ରାଜ୍ୟ

ହାତୀ ଆକ୍ରମଣରେ ୨ ବୃଦ୍ଧ ମୃତ

ବଣାଇଗଡ଼/ଦେବଗଡ଼ : ହାତୀ ଆକ୍ରମଣରେ ଆଜି ୨ଜଣ ବୃଦ୍ଧଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେଥିମଧ୍ୟରୁ ଗୋଟିଏ ଘଟଣା ବଣାଇ ବନଖଣ୍ଡ ଏସ୍‌.ବଲାଙ୍ଗ ସେକ୍ସନର ଗୁଜାପାଳ ଗ୍ରାମରେ ଘଟିଥିବା ବେଳେ ଅନ୍ୟ ଏକ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜ ଅନ୍ତର୍ଗତ ହ‌ରେକୃଷ୍ଣପୁର ଗ୍ରାମରେ ଘଟିଛି। ଗୁଜାପାଳ ଗ୍ରାମରେ ମୃତ୍ୟୁବରଣ କରିଥିବା ବୃଦ୍ଧ ହେଉଛନ୍ତି କୁଲକୁତା ଗ୍ରାମର ସିଟୁ କିଷାନ। ସିଟୁ ସୋମବାର ଭୋର୍ ଗୁଜାପାଳ ଗ୍ରାମର ମୁଣ୍ଡାସାହିକୁ ଟୋଲ ଗୋଟାଇବା ପାଇଁ ଯାଇଥିବାବେଳେ ଅଚାନକ ଏକ ହାତୀପଲର ସମ୍ମୁଖୀନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆପଣଙ୍କ ସମର୍ପଣ ଆମକୁ ପ୍ରେରଣା ଦିଏ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଏଭଳି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଜନ୍ମଦିନ | ୧୯୫୮ ମସିହା ଆଜିର ଦିନରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା | ତେବେ ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, “ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ସମର୍ପଣ ଆମ ସମସ୍ତଙ୍କୁ ପ୍ରେରଣା ଦିଏ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ଞାନ, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1670985149054320641&lang=en&origin=https%3A%2F%2Fsambad.in%2Findia-and-beyond%2Frath-yatra-wishes-1026854%2F&sessionId=a1e83c6fe1643dcad67f2bb777fcc3a659a41ec0&theme=light&widgetsVersion=aaf4084522e3a%3A1674595607486&width=550px ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଟୁଇଟରରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ […]

ରାଜ୍ୟ

ଆନ୍ଦୋଳନରେ ବନ କର୍ମଚାରୀ, ପାଟ୍ରୋଲିଂ ବନ୍ଦ: ଭଗବାନ ଭରସା‌‌ରେ ବନ୍ୟଜନ୍ତୁ

ଭୁବନେଶ୍ବର : ଓଡ଼ିଶା ଜଙ୍ଗଲରେ ଶିକାରୀଙ୍କ ପତିଆରା। ବାଘ, ହାତୀ, ବଜ୍ରକାପ୍ତାଙ୍କ ପରେ ଏବେ ସେମାନଙ୍କ ଟାର୍ଗେଟ୍‌ରେ ବନ କର୍ମଚାରୀ। ମେ’ ମାସରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ବନପାଳ ମାଥି ହାଁସଦାଙ୍କୁ ହତ୍ୟା କରିଥିଲେ। କିଛି ଦିନ ଯାଇଛି କି ନାହିଁ ଏବେ ବନରକ୍ଷୀ ବିମଳ ଜେନାଙ୍କୁ ହତ୍ୟା କରାଯାଇଛି। ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ରାଜ୍ୟ ସରକାର ଶିକାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ବନ କର୍ମଚାରୀଙ୍କୁ ମଧ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର‌ ଯୋଗାଇ […]

ରାଜ୍ୟ

୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ୨୧ରୁ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ବର : ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସଙ୍କେତ ଦେଇଛି। ସୋମବାର ଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର କେତେକାଂଶରେ ସକ୍ରିୟ ହୋଇଛି। ଏଥିସହ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କିଛି କିଛି ଅଞ୍ଚଳରେ ବି ମୌସୁମୀ ସକ୍ରିୟ ହୋଇଛି। ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ରହିଛି। ଆସନ୍ତା ୨ରୁ ୩ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନବଯୌବନ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତ ହୋଇଛନ୍ତି। ୧୫ ଦିନ ଧରି ଗୋପନ ସେବା ଓ ଜ୍ବରରୁ ସୁସ୍ଥ ହେବାପରେ କାଳିଆ ସାଆନ୍ତ ଆଜି ଅଣସର ପିଣ୍ଡିରୁ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ୧୫ ଦିନର ଅନ୍ତର ପରେ ତିନିଠାକୁରଙ୍କୁ ଦେଖି ଭାବବିହ୍ବଳ ହୋଇ ଲୋତକାଶ୍ରୁ ଝରାଇଛନ୍ତି ଭକ୍ତ। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ […]

ରାଜନୀତି ରାଜ୍ୟ

୫-ଟି ସଚିବଙ୍କୁ ନେଇ ତେଜିଲା ରାଜନୀତି

ଭୁବନେଶ୍ବର : ୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବୟାନବାଜି ଆହୁରି ତେଜିବାରେ ଲାଗିଛି। ଆଜି ପୁଣି ବିଜେପି ନେତାମାନେ ୫-ଟି ସଚିବଙ୍କୁ ଟାର୍ଗେଟ୍‌ କରିଛନ୍ତି। ବିଜେପି-ବିଜେଡି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆଜି ଆଉ ଏକ ରୋଚକ ଘଟଣା ଘଟିଛି। ୫-ଟି ସଚିବଙ୍କ ପାଇଁ ଓକିଲାତି କରିବାକୁ ଯାଇ ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ହଟ୍ଟହଟ୍ଟା ହୋଇଛନ୍ତି। ତାଙ୍କୁ ନିଜ ଦଳରୁ ହିଁ ତୀବ୍ର ସମାଲୋଚନାର ଶୀକାର ହେବାକୁ […]

ଅପରାଧ ରାଜ୍ୟ

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସୋରରେ ସିବିଆଇ ଚଢ଼ଉ, ସିଗ୍‌ନାଲ ଜେଇଙ୍କ ଘର ସିଲ୍

ବାଲେଶ୍ବର/ସୋର : ବାଲେଶ୍ବର ଜିଲ୍ଲା ‌ବାହାନଗାଠାରେ ଘଟିଥିବା ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ବି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ‌ହୋଇନାହିଁ। ଦୁର୍ଘଟଣା ଏତେ ଭୟାବହତା ଭିତରୁ କେହି ବି ମୁକୁଳି ପାରୁନାହାନ୍ତି, ନା ଯାତ୍ରୀ ନା ସାଧାରଣ ଲୋକ। ଏପରିସ୍ଥଳେ ଏହି ଦୁର୍ଘଟଣାର ତଦନ୍ତ ଭାର ନେଇଥିବା ସିବିଆଇ ସୋମବାର ଦିନ ହଠାତ୍‌ ସକ୍ରିୟ ହୋଇଉଠିଛି। ବାହାନଗା ଷ୍ଟେସନ୍‌ର ସିଗ୍‌ନାଲ୍‌ ଜେଇ ଅମୀର ଖାନଙ୍କ ସୋର ସ୍ଥିତ ଭଡ଼ାଘରେ ଚଢ଼ଉ କରି ସିଲ୍‌ କରିଛି। ସିବିଆଇର ତିନି ଜଣିଆ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତିନିଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାରଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାପରେ ପୁରୀ ଗସ୍ତ କରି ରେଳ କର୍ମଚାରୀ, ସ୍ୱେଚ୍ଛାସେବୀଙ୍କ ସହ ବୈଠକ କରି ରଥ ଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ପୁରୀରେ ରଥଯାତ୍ରା ଦେଖିବେ। ପୁରୀ ବଡ଼ଦାଣ୍ଡଠାରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୁନ ୨୦ ବିଶ୍ୱାସଘାତକ ଦିବସ ଭାବେ ପାଳନ ହେଉ, ଜାତିସଂଘ ମହାସଚିବଙ୍କୁ ଚିଠି ଲେଖି ଜଣାଇଲେ ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଉରଙ୍ଗଜେବ ଏବଂ ଟିପୁ ସୁଲତାନଙ୍କୁ ନେଇ ଚାଲିଥିବା ରାଜନୈତିକ ଯୁଦ୍ଧ ସମାପ୍ତ ହେବାର ନାମ ନେଉନାହିଁ। ଏହି ସମୟରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଏକ ଚିଠି ମହାରାଷ୍ଟ୍ରରେ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସାଂସଦ ସଞ୍ଜୟ ରାଉତ ମିଳିତ ଜାତିସଂଘର ମହାସଚିବଙ୍କୁ ଏକ ଚିଠି ଲେଖି ଜୁନ୍ ୨୦ କୁ ବିଶ୍ୱ ବିଶ୍ୱାସଘାତକ ଦିବସ ଭାବେ ଘୋଷଣା କରିବା ପାଇଁ ଦାବି କରିଛନ୍ତି। ଗତ ବର୍ଷ ପ୍ରାୟ ୪୦ ଜଣ […]