ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗ୍ୟାଙ୍ଗଷ୍ଟର ସଂଜୀବ ଜୀବାକୁ ଲକ୍ଷ୍ନୌ କୋର୍ଟରେ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନ୍‌ସାରୀଙ୍କ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଂଜୀବ ମାହେଶ୍ବରୀ ଜୀବାକୁ ଆଜି ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକରି ହତ୍ୟା କରାଯାଇଛି। କୋର୍ଟ ରୁମ୍‌ ବାହାରେ ଆଜି ଏହି ଘଟଣା ଘଟିଛି। ବିଜେପି ବିଧାୟକ ବ୍ରହ୍ମା ଦତ୍ତ ଦ୍ବିବେଦୀଙ୍କ ହତ୍ୟା ମାମଲାରେ ସଂଜୀବ ଜୀବା ଜଣେ ଅଭିଯୁକ୍ତ। ଆଜି ଏହି ଅପରାଧିକ ମାମଲାରେ ସଂଜୀବକୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଓକିଲ ବେଶରେ ଆସିଥିବା ଜଣେ ବ୍ୟକ୍ତି ସଂଜୀବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା: ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ!

ପୁରୀ : ଆଉ ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ। ସାରା ବିଶ୍ବ ସାଉଁଟିବେ ବିଶ୍ବନିଅନ୍ତାଙ୍କ ଦିବ୍ୟ ଅନୁଭୂତି। ଏଥିପାଇଁ ବଡ଼ାଦାଣ୍ଡ ସହ ଶ୍ରୀମନ୍ଦିର ପାଖରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ରୁଣ୍ଡ ହେବେ। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏଥିରେ ପ୍ରତିବନ୍ଧକ ସାଜିବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ପ୍ରତିଶ୍ରୁତି ମୁତାବକ ପରିକ୍ରମା ପ୍ରକଳ୍ପ କାମ ସରି ନାହିଁ। ୨୦୧୯ ମସିହାରେ ଶ୍ରୀମନ୍ଦିର ପରିକ୍ରମା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୧୦୩ଦିନ ପରେ ପତ୍ନୀଙ୍କୁ ଭେଟିଲେ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଳୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦୀର୍ଘ ୧୦୩ ଦିନ ପରେ ବୁଧବାର ଦିନ ତାଙ୍କ ପତ୍ନୀ ସୀମା ‌ସିସୋଦିଆଙ୍କୁ ଭେଟିଛନ୍ତି। ୭ ଘଣ୍ଟା ପାଇଁ ସିସୋଦିଆ  ବୁଧବାର ଦିନ ତାଙ୍କ ପତ୍ନୀଙ୍କ ସହ ଥିଲେ। ସିସୋଦିଆଙ୍କୁ ଭେଟିବାପରେ ସୀମା ସି‌ସୋଦିଆ ଆଜି ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ସୀମା ସିସୋଦିଆ ଏହି ଚିଠିକୁ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ସୀମା‌ ସିସୋଦିଆ କହିଛନ୍ତି, ଦୀର୍ଘ ୧୦୩ ଦିନ ପରେ ଆଜି ମୁଁ ୭ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାର୍ଲାମେଣ୍ଟ୍‌ରେ ପୁଅକୁ ସ୍ତନ୍ୟପାନ କରାଇଲେ ଇଟାଲୀୟ ସାଂସଦ: ତାଳିମାରି ପ୍ରଶଂସା କଲେ ସାଥୀ ସାଂସଦ

