ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହ୍ବାଇଟ୍‌ ହାଉସ୍‌ ଷ୍ଟେଟ୍‌ ଡିନର୍‌ରେ କ’ଣ ଖାଇବେ ନିରାମିଷାଶୀ ପ୍ରଧାନମନ୍ତ୍ରୀ ମୋଦୀ

ୱାସିଂଟନ୍‌: ସମ୍ମାନଜନକ ‘ଷ୍ଟେଟ୍‌ ଭିଜିଟ୍‌’ରେ ହ୍ବାଇଟ୍‌ ହାଉସ୍‌କୁ ଆମନ୍ତ୍ରିତ ହୋଇଥିବା ପ୍ରଧାନମନ୍ତ୍ରୀ ମ‌ୋଦୀ ଓ ଅନ୍ୟାନ୍ୟ ଅତିଥିଙ୍କୁ ଆଜି ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ‘ଷ୍ଟେଟ୍‌ ଡିନର୍‌’ରେ ଆପ୍ୟାୟିତ କରାଯିବ। ପ୍ରାପ୍ତ ସୂଚନା ଅନୁସାରେ, ଆଜି ପ୍ରସ୍ତୁତ ହେବାକୁ ଥିବା ଭାରତୀୟ ବ୍ୟଞ୍ଜନ ପାଇଁ ରୋଷେୟାଙ୍କ ନେତୃତ୍ବ ନେବେ ଶାକ୍‌ସବ୍‌ଜି ବ୍ୟଞ୍ଜନ ପ୍ରସ୍ତୁତିରେ ହ୍ବାଇଟ୍‌ ହାଉସ୍‌ ପ୍ରବୀଣ ରୋଷେୟା ନିନା କର୍ଟିସ୍‌। ‘ଷ୍ଟେଟ୍‌ ଡିନର୍‌’ରେ ନିରାମି‌ଷାଶୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ସେଫ୍‌’ (ରୋଷେୟା) ନିନା କର୍ଟିସ୍‌ ଚମତ୍କାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ- ଭୁବନେଶ୍ୱରରେ ପ୍ରାକ୍ ମୌସୁମୀ ବର୍ଷା: ଟୁଇନସିଟିବାସୀ ଆଶ୍ୱସ୍ତ

ଭୁବନେଶ୍ବର: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରୁ ଟୁଇନସିଟିବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ସକାଳେ କଟକ ଓ ଭୁବନେଶ୍ବରରେ ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ହେତୁ ଛଟପଟ ହେଉଥିଲେ ଲୋକେ। ହେଲେ ମଧ୍ୟାହ୍ନରେ ଆକସ୍ମିକ ଭାବେ ପ୍ରାକ୍ ମୌସୁମୀ ବର୍ଷା ହେବା କାରଣରୁ ଉଭୟ ମହାନଗରର ଲୋକେ ଟିକେ ଥଣ୍ଡା ଅନୁଭବ କରିଛନ୍ତି। ଆଜି କଟକ- ଭୁବନେଶ୍ୱରର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଏହି ବର୍ଷାର ପ୍ରଭାବରେ କଟକ- ଭୁବନେଶ୍ୱରର  ଅନେକ ସ୍ଥାନ ଜଳାର୍ଣ୍ଣବ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲିଙ୍ଗ ପରିବର୍ତ୍ତନ କରିବେ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ

କୋଲ୍‌କାତା: ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ‘ସୁଚେତନା’ରୁ ‘ସୁଚେତନ’ ହେବାକୁ ନିଷ୍ପତ୍ତି ନେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଏଥିପାଇଁ ଆବଶ୍ୟକ ସମସ୍ତ ସାର୍ଟିଫିକେଟ୍‌ ଦାଖଲ କରିବା ‘ସୁଚେତନା’ ଆଇନଗତ ପରାମର୍ଶ ଗ୍ରହଣ କରିବା ସହିତ ସାନସିକ ରୋଗ ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗ କରିଛନ୍ତି। ଅଳ୍ପ ଦିନ ପୂର୍ବେ ‘ଏଲ୍‌ଜିବିଟିକ୍ୟୁ’ କର୍ମଶାଳାରେ ଯୋଗ ଦେଇଥିବା ‘ସୁଚେତନା’ କହିଛନ୍ତି, ସେ ଜଣେ ପୁରୁଷ ବୋଲି ନିଜକୁ ନିଜେ ଚିହ୍ନି […]

