ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପକେଟରୁ ମିଳିଲା ଆଧାର କାର୍ଡ, ଏମ୍ସକୁ ଫେରିଲା ମୃତଦେହ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କ ଭିତରୁ ଜଣଙ୍କ ମୃତଦେହ ଭୁଲବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା।ମୃତକଙ୍କ ପକେଟରୁ ମିଳିଲା ଆଧାର କାର୍ଡ। ଏଥିରୁ ଜଣାପଡ଼ିଲା ଏହା ପଶ୍ଚିମବଙ୍ଗ ନୁହେଁ ବିହାରର ମୃତଦେହ। ପଶ୍ଚିମବଙ୍ଗର ଡିଏମ୍ ଗାଁର ସରପଞ୍ଚଙ୍କ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପରେ ପୁଣି ପରିବାର ପାଖକୁ ମୃତଦେହ।ପରିବାର ଲୋକ ୫ ଦିନ ଧରି ହସ୍ପିଟାଲ ବାହାରେ ନିଜ ସମ୍ପର୍କୀୟଙ୍କ ମୃତଦେହ ପାଇଁ ଅପେକ୍ଷା କରିଛନ୍ତି। ମୃତଦେହ ଚିହ୍ନଟ […]

ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ୧୨ଟି ବିରୋଧୀ ରାଜନୈତିକ ଦଳ ପକ୍ଷରୁ ବୁଧବାର ପୂର୍ବାହ୍ନରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ୧୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ-ଏମଏଲ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ତିନି ଦିନ ପରେ ବାତ୍ୟା…..!

ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ବହୁଛି ଝାଞ୍ଜି ପବନ । ସହରରୁ ପଲ୍ଲୀ,ପଲ୍ଲୀରୁ ସହର ଚାରିଆଡେ ଜନ ଜୀବନ ଅସ୍ତବେସ୍ତ! ତା ସାଙ୍ଗକୁ ବିଜୁଳି କାଟ । ଖୋଦ୍ ରାଜଧାନୀ ଭୁବନେଶ୍ୱରରେଦିନ ୮ଟା ପରେ ବାହାରକୁ ବାହାରି ହଉନି ପ୍ରବଳ ଗୁଳୁଗଳି ପାଇଁ ସେ ଆଖୁରସ ଦୋକାନ ବା ଲସି ଦୋକାନ ସବୁଠି ଲୋକମାନଙ୍କର ଲାଗିଛି ଖଚାକଚ ଭିଡ଼ ଏଥିରୁ ତ୍ରାହି ପାଇବା ପାଇଁ ଆରବ ସାଗରରେ ଚାଲିଛି ବାତ୍ୟାର ଆଉଏକ ଟ୍ରାପ ଲାଇନ୍ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

କିବ୍‌: ୟୁକ୍ରେନର ନୋଭା କାଖୋବକା ଡ୍ୟାମ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ନିପ୍ରୋ ନଦୀ ଉପରେ ଥିବା ନୋଭା କାଖୋବକା ଡ୍ୟାମ୍‌ ଏବେ ରୁଷ୍‌ ନିୟନ୍ତ୍ରଣରେ। ଏହି ଡ୍ୟାମ୍‌କୁ ରୁଷ୍‌ ବିସ୍ଫୋରଣରେ ଉଡ଼ାଇ ଦେଇଛି ବୋଲି ଅଭି‌ଯୋଗ ହୋଇଛି। ନିପ୍ରୋ ନଦୀ ନିକଟସ୍ଥ ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି। ପାଖାପାଖି ୧ ଲକ୍ଷ ଲୋକଙ୍କ ଜୀବନ ବିପଦରେ ଅଛି। ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଉଛି। ୟୁକ୍ରେନ ରାଷ୍ଟ୍ରପତି […]

ରାଜ୍ୟ

୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ବଜାରଠାରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ରେଳଧାରଣା, ଇଲେକ୍ଟ୍ରି ସିଷ୍ଟମ୍‌ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ବ୍ୟାପକ କ୍ଷତି ଘଟିଥିଲା। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଇଭିତରେ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଗୋଟିଏ ପରେ ଗୋଟିଏ ଟ୍ରେନ୍‌ ଗଡ଼ିବା ଆରମ୍ଭ କରିଛି। କରମଣ୍ଡଳ ‌ଏକ୍ସପ୍ରେସ୍‌ ଗତକାଲି ଡାଉନ୍‌ ଲାଇନ୍‌ରେ ଗଡ଼ିଥିବା ବେଳେ ବୁଧବାର ଦିନ ଦୁର୍ଘଟଣାର ୫ ଦିନ ପରେ ଅପ୍‌ ଲାଇନ୍‌ରେ ଶାଲିମାରରୁ ଚେନ୍ନାଇ […]

