ରାଜ୍ୟ

ଏବେ ପଟିଦିଅଁ ପୂଜା

ପୁରୀ: ସ୍ନାନମଣ୍ଡପରେ ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅଣସର ଘର ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜୟବିଜୟ ଦ୍ବାର ଓ କଳାହାଟ ଦ୍ବାର ମଝିରେ ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ରବିବାରଠାରୁ ପଟିଦିଅଁ ପୂଜା ପାଇବେ। ଏଥିପାଇଁ ଆଜି ବିଳମ୍ବିତ ରାତିରେ ପଟିଦିଅଁ ଓ ଅନ୍ୟ ଦେବଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ଅନ୍ୟପଟେ ଆଜି ବାହୁଡ଼ାପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ସୁନାଚିତା ଓ ରାହୁଲେଖା […]

ରାଜ୍ୟ

ଉଦ୍‌ବେଗଜନକ ଭାବେ ବଢୁଛି ବଜ୍ରପାତ ମୃତ୍ୟୁ: କାର୍ଯ୍ୟକାରୀ ହେଉନି ତାଳଗଛ ରୋପଣ ଯୋଜନା

କଟକ: ରାଜ୍ୟରେ ବଜ୍ରପାତ ମୃତ୍ୟୁକୁ ନେଇ ଏବେ ଆତଙ୍କ ଆଉ ଉଦ୍‌ବେଗ ପ୍ରକାଶ ପାଉଛି। ବର୍ଷକୁ ବର୍ଷ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢି ଚାଲିଛି। ହାରାହାରି ଭାବେ ପ୍ରତିବର୍ଷ ବଜ୍ରପାତ ମୃତ୍ୟୁସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଉଥିବା ତଥ୍ୟ କହୁଛି। ସାଧାରଣ ଭାବେ ବଜ୍ରପାତ ମୃତ୍ୟୁସଂଖ୍ୟା ଗ୍ରାମାଞ୍ଚଳରେ ଅଧିକ ହୋଇ ଆସୁଥିବା ବେଳେ ଏବେ ସହର ଆଖପାଖ ଅଞ୍ଚଳରେ ବି ବଜ୍ରପାତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ତଥ୍ୟ ଅନୁଯାୟୀ ବର୍ତ୍ତମାନ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟାର ୯୦ ପ୍ରତିଶତ […]

ରାଜ୍ୟ

ମହେନ୍ଦ୍ର ଓ ରାଜକୁମାର ଫେରିଲେ: ବାଘୁଣୀ ସୁନ୍ଦରୀର ସୁରକ୍ଷା ପାଇଁ ଯାଇଥିଲେ ସାତକୋଶିଆ

କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା/ ଅନୁଗୁଳ: ୫ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ଶିମିଳିପାଳ ଅଭୟାରଣ୍ୟରୁ ସାତକୋଶିଆ ବନାଞ୍ଚଳକୁ ଯାଇଥିବା ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ଶେଷରେ ସେମାନଙ୍କ ମୂଳ ସ୍ଥାନକୁ ଫେରାଇ ଅଣାଯାଇଛି। ଗତକାଲି ମଧ୍ୟରାତ୍ରିରେ ଦୁଇଟି ହାଇୱା ଯୋଗେ ଏହି ଦୁଇଟି ହାତୀ ଶିମିଳିପାଳରେ ପହଞ୍ଚିଛନ୍ତି। ଏଠାରେ କିଛିଦିନ ନିରୀକ୍ଷଣରେ ରହିବା ପରେ ହାତୀ ଦୁଇଟିକୁ ପୂର୍ବଭଳି ଜଙ୍ଗଲ ସୁରକ୍ଷା ପାଇଁ ପାଟ୍ରୋଲିଂରେ ନିୟୋଜିତ କରାଯିବ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ସୂଚନାଯୋଗ୍ୟ ଯେ ଅନୁଗୁଳ […]

ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଦୁର୍ବଳ ନଦୀ ବନ୍ଧ ଗୁଡ଼ିକ ଅଧିକ ସୁଦୃଢ କରିବା ଓ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଫିସରମାନଙ୍କୁ ପ୍ରସ୍ତୁତ ରଖିବାକୁ […]

