ରାଜ୍ୟ

ରଥଯାତ୍ରା ବିଶେଷ : ମନ୍ନାଥ ଜଗନ୍ନାଥ

ମୋର ପ୍ରଭୁ ଖିଳ ଜଗତଯାକର ପ୍ରଭୁ, ମୋ’ ଗୁରୁ ଜଗତଯାକର ଗୁରୁ, ମୋର ଆତ୍ମା ମଧ୍ୟ ସେହି ଉପଲବ୍ଧିଟି ଅନୁସାରେ ସର୍ବଭୂତାତ୍ମା, ସମଗ୍ର ଜଗତର ଆତ୍ମା। ଏଥରୁ ନିଷ୍ପନ୍ନ ହୋଇ ଆସୁଥିବା ସର୍ବପ୍ରଥମ କଥାଟି ହେଉଛି ଯେ, ମୁଁ ଯେତିକି ଯାଏ ଯାଇପାରୁଛି, ମୋର ପ୍ରଭୁଚେତନା, ଗୁରୁଚେତନା ଏବଂ ଆତ୍ମଚେତନା ମଧ୍ୟ ସେହି ଅନୁସାରେ ସେତିକି ଯାଏ ଯିବ; ମୁଁ ଯେଉଁଠି ଅଟକିବି, ସେଗୁଡ଼ିକ ମଧ୍ୟ ସେଇଠାରେ ଅଟକିବ ଏବଂ, ଅପର ପକ୍ଷରେ, ମୁଁ ଯେତିକି ଯାଏ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଯାତ୍ରା ବିଶେଷ : ଦୟଣା ଓ କେତକୀ

“ଶ୍ରୀଭୁଜେ ଦୟଣା କେରି କେରି, ଆହେ ନୀଳଗିରି…” ଜଗନ୍ନାଥଙ୍କର ଏହିପରି ଅନେକ ଜଣାଣ ଓ ଭଜନ, ପୁଣି କେତେକ ମଧ୍ୟଯୁଗର ଓଡ଼ିଆ କାବ୍ୟରେ ଦୟଣାର ଉଲ୍ଳେଖ ଦେଖି ମୋ’ ମନରେ ଗୋଟାଏ ବଦ୍ଧମୂଳ ଧାରଣା ଜନ୍ମିଥିଲା ଯେ ଗୋଟିଏ ଫୁଲର ନାମ ଦୟଣା ଓ ତାହା ଜଗନ୍ନାଥଙ୍କର ଅତି ପ୍ରିୟ। ପୁଣି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ଦୟଣା-ଚୋରି ନାମରେ ପ୍ରତିବର୍ଷ ଗୋଟିଏ ଯାତ୍ରା ବା ଉତ୍ସବ ହୁଏ। ଏହି ଯାତ୍ରାର ବିଧି ହେଲା, ସେଦିନ ନିର୍ଗୁଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଜିଉଙ୍କ ନୀତିକାନ୍ତି ଜାରି: ସାଢ଼େ ୯ଟାରୁ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି

ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଘୋଷଯାତ୍ରା ପାଇଁ ରଥ-ପଥ-ଭକ୍ତ ପ୍ରସ୍ତୁତ। ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇବେ ପ୍ରଭୁ। ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର। ସିଂହଦ୍ବାର ବି ଅପେକ୍ଷାରତ କେତେବେଳ ମହାବାହୁ ତାଙ୍କ ବାଟ ଦେଇ ଯିବେ। ଏଣେ ବଡ଼ଦାଣ୍ଡକୁ ଅବତରିତ ହେବା ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆଗେଇ ଚାଲିଛି। ମଙ୍ଗଳବାର ସକାଳ ୬ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ସାଢ଼େ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀ ରଥଦାଣ୍ଡରେ ଅପେକ୍ଷା: ଆଜି ଭକ୍ତ-ଭଗବାନ ଭେଟାଭେଟି

ଭୁବନେଶ୍ବର: ରଥ, ପଥ, ଭକତ ସମସ୍ତେ ପ୍ରସ୍ତୁତ। ଅପେକ୍ଷା ସେହି କଳା ଠାକୁରଙ୍କୁ। ପତିତ ଜନଙ୍କୁ ଦର୍ଶନ ଦେବାକୁ ଭାଇ, ଭଉଣୀଙ୍କ ସହ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଘଣ୍ଟ ଘଣ୍ଟା ନାଦ ସାଙ୍ଗକୁ ଶଙ୍ଖଧ୍ବନିରେ ପ୍ରକମ୍ପିତ ହେବ ସାରା ପରିବେଶ। ଆଖିପୂରେଇ ଭକ୍ତ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ଚତୁର୍ଦ୍ଧା ମୂର୍ତ୍ତି। ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ବା ନବ‌ଯୌବନ ଦର୍ଶନ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତାକାଲି ରାଜଧାନୀର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଟୁଇଟରରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ହାର୍ଦ୍ଦିକ […]

ରାଜ୍ୟ

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ ଖୋଲିଲା ସିବିଆଇ ଟିମ୍, କାଗଜପତ୍ର ଯାଞ୍ଚ ଜାରି