ଅପରାଧ ରାଜ୍ୟ

ପୁଅକୁ ସ୍କୁଲରେ ଛାଡ଼ି ଘରକୁ ଫେରୁଥିଲେ ଯୁବକ: ବୋଲେରୋ ଧକ୍କାରେ ଚାଲିଗଲା ଜୀବନ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଧୋବାଗଡ଼ିଆ-ରାଣୀତାଲ ରାସ୍ତାର ଭୀମନାଥପୁର ଛକ ନିକଟରେ ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ।ମୃତକ ହେଲେ ଖଇରା ଥାନା ଅଧୀନ ସିଙ୍ଗିଡ଼ି ଗାଁର ୩୫ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ବେହେରା। ରଶ୍ମିରଞ୍ଜନ ଆଜି ସକାଳେ ତାଙ୍କ ପୁଅକୁ ସାଇକେଲ ଯୋଗେ ବାରାପୁର ସରସ୍ୱତୀ ଶିଶୁମନ୍ଦିରରେ ଛାଡ଼ି ଫେରିବା ସମୟରେ ଭୀମନାଥପୁର ଛକ ନିକଟରେ କୁପାରୀ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରଶ୍ମିରଞ୍ଜନଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରେସ୍ତୋରାଁରେ ‘ଏଲ୍‌ପିଜି’ ଗ୍ୟାସ୍‌ ଲିକ୍‌ ଯୋଗୁଁ ବିସ୍ଫୋରଣ: ୩୧ ମୃତ

ବେଜିଙ୍ଗ୍: ବୁଧବାର ରାତିରେ ଉତ୍ତରପଶ୍ଚିମ ଚୀନ୍‌ର ନିଙ୍ଗ୍‌ସିଆ ଅଞ୍ଚଳରେ ଥିବା ୟିନ୍‌ଚୁଆନ୍‌ ନଗରୀର ଗୋଟାଏ ରେସ୍ତୋରାଁରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୩୧ଜଣ ଲୋକ ମରିଯାଇଥିବା କଥା ଆଜି ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘ସିନ୍‌ହୁଆ’ ରିପୋର୍ଟ କରିଛି। ବୁଧବାର ସନ୍ଧ୍ୟାର ବିସ୍ଫୋରଣ ସଂକ୍ରାନ୍ତରେ ଆଞ୍ଚଳିକ କମ୍ୟୁନିଷ୍ଟ୍‌ ପାର୍ଟି କମିଟି ବିବୃତିରୁ ଉଦ୍ଧାର କରି ‘ସିନ୍‌ହୁଆ’ କହିଛି, ଗୋଟାଏ ବାର୍ବେକ୍ୟୁ ରେସ୍ତୋରାଁରେ କାମ ଚାଲିଥିବା ବେଳେ ‘ଏଲ୍‌ପିଜି’ ଗ୍ୟାସ୍‌ ଲିକ୍‌ କରିବାରୁ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଆହୁରି ୭ଜଣ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଲେ ବାଇଡେନ୍‌ ଦମ୍ପତି; ‘ଫାଷ୍ଟ୍‌ ଲେଡି’ ଜିଲ୍‌ଙ୍କୁ ‘ସବୁଜ ହୀରା’ ଉପହାର ଦେଲେ ମୋଦୀ