ରାଜ୍ୟ

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜାରୀଙ୍କ ଦେହାନ୍ତ, ୮୬ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜାରୀ ପଣ୍ଡିତ ଲକ୍ଷ୍ମୀକାନ୍ତ ମଧୁରନାଥ ଦୀକ୍ଷିତଙ୍କ ଦେହାନ୍ତ | ମୃତ୍ୟ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିବା ଜଣାପଡିଛି | ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିଥିବା ୧୨୧ଜଣ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିଲେ ପଣ୍ଡିତ ଲକ୍ଷ୍ମୀକାନ୍ତ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଏହି ସୂଚନା ପାଇ କାଶୀ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ପଣ୍ଡିତ ଲକ୍ଷ୍ମୀକାନ୍ତ […]

ରାଜ୍ୟ

ଦିବ୍ୟ ସ୍ନାନ କଲେ ଚତୁର୍ଦ୍ଧା ମୂରତି

ପୁରୀ: ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂରତି ଦିବ୍ୟ ସ୍ନାନ କରିଛନ୍ତି। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ। ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଇଛି। ବଡ଼ ଠାକୁର ବଳଭଦ୍ର ୩୩ ଗରା, ସୁଭଦ୍ରା ୨୨ ଗରା, କାଳିଆ ଠାକୁର ୩୫ ଗରା ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଛନ୍ତି। ସ୍ନାନବେଦୀରେ […]

ରାଜ୍ୟ

ଓଡ଼ିଶା ୨୦୩୬ ପର୍ଯ୍ୟନ୍ତ ହକି ଦଳ ପ୍ରାୟୋଜକ: ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆ କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି। ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆର ପ୍ରାୟୋଜକ ଅବଧି ସମୟକୁ ୨୦୩୩ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ହକିର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ। ରାଜ୍ୟ ଅତିଥି ଭବନଠାରେ ଆଜି ହକି ଇଣ୍ଡିଆର […]

ରାଜ୍ୟ

ପିସିସି ସଭାପତି ଶରତଙ୍କୁ କାଳିମାଡ଼: କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଛି। କଂଗ୍ରେସ ଭବନରେ ବସିଥିବା ସମୟରେ ମାସ୍କ ପିନ୍ଧିଥିବା କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇ କାଳି ମାଡ଼ କରିଥିଲେ। ସଭାପତିଙ୍କ ବିରୋଧରେ ନାରାବାଜି କରିଥିଲେ। ତେବେ କାଳି ମାଡ଼ ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନାହିଁ। କାଳି ମାଡ଼ ଘଟଣାରେ କଂ‌ଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏଆଇସିସି ନିର୍ଦ୍ଦେଶକ୍ରମେ ଆଜି କଂଗ୍ରେସ ପକ୍ଷରୁ ନିଟ୍‌ ପେପର ଲିକ୍‌ ଘଟଣାରେ ପ୍ରତିବାଦ ଡାକରା […]

ରାଜ୍ୟ

ଆଜି ସ୍ନାନଯାତ୍ରା: ଗଜବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଶନିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିବେ ଚତୁର୍ଦ୍ଧାବିଗ୍ରହ। ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସ୍ନାନବେଦିକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସ୍ନାନବେଦି ଉପରେ ଚାନ୍ଦୁଆ ଲଗାଯାଇଛି। ପହଣ୍ଡି ପୂର୍ବରୁ ଗତକାଲି ଦଇତାପତିଙ୍କ ଦ୍ବାରା ବାହୁଟକଣ୍ଟ ନୀତି ଶେଷ ହୋଇଥିଲା। ଆଜି କୋଠ ସୁଆଁସିଆ […]

ରାଜ୍ୟ

ବାଲେଶ୍ବରରେ କର୍ଫ୍ୟୁ କଟକଣା ଆଂଶିକ କୋହଳ: ହାଟବଜାରରେ ପ୍ରବଳ ଜନଗହଳି

ବାଲେଶ୍ବର: ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। ସକାଳେ ଦୋକାନବଜାର ଖୋଲିଛି। ହାଟବଜାରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ସକାଳ ୫ରୁ ଦିନ ୨ଟା ଯାଏ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଥିବା ହେତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାସହିତ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ସେବା ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍‌ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ,୬ ଦିନ ହେଲା […]