଳକଙ୍କର ଧର୍ମାନ୍ତରୀକରଣ କରିଛି। ପୁଲିସ ମଧ୍ୟ ଉକ୍ତ ଘଟଣାରେ କିଛି ଇଲେକ୍ଟ୍ରୋନିକ ପ୍ରମାଣ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ଗୁଳି ବିନିମୟ, ଯବାନ ସହିଦ

ଇମ୍ଫାଲ: ମଣିପୁରରେ ହିଂସା ଥମୁନି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତ ସପ୍ତାହରେ ମଣିପୁର ଗସ୍ତ କରି ଉଭୟ କୁକି ଏବଂ ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟରେ ପୁଣିଥରେ ସାନି ହିଂସା ଉପୁଜିଛି। ଗତକାଲି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ଆହତ ହୋଇଥିଲେ। ମଣିପୁରର କାକ୍‌ଚିଙ୍ଗ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଲିସ ଏତଲା ରୁଜୁ କଲାନି: ଆତ୍ମହତ୍ୟା କରିଦେଲେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଲୌନରେ ଜଣେ ବାପା ନିଜ ନାବାଳିକା ଝିଅକୁ ନ୍ୟାୟ ଦେଇ ନପାରିବାରୁ ଆତ୍ମହତ୍ୟା କରିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ୧୫ ବର୍ଷର ଝିଅ ୨ ମାସ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ଥାନାରେ ଏତଲା ରୁଜୁ ପାଇଁ ଯାଇଥିଲେ। କିନ୍ତୁ ପୁଲିସ ଏତଲା ରୁଜୁ ନକରି ତାଙ୍କୁ ପାଲଟା ଧମକ ଦେଇଥିଲା। ବାରମ୍ବାର ଅନୁରୋଧ ସତ୍ତ୍ବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ପୀଡ଼ିତା ନାବାଳିକାଙ୍କ ବାପା ଆତ୍ମହତ୍ୟା କରିଦେଇଛନ୍ତି। […]