ୱାସିଂଟନ୍‌: ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନେ ପରସ୍ପରର କୁଶଳ ଜୀଜ୍ଞାସା କରି (ଭଲମନ୍ଦ ପଚାରିବା) ଫଟୋ ଉଠାଇବା ପାଇଁ ‘ପୋଜ୍‌’ ଦେଇଥିଲେ। ଔପଚାରିକ ଉପହାର ଭାବେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଂଶ ଶତାବ୍ଦୀ ପ୍ରାରମ୍ଭ ସମୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁଷ୍କର୍ମ ଅଭିଯୋଗ ଆସିବାପରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଲା ମାଓ ସଙ୍ଗଠନ

ମାଲକାନଗିରି: ଦୁଷ୍କର୍ମ ଅଭିଯୋଗ ଆସିବାପରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଲା ମାଓ ସଙ୍ଗଠନ। ମାଓ ନେତା ମାନୁ ଦୁଗାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଛତିଶଗଡ଼ କାଙ୍କେର ଜିଲ୍ଲା କୋଇଲିବେଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମନୁ କାଙ୍କେର ଡିଭିଜନ କିସୋକୋଡି ଏରିଆ କମିଟିର ସକ୍ରିୟ ସଦସ୍ୟ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର କାଙ୍କେର ଜିଲ୍ଲାର କୋଇଲିବେଡା ଅଞ୍ଚଳରେ ମାଓବାଦୀମାନ‌େ ନିଜର ଜଣେ ମାଓସାଥୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ମାଓବାଦୀ ସଂଗଠନରେ ଥିବା ମହିଳା ସଦସ୍ୟଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜିନ୍‌ପିଙ୍ଗ୍‌ଙ୍କୁ ଏକଛତ୍ରବାଦୀ କହିଲେ ଜୋ ବାଇଡେନ୍‌

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଦିନ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକଛତ୍ରବାଦୀ କହିଛନ୍ତି। ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ ଆମେରିକା ଓ ଚୀନ୍‌ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା‌ ଆଣିବାପାଇଁ ବେଜିଂ ଗସ୍ତ କରିବାର ଦିନକ ପରେ ଆଜି ବାଇଡେନ୍‌ ଏଭଳି ଟିପ୍ପଣୀ ଦେଇଛନ୍ତି। ବାଇଡେନ୍‌ କହିଛନ୍ତି, ଚୀନ୍‌ର ଏକ ଗୁଇନ୍ଦା ‌ବେଲୁନ ଚଳିତ ବର୍ଷ ଆମେରିକା ବାୟୁସୀମାରେ ଉଡ଼ୁଥିଲା। କିନ୍ତୁ ଏହା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେରିକା […]

ରାଜ୍ୟ

ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ: ପୁରୀରେ ପହଞ୍ଚିବେ ଏଏସଆଇର ୪ ଜଣିଆ ବୈଷୟିକ ଟିମ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିପାଇଁ ଆଜି ଏଏସଆଇର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିବେ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। ଏ ନେଇ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରାଉଟିଙ୍ଗ ଓ ଡ୍ରିଲିଂ କାର୍ଯ୍ୟ କରାଯିବ। ତାପରେ ଷ୍ଟିଲ ଫ୍ରେମ ଲଗାଯିବ। ଏହାପରେ ବର୍ମାଟିକ କାଠର ଦ୍ୱାରକୁ ଲଗାଯିବ। ଆଉ ଦୁଇଦିନ ଭିତରେ ଷ୍ଟିଲ ଫ୍ରେମ ସରିଲେ ତାକୁ […]

ରାଜ୍ୟ

ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ବଲାଙ୍ଗୀର: ବଲାଙ୍ଗୀର ସହରରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଠରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ  ମହିଳା କର୍ମୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ ଡାକରାରେ ସାମିଲ ହେବା ଲାଗି ଲୋକଙ୍କୁ ନିବେଦନ କରୁଥିବାର ଦେଖିବାକୁ ମିଳିଛି। ଆଜି ବଲାଙ୍ଗୀରରେ ଦେକାନବଜାର, ସରକାରୀ ବେସକାରୀ ଶିକ୍ଷା ନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହାଛଡ଼ା ଗାଡ଼ି […]