ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉପରାଜ୍ୟପାଳ-କେଜ୍ରିୱାଲଙ୍କ ପତ୍ରଯୁଦ୍ଧ: ‘ଶୀଲା ଦୀକ୍ଷିତଙ୍କ ଅମଳରେ ବେଶି ଭଲ କାମ ହୋଇଥିଲା’

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ମଧ୍ୟରେ ଚାଲିଛି ପତ୍ରଯୁଦ୍ଧ। ଜାତୀୟ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଚିଠି ଦିଆନିଆ ହେବା ପରେ ଉପରାଜ୍ୟପାଳ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ମତବ୍ୟକ୍ତ କରିଛନ୍ତି ଯେ, ଦିଲ୍ଲୀରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି ବୋଲି ସେ ଯେଉଁ ଦାବି କରୁଛନ୍ତି ତାହା ମିଛ। ଉପରାଜ୍ୟପାଳ କରିଛନ୍ତି ଯେ, ଦିଲ୍ଲୀରେ ସ୍ବାସ୍ଥ୍ୟକ୍ଷେତ୍ରରେ ବିପ୍ଳବ ଆଣିଛନ୍ତି ବୋଲି କେଜ୍ରିୱାଲ କେବଳ ବଡ଼ବଡ଼ ଦାବି କରୁଛନ୍ତି ସିନା, […]

ଅପରାଧ ଦେଶ ବିଦେଶ

ଫରାସୀ ବ୍ୟକ୍ତି ଗିରଫ: ସ୍ତ୍ରୀଙ୍କୁ ନିଶା ଦେଇ ୫୧ ଜଣଙ୍କ ଦ୍ବାରା ବଳାତ୍କାର

ପ୍ୟାରିସ: ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ପ୍ରତି ରାତିରେ ନିଶା ଦେଇ ଅନ୍ୟ ଲୋକମାନଙ୍କୁ ତାଙ୍କୁ ବଳାତ୍କାର କରିବା ପାଇଁ ଆମନ୍ତ୍ରଣ କରୁଥିବା ଅଭିଯୋଗ ହୋଇଛି। ଏକ ରିପୋର୍ଟ ଅନୁସାରେ ୧୦ ବର୍ଷ ହେଲା ଅଭିଯୁକ୍ତ ଜଣକ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଛି ଏବଂ ମହିଳା ଜଣକ ଏ ପର୍ଯ୍ୟନ୍ତ ୯୨ ଥର ବଳାତ୍କାରର ଶିକାର ହୋଇଛନ୍ତି। ମହିଳାଙ୍କୁ ବଳାତ୍କାର କରିଥିବା ୫୧ ଜଣ ଲୋକଙ୍କ ବୟସ ହେଉଛି ୨୬ରୁ ୭୩ ବର୍ଷ ଭିତରେ। ଅଭିଯୁକ୍ତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ନ୍ୟୁୟର୍କ ଟାଇମ୍ସ’ରେ ‘ମନ୍‌ କୀ ବାତ୍‌’କୁ ପ୍ରଶଂସା

ନ୍ୟୁୟର୍କ : ସାମାଜିକ ଗଣମାଧ୍ୟମ ଟ୍ବିଟରରେ ୮୯.୫ ନିୟୁତ ଅନୁଗାମୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ବର ସବୁଠୁ ଲୋକପ୍ରିୟ ନେତା। ତେବେ ତାଙ୍କ ଲୋକପ୍ରିୟତାର ରହସ୍ୟ କ’ଣ ଜାଣନ୍ତି କି? ନ୍ୟୁୟର୍କ ଟାଇମ୍ସର ସ୍ତମ୍ଭକାର ମୁଜିବ ମାସାଲଙ୍କ ମତରେ ମୋଦୀଙ୍କ ଲୋକପ୍ରିୟତା ପଛରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ବଳିଷ୍ଠ ଭୂମିକା ରହିଛି। ଏହାହିଁ ବିଭିନ୍ନ ସାମାଜିକ ଗଣମାଧ୍ୟମକୁ ଖୋରାକ ଯୋଗାଇଥାଏ। ପ୍ରତିମାସରେ ମୋଦୀ ମନ୍ କୀ ବାତ୍‌ରେ ଯେଉଁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚାଟ୍‌ଜିପିଟିର ୧ ଲକ୍ଷ ଆକାଉଣ୍ଟ୍‌ ହ୍ୟାକ୍, ଭାରତ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ଲୋକପ୍ରିୟ ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ଚାଟ୍‌ଜିପିଟିର ଲକ୍ଷାଧିକ ଆକାଉଣ୍ଟ୍‌ ହ୍ୟାକ୍ ହୋଇଛି। ହ୍ୟାକର୍‌ମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରାଇ ନେଇଛନ୍ତି। ଏହି ଘଟଣାରେ ଭାରତ ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସିଙ୍ଗାପୁରର ଗ୍ରୁପ୍‌-ଆଇବି ନାମକ ସାଇବର ନିରାପତ୍ତା ସଂସ୍ଥା ଦାବି କରିଛି ଯେ ୧,୦୦,୦୦୦ ଅଧିକ ଚାଟ୍‌ଜିପିଟି ଆକାଉଣ୍ଟ୍‌ ହ୍ୟାକ୍ ହୋଇଛି। ସେଥିରୁ ସର୍ବାଧିକ ଆକାଉଣ୍ଟ୍‌କୁ ଭାରତୀୟମାନେ ବ୍ୟବହାର କରୁଥିଲେ। ଭାରତରେ ୧୨,୬୩୨ ଚାଟ୍‌ଜିପିଟି ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଥମୁନି ମଣିପୁର ହିଂସା: ରାତି ଅଧିଆ ବିସ୍ଫୋରଣ, ଗୁଳିମାଡ଼