ରୋମ୍‌: ବୁଧବାର ଦିନ ଇଟାଲୀୟ ପାର୍ଲାମେଣ୍ଟ୍‌ରେ ଡେପୁଟିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଚେମ୍ବର୍‌ରେ ବସି ମହିଳା ସାଂସଦ ଜିଲ୍‌ଡା ସ୍ପୋର୍ତିଏଲୋ ତାଙ୍କ ପୁଅ ଫେଡେରିକୋକୁ ସ୍ତନ୍ୟପାନ କରାଇବା ବେଳେ ସାଥୀ ସାଂସଦମାନେ କରତାଳି ଦେଇ ପ୍ରଶଂସା କରିଥିଲେ। ଇଟାଲୀୟ ସଂସଦରେ କୌଣସି ପିଲା ବସିବା ଓ ମହିଳା ସାଂସଦ ସ୍ତନ୍ୟପାନ କରାଇବା ହେଉଛି ପ୍ରଥମ ଘଟଣା। ଏହି ଘଟଣା ଅନେକ ଦେଶରେ ସାଧାରଣ ଘଟଣା ହୋଇଥିଲେ ବି ପରମ୍ପରାଗତ ଭାବେ ପୁରୁଷପ୍ରାଧାନ୍ୟ ଇଟାଲିରେ ଏହା ପ୍ରଥମ ଘଟଣା ହୋଇଥିବାରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡାକ୍ତରଖାନା ‘ଟିଭି’ରେ ଲାଇଭ୍‌ ପ୍ରସାରଣ ଦେଖି ବାପାମାଆଙ୍କୁ ପାଇଲା ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଆହତ ନେପାଳୀ ନାବାଳକ

କଟକ: ଡାକ୍ତରଖାନାରୁ ପ୍ରସାରିତ ଏକ ନେପାଳୀ ଦମ୍ପତିଙ୍କ ‘ଲାଇଭ୍‌’ ଟେଲିଭିଜନ୍ ସାକ୍ଷାତ୍‌କାର ଯୋଗୁଁ ସେମାନେ ଜୁନ୍‌ ୨ ତାରିଖ ଦିନ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ୧୫ ବର୍ଷିୟ ପୁଅର ସନ୍ଧାନ ମଙ୍ଗଳବାର ଦିନ ପାଇଛନ୍ତି। କଟକ ବଡ଼ ଡାକ୍ତରଖାନାରେ ‘ଆଇସିୟୁ’ରେ ରହି ଚିକିତ୍ସା ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଥିବା ଉକ୍ତ ୧୫ ବର୍ଷିୟ ବାଳକ ରାମାନନ୍ଦ ପାସୱାନ୍‌ ଡାକ୍ତରଖାନା ପ୍ରକୋଷ୍ଠରେ ଥିବା ଟେଲିଭିଜନ୍‌ ସେଟ୍‌ରେ ତା’ର ବାପାମାଆଙ୍କୁ ଦେଖି ଡାକ୍ତରଖାନା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଦେଶୀ ଡିଗ୍ରିଧାରୀ ଭାରତୀୟଙ୍କ ବାର୍ କାଉନ୍‌ସିଲର ଯୋଗ୍ୟତା ପରୀକ୍ଷା: ଫଳ ପ୍ରକାଶ ନିମନ୍ତେ ସୁପ୍ରିମ୍‌କୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଯେଉଁ ଭାରତୀୟମାନେ ବିଦେଶରେ ଆଇନ ଡିଗ୍ରି ହାସଲ କରିଛନ୍ତି, ଭାରତରେ ସେମାନଙ୍କ ଗ୍ରହଣୀୟତା ପାଇଁ ସେମାନେ ଅଷ୍ଟାଦଶ ବାର୍ କାଉନ୍‌ସିଲ ଅଫ୍ ଇଣ୍ଡିଆ ଯୋଗ୍ୟତା ପରୀକ୍ଷା ଦେଇଛନ୍ତି। ୨୦୨୨ ଡିସେମ୍ବର ୧୯ରୁ ୨୪ ମଧ୍ୟରେ ସେମାନେ ପରୀକ୍ଷା ଦେଇଥିବା ବେଳେ ଏ ଯାଏ ଫଳ ପ୍ରକାଶ ପାଇନାହିଁ। ଏଣୁ ତୁରନ୍ତ ଫଳ ପ୍ରକାଶ ନିମନ୍ତେ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ଦାୟର କରାଯାଇଛି। ସୁପ୍ରିମ୍‌କୋର୍ଟ ଅବକାଶ ବେଞ୍ଚର ଜଷ୍ଟିସ୍ ଅନିରୁଦ୍ଧ ବୋଷ ଓ ଜଷ୍ଟିସ୍ ରାକେଶ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୁନ୍‌ ୨୩ରେ ବିରୋଧୀ ଦଳ ନେତାଙ୍କ ବୈଠକ: ରାହୁଲ, ମମତା, କେଜ୍ରିୱାଲ ଯୋଗଦେବେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଣ ବିଜେପି ଦଳଗୁଡ଼ିକ ଏବେ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏବଂ ଡିଏମ୍‌କେ ସୁପ୍ରିମୋ ଏମ‌କେ ଷ୍ଟାଲିନଙ୍କ ସମେତ ଅନ୍ୟ ଶୀର୍ଷ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚକାଙ୍କ, ୧୫ତମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଦ୍ବାରା ୨୦୨୨-୨୩ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ସୂଚକାଙ୍କର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଛି। ଏଥି ପାଇଁ ରାଜ୍ୟମାନଙ୍କୁ ତିନିଟି ବର୍ଗରେ ଭାଗ କରାଯାଇଥିଳା। ୧୫ଟି ବୃହତ୍‌ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ୧୫ତମ ସ୍ଥାନରେ ରହିଛି।ଖାଦ୍ୟ ସୁରକ୍ଷା ସମ୍ପର୍କିତ ୫ଟି ମାନଦଣ୍ଡରୁ ଓଡ଼ିଶାକୁ ୧୦୦ରୁ ମାତ୍ର ୨୯ ମାର୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଜେପି ଆଡ଼କୁ ଢଳୁଛି ଜେଡିଏସ୍‌, ୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟ କରିପାରେ

ନୂଆଦିଲ୍ଲୀ : ଗତ ମାସରେ ସରିଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜେଡିଏସ୍‌ (ଜନତା ଦଳ ସେକ୍ୟୁଲାର) ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ତେବେ ଭବିଷ୍ୟତ ପାଇଁ ନୂଆ ରଣନୀତିରେ ବଢ଼ୁଥିବା ଜେଡିଏସ୍‌ ଏବେ ବିଜେପି ଆଡ଼କୁ ଢଳିବା ଆରମ୍ଭ କରିଛି । ୨୦୨୪ ଲୋକସଭା ନିର୍ବାଚନରେ ଜେଡିଏସ୍‌ ବିଜେପି ସହ ମେଣ୍ଟ କରିପାରେ। ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ମୋଟ୍‌ ୨୮ଟି ଲୋକସଭା ଆସନରୁ ଜେଡିଏସ୍‌ ମାତ୍ର ଗୋଟିଏ ଆସନରେ ଜିତିଥିଲା। ‌ତେବେ ଗତ ବିଧାନସଭା ନିର୍ବାଚନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ ପରେଡ୍‌

ନୂଆଦିଲ୍ଲୀ : କାନାଡ଼ାରେ ରହୁଥିବା ଖଲିସ୍ତାନୀ-ସପକ୍ଷବାଦୀମାନେ କାନାଡ଼ାର ବ୍ରାମ୍ପଟନ ସହରରେ ଏକ ୫ କିମି ଦୀର୍ଘ ପରେଡ୍‌ରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଘଟଣାକୁ ଦର୍ଶାଉଥିବା ଏକ ମେଢ଼ ପ୍ରଦର୍ଶନ କରିଛନ୍ତି। ଏହି ମେଢ଼ ପ୍ରଦର୍ଶନର ଭିଡିଓ ଜାରି ହେବା ପରେ ଖଲିସ୍ତାନୀ ସମର୍ଥକଙ୍କ ଏଭଳି କାର୍ଯ୍ୟକୁ ସୋସିଆଲ ମିଡ଼ିଆରେ ତୀବ୍ର ସମାଲୋଚନା କରାଯାଇଛି। ଅପରେସନ ବ୍ଲୁ ଷ୍ଟାରର ୩୯ତମ ବାର୍ଷିକୀର କିଛିଦିନ ପୂର୍ବରୁ ଜୁନ୍ ୪ ତାରିଖରେ ଏହି ଭିଡ଼ିଓ ଜାରି କରାଯାଇଛି। ଅପରେସନ ବ୍ଲୁ ଷ୍ଟାରରେ […]