ବାଲେଶ୍ବର/ସୋର: ବାଲେଶ୍ବର ଜିଲ୍ଲା ‌ବାହାନଗାଠାରେ ଘଟିଥିବା ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନରରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ ଅମୀର ଖାନ୍। ସିବିଆଇ ହେପାଜତରେ ଅଛନ୍ତି ଅମୀର। ଆଜି ସକାଳେ ତାଙ୍କ ଘରେ ପହଞ୍ଚି ସିବିଆଇ ଟିମ୍  ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ ଖୋଲିଛି। ଘର ଭିତରେ ପଶି ସିବିଆଇ ଟିମ୍ ତନାଘନା କରୁଛି। ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ ଚାଲିଛି।ସୂଚନାଯୋଗ୍ୟ, ଗତକାଲି ୩ ଜଣିଆ ସିବିଆଇ ଟିମ ଗତକାଲି ସୋର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ତ୍ରୀକୁ ହତ୍ୟା ପରେ ରାତିଅଧରେ ପୋଡ଼ିଦେଲା ସ୍ୱାମୀ, ତିନି ଅଭିଯୁକ୍ତ ଗିରଫ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା କରି ପୋଡ଼ିଦେଲା ସ୍ୱାମୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁତଲାମହୁଲ ଗାଁରେ। ମିଳିଥିବା ସୂଚନା ଅନୁସାରେ ପୁତଲାମହୁଲ ଗାଁର ଦେବରାଜ ସାହୁ ୬ ବର୍ଷ ତଳେ ଚିଙ୍ଗିରିତାଳ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବେଶ ହସଖୁସିରେ ସଂସାର ଚାଲିଥିବା ବେଳେ ତାଙ୍କର ଏକ ୪ ବର୍ଷର ଝିଅଟିଏ ବି ରହିଛି। ହେଲେ କୌଣସି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଇଜେରିଆନଙ୍କ ‘ହନିଟ୍ରାପ୍ କାରନାମା

୧. ପୁରୀ ଜିଲ୍ଲାର ଜଣେ ମହିଳା ଆଇନସେବା ପ୍ରାଧିକରଣ କର୍ମଚାରୀଙ୍କୁ ୨୦୧୮ ଜାନୁଆରିରେ ଫେସ୍‌ବୁକ୍‌ରେ ଫ୍ରେଣ୍ତ ରିକୁଏଷ୍ଟ ପଠାଇ ବନ୍ଧୁତା ଯୋଡ଼ିଥିଲା ନାଇଜେରିଆନ୍‌। ବିଦେଶୀ ମୁଦ୍ରା, ସୁନା ଅଳଙ୍କାର ଗିଫ୍ଟ ଆକାରରେ ପଠାଇବା କହି ୪୧ ଲକ୍ଷ ଟଙ୍କା ଲୁଟିନେଇଥିଲା। ଏହି ଘଟଣାରେ ଜଣେ ନାଇଜେରିଆନ୍‌ ନୌବୁଏଜ ଚୁକୌଦ୍ଦି ଭିନ୍‌ସେଟ୍‌ ଏବ˚ ଭାରତୀୟ ପିୟୁଷ ଆର୍ଯ୍ୟକୁ ୨୦୧୮ ଡିସେମ୍ବର ୧୭ ତାରିଖରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ୨. ୨୦୧୮ ଫେବ୍ରୁଆରି ୫ ତାରିଖରେ ଭୁବନେଶ୍ବରର ଝାରପଡ଼ା ଜେଲ୍‌ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ଶ୍ରୀଜିଉଙ୍କର ନବଯୌବନ ଦର୍ଶନ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ପରିମାଣିକ ଦର୍ଶନର ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଚଳିତ ଥର ମାତ୍ର ୩ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସକାଳ ୮ଟାରୁ ୯ଟା ପରିମାଣିକ ଦର୍ଶନ ଓ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ସାହାଣମେଲା ଦର୍ଶନ ହେବ। ଆଜି ପରିମାଣିକ ଦର୍ଶନ ଲାଗି ୫ ହଜାର ଟିକେଟ୍ ବିକ୍ରି କରାଯାଇଥିବା ଜଣାଯାଇଛି। ପୂର୍ବାହ୍ନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟୁଇଟ୍ କଲେ ଅପରାଜିତା: ‘କାହିଁକି ରାଜ୍ୟସାରା ଗସ୍ତ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ?’

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମାରିଛନ୍ତି ପାଲଟା ବାଣ। ସେ ଉଦ୍‌ବେଗ ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇପାରୁନାହାନ୍ତି ବୋଲି କାଲି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ। ଏହା ଏକ ଗୁରୁତର ପ୍ରସଙ୍ଗ, ସେ କାହିଁକି ଅକ୍ଷମ ଓ ତାଙ୍କର କ’ଣ ହୋଇଛି ? ମୁଖ୍ୟମନ୍ତ୍ରୀଙ୍କ ବାବଦରେ ରାଜ୍ୟବାସୀ ଜାଣିବା ଆବଶ୍ୟକ। […]