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି। ବୁଧବାର ବିଳମ୍ବିତ ରାତିରେ ମଣିପୁରର ବିଭିନ୍ନ ଜିଲ୍ଲାରେ ବିସ୍ଫୋରଣ ଓ ଗୁଳିମାଡ଼ ହୋଇଛି। ବିଷ୍ଣୁପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ ହୋଇଛି। ବୋମାଟିକୁ ପାର୍କିଂ ହୋଇଥିବା ଏକ ଗାଡ଼ିରେ ରଖାଯାଇଥିଲା। କାଙ୍ଗପୋକପି ଜିଲ୍ଲାରେ ଗୁଳିକାଣ୍ଡ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷାକର୍ମୀ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପରେ ସ୍ଥିତି ନିୟନ୍ତ୍ରଣ‌ାଧୀନ ରହିଛି। ଇମ୍ଫାଲ ପୂର୍ବ ଜିଲ୍ଲା ନିକଟସ୍ଥ ଉରଙ୍ଗପଟ‌ରେ ମଧ୍ୟ ଗୁଳିମାଡ଼ ହୋଇଛି। ଅନ୍ୟପକ୍ଷେ ଗୁରୁବାର ସକାଳେ ପୁଣିଥରେ ଗୁଳିକାଣ୍ଡ ହୋଇଛି। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ: ଅବଧି ବୃଦ୍ଧିର ଏପାଖ ସେପାଖ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧିକୁ ଏପ୍ରିଲ ୧୩, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟ ପକ୍ଷରେ ଏହା ଓଡ଼ିଶାର ସ୍ବାର୍ଥ ରକ୍ଷାରେ କେତେ ସହାୟକ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଜୋର ଧରିବାରୁ ସୁପ୍ରିମ‌କୋର୍ଟଙ୍କ ନି‌ର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ମାର୍ଚ୍ଚ ୧୨, ୨୦୧୮ରେ ଏହି ଟ୍ରିବ୍ୟୁନାଲକୁ ଗଠନ କରିଥିଲେ। ଇତି ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ୫ ବର୍ଷରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନରେ ଶିଶୁ ଯୌନ ନିର୍ଯାତନା ଚରମରେ

ଇସଲାମାବାଦ: ପାକିସ୍ତାନରେ ଏବେ ଶିଶୁ ନିର୍ଯାତନା ମାମଲାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳୁଛି। ଅଧିକାଂଶ ମାମଲା ଶିଶୁ ଯୌନ ଉତ୍ପୀଡ଼ନ ସଂକ୍ରାନ୍ତ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ହଜାର ହଜାର ଶିଶୁ ଦୁର୍ବ୍ୟବହାର, ହିଂସା ଏବଂ ମୃତ୍ୟୁର ସମ୍ମୁଖୀନ ହେଉଥିବାରୁ ଏ ଦିଗରେ ଶିଶୁ ସୁରକ୍ଷା ସଂଗଠନର ଭୂମିକା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ମଦ୍ରାସାରେ ଶିଶୁ ଯୌନ ନିର୍ଯାତନା ମାମଲା ଏବଂ ଶିଶୁଙ୍କ କ୍ଷେତ୍ରରେ ଜଘନ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାଟନାରେ ଆଜି ବିରୋଧୀ ନେତାଙ୍କ ବୈଠକ: ଚର୍ଚ୍ଚାରେ ପୋଷ୍ଟର ୱାର୍‌