ରାଜ୍ୟ

ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା

ଭୁବନେଶ୍ବର : ବାହନଗା ରେଳ ଦୁର୍ଘଟଣା କେଉଁ ପରିସ୍ଥିତିରେ ହେଲା? ଏଥିପାଇଁ କିଏ ଦାୟୀ? କେଉଁଠି ରହିଥିଲା ତ୍ରୁଟି? ସିଗନାଲରେ ତ୍ରୁଟି ରହିଥିଲା କି? ବୈଷୟିକ ନା ମନୁଷ୍ୟକୃତ? ଦୁର୍ଘଟଣା ପଛରେ ରହିଛି କି ଅପରାଧିକ ଷଡ଼ଯନ୍ତ୍ର? ତାହାର କାରଣ ଜାଣିବା ଲାଗି ସିବିଆଇ ତଦନ୍ତ ଚଳାଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କମିସନ୍ ଫର ରେଲୱେ ସେଫଟି ଅନୁସନ୍ଧାନ କରୁଛି। […]

ରାଜ୍ୟ

ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ବେ ପିଆଜ ଚାଷ ନିରୁତ୍ସାହଜନକ। ପ୍ରୋତ୍ସାହନ ଅଭାବ ସହ ସଂରକ୍ଷଣର ସୁବିଧା ନ ଥିବାରୁ ଚାଷୀ ପିଆଜ ଚାଷଠାରୁ ଦୂରେଇ ଯାଉଥିବା ଜଣାପଡ଼ିଛି। ଫଳରେ ଚାହିଦା ମେଣ୍ଟାଇବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଜିଲ୍ଲାରେ ଚାଷ ହେଉଥିବା ପିଆଜ ଲୋକଙ୍କ ୭୦% ଚାହିଦା ମେଣ୍ଟାଉଥିବା ବେଳେ ଅବଶିଷ୍ଟ ୩୦% ବାହାରୁ ଆମଦାନୀ ହେଉଥିବା କୃଷି ବିଭାଗ ପକ୍ଷରୁ କୁହାଯାଉଛି। ବାସ୍ତବ ଚିତ୍ର କିନ୍ତୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ

ଇମ୍ଫାଲ: ମଣିପୁରରେ ଆଦିବାସୀ ମାନ୍ୟତାକୁ ନେଇ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ସଂଘର୍ଷ ପୁଣି ଭୟଙ୍କର ରୂପ ନେଇଛି। ସଦ୍ୟ ହିଂସାରେ ଜଣେ ୮ ବର୍ଷର ଶିଶୁ ଓ ମା’ ସମେତ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଲାମ୍ଫେଲ ଥାନା ଅଧୀନସ୍ଥ ଇମ୍ଫାଲ ପଶ୍ଚିମର ଇରୋସେମ୍ବା ଅଞ୍ଚଳରେ ରବିବାର ଦିନ କିଛି ଦଙ୍ଗାକାରୀ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ। ଏହି ବର୍ବର ହିଂସାରେ ଗୁଳିମାଡ଼ର ଶିକାର ହୋଇଥିବା ଜଣେ ୮ ବର୍ଷର […]

ରାଜ୍ୟ

ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଡାକବିଭାଗଠୁ ଆରମ୍ଭ କରି ଶିକ୍ଷାବିଭାଗ। ଚାକିରି ପାଇଁ ସବୁଠି ଚାଲିଛି ନକଲି ସାର୍ଟିଫିକେଟ। କିଏ ବର୍ଷ ବର୍ଷ ଧରି ଚାକିରି କରି ଧରାପଡ଼ିବା ପରେ ଖସି ଯାଇଛି ତ ଆଉ କିଏ ଏବେ ବି ଚାକିରି କରୁଛନ୍ତି। ବିଶେଷ କରି ମହାବିଦ୍ୟାଳୟଗୁଡ଼ିକରେ କିଛି ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇ ଆରାମରେ ଅଛନ୍ତି। କାରଣ ଧରାପଡ଼ିଲେ ବି ସେମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନାହିଁ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୋଗୀମୁଣ୍ଡା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧାନ ଏମ୍‌ଏସ୍‌ପି ୧୪୩ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : ଖରିଫ ବିପଣନ ଋତୁ ୨୦୨୩-୨୪ ପାଇଁ ସାଧାରଣ ଧାନର କ୍ବିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ୧୪୩ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଧାନର ଏମ୍ଏସ୍‌ପି ୨୦୪୦ ଟଙ୍କାରୁ ବୃଦ୍ଧି ପାଇ ୨୧୮୩ ଟଙ୍କା ହୋଇଛି। ସେହିପରି ଏ-ଗ୍ରେଡ୍‌ ଧାନର ଏମ୍‌ଏସ୍‌ପି ୧୪୩ ଟଙ୍କା ବୃଦ୍ଧି ପାଇ ୨୨୦୩ ଟଙ୍କା ହୋଇଛି। ମୁଗ ଓ ରାଶି ଏମ୍‌ଏସ୍‌ପିରେ ୮୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]