ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀରେ ପୁଣି ଗଡ଼ିଲା ରଥ: ନନ୍ଦିଘୋଷ ଓ ଦର୍ପଦଳନ ରଥକୁ ଟାଣିନେଉଛନ୍ତି ଶ୍ରଦ୍ଧାଳୁ

 ସେୟାର ପୁରୀ: ପୁରୀରେ ପୁଣି  ଗଡ଼ିଲା ରଥ। ପୁଣି ହେଲା ରଥଟଣା। ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହେଉଛି। ଶ୍ରଦ୍ଧାଳୁମାନେ ମନପ୍ରାଣ ଦେଇ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି। ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ । ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା। ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ। ହେଲେ, ବଡ଼ଠାକୁର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ମୌସୁମୀ, ରାଜ୍ୟର ତାପମାତ୍ରା ଆହୁରି କମିବ

ଭୁବନେଶ୍ବର:  ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ମୌସୁମୀ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି କମିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଛି। ତାପମାତ୍ର ଆଗ ଅପେକ୍ଷା କମିଛି। ଗତ ଦୁଇ ଦିନରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ଆଗାମୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାରାଷ୍ଟ୍ରରେ ଆଦିପୁରୁଷକୁ ନେଇ ଉତ୍ତେଜନା

ପାଲଘର : ଆଦିପୁରୁଷକୁ ନେଇ ବିବାଦ ଥମିବାର ନାଁ ଧରୁନି। ମହାରାଷ୍ଟ୍ରର ପାଲଘରରେ ଏକ ମଲ୍‌ଟିପ୍ଲେକ୍ସରେ ସିନେମା ପ୍ରଦର୍ଶନ ଚାଲିଥିବା ବେଳେ କେତେକ ହିନ୍ଦୁ ସଂଗଠନର ସଦସ୍ୟ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ମଲ୍‌ଟିପ୍ଲେକ୍ସ କର୍ମଚାରୀଙ୍କୁ ସିନେମା ପ୍ରଦର୍ଶନ ବନ୍ଦ କରିବାକୁ ଏବଂ ଲୋକଙ୍କୁ ହଲ୍‌ରୁ ବାହାରିଯିବାକୁ କହିଥିଲେ। ରବିବାର ନାଲସପଡ଼ାଠାରେ ଏହି ଘଟଣା ଘଟିଥିଲା। ଏକ ଭିଡ଼ିଓରେ ଜଣେ ଲୋକ କହିବାର ଶୁଣାଯାଉଛି- ଆପଣ ଏଇଆ ଆପଣଙ୍କ ପିଲାଙ୍କୁ ଶିଖାଇବେ? ଆମେ ଲଜ୍ଜିତ। ଆମ ଦେବଦେବୀଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁପିରେ ଗ୍ରୀଷ୍ମଲହରି: ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି

ଲକ୍ଷ୍ନୌ : ଉତ୍ତର ଭାରତର ଅନେକ ଅଂଶରେ ଗ୍ରୀଷ୍ମଲହରି ଜାରି ରହିଛି। ପୂର୍ବ ଉତ୍ତରପ୍ରଦେଶର ବଲିୟାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ବଲିୟାରେ ପୁଣି ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ଗ୍ରୀଷ୍ମଲହରି ଜନିତ ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ଗତକାଲି ବଲିୟା ଜିଲ୍ଲା ହସ୍ପିଟାଲରେ ୧୭୮ ଲୋକ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିଲା। ପ୍ରବଳ ଗରମ ଯୋଗୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉପା ତୁଳନାରେ ମୋଦୀ ସରକାର ନିଯୁକ୍ତି ଦେବାରେ ଆଗୁଆ: ଡ. ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ମୋଦୀ ସରକାର ୯ ବର୍ଷର ଶାସନକାଳ ୨୦୧୪ରୁ ୨୦୨୩ ମଧ୍ୟରେ ପ୍ରାୟ ୯ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେଇଛନ୍ତି, ଯେତେବେଳେ କି ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ଉପା ସରକାରଙ୍କ ଶାସନର ୯ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସରକାରୀ ନିହୁକ୍ତି ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପରମାଣୁ ଶକ୍ତି ବିଭାଗ ଏବଂ ମହାକାଶ ବିଭାଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିଷ୍ପତ୍ତି; ୨୨ ଯାଏ ଖରାଛୁଟି, ୨୩ରୁ ୨୫ ସକାଳୁଆ

ସୁନ୍ଦରଗଡ଼: ଜୁନ୍ ୨୧ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲୁଥିଲେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଖରାଛୁଟିକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି। ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ୨୩ ତାରିଖରେ ଖୋଲିବାକୁ ଥିବା ବିଦ୍ୟାଳୟଗୁଡ଼ିକରେ ୨୫ ତାରିଖ ପର୍ଯ୍ୟନ୍ତ ସାଢ଼େ ୬ଟାରୁ ୧୦ଟା ଯାଏଁ ସକାଳୁଆ ପଢ଼ା ହେବ। ୨୬ ତାରିଖରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିକ୍ଷାନୁଷ୍ଠାନଗୁଡ଼ିକ ନିୟମିତ ଚାଲିବ। ସରକାରଙ୍କ ନିର୍ଦ୍ଦେଷ ମୁତାବକ ଜିଲ୍ଲାରେ ଜାରି ରହିଥିବା ଗ୍ରୀଷ୍ମ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ରଥଯାତ୍ରା: ତାଳଧ୍ବଜ ପରେ ଶରଧାବାଲି ଅଭିମୁଖେ ଗଡ଼ିଲା ଦର୍ପଦଳନ, ଘଣ୍ଟଘଣ୍ଟା ଧ୍ବନିରେ ବଡ଼ଦାଣ୍ଡ ପ୍ରକମ୍ପିତ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣି ନେଉଛନ୍ତି। ବଡ଼ଦାଣ୍ଡରେ ଆଜି ଅପରାହ୍‌ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିବା ଆରମ୍ଭ କରିଦେଇଥିଲେ।  ଏହା ପରେ ଅପରାହ୍‌ଣ ୩ଟା ୫୫ ମିନିଟରେ ଦର୍ପଦଳନ ଟଣା ଯାଉଛି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଭକ୍ତମାନେ ଶ୍ରଦ୍ଧାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ ଉପରେ ନଜର ରଖିବାକୁ ଭିଏତନାମକୁ ଭାରତ ଉପହାର ଦେବ ଆଇଏନଏସ୍ କୃପାଣ

ନୂଆଦିଲ୍ଲୀ: ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ ୱାନ ଜିଆଙ୍ଗଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି ଯେ ଭିଏତନାମର ନୌସେନାକୁ ଭାରତ ସ୍ୱଦେଶୀ ନିର୍ମିତ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ଆଇଏନଏସ କୃପାଣ ଉପହାର ଦେବ। ଜିଆଙ୍ଗ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ଏହି ଘୋଷଣା କରିଛନ୍ତି | ବାସ୍ତବରେ ଚୀନ୍‌ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ପ୍ରାକ୍‌ ମୌସୁମୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ଓ ୧୩ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ଫଳରେ ଆଗକୁ ଆଉ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ନଥିବା ବେଳେ ପ୍ରାକ୍‌ ମୌସୁମୀ ଜନିତ କାଳବୈଶାଖୀ ଓ ବର୍ଷାରେ ସାରା ରାଜ୍ୟ ଭିଜିବାର ସମ୍ଭାବନା ରହିଛି। ଆସନ୍ତା କାଲି ୨୧ ଜୁନ (ବୁଧବାର)ରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଥିବା ବେଳେ ୨୨ ଜୁନ୍‌ରୁ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତିନିଦିନିଆ ଆମେରିକା ଗସ୍ତରେ ଗଲେ ମୋଦୀ, ଏସବୁ ପ୍ରସଙ୍ଗରେ ହୋଇପାରେ ଆଲୋଚନା

ନ୍ୟୁୟର୍କ: ଆଜି ସକାଳେ ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ବିଳମ୍ବିତ ରାତିରେ ନ୍ୟୁୟର୍କରେ ପହଞ୍ଚିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଆମେରିକା ଗସ୍ତରେ ଯାଇଥିବାବେଳେ ଏଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହା ଏକ […]