ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରବାସରେ ଓଡ଼ିଆ: ଗୁଜରାଟ ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମଦାବାଦ: ଗୁଜରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଅଡାଲଜ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ବହୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନଙ୍କର ଭିଡ଼ ନଜରକୁ ଆସିଥିଲା। ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା କରାଯାଇ ସକାଳ ୯ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ରାଜ୍ୟ ଜନଜାତି ଉନ୍ନୟନ ମନ୍ତ୍ରୀ ଡଃ କୁବେର ଭାଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲକୁ ମୋଦୀଙ୍କ ସାକ୍ଷାତକାର: ବିଶ୍ବ ଫୋରମ୍‌ରେ ଭାରତକୁ ଯୋଗ୍ୟ ସ୍ଥାନ ମିଳିବା ଉଚିତ

ନୂଆଦିଲ୍ଲୀ: ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବା ପୂର୍ବରୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ବରେ ଭାରତ ତା’ର ଉପଯୁକ୍ତ ସ୍ଥାନ ପାଇବା ଦିଗରେ ଉଦ୍ୟମ କରୁଛି। ଭାରତ ଅନ୍ୟ କୌଣସି ଦେଶର ସ୍ଥାନ ନେଉନାହିଁ। ଭାରତ କେବଳ ତା’ର ଉପଯୁକ୍ତ ସ୍ଥାନ ଓ ମର୍ଯ୍ୟାଦା ପାଇବା ଦିଗରେ ଗତି କରୁଛି। ବିଶ୍ବ ଫୋରମ୍‌ରେ ଭାରତ ଏକ ଉଚ୍ଚତର, ଗଭୀରତର ଓ ପ୍ରଶସ୍ତତର ପ୍ରୋଫାଇଲ ପାଇବାକୁ ହକ୍‌ଦାର।ମୋଦୀ କହିଲେ ଯେ, ଭାରତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କମୁନି ତାତି, କେମିତି ଖୋଲିବ ସ୍କୁଲ?

ଭୁବନେଶ୍ୱର: ଜୁନ୍‌ ୨୦ ସରିଲା। ମାତ୍ର ତାତି କମିଲାନି। ଆଜି ବି ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ତତଲା ପାଲଟିଥିବା ବେଳେ ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପକାଇଛି। କାଳବୈଶାଖୀ ନାହିଁ କି ବର୍ଷା ହୋଇନି। ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରାକ-ମୌସୁମୀ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ଅଥଚ କେବେ ମୌସୁମୀ ଓଡ଼ିଶା ଛୁଇଁବ ତାହା ଆକଳନ କରିପାରି ନାହିଁ। କେବଳ ଆଶ୍ବାସନା ଦେଉଛି ଖୁବ୍‌ଶୀଘ୍ର ମୌସୁମୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମମତା ସରକାରକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା: ନିର୍ବାଚନ ମାନେ ନୁହେଁ ହିଂସାକୁ ଲାଇସେନ୍ସ ମିଳିଗଲା

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବା ପାଇଁ କାଲ୍‌କାଟା ହାଇକୋର୍ଟଙ୍କ ଆଦେଶକୁ ମଙ୍ଗଳବାର କାଏମ୍ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ରାଜ୍ୟ ନିର୍ବାଚନ କମିସନକୁ ମଧ୍ୟ ତାଗିଦ କରି କହିଛନ୍ତି, ନିର୍ବାଚନ ମାନେ ନୁହେଁ ହିଂସାକୁ ଲାଇସେନ୍ସ ମିଳିଗଲା। ମୁକ୍ତ ଓ ଅବାଧ ନିର୍ବାଚନ କରାଇବା ରାଜ୍ୟ ନିର୍ବାଚନ କମିସନଙ୍କ ଦାୟିତ୍ବ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ରୀୟ ବାହିନୀ ମୁତୟନକୁ ରାଜ୍ୟ ସରକାର ଦ୍ବାରା ବିରୋଧ କରାଯିବାକୁ ସୁପ୍ରିମ୍‌କୋର୍ଟ ଅଯୌକ୍ତିକ ଦର୍ଶାଇବା ସହ ଏଥିରେ […]

ରାଜ୍ୟ

ଆରମ୍ଭ ହେଲା ପ୍ରାକ୍‌-ମୌସୁମୀ ବର୍ଷା: ୨୨ରୁ ୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ତାତି କମିପାରେ। ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏମିତି ଆଶା ଦେଖାଇଛି। କୁହାଯାଇଛି ଯେ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଆଜି ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟର ଆଉ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୁକି ସଂପ୍ରଦାୟକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଆଦିବାସୀ ମଞ୍ଚର ଆବେଦନ ଉପରେ ତୁରନ୍ତ ଶୁଣାଣି ହେବନାହିଁ

ନୂଆଦିଲ୍ଲୀ: ମଣିପୁରରେ ଏବେ ବି ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। କୁକି ସଂପ୍ରଦାୟକୁ ସେନା ସୁରକ୍ଷା ଯୋଗାଇଦେବା ପାଇଁ ମଣିପୁର ଟ୍ରାଇବାଲ ଫୋରମ୍‌ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ତୁରନ୍ତ ଶୁଣାଣି ହେବନାହିଁ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ଦାୟିତ୍ବ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର। ରାଜ୍ୟରେ ଏବେ ସୁରକ୍ଷା ବାହିନୀ ସ୍ଥିତି ନିୟନ୍ତ୍ରଣ ପାଇଁ ଅହରହ କାମ କରୁଥିବା ନେଇ ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି। ଏଭଳି ସ୍ଥିତିରେ କୁକି […]

ରାଜ୍ୟ

ନନ୍ଦିଘୋଷେ ନୀଳାଚଳିଆ

ଭୁବନେଶ୍ବର: କିଏ ଦୁଇ ହାତ ଟେକି ଦେଇଥିଲା ତ କିଏ ହାତ ଯୋଡ଼ି ଚାହିଁ ରହିଥିଲା। କିଏ ଡେଉଁଥିଲା ତ କିଏ ନାଚି ପକାଉଥିଲା। ଅନେକ ତ ଘଣ୍ଟ, ଘଣ୍ଟା, ବାଜା ତାଳରେ ଉନ୍ମାଦ ହୋଇଉଠୁଥିଲେ। କାହା ଆଖିରୁ ଝରିପଡ଼ୁଥିଲା ଆନନ୍ଦାଶ୍ରୁ ତ କିଏ ଅତି ଖୁସିରେ କୋହକୋହ ହୋଇ କାନ୍ଦିପକାଉଥିଲା। କିଏ ରଥ ଦଉଡ଼ିକୁ ଛୁଇଁ ମୁଣ୍ଡିଆ ମାରି ଦେଉଥିଲା ତ କିଏ ରଥକୁ ଛୁଇଁ କୃତାର୍ଥ ମନେ କରୁଥିଲା। କିନ୍ତୁ କାହା ଆଖିର ପଲକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ବିସ୍ଫୋରକ ସ୍ଥିତି ଜାରି: ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନର ୪ ସଦସ୍ୟ ଗିର

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ବି‌ସ୍ଫୋରକ ସ୍ଥିତି ଲାଗି ରହିଛି। ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନଗୁଡ଼ିକ ଏବେ ସବୁ ଜିଲ୍ଲାରେ ସକ୍ରିୟ ହୋଇଉଠିଥିବାରୁ ସୁରକ୍ଷା ବାହିନୀ ପାଇଁ ଚ୍ୟାଲେଂଜ ବଢ଼ିଛି। ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନର ୟୁଏନ୍‌ଏଲ୍‌ଏଫ୍‌ର ୪ ଜଣ ସଦସ୍ୟଙ୍କୁ ଆଜି ଗିରଫ କରାଯାଇଛି । ସେମାନଙ୍କଠାରୁ ଅନେକ ମୋର୍ଟାର ଓ ବୋମା ଜବତ କରାଯାଇଛି । ବିଭିନ୍ନ ପୁଲିସ ଥାନା, ସୁରକ୍ଷା ବାହିନୀ ଶିବିର ଏବଂ ଅସ୍ତ୍ରାଗାରରୁ ଲୁଟ୍‌ ହୋଇଥିବା ବନ୍ଧୁକ ମଧ୍ୟରୁ ଅନେକ ଉଗ୍ରପନ୍ଥୀଙ୍କ ହାତରେ ପଡ଼ିଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ବିଭିନ୍ନ ସ୍ଥାନରେ ଚାଲିଛି ଯୋଗାଭ୍ୟାସ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ବର ୧୮୦ ଦେଶରେ ବୁଧବାର ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ଯୋଗଦିବସର ବିଷୟ ରହିଛି ବସୁଧୈବ କୁଟୁମ୍ବକମ। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଏହି ଦିବସ ସାରା ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି। ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଥିବାବେଳେ ସେଠାରୁ ଯୋଗ ମନ୍ତ୍ର ଦେଇଛନ୍ତି। ଯୋଗ ଏକ ବୈଷୟିକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଦ୍ବାରା ଶରୀର ସୁସ୍ଥ ରହିବା ସହିତ ବଳ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୩ ସଂଘୀୟ ଅଭିଯୋଗରେ ଦୋଷ ସ୍ବୀକାର ପାଇଁ ରାଜି ହେଲେ ବାଇଡେନଙ୍କ ପୁଅ ହଣ୍ଟର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ତାଙ୍କ ବିରୋଧରେ ଥିବା ୩ଟି ସଂଘୀୟ ଆୟକର ଅଭିଯୋଗ ସଂକ୍ରାନ୍ତ ମାମଲାରେ ଦୋଷ ସ୍ବୀକାର କରିବାପାଇଁ ରାଜି ହୋଇଛନ୍ତି। ଆୟକର ଟିକସ ଦେବାରେ ବିଫଳତା ନେଇ କ୍ଷମା ମାଗିବାପାଇଁ ହଣ୍ଟର ବାଇଡେନ ରାଜି ହୋଇଛନ୍ତି। ହଣ୍ଟର ବାଇଡେନ ମଧ୍ୟ ବେଆଇନ ଭାବେ ବନ୍ଧୁକ ରଖିଥିବା ସ୍ବୀକାର କରିଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ଡ୍ରଗ୍‌ ନେଉଥିବା ସତ୍ତ୍ବେ ସେ ବେଆଇନ […]