ଜନ୍ମବେଦିରେ ଚତୁର୍ଦ୍ଧା ବିଗ୍ରହ; ଆଜିଠୁ ମିଳିବ ଆଡ଼ପ ଦର୍ଶନ, ଆଡପ ଅବଢ଼ା
ପୁରୀ : ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବଡ଼ଦାଣ୍ଡରେ ଦୁଇଦିନର ଲୀଳାଖେଳ ସାରି ଆଜି ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରିଛନ୍ତି। ବୁଧବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବାପରେ ଗୁରୁବାର ସନ୍ଧ୍ୟାରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଜନ୍ମବେଦିରେ ବିରାଜମାନ ହୋଇଛନ୍ତି। ପହଣ୍ଡି ବେଳେ ଘଣ୍ଟଘଣ୍ଟା ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ପହଣ୍ଡି ଦେଖି କୋଟି […]