ପାଟନା: ପାଟନାରେ ବହୁ ପ୍ରତିକ୍ଷୀତ ବିରୋଧୀ ଦଳ ନେତାଙ୍କ ବୈଠକ ଆଜି ହେବ। ୧୮ଟି ବିରୋଧୀ ଦଳର ବରିଷ୍ଠ ନେତାମାନେ ଉକ୍ତ ବୈଠକରେ ଯୋଗ ଦେବାପାଇଁ ସ୍ପଷ୍ଟ କରି ସାରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଅଣ ବିଜେପି ମେଣ୍ଟ ଗଠନ ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଅନ୍ତର୍ଗତ ଆଜି ପ୍ରଥମ ବୈଠକ ହେବାକୁ ଯାଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଇତିମଧ୍ୟରେ ବୈଠକ ପାଇଁ ନେତାମାନେ ଆଗୁଆ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୁନ୍‌ ମାସରେ ସହରୀ ଭାରତୀୟଙ୍କ ସୁଖର ସ୍ତର ହ୍ରାସ ପାଇଛି: ସର୍ଭେ

ନୂଆଦିଲ୍ଲୀ: ଚଳିତମାସରେ ଭାରତୀୟଙ୍କର ସୁଖ ସ୍ତରରେ ହ୍ରାସ ଘଟିଥିବା ‘ଇପସୋସ ଇଣ୍ଡିଆବସ୍ ହାପିନେସ୍ ମନିଟର’ ପକ୍ଷରୁ କୁହାଯାଇଛି। ଦୁଃଖୀ ସହରୀ ଭାରତୀୟଙ୍କ ଯୋଗୁ ଏହା ଘଟିଛି ବୋଲି ଅନୁଧ୍ୟାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଗତ ମେ ମାସରେ ମଧ୍ୟ ଭାରତୀୟଙ୍କ ସୁଖର ସ୍ତରରେ ହ୍ରାସ ଘଟିଥିଲା। ଏହି ମାସିକ ସର୍ବଭାରତୀୟ ସର୍ଭେରେ ୧୬ଟି ଭାରତୀୟ ସହରର ୨,୨୦୦ ଲୋକ ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ। ଏଥିରେ ୧୬୦୦ ଜଣ ମୌଖିକ ଉତ୍ତର ଦେଇଥିଲା ବେଳେ ୪୦୦ ଜଣ ଅନଲାଇନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ରେ ଥିବା ୫ ବ୍ୟକ୍ତି ମୃତ: ଆମେରିକା ତଟରକ୍ଷୀ

ନୂଆଦିଲ୍ଲୀ: ‘ଓସେନ୍‌ ଗେଟ୍‌ ଏକ୍ସପିଡିସନ୍‌’ଦ୍ବାରା ପରିଚାଳିତ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ଆଟ୍‌ଲାଣ୍ଟିକ୍‌ ମହାସାଗର ଭିତରେ ହଠାତ୍‌ ଭିତର ଆଡ଼କୁ ସଙ୍କୁଚିତ ହୋଇ (ଜାକି ହୋଇ) ନଷ୍ଟ ହୋଇଯାଇଛି ଏବଂ ସେଥିରେ ଥିବା ୫ଜଣ ବ୍ୟକ୍ତି ମରିଯାଇଥିବା କଥା ଆମେରିକା ତଟରକ୍ଷୀ ରିପ‌ୋର୍ଟ କରିଛି। ଗୁରୁବାର ପୂର୍ବାହ୍ନରେ ଗୋଟାଏ ରିମୋଟ୍‌-ନିୟନ୍ତ୍ରିତ ଯାନରେ ପାଣି ଭିତରେ ଠାବ କରାଯାଇଥିବା ଉକ୍ତ ବୁଡ଼ାଜାହାଜର ଭଗ୍ନାଂଶ ସବୁକୁ ପରୀକ୍ଷା କରିବା ପରେ ଆମେରିକା ତଟରକ୍ଷୀ ଏହି ସିଦ୍ଧାନ୍ତରେ ପହଞ୍ଚିଛି। ଆଟ୍‌ଲାଣ୍ଟିକ୍‌ ମହାସାଗରେ ଦୁର୍ଘଟଣାଗ୍ରସ୍ତ […]