ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ: ୧୧ଟି ସ୍ଥାନରେ ଏକକାଳୀନ ଚଢ଼ଉ

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ବର ଓ ଭଦ୍ରକର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ। ସେ ସଂପ୍ରତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ କାର୍ଯ୍ୟରତ। ସୂଚନା ଅନୁଯାୟୀ, ଭଦ୍ରକ ଫିରିଙ୍ଗପାଟଣାରେ ଥିବା ଜୟନ୍ତୀ ବେହେରାଙ୍କ ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସିଦ୍ଧେଶ୍ୱର କଲୋନିରେ ୩ ମହଲା ଓ ଦୁଇ ମହଲା ବିଶିଷ୍ଟ ଘର, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌କୁ ପଦୋନ୍ନତି

ଭୁବନେଶ୍ବର: ବରିଷ୍ଠ ଓଏଏସ୍‌ ଅଧିକାରୀ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କ ଆଇଏଏସ୍‌ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ କାର୍ମିକ ଓ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ପାଣିଗ୍ରାହୀଙ୍କୁ ୨୦୨୦ ଚୟନ ତାଲିକା ନିମନ୍ତେ ପିଛିଲା ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ରେ ଅବସ୍ଥାପିତ କରାଯାଇଛି। ବର୍ତ୍ତମାନ ଶ୍ରୀ ପାଣିଗ୍ରାହୀ ଚକବନ୍ଦୀ ଓ ବନ୍ଦୋବସ୍ତ କମିସନର୍‌ ଭାବେ କାର୍ଯ୍ୟରତ ଅଛନ୍ତି।

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୭ ଭାରତୀୟ ସିରପ୍‌ ଯାଞ୍ଚ ପାଇଁ ତାଲିକାଭୁକ୍ତ କଲା ‘ହୁ’

ନୂଆଦିଲ୍ଲୀ: ନକଲି ଔଷଧ ଯାଞ୍ଚ ତାଲିକାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ଭାରତର ୭ଟି ଔଷଧକୁ ଅନ୍ତର୍ଭୁକ୍ତ କରିଛି। ନକଲି ସିରପ୍‌ ପାଇଁ ବିଶ୍ବବ୍ୟାପୀ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୭ଟି ଭାରତୀୟ ସିରପ୍‌ ସମେତ ମୋଟ୍‌ ୨୦ଟି ମେଡିସିନ୍‌କୁ ଯାଞ୍ଚ ତାଲିକାଭୁକ୍ତ କରିଛନ୍ତି। ଅନ୍ୟ ଔଷଧଗୁଡ଼ିକ ଇଣ୍ଡୋନେସିଆର। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଔଷଧର ମାନକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଟାଇଟାନିକ୍‌’ ଦର୍ଶନ: ନିଖୋଜ ବୁଡ଼ାଜାହାଜ ଉଦ୍ଧାରକାରୀଙ୍କୁ ପାଣି ଭିତରୁ ଶବ୍ଦ ଶୁଭିଛି: ଆମେରିକୀୟ ତଟରକ୍ଷୀ

ୱାସିଂଟନ୍‌: ‘ଟାଇଟାନିକ୍‌’ର ଭଗ୍ନାଂଶ ଦେଖାଇ ନେବା ପାଇଁ ୫ଜଣ ପର୍ଯ୍ୟଟକଙ୍କୁ ନେଇଯାଇଥିବା ନିଖୋଜ ବୁଡ଼ାଜାହାଜ ସନ୍ଧାନ ନେଉଥିବା ଉଦ୍ଧାରକାରୀ ଦଳ ଉତ୍ତର ଆଟ୍‌ଲାଣ୍ଟିକ୍‌ ସାଗର ପାଣି ଭିତରେ ଶବ୍ଦ ଶୁଣିଥିବା କଥା ଆଜି ଯୁକ୍ତରାଷ୍ଟ୍ର ଆମେରିକାର ତଟରକ୍ଷୀ ବାହିନୀ ସୁନିଶ୍ଚିତ କରି କହିଛି। ଦୁଇ ଦିନ ପୂର୍ବରୁ ଜଳରାଶିର ଯେଉଁ ଅଞ୍ଚଳ‌ରୁ ବୁଡ଼ା ଜାହାଜଟି ନିଖୋଜ ହୋଇଯାଇଥିଲା ସେ ଅଞ୍ଚଳରୁ ସେମାନେ ଏହି ଶବ୍ଦ ଶୁଣିଥିବା କଥା କହିଛନ୍ତି। ଅଫିସିଆଲ୍‌ ଟୁଇଟର୍‌ ପେଜ୍‌ରେ ‘ୟୁଏସ୍‌ କୋଷ୍ଟ୍‌ ଗାର୍ଡ’ର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟଙ୍କା ପାଇଁ ଆସୁନାହାନ୍ତି ମାସକୁ ୧୦ ଲକ୍ଷ ହିସାବରେ ୩୦ ବର୍ଷଯାଏଁ ଲଟେରି ଜିଣିଥିବା ବ୍ୟକ୍ତି; ଖୋଜୁଛି ଲଟେରି କମ୍ପାନି

ଲଣ୍ଡନ: ମାସକୁ ୧୦,୦୦୦ ପାଉଣ୍ଡ୍‌ (ଭାରତୀୟ ମୁଦ୍ରାରେ ୧୦ ଲକ୍ଷ ଟଙ୍କା) ଲେଖାଏଁ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ପାଇବା ଲାଗି ‘ଲାଇଫ୍‌ ଲଟେରି ଟିକେଟ୍‌’ କିଣି ବିଜୟୀ ହୋଇିଲେ ମଧ୍ୟ ଉକ୍ତ ବ୍ୟକ୍ତି ତାହା ଜାଣି ପାରି ନ ଥିବା କଥା ଇଂଲଣ୍ଡ୍‌ର ଏକ ଲଟେରି କମ୍ପାନି କହିଛି। ସଂଗୃହୀତ ସୂଚନା ଅନୁସାରେ, ବ୍ୟକ୍ତିଜଣକ କିଣିଥିବା ‘ନ୍ୟାସ୍‌ନାଲ୍‌ ଲଟେରି’ର ଉକ୍ତ ‘ଲାଇଫ୍‌ ଟିକେଟ୍‌’ର ଉଠାଣ ୨୦୨୩ ମେ ୧୮ ତାରିଖ ଦିନ ଇଂଲଣ୍ଡ୍‌ର ଷ୍ଟ୍ରଡ୍‌ରେ ହୋଇଥିଲା। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟଙ୍କା ନ ଦେଇ ପଞ୍ଚତାରକା ହୋଟେଲ୍‌ରେ ୨ ବର୍ଷ ରହିଥିଲେ ବ୍ୟକ୍ତି; ହୋଟେଲ୍‌ର ୫୮ ଲକ୍ଷ ଟଙ୍କା କ୍ଷତି

ନୂଆଦିଲ୍ଲୀ: କେତେକ କର୍ମଚାରୀଙ୍କ ସହିତ ଗୁପ୍ତରେ ସମ୍ପର୍କ ରଖି ବିନା ଦେୟରେ ଜଣେ ବ୍ୟକ୍ତି ପ୍ରାୟ ୨ ବର୍ଷ ଧରି ଏକ ପଞ୍ଚତାରକା ହୋଟେଲ୍‌ରେ ରହିବାରୁ ହୋଟେଲ୍‌ର ୫୮ ଲକ୍ଷ ଟଙ୍କା କ୍ଷତି ହୋଇଥିବା କଥା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଏରେସିଟିସ୍ଥିତ ଉକ୍ତ ପଞ୍ଚତାରକା ହୋଟେଲ୍‌ ‘ରୋଜିଟ୍‌ ହାଉସ୍‌’ ‘ଆଇଜିଆଇ ଏୟାର୍‌ପୋର୍ଟ ଥାନା’ରେ ମାମଲା ରୁଜୁ କରିଛି। ‘ରୋଜିଟ୍‌ ହାଉସ୍‌’କୁ ପରିଚାଳନା କରୁଥିବା ‘ବାର୍ଡ ଏୟାର୍‌ପୋର୍ଟସ୍‌ ହୋଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ପ୍ରତିନିଧି ବିନୋଦ ମାଲହୋତ୍ରା ଦେଇଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନ୍ୟୁୟର୍କରେ ମୋଦୀ : ଆରମ୍ଭ ହେଲା ୪ ଦିନିଆ ଆମେରିକା ଗସ୍ତ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪ ଦିନିଆ ଐତିହାସିକ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ମୋଦୀ ନୂଆଦିଲ୍ଲୀରୁ ଆମେରିକାକୁ ଉଡ଼ାଣ ଆରମ୍ଭ କରିଥିଲେ ଏବଂ ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ନ୍ୟୁୟର୍କରେ ପହଞ୍ଚିଛନ୍ତି। ଜନ୍‌ ଏଫ୍‌ କେନେଡ଼ି ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଆମେରିକାକୁ ମୋଦୀଙ୍କର ଏହା ପ୍ରଥମ ସରକାରୀ ଗସ୍ତ ଥିବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୫୦ ଆୟୁଷ ୱେଲ୍‌ନେସ୍ କେନ୍ଦ୍ରରେ ପାଳିତ ହେବ ଯୋଗ ଦିବସ

ଭୁବନେଶ୍ବର: ଜୁନ୍ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ। ସୁସ୍ଥ ଜୀବନଯାପନ ସହିତ ଯୋଗକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହୋଇଆସୁଛି। ଓଡ଼ିଶାର ୨୫୦ଟି ଆୟୁଷ ସ୍ବାସ୍ଥ୍ୟ ଓ ୱେଲ୍‌ନେସ୍‌ କେନ୍ଦ୍ରରେ ଆସନ୍ତାକାଲି ଯୋଗ ଦିବସ ପାଳନ କରାଯିବ। ଏଥିପାଇଁ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟରେ ବର୍ତ୍ତମାନସୁଦ୍ଧା ୨୫୦ଟି ଆୟୁଷ ୱେଲ୍‌ନେସ୍‌ କେନ୍ଦ୍ର ରହିଛି। ରୂପାନ୍ତରିତ ହୋଇଥିବା ଆୟୁଷ ସ୍ବାସ୍ଥ୍ୟ ଓ ୱେଲ୍‌ନେସ୍‌ କେନ୍ଦ୍ରରେ ଯୋଗ ପ୍ରଶିକ୍ଷକ ଓ ପ୍ରଦର୍ଶକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗ୍ରୀଷ୍ମଲହରି ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ: ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ୍‌ ପଠାଗଲା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଏବେ ଗ୍ରୀଷ୍ମଲହରି ଜାରି ରହିଛି। ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟଗୁଡ଼ିକରେ ଗ୍ରୀଷ୍ମଲହରି ସ୍ଥିତି ଯୋଗୁଁ ମୃତ୍ୟୁ ଏବଂ ଅସୁସ୍ଥତା ବଢ଼ିବାରୁ କେନ୍ଦ୍ର ସରକାର ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବିଭିନ୍ନ ରାଜ୍ୟ ଗ୍ରୀଷ୍ମଲହରି ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ରହିଛନ୍ତି ସେନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ), ଆଇସିଏମ୍‌ଆର, ଏନ୍‌ଡିଏମ୍‌ଏର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ […]

ଅପରାଧ ଦେଶ ବିଦେଶ

ଅଳିଆ ପକାଇବାକୁ ନେଇ ପରିବାରର ୩ ଜଣଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୈନପୁରୀର କରହଲ୍‌ ଅଞ୍ଚଳରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସାମାନ୍ୟ ଅଳିଆ ପକାଇବାକୁ ନେଇ ପାଟିତୁଣ୍ଡ ହେବାରୁ ଏହି ଘଟଣା ଘଟିଛି। ଏସ୍‌ପି ବିନୋଦ କୁମାର କହିଛନ୍ତି, କରହଲ ଅଞ୍ଚଳର ଅତିରାମପୁର ଗ୍ରାମରେ ଗୋଟିଏ ପରିବାରର କିଛି ସଦସ୍ୟଙ୍କ ମଧ୍ୟରେ ଅଳିଆ ପକାଇବାକୁ କେନ୍ଦ୍ରକରି ବିବାଦ ଉପୁଜିଥିଲା। ଏହି ବିବାଦ ସୋମବାର ଦିନ ଅତି ଉଗ୍ର ରୂପ ନେଇଥିଲା ଏବଂ ଜଣେ ବ୍ୟକ୍ତି ଗୋଟିଏ ପରିବାରର ୩ ଜଣ ସଦସ୍ୟ […]