ରାଜ୍ୟ ସ୍ପେଶାଲ ରିପୋର୍ଟ

ସହରରେ ପଶିଲେଣି ହାତୀ; ଶିଖରଚଣ୍ଡୀ ପାହାଡ଼ ନିକଟରେ କରୁଛନ୍ତି ଉତ୍ପାତ

ଚନ୍ଦ୍ରଶେଖରପୁର: ଡ୍ୟୁଟିରେ ଅଛନ୍ତି ବନ କର୍ମଚାରୀ। ମାତ୍ର ଜଙ୍ଗଲ ମାଟି ମାଡ଼ୁନାହାନ୍ତି। କେଉଁ ବାଟରେ ଶିକାରୀ ଜଙ୍ଗଲକୁ ପଶୁଛନ୍ତି ତାହା ଉପରେ କାହାର ଦୃଷ୍ଟି ନାହିଁ। ହାତୀ, ବାଘ, ଭାଲୁ କୁଆଡ଼େ ଗଲେ, କାହାକୁ ମାରିଲେ ତାହା ଉପରେ ମଧ୍ୟ ସେମାନଙ୍କର ନଜର ନାହିଁ। ନିଜ ସୁରକ୍ଷା ଦାବିରେ ବନ କର୍ମଚାରୀମାନେ ପ୍ରତୀକାତ୍ମକ ଧର୍ମଘଟକୁ ଓହ୍ଲାଇବା ପରେ ଏବେ ଓଡ଼ିଶା ଜଙ୍ଗଲରେ ଏମିତି ସ୍ଥିତି ଉପୁଜିଛି। ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ସୁନ୍ଦରଗଡ଼ରେ ହାତୀଙ୍କ ଉତ୍ପାତ ବଢ଼ିଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ନିଖୋଜ: ୭୦-୯୬ ଘଣ୍ଟାର ଅମ୍ଳଜାନ ଥାଇପାରେ

ନୂଆଦିଲ୍ଲୀ: ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଏକ ଛୋଟ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ଗତ ରବିବାରଠାରୁ ନିଖୋଜ ହୋଇଯାଇଛି। ଏଥିରେ ଜଣେ ପାଇଲଟ ଓ ୪ ଜଣ ‘ମିସନ ସ୍ପେସାଲିଷ୍ଟ’ଙ୍କ ସହ ୫ ଜଣ ଲୋକ ଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଉଦ୍ଧାରକାରୀମାନେ ଜାଣିଛନ୍ତି ଯେ, ସେମାନଙ୍କୁ ସମୟ ବିରୋଧରେ ଦୌଡ଼ିବାକୁ ପଡ଼ୁଛି କାରଣ ବୁଡ଼ାଜାହାଜରେ ଯେତିକି ଅମ୍ଳଜାନ ଅଛି ତାହା ବ୍ୟବହାର କରି ସେଥିରେ ଥିବା ଲୋକମାନେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତକୁ ‘ଟେସ୍‌ଲା’ ଆଣିବେ ‘ମୋଦୀଙ୍କ ପ୍ରଶଂସକ’ ଏଲନ୍‌ ମସ୍କ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଭାରତ ପାଇଁ ଉପଯୁକ୍ତ କାମ କରିବାକୁ ଚାହୁଁଛନ୍ତି ବୋଲି ମଙ୍ଗଳବାର ଦିନ ‘ଟେସ୍‌ଲା’ ‘ସିଇଓ’ ଏଲନ୍‌ ମସ୍କ୍‌ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାକୁ ୩ ଦିନିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ‘ଲୋଟି ନ୍ୟୁୟର୍କ ପାଲେସ୍‌ ହୋଟେଲ୍‌’ରେ ଏଲନ୍‌ ମସ୍କ୍‌ଙ୍କୁ ଭେଟିଥିଲେ। ସାମ୍ବାଦିକମାନଙ୍କୁ ମସ୍କ୍‌ କହିଲେ, ଖୁବ୍‌ ଚମତ୍କାର ଆଲୋଚନା ହେଲା। ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତପ୍ରତି ଯତ୍ନଶୀଳ। ଭାରତରେ ଉଲ୍ଲେଖନୀୟ ନିବେଶ ପାଇଁ ସେ ଆମକୁ ଉତ୍ସାହ ଦେଉଛନ୍ତି। ନୂଆ କମ୍ପାନିମାନଙ୍କ […]

ରାଜ୍ୟ

କାହିଁକି ସମୟରେ ପହଞ୍ଚିଲାନି ତିନିରଥ? ବାରମ୍ବାର ଡାହାଣ କୋଣ ମାଡ଼ିଲା ତିନି ରଥ

ପୁରୀ: ବହୁ ବର୍ଷର ବ୍ୟବଧାନ ପରେ ଆଜି ତିନି ରଥ ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚିପାରିନି। ଏହାର ଏବେ କାରଣ ଖୋଜା ଚାଲିଛି। ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହାର ସମୀକ୍ଷା କରୁଛନ୍ତି। ପ୍ରତିବର୍ଷ ଯେଉଁଠି ତିନି ରଥ ସମୟ ଅନୁସାରେ ଶରଧାବାଲିରେ ପହଞ୍ଚି ଯାଉଥିଲେ, ସେଠି ଚଳିତବର୍ଷ କାହିଁକି ତିନି ରଥ ପହଞ୍ଚିଲାନି, ତା’ର କାରଣ ଖୋଜା ଚାଲିଛି। ଏଭଳି ସ୍ଥିତିରେ ପରିଚାଳନାଗତ ସମସ୍ୟା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ଅଭାବକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯୋ‌ଗ ବୈଶ୍ବିକ ଆନ୍ଦୋଳନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ବାର୍ତ୍ତା

ନ୍ୟୁୟର୍କ/ନୂଆଦିଲ୍ଲୀ: ଯୋଗ ବୈଶ୍ବିକ ଆନ୍ଦୋଳନ ହୋଇଯାଇଛି ବୋଲି ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତୀୟ ସମୟ ଅପରାହ୍ଣ ୫.୩୦ରେ ଜାତିସଂଘ ମୁଖ୍ୟାଳୟରେ ଆୟୋଜନ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେବି। ଭାରତର ଆହ୍ବାନରେ ୧୮୦ରୁ ଅଧିକ ଦେଶ ଏକତ୍ର ହେବା ସ୍ମରଣୀୟ ଘଟଣା। ୨୦୧୪ରେ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ‘ଯୋଗ ଦିବସ’ ପ୍ରସ୍ତାବ […]

ରାଜ୍ୟ

ସରପଞ୍ଚଙ୍କ ସ୍ବାମୀଙ୍କୁ ଦଳିଦେଲା ହାତୀ: ଆମ୍ବ ଗୋଟାଉଥିବା ବେଳେ ବୃଦ୍ଧଙ୍କୁ କଚାଡ଼ି ଦେଲା ଦନ୍ତା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଯୁଯୁମୁରା ବ୍ଲକର ଦୁଇଟି ପୃଥକ ସ୍ଥାନରେ ହାତୀ ୨ ଜଣଙ୍କୁ ଦଳି ମାରିଦେଇଥିବାର ଖବର ମିଳିଛି। ଢାବା ବାହାରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ, ଚାରମାଳ ବୁଢ଼ିଖମାର ଗାଁରେ ଆମ୍ବ ଗୋଟାଉଥିବା ବେଳେ ଜଣେ ବୃଦ୍ଧ ଦନ୍ତା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ଗୋପାଳ ଢାବାର ମାଲିକ ତଥା ଯୁଯୁମୁରା ସରପଞ୍ଚଙ୍କ ସ୍ଵାମୀ। ମୃତକ ଜଣକ ହେଲେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ନାଲାୟକ୍‌’ ଗାଳି ଦେଇ ଇଞ୍ଜିନିୟର୍‌ଙ୍କୁ ଚାପୁଡ଼ା ମାରିଲେ ବିଧାୟିକା

ଥାନେ: ‘ନାଲାୟକ୍‌’ (ଅପଦାର୍ଥ) ବୋଲି ଗାଳି ଦେଇ ମହାରାଷ୍ଟ୍ର ଥାନେ ଜିଲ୍ଲାର ଜଣେ ବିଧାୟିକା ସମସ୍ତଙ୍କ ସାମ୍‌ନାରେ ଜଣେ ‘ସିଭିକ୍‌ ଇଞ୍ଜିନିୟର୍‌’ଙ୍କୁ ଚଟକଣା ମାରୁଥିବାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ପ୍ରାପ୍ତ ସୂଚନା ଅନୁସାରେ, ‘ମୀରା ଭାୟନ୍ଦର ମୁନିସ୍‌ପାଲ୍‌ କର୍ପୋରେସନ୍‌’ର ୨ଜଣ ଇଞ୍ଜିନିୟର୍‌ ଜବରଦଖଲ ସ୍ଥାନରେ ଥିବା କେତୋଟି ଘର ଭାଙ୍ଗି ପକାଇଥିଲେ। ସେ ଘରେ ବାସ କରୁଥିବା ଲୋକେ ପିଲାପିଲିଙ୍କୁ ଧରି ବର୍ତ୍ତମାନ ରାସ୍ତାରେ ରହୁଛନ୍ତି। ସେପଟେ, ଆଗକୁ ମୌସୁମୀ ବାୟୁ ପ୍ରବାହଜନିତ […]

ଅପରାଧ ରାଜ୍ୟ

ଜଗତପୁର ଶିଳ୍ପାଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ: ମହିଳାଙ୍କୁ ମାରି ଦ୍ବିତୀୟ ସ୍ବାମୀ ଫେରାର!

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ତ୍ରିନାଥ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ କବିତା ବେହେରା ଓ ତାଙ୍କ ବୟସ ୪୩ ବର୍ଷ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ଜଗତପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କବିତା କିଛି ଦିନ ତଳେ ଦ୍ଵିତୀୟ ବିବାହ କରିଥିଲେ। ତାଙ୍କ ସ୍ୱାମୀ କରୁଣାକର ମହାଳିକଙ୍କ ସହ କବିତାଙ୍କର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହିଳା ଜେଲ୍‌ରେ ଦଙ୍ଗା: ଗୁଳିମାଡ଼, ‌ଛୁରାଭୁସା ଓ ପୋଡ଼ାଜଳାରେ ୪୧ ମହିଳା କଏଦୀ ମୃତ

 ସେୟାର ତେଗୁସିଗାଲ୍‌ପା: ଦକ୍ଷିଣ ଆମେରିକା ଅନ୍ତର୍ଗତ କେନ୍ଦ୍ରୀୟ ହୋଣ୍ଡୁରସ୍‌ରେ ଥିବା ଦେଶର ଏକମାତ୍ର ମହିଳା ଜେଲ୍‌ରେ ମଙ୍ଗଳବାର ସକାଳେ ଦଙ୍ଗା ଓ ହିଂସାକାଣ୍ଡ ଘଟି ଅନ୍ୟୂନ ୪୧ଜଣ ମହିଳା କଏଦୀଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି। ମୃତ କଏଦୀଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୋଡ଼ି ମାରି ଦିଆଯାଇଥିବା ବ‌େଳେ ଆଉ କେତେଜଣଙ୍କୁ ଗୁଳି ମାରି ଓ ଛୁରିଭୁସି ହତ୍ୟା କରାଯାଇଥିବା କଥା ‘ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌ ଅଫିସ୍‌’ର ଜଣେ ମୁଖପାତ୍ର କହିଛନ୍ତି। ହିଂସାକାଣ୍ଡର କାରଣ […]

ରାଜ୍ୟ

ଶରଧାବାଲିରେ ତିନି ରଥ: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଅବଶେଷରେ ବିଶ୍ୱନିୟନ୍ତା ଲୀଳାମୟ ମହାପ୍ରଭୁ ନିଜ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶରଧାବାଲିରେ ପହଞ୍ଚିଛନ୍ତି। ମଙ୍ଗଳବାର ଅପରାହ୍‌ଣ ୩ଟା ୪ ମିନିଟରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ଏବେ ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। କାଲି ଶରଧାବାଲିରେ ଲାଗିଥିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